
ହିନ୍ଦୁସ୍ତାନ ଟାଇମ୍ସର ଏକ ରିପୋର୍ଟ ଅନୁଯାୟୀ, ନିକଟରେ ଲାଲୁଆ ପ୍ରସାଦ ଯାଦବଙ୍କ ପରିବାର ସଦସ୍ୟଙ୍କ ଘରେ ଏକ ରେଡ୍ ରେ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ ଜମି-ଚାକିରି ମାମଲାରେ ୧ କୋଟି ନଗଦ ଟଙ୍କା ଜବତ କରିଛି। ଏହା ବାବଦ କ୍ରାଇମବ୍ରାଞ୍ଚର ଅନ୍ୟ ୬୦୦ କୋଟି ଟଙ୍କା ମଧ୍ୟ ଚିହ୍ନଟ କରିଛି। ଘର, ଜମି ଏବଂ ଅନ୍ୟାନ୍ୟ କ୍ଷେତ୍ରରେ ଲାଲୁ ପ୍ରସାଦଙ୍କ ପରିବାର ପକ୍ଷରୁ କରା ଯାଇଥବା ନିବେଶର ମଧ୍ୟ ଯାଞ୍ଚ ଚାଲିଛି।
ଏହି ପ୍ରସଙ୍ଗରେ ବର୍ତ୍ତମାନ ସୋସିଆଲ ମିଡିଆରେ କିଛି ନଗଦ ଟଙ୍କା ସହିତ ସୁନା ଗହଣାର ଫୋଟୋ ଭାଇରାଲ ହେବାରେ ଲାଗିଛି। ଦାବି କରା ଯାଉଛି ଯେ ଏହି ସବୁ ଟଙ୍କା ଏବଂ ସୁନା ଗହଣା ଲାଲୁଆ ପ୍ରସାଦ ଯାଦବଙ୍କ ଘରୁ ଜବତ କରା ଯାଇଛି।
କିନ୍ତୁ ଫ୍ୟାକ୍ଟ କୃସେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ଭାଇରାଲ ଫୋଟୋର ଲାଲୁଆ ପ୍ରସାଦ ଯାଦବଙ୍କ ଘରୁ ଜବତ କରା ଯାଇଥିବା ସମ୍ପତ୍ତି ସହିତ କୌଣସି ସମ୍ବନ୍ଧ ନାହିଁ।
କ’ଣ ଦାବି କରା ଯାଇଛି ପୋଷ୍ଟରେ?
ଫୋଟୋ ସେୟାର କରି ସୋସିଆଲ ମିଡିଆ ବ୍ୟବହାରକାରୀ ମାନେ ଦାବି କରୁଛନ୍ତି ଯେ, “ଜନତା ଙ୍କୁ ଲୁଟି ନେତା ମାଲା ମାଲ ଲାଲୁ ପ୍ରସାଦ ଯାଦବ ଘରୁ ଜବତ ହୋଇଥିବା ଟଙ୍କା ଓ ଅଳଙ୍କାର”

ସମାନ ପୋଷ୍ଟ ଆପଣ ମାନେ ଏଠାରେ, ଏଠାରେ ଏବଂ ଏଠାରେ ମଧ୍ୟ ଦେଖି ପାରିବେ।
ଆମ ଅନୁସନ୍ଧାନ:
ଭାଇରାଲ ପୋଷ୍ଟରେ ଆମକୁ ତିନୋଟି ଅଲଗା-ଅଲଗା ଫୋଟୋ ସେୟାର ହେଇଥିବା ମିଳିଲା। ତେଣୁ, ଆମେ ପ୍ରତ୍ଯେକ ଫୋଟୋର ଫ୍ୟାକ୍ଟ ଚେକ୍ କରିଲୁ।
ଫୋଟୋ ୧: ପ୍ରଥମ ଫୋଟୋରେ ଆମକୁ ଅନେକ ପରିମାଣର ନଗଦ ଟଙ୍କା ଏକ ଖଟ ଉପରେ ରକ୍ଷା ଯାଇଥିବା ଦେଖିବାକୁ ମିଳିଲା। ଏହି ଫୋଟୋର ଗୁଗୁଲ ରିଭର୍ସ ଇମେଜ୍ ସର୍ଚ୍ଚ କରିବା ପରେ ଆମକୁ ସମାନ ଫୋଟୋ ୧୦ ସେପ୍ଟେମ୍ବର ୨୦୨୨ ରେ ଏବିପି ନ୍ୟୁଜ୍ ୱେବସାଇଟରେ ପ୍ରକାଶିତ ହେଇଥିବା ମିଳିଲା।
ରିପୋର୍ଟ ଅନୁଯାୟୀ, ମୋବାଇଲ୍ ରେ ଜୁଆ ଖେଳ ଏପ୍ ଚଲାଉଥିବା ଅଭିଯୋଗର ଯାଞ୍ଚ ଘଟଣାରେ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ (ଇଡି) କୋଲକାତାରେ ଜଣେ ବ୍ୟବସାୟୀଙ୍କ ଘରେ ୬ ଟି ରେଡ୍ କରି ପ୍ରାୟ ୧୭ କୋଟି ଟଙ୍କା ଜବତ କରିଥିଲା। ପାର୍କ ଷ୍ଟ୍ରିଟ୍ ପୋଲିସ ଥାନାରେ ଏହା ନେଇ ଏକ ମାମଲା ରୁଜୁ ମଧ୍ୟ କରା ଯାଇଥିଲା। ଅଭିଯୁକ୍ତଙ୍କ ନାମ ଆମିର ଖାନ ବୋଲି ଜାଣିବାକୁ ମିଳିଥିଲା।

ଫୋଟୋଟି କୋଲକାତାର ଏବଂ ୨୦୨୨ ମସିହାର ହେଇଥିବାରୁ ଏହା ପ୍ରମାଣିତ ହେଉଛି ଯେ ଏହାର ଲାଲୁଆ ପ୍ରସାଦ ଯାଦବଙ୍କ ଘରେ ହୋଇଥିବା ରେଡ୍ ସହିତ କୌଣସି ସମ୍ବନ୍ଧ ନାହିଁ।
ଫୋଟୋ ୨ ଏବଂ ୩: ଏହି ଦୁଇଟି ଫୋଟୋର ଗୁଗୁଲ ରିଭର୍ସ ଇମେଜ୍ ସର୍ଚ୍ଚ କରିବା ପରେ ଆମକୁ ୬ ମାର୍ଚ୍ଚ ