ବୁର୍ଖା ପିନ୍ଧି ଶିଶୁକୁ ଅପହରଣ କରୁଥିବାର ଏକ ନାଟକୀୟ ଭିଡିଓକୁ ଅସଲି ଘଟଣା ଦାବି ସହିତ ଭାଇରାଲ କରା ଯାଉଛି।

Communal False

ବର୍ତ୍ତମାନ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଚ୍ଗି ଯେଉଁଥିରେ ବୁର୍ଖା ପିନ୍ଧି ଜଣେ ବ୍ୟକ୍ତି ଗୋଟିଏ ଶିଶୁକୁ ଧରିଛି ଏବଂ ଅନ୍ୟ ଜଣେ ବ୍ୟକ୍ତି ତାହା ଉପରେ ଆକ୍ରମଣ କରୁଛି। ଦାବି କରା ଯାଉଛି ଯେ ବୁର୍ଖା ପିନ୍ଧି ଜଣେ ବ୍ୟକ୍ତି ପିଲା ଚୋରୀ କରୁଥିବା ସମୟରେ ଧାରା ପଡିଥିଲା। 

କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। 

କ’ଣ ଦାବି କରା ଯାଇଛି ପୋଷ୍ଟରେ? 

ସୋସିଆଲ ମିଡିଆ ବ୍ୟବହାରକାରୀ ମାନେ ଦାବି କରୁଛନ୍ତି ଯେ ବୁର୍ଖା ପିନ୍ଧି ପିଲା ଚୋରୀ କରୁଥିବା ଜଣେ ବ୍ୟକ୍ତିଙ୍କର ଭିଡିଓ ପ୍ରକୃତ ଘଟଣା ଅଟେ। ଭିଡିଓ ସହଗିତ କୁହା ଯାଇଛି, “ବୁର୍ଖା ପିନ୍ଧି ପିଲା ଚୋରି କରୁଥିବା ଦୁର୍ବୃତ୍ତ:- ଏହବି ଗୋଟେ କାରଣ ବୂର୍ଖା ସମ୍ପୂର୍ଣ ବ୍ୟାନ ପାଇଁ।

Facebook | Archive

ସମାନ ଭିଡିଓ ଆମକୁ ଟୁଇଟରରେ ମଧ୍ୟ ଭାଇରାଲ ହେଉଥିବା ମିଳିଲା। ଦାବି କରା ଯାଇଛି ଯେ ଜଣେ ମୁସ୍ଲିମ ବ୍ୟକ୍ତି ହିନ୍ଦୁ ପିଲାକୁ ଅପହରଣ କରୁଛି। 

ଆମ ଅନୁସନ୍ଧାନ: 

ଆମ ଅନୁସନ୍ମ୍ଧାଁରେ ପ୍ରଥମେ ଆମେ ଭାଇରାଲ ଭିଡିଓକୁ ବିଭିନ୍ନ ଫ୍ରେମରେ ବିଭାଜିତ କରିଲୁ। ଏହା ପରେ ଆମେ ପ୍ରତ୍ଯେକ ଫ୍ରେମର ଗୁଗୁଲ ରିଭର୍ସ ଇମେଜ୍ ସର୍ଚ୍ଚ କରିଲୁ।  ଫଳାଫଳରେ ଆମକୁ ସମାନ ଭିଡିଓ ୟୁଟ୍ୟୁବରେ ପ୍ରକାଶିତ ହେଇଥିବା ମିଳିଲା। ଏହି ଚ୍ୟାନେଲର ନାମ ହେଉଛି ଅଙ୍କୁର ଜାଟୁସ୍କରନ୍ ଭ୍ଲଗ୍। ଆମେ ତାଙ୍କ ଚ୍ୟାନେଲରେ ସାମ୍ପ୍ରଦାୟିକ ତଥା ଘରୋଇ ହିଂସା ର ଅନେକ ଭିଡିଓ ପାଇଲୁ, ଯେଉଁଠାରେ ସେ ଜଣେ ତ୍ରାଣକର୍ତ୍ତା ଭାବେ ଦେଖିବାକୁ ମିଲିଛନ୍ତି।

