ବାଂଲାଦେଶର ରାସ୍ତାରେ ମୁସଲମାନ ମାନେ ନମାଜ ପଢୁଥିବା ଏକ ଫୋଟୋକୁ ଭାରତର ଘଟଣା ଦାବି ସହିତ ଭାଇରାଲ କରା ଯାଉଛି।

Communal False

ରାସ୍ତା ଉପରେ ଲୋକଙ୍କ ଏକ ବିଶାଳ ସମୂହ ନମାଜ ପଢୁଥିବା ଏକ ଫୋଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଦାବି କରା ଯାଉଛି ଯେ ଭାରତରେ ଏକ ସହରରେ ମୁସ୍ଲିମ ମାନେ ଏପରି ନମାଜ ପାଢୀ ଟ୍ରାଫିକ୍ ଅବରୋଧ କରୁଛନ୍ତି। 

କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ଏହି ଫୋଟୋ ବାଂଲାଦେଶର ଅଟେ। 

କ’ଣ ଦାବି କରା ଯାଇଛି ପୋଷ୍ଟରେ? 

ଫୋଟୋ ସେୟାର କରି ସୋସିଆଲ ମିଡିଆ ବ୍ୟବହାରକାରୀ ମାନେ ଦାବି କରୁଛନ୍ତି ଯେ, “ଏହି ଅସୁର ମାନଙ୍କୁ ଭାରତର ସବୁ ରାଜନୈତିକ ଦଳ ପ୍ରତ୍ୟକ୍ଷ,ପଳୋକ୍ଷ ସମର୍ଥନ କରୁଛନ୍ତି ତେଣୁ ଅସୁର ମାନଙ୍କ ଉତ୍ପାତ ବଢ଼ି ବଢ଼ି ଚାଲିଛି। କଂଗ୍ରେସ, ବାମପନ୍ଥୀଆ , କମ୍ୟୁନିଷ୍ଟ, ବିଭିନ୍ନ ଆଞ୍ଚଳିକ ଦଳ ଖୋଲା ସମର୍ଥନ କରୁଛନ୍ତି ଓ ବିଜେପି ମଧ୍ୟ ଖୋଲା ସମର୍ଥନ କରି ଚତୁରତାର ସହ ଗଲୁ ପେଲୁଛି ।

ଏଣେ ଅନ୍ଧଭକ୍ତ ମାନେ ଆଣ୍ଠେଇ ପେଟେଇ ବିଜେପିର ଦୋମୁହାଁ ଚରିତ୍ରକୁ ଲିପାପୋତି ରେ ଲାଗି ପଡିଛନ୍ତି। ହରିୟଣା ର ହାରାମି ଖଟ୍ଟର ସରକାର କ’ଣ କରିଥିଲା ?” 

Facebook | Archive

ଆମ ଅନୁସନ୍ଧାନ: 

ଆମ ଅନୁସନ୍ଧାନରେ ପ୍ରଥମେ ଆମେ ଭାଇରାଲ ଫୋଟୋର ଗୁଗୁଲ ରିଭର୍ସ ଇମେଜ୍ ସର୍ଚ୍ଚ କରିଲୁ। ଫଳାଫଳରେ ଆମକୁ ସମାନ ଫୋଟୋ ବାଂଲାଦେଶର ବାର୍ତ୍ତା ୨୪ ନାମକ ଏକ ନ୍ୟୂଜ୍ ୱେବସାଇଟରେ ପ୍ରକାଶିତ ହେଇଥିବା ମିଳିଲା। ରିପୋର୍ଟ ଅନୁଯାୟୀ, ଏହା ବାଂଲାଦେଶର ରାଜଧାନୀ ଢାକାର ଶୋଭନବାଗ ମସଜିଦ ସାମନାର ଫୋଟୋ ଅଟେ।

ଆମେ ବାଂଲାଦେଶର ଢାକାରେ ଅବସ୍ଥିତ ଶୋଭନବାଗ ମସଜିଦ ବିଷୟରେ ଖୋଜିଲୁ। ଫଳାଫଳରେ ଆମକୁ ଆଲାମି ୱେବସାଇଟରେ ଉପଲବ୍ଧ ସମାନ ଫୋଟୋ ମିଳିଲା। ଫୋଟୋର ବର୍ଣ୍ଣନା ଅନୁଯାୟୀ ଏହା ବାଂଲାଦେଶର ଢାକାରେ ଅବସ୍ଥିତ  ସୋଭାନବାଗ ମସଜିଦ ବାହାରେ ଲୋକେ ଇଦ୍ ଅଲ-ଫିତର ଅବସରରେ ପ୍ରାର୍ଥନା କରୁଥିବା ସମୟକୁ ଦର୍ଶାଉଛି।

ଆମେ ଏହି ମସଜିଦକୁ ଗୁଗୁଲ ମ୍ୟାପ୍ ରେ ମଧ୍ୟ ଖୋଜିଲ ପାଇଲୁ। ଏହା ଦ୍ଵାରା ଆମେ ନିଶ୍ଚିତ ହେଳୁ ଯେ ଭାଇରାଲ ଫୋଟୋ ଭାରତରୁ ନୁହେଁ ବରଂ ବାଂଲାଦେଶର ଅଟେ। 

ନିମ୍ନରେ ଆପଣ ମାନେ ଭାଇରାଲ ଫୋଟୋ ଏବଂ ଗୁଗୁଲ ମ୍ୟାପ୍ ରୁ ମିଳିଥିବା ଫୋଟୋ ମଧ୍ୟରେ ତୁଳନା ଦେଖି ପାରିବେ।

ୟୁରୋପୀୟ ପ୍ରେସଫୋଟୋ ଏଜେନ୍ସି (ଇପିଏ) ଯାହା ଏକ ଆନ୍ତର୍ଜାତୀୟ ଷ୍ଟକ୍ ଇମେଜ୍ ୱେବସାଇଟ୍, ସେଥିରେ ମଧ୍ୟ ଆମେ ଭାଇରାଲ୍ ଫୋଟୋ ପ୍ରକାଶିତ ହେଇଥିବା ପାଇଲୁ। ୱେବସାଇଟ୍ ଅନୁଯାୟୀ, ୩୦ ଏପ୍ରିଲ ୨୦୨୧ ରେ ମୋନିରୁଲ ଆଲାମ ନାମକ ଜଣେ ଫଟୋଗ୍ରାଫର ଏହି ଫୋଟୋ ଉଠାଇଥିଲେ। ଫୋଟୋର କ୍ୟାପସନରେ ଦର୍ଶାଯାଇଛି ଯେ, ୩୦ ଏପ୍ରିଲ ୨୦୨୧ ରେ ବାଂଲାଦେଶର ଢାକାରେ କୋଭିଡ କଟକଣା ସମୟରେ ଶୋଭନବାଗ ମସଜିଦ ବାହାରେ ପବିତ୍ର ରମଜାନ ମାସରେ ମୁସଲମାନମାନେ ଶୁକ୍ରବାରର ପ୍ରାର୍ଥନାରେ ଯୋଗ ଦେଇଥିଲେ। ଆପଣ ନିମ୍ନରେ EPA ଦ୍ୱାରା ପୋଷ୍ଟ ହୋଇଥିବା ଫୋଟୋର ସ୍କ୍ରିନସଟ୍ ଦେଖିପାରିବେ।

ଶେଷକଥା: 

ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲା ଯେ ଭାଇରାଲ ଦାବି ରେ କୌଣସି ସତ୍ୟତା ନାହିଁ। ବାଂଲାଦେଶର ଏକ ପୁରୁଣା ଫୋଟୋ 

କୁ ଭାରତର ଏକ ସହରରେ ରାସ୍ତା ଅବରୋଧ କରି ମୁସଲମାନ ମାନେ ନମାଜ ପଢୁଥିବା ମିଥ୍ୟା ଦାବି ସହିତ ଫୋଟୋ ଭାଇରାଲ କରା ଯାଉଛି।

Avatar

Title:ବାଂଲାଦେଶର ରାସ୍ତାରେ ମୁସଲମାନ ମାନେ ନମାଜ ପଢୁଥିବା ଏକ ଫୋଟୋକୁ ଭାରତର ଘଟଣା ଦାବି ସହିତ ଭାଇରାଲ କରା ଯାଉଛି।

Fact Check By: Siddharth Sahu 

Result: False

Leave a Reply

Your email address will not be published. Required fields are marked *