
ବିଗତ କିଛି ଦିନ ହେବ ରାଜ୍ୟର ଅନେକ ସ୍ଥାନରେ ବର୍ଷାର ପରିସ୍ଥିତି ଲାଗି ରହିଛି। କିଛି ସ୍ଥାନରେ କୁଆ ପଥର ବର୍ଷା ହେଉଥିବା ଖବର ମଧ୍ୟ ସାମନାଲୁ ଆସିଛି।
ଏହି ପ୍ରସଙ୍ଗରେ ଏକ ଭିଡିଓ ସୋସିଆଲ ମିଆଦିଆରେ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ଦେଖିବାକୁ ମିଳିଛି ଯେ ଏକ ଚାଷ ଜମି ପରି ସ୍ଥାନରେ ଭୟଙ୍କର କୁଆ ପଥର ବର୍ଷା ହେଉଛି। ଦାବି କରା ଯାଉଛି ଯେ ଏହି ଘଟଣା ରାଜ୍ୟର ଯାଜପୁର ଜିଲ୍ଲାରେ ଘଟିଛି।
କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ନେପାଲର ଏକ ପୁରୁଣା ଭିଡିଓକୁ ଓଡିଶାରେ କୁଆ ପଥର ବର୍ଷାର ଘଟଣା ଦାବି ସହିତ ଭାଇରାଲ କରା ଯାଉଛି।
କ’ଣ ଦାବି କରା ଯାଇଛି ପୋଷ୍ଟରେ?
ଭିଡିଓ ଭାଇରାଲ କରି ସୋସିଆଲ ମିଡିଆ ବ୍ୟବହାରକାରୀ ମାନେ ଦାବି କରୁଛନ୍ତି ଯେ, ” ଆଜି ଯାଜପୁର ଜିଲ୍ଲା ବରୀରେ କୁଆ ପଥର ବୃଷ୍ଟିରେ ଘରେ ଏଜବେଷ୍ଟସ ସବୁ ଭାଙ୍ଗି ପଡିଛି । କୂଆ ପଥର ଏତେ ବଡ ବଡ ଥିଲା ଯେ ତାର ଓଜନ ପ୍ରାୟ ୫୦ ରୁ ୨୦୦ ଗ୍ରାମ ହେବ ।”
ସମାନ ଭିଡିଓ ଆପଣ ମାନେ ଏଠାରେ, ଏଠାରେ ଏବଂ ଏଠାରେ ମଧ୍ୟ ଦେଖି ପାରିବେ।
ଆମ ଅନୁସନ୍ଧାନ:
ଭାଇରାଲ ଭିଡିଓକୁ ବିଭିନ୍ନ ଫ୍ରେମରେ ବିଭାଜିତ କରି ତାହାର ଗୁଗୁଲ ରିଭର୍ସ ଇମେଜ୍ ସର୍ଚ୍ଚ କରିଲୁ। ଫଳାଫଳରେ ଆମକୁ ସମାନ ଭିଡିଓ ୨୦୨୦ ମସିହାରେ ଛତ୍ତିସଗଡ଼ର ଜଣେ ଆଇଏଏସ ଅଧିକାରୀଙ୍କ ଟୁଇଟର ହେଣ୍ଡେଲରେ ମିଳିଲା। ଟୁଇଟରେ ସେ କହିଛନ୍ତି ଯେ ଏହି ଭିଡିଓ ଛତ୍ତିସଗଡ଼ର ପେଣ୍ଡରା ଅଞ୍ଚଳର ଦୃଶ୍ୟ ଅଟେ।
ଏହି ଭିଡିଓ ୨୦୨୦ ମସିହାରୁ ଇଣ୍ଟର୍ନେଟରେ ଉପଲବ୍ଧ ଥିବା ପ୍ରମାଣ ହେଉଛି ଯେ ଏହା ଏକ ପୁରୁଣା ଭିଡିଓ ଅଟେ ଏବଂ ବର୍ତ୍ତମାନ ପାଣିପାଗ ପରିସ୍ଥିତି ସହିତ କୌଣସି ସମ୍ବନ୍ଧ ନାହିଁ।
ଗୁଗୁଲରେ ବିଭିନ୍ନ ମୁଖ୍ୟଶବ୍ଦ ବ୍ୟବହାର କରି ସର୍ଚ୍ଚ କରିବା ପରେ ଆମକୁ ସମାନ ଭିଡିଓ ଟିକଟକ୍ ରେ ୨୦୨୦ ରେ ଅପ୍ଲୋଡ ହେଇଥିବା ମିଳିଲା। ଦିବାକର ବାର୍ତାଉଲା ନାମକ ଜଣେ ଉପଭୋକ୍ତା ଭିଡିଓ ପୋଷ୍ଟ କରି ନେପାଳୀ ଭାଷାରେ କହିଛନ୍ତି ଯେ “ଆଜିର କୁଆ ପଥର ବର୍ଷା PUBG ଖେଳରେ ଗୁଳି ଚାଲିବା ସମାନ”
