କ’ଣ ନେସଲେ କମ୍ପାନୀ ଭାରତରେ ଗୋମାଂସ ସ୍ଵାଦର ମେଗୀ ଉତ୍ପାଦନ କରୁଛି? ଜାଣନ୍ତୁ ସତ୍ୟ।

False Social

ଭାରତରେ ଗୋମାଂସ କିମ୍ବା ଗୋମାତାଙ୍କର କୌଣସି ଅଂଶକୁ ଖାଇବା ଜିନିଷର ଉତ୍ପାଦନରେ ବ୍ୟବହାର କରିବା କିମ୍ବା ତାହାର ବିକ୍ରୟ କରିବା ନିଷେଧ ଅଟେ। ସୋସିଆଲ ମିଡିଆରେ ବର୍ତ୍ତମାନ ଏକ ଫୋଟୋ ଭାଇରାଲ ହେଉଛି ଯେଉଁଥିରେ ଆମେ ଦେଖିବାକୁ ପାଇଲୁ ଯେ ଏକ ମ୍ୟାଗୀ ପେକେଟରେ ବିଫ୍ ଫ୍ଲେଭର (ଗୋମାଂସ ସ୍ଵାଦ) ବୋଲି ଲେଖା ଯାଇଛି। 

ଦାବି କର ଯାଉଛି ଯେ ନେସଲେ କମ୍ପାନୀ ଭାରତରେ ଗୋମାଂସ ସ୍ଵାଦର ମ୍ୟାଗୀ ଉତ୍ପାଦନ କରି ବିକ୍ରୟ କରୁଛି।

କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ନେସଲେ କମ୍ପାନୀ ଭାରତରେ ଗୋମାଂସ ସ୍ଵାଦର ମେଗୀ ଉତ୍ପାଦନ କରୁ ନାହିଁ।

କ’ଣ କୁହା ଯାଇଛି ପୋଷ୍ଟରେ? 

ଫୋଟୋ ସେୟାର କରି ସୋସିଆଲ ମିଡିଆ ବ୍ୟବହାରକାରୀ ମାନେ ଦାବି କରୁଛନ୍ତି ଯେ, “Maggie ଖାଇବାକୁ ପସନ୍ଦ କରୁଥିବା ସନାତନି ମାନେ ଥରେ ଏହା ଉପରେ ନଜର ପକାନ୍ତୁ।” ଏହା ସହିତ ମ୍ୟାଗୀକୁ ବୟକଟ୍ କରିବାକୁ ମଧ୍ୟ ଅନୁରୋଧ କରା ଯାଉଛି। 

Facebook | Archive

ସମାନ ପୋଷ୍ଟ ୨୦୨୦ ରେ ଟୁଇଟରରେ ମଧ୍ୟ ଭାଇରାଲ ହେଇଥିଲା। ଏହି ଟୁଇଟରେ ଦାବି କରି କୁହା ଯାଇଛି ଯେ, “ବନ୍ଧୁଗଣ … ବର୍ତ୍ତମାନ ମ୍ୟାଗି କମ୍ପାନୀ ମାନେ ଗୋମାଂସ ସ୍ଵାଦର ମ୍ୟାଗୀ ମଧ୍ୟ ବିକ୍ରୟ କରୁଛନ୍ତି। ପୂର୍ବରୁ ଆମକୁ ସୀସା ସହିତ ମିଶ୍ରିତ ମ୍ୟାଗି ନୁଡୁଲ୍ସ ଖାଇବାକୁ ଦିଆ ଯାଉଥିଲା ଏପରି ବିଦେଶୀ କମ୍ପାନୀର ବହିସ୍କାର କରିବା ଆବଶ୍ୟକ।

ଆମ ଅନୁସନ୍ଧାନ: 

ଆମ ଅନୁସନ୍ଧାନରେ ପ୍ରଥମେ ଆମେ ବିଭିନ୍ନ ମୁଖ୍ୟଶବ୍ଦ ବ୍ୟବହାର କରି ଗୁଗୁଲରେ ଏହି ବିଷୟରେ ସର୍ଚ୍ଚ କରିଲୁ। ଆମେ ଜାଣିଲୁ ଯେ ମ୍ୟାଗୀକୁ ନେସଲେ ନାମକ ଏକ କମ୍ପାନୀ ଉତ୍ପାଦନ କରି ବିକ୍ରୟ କରେ। ମ୍ୟାଗୀ କମ୍ପାନୀର ଭାରତର ୱେବସାଇଟରେ ତାଙ୍କ ଦ୍ଵାରା ଉତ୍ପାଦିତ ସମସ୍ତ ଖାଦ୍ୟ ଉତ୍ପାଦ ବିଷୟରେ ସୂଚନା ପ୍ରଦାନ କରିଛି। 