ତାଙ୍କ ଚ୍ୟାନେଲରେ ଥିବା ୟୁଟ୍ୟୁବର୍ ପୋଷ୍ଟଗୁଡିକର ଲମ୍ବା ଭିଡିଓଗୁଡିକରେ ସେ ଏକ ସଂକ୍ଷିପ୍ତ ପ୍ରତ୍ୟାଖ୍ୟାନ ଦିଅନ୍ତି। ପ୍ରତ୍ୟାଖ୍ୟାନରେ ସେ କହିଛନ୍ତି ଯେ ଭିଡିଓଟି ଏକ କାଳ୍ପନିକ କାର୍ଯ୍ୟ ଏବଂ ମନୋରଞ୍ଜନ ଉଦ୍ଦେଶ୍ୟରେ ତିଆରି କରାଯାଇଛି। ତଥାପି, ତାଙ୍କର ଚ୍ୟାନାଲର ଛୋଟ ଭିଡିଓଗୁଡ଼ିକରେ ଏପରି କୌଣସି ପ୍ରତ୍ୟାଖ୍ୟାନ ନାହିଁ ଯାହା ହେତୁ ସେଗୁଡିକ ବିଭ୍ରାନ୍ତକର ଅଟେ।

ତାଙ୍କ ଫେସବୁକ ଚ୍ୟାନାଲରେ ସେ କହିଛନ୍ତି ଯେ ସେ ତାଙ୍କ ୟୁଟ୍ୟୁବ ଚ୍ୟାନାଲରେ ପ୍ରାଙ୍କ୍ ଭିଡିଓ ତିଆରି କରି ପୋଷ୍ଟ କରନ୍ତି। 

ତାଙ୍କ ଫେସବୁକ ପେଜରେ ଆମକୁ ଭାଇରାଲ କ୍ଲିପର ଏକ ଲାମ୍ବା ଅବିଦେୟ ମିଳିଲା। ଏହି ଭିଡିଓର ୨୨ ସେକେଣ୍ଡ ସମୟରେ ଏକ ପ୍ରତ୍ୟାଖାନ ଦେଖିବାକୁ ମିଳିଲା ଯେଉଁଥିରେ କୁହା ଯାଇଛି ଯେ ଭାଇରାଲ ଭିଡିଓ କାଳ୍ପନିକ ଯାହା ମନୋରଞ୍ଜନ ଉଦ୍ଦେଶ୍ୟରେ ତିଆରି କରା ଯାଇଛି।

ଆମେ ଏହା ମଧ୍ୟ ଜାଣିବାକୁ ପାଇଲୁ ଯେ ଏହି ଚ୍ୟାନାଲରେ ସମସ୍ତ ଲାମ୍ବା ଭିଡିଓରେ ସମାନ ପ୍ରତ୍ୟାଖାନ ଦେଖିବାକୁ ମିଳିଛି କିନ୍ତୁ ସେହି ସମୟରେ ଉପଲବ୍ଧ ଥିବା ଅନ୍ୟ ଛୋଟ ଭିଡିଓ ଗୁଡିକରେ ପ୍ରତ୍ୟାଖାନ ନାହିଁ। ଏହି କାରଣରୁ ଛୋଟ ଭିଡିଓକୁ ବିଭ୍ରାନ୍ତକାରୀ ଦାବି ସହିତ ଭାଇରାଲ କରା ଯାଉଛି। 

ଶେଷକଥା: 

ଆମ ଅନୁସନ୍ଧାନର୍ଯୁ ପ୍ରମାଣିତ ହେଲା ଯେ ବୁର୍ଖା ପିନ୍ଧି ପିଲା ଚୋରୀ କରୁଥିବା ଜଣେ ବ୍ୟକ୍ତିଙ୍କର ଭିଡିଓ କାଳ୍ପନିକ ଅଟେ। ମନୋରଞ୍ଜନ ପାଇଁ ଯିଆରି କରା ଯାଇଥିବା ଭିଡିଓକୁ ଅସଲି ଘଟଣା ଦାବି ସହିତ ଭାଇରାଲ କରା ଯାଉଛି।

Avatar

Title:ବୁର୍ଖା ପିନ୍ଧି ଶିଶୁକୁ ଅପହରଣ କରୁଥିବାର ଏକ ନାଟକୀୟ ଭିଡିଓକୁ ଅସଲି ଘଟଣା ଦାବି ସହିତ ଭାଇରାଲ କରା ଯାଉଛି।

Fact Check By: Siddharth Sahu  

Result: False

Leave a Reply

Your email address will not be published. Required fields are marked *