ଏହା ସହିତ କ୍ୟାପ୍ସନ୍ ରେ ସେ ତିଳଟକ୍ ନେପାଲ ଏବଂ ଚିତବନ ମୁସର ବୋଲି ଟ୍ୟାଗ୍ ମଧ୍ୟ କରିଛନ୍ତି।

ଯେହେତୁ ଆମେ ଜାଣିଲୁ ଯେ ଭାଇରାଲ ଭିଡିଓଟି ଦିବାକର ବାର୍ତାଉଲା ନାମକ ଜଣେ ବ୍ୟକ୍ତି ଟିକଟକରେ ପୋଷ୍ଟ କରିଥିଲେ, ସେଥିପାଇଁ ଫ୍ୟାକ୍ଟ କ୍ରିଷେଣ୍ଡୋ ତାଙ୍କ ସହ ଯୋଗାଯୋଗ କରିବାକୁ ଚେଷ୍ଟା କରିଲା। ତାଙ୍କ ଅନେକ ବନ୍ଧୁ ଏବଂ ବିଭିନ୍ନ ସମ୍ପର୍କୀୟ ଲୋକଙ୍କ ସହ ସମପଙ୍କ କରିଲା ପରେ ଦିବାକରଙ୍କ ସହ ଆମର ଯୋଗାଯୋଗ ସମ୍ଭବ ହେଲା।
ଦିବାକର ବାର୍ତାଉଲା ଆମକୁ କହିଛନ୍ତି, “ଭାଇରାଲ୍ ଭିଡିଓ ମୋର ଅଟେ। ମୁଁ ଏହାକୁ ମୋ ମୋବାଇଲ୍ ଫୋନରେ ଶୁଟ୍ କରିଥିଲି। ଆପଣ ଏଥିରେ ଦେଖୁଥିବା ଚାଉଳ ଖେତ ହେଉଛି ଗାହୁଲି ଗାଁର ମୋର ଚାଷ। 18 ଏପ୍ରିଲରେ ଆମ ଗାଁରେ ପ୍ରବଳ କୁଆପଥର ମାଡ ହୋଇଥିଲା। ଭିଡିଓ ସୁଟିଂ କରିବା ପରେ ମୁଁ ଏହାକୁ ମୋର ଟିକଟୋକ ଆକାଉଣ୍ଟରେ ଅପଲୋଡ୍ କରିଛି।”
ତାଙ୍କ ଦାବିର ସତ୍ୟତା ସ୍ଥିର କରିବାକୁ, ଆମେ ତାଙ୍କୁ ଭାଇରାଲ୍ ଭିଡିଓରେ ଦେଖାଯାଇଥିବା ସମାନ ସ୍ଥାନରୁ ଭିଡିଓ ପଠାଇବାକୁ କହିଲୁ। ସେ ଆମକୁ ଏପରି ଏକ ଭିଡିଓ ପଠାଇଛନ୍ତି। ଏହି ଭିଡିଓରେ ଆପଣ ମାନେ ସମାନ ପୋଲ, ଚାଉଳ ଖେତ ଏବଂ ଗଛଗୁଡିକ ଦେଖିପାରିବେ। ଭିଡିଓ ଶେଷରେ ଟିଣ ଛାତ ମଧ୍ୟ ଦେଖିବାକୁ ମିଳିଛି। ଭାଇରାଲ ଭିଡିଓରେ ଏହି ଟିଣ ଛାତ ଉପରେ କୁଆପଥର ମାଡ ହୋଇଥିଲା।
ଶେଷକଥା:
ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲା ଯେ ଭାଇରାଲ ଭିଡିଓ ଓଡ଼ିଶା ରାଜ୍ୟର ଯାଜପୁର ସହର ନୁହେଁ, ବରଂ ନେପାଳର ଚିତୱାନ ଜିଲ୍ଲାର ଗାଡାଉଲି ଗ୍ରାମର ଅଟେ, ଯାହାକୁ ଦିୱାକର ବାର୍ତାଉଲା ନାମକ ଜଣେ ବ୍ୟକ୍ତି ଶୁଟ କରିଥିଲେ। ଲୋକଙ୍କୁ ବିଭ୍ରାନ୍ତ କରିବା ପାଇଁ ସୋସିଆଲ ମିଡିଆରେ ଭୁଲ ତଥ୍ୟ ପ୍ରଚାର କରାଯାଉଛି |

Title:କ’ଣ ଭୟଙ୍କର କୁଆ ପଥର ବର୍ଷାର ଏହି ଭିଡିଓ ଓଡିଶାର ଯାଜପୁର ସହର ଅଟେ? ଜାଣନ୍ତୁ ସତ୍ୟ।
Fact Check By: Siddharth SahuResult: False