ୱେବସାଇଟରେ ନୁଡୁଲ୍ସ, ସସ୍, ପାସ୍ତା ଏବଂ ଅନ୍ୟାନ୍ୟ ଜିନିଷ ବିଷୟରେ ସୂଚନା ଦିଆ ଯାଇଛି। କିନ୍ତୁ ଆମେ ତାଙ୍କ ୱେବସାଇଟରେ ଗୋମାଂସ ସ୍ଵାଦର ମ୍ୟାଗୀ ବିଷୟରେ ଦେଖିବାକୁ ପାଇଲୁ ନାହିଁ। ଯଦି କମ୍ପାନୀ ଦ୍ୱାରା ଏପରି କୌଣସି ଉତ୍ପାଦ ବିକ୍ରି ହେଉଥାନ୍ତା, ତେବେ ଏହା ମ୍ୟାଗି ଇଣ୍ଡିଆର ଅଫିସିଆଲ୍ ୱେବସାଇଟରୁ ଜଣା ପଡିଥାନ୍ତା। କିନ୍ତୁ ଆମକୁ ଦାବି କର ଯାଇଥିବା ଗୋମାଂସ ସ୍ଵାଦର ମ୍ୟାଗୀ ସମ୍ବନ୍ଧିତ କିଛି ପ୍ରମାଣ ମିଳିଲା ନାହିଁ। 

ଅଧିକ ସର୍ଚ୍ଚ କରିବା ପରେ ଆମେ ଜାଣିବାକୁ ପାଇଲୁ ଯେ ଗୋମାଂସ ସ୍ଵାଦର ମ୍ୟାଗୀ ଅଷ୍ଟ୍ରେଲିଆ ଏବଂ ଆରବିଆ ଦେଶରେ ବିକ୍ରୟ ହୁଏ। ଏହାର ସୂଚନା ଆମକୁ ସମ୍ପୃକ୍ତ ଦେଶର ମ୍ୟାଗି ୱେବସାଇଟ୍ରେ ମିଳିଲା। 

ଏହା ପରେ ଫ୍ୟାକ୍ଟ କ୍ରିଷେଣ୍ଡୋ ଗୋମାଂସ ସ୍ବାଦଯୁକ୍ତ ମ୍ୟାଗି ବିଷୟରେ ଅଧିକ ଜାଣିବା ପାଇଁ ଭାରତର ମ୍ୟାଗି ବ୍ରାଣ୍ଡ ଉତ୍ପାଦର ନିର୍ମାତା ନେସଲେ ଇଣ୍ଡିଆ ସହିତ ଯୋଗାଯୋଗ କରିଥିଲା ​​| ସେ ଟ୍ୱିଟର ମାଧ୍ୟମରେ ଆମକୁ ଉତ୍ତର ଦେଇଛନ୍ତି ଯେ ନେଷ୍ଟଲେ ଇଣ୍ଡିଆ ଦ୍ୱାରା ପ୍ରସ୍ତୁତ ଏବଂ ବିକ୍ରି ହୋଇଥିବା ମ୍ୟାଗୀରେ ଗୋମାଂସ କିମ୍ବା ଗୋମାଂସ ସ୍ୱାଦର ମିଶ୍ରଣ କରା ଯାଏ ନାହିଁ।

ଶେଷକଥା: 

ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲା ଯେ ଭାଇରାଲ ଦାବିରେ କୌଣସି ସତ୍ୟତା ନାହିଁ। ଗୋମାଂସ ସ୍ଵାଦର ମ୍ୟାଗୀ ଭାରତରେ ଉତ୍ପାଦନ କିମ୍ବା ବିକ୍ରି ହୁଏ ନାହିଁ। ଅଷ୍ଟ୍ରେଲିଆ ଏବଂ ଆରବିଆ ଦେଶରେ ଏହି ଗୋମାଂସ ସ୍ଵାଦର ମ୍ୟାଗୀ ବିକ୍ରି ହୁଏ। ନେସଲେ କମ୍ପାନୀ ଫ୍ୟାକ୍ଟ କ୍ରିଷେଣ୍ଡୋକୁ ସ୍ପଷ୍ଟ କରି କହିଛି ଯେ ଭାରତରେ ସେମାନେ ଗୋମାଂସ ସ୍ଵାଦର ମ୍ୟାଗୁଇ ଉତ୍ପାଦନ କିମ୍ବା ବିରି କରନ୍ତି ନାହିଁ। 

Avatar

Title:କ’ଣ ନେସଲେ କମ୍ପାନୀ ଭାରତରେ ଗୋମାଂସ ସ୍ଵାଦର ମେଗୀ ଉତ୍ପାଦନ କରୁଛି? ଜାଣନ୍ତୁ ସତ୍ୟ।

Fact Check By: Siddharth Sahu 

Result: False

Leave a Reply

Your email address will not be published. Required fields are marked *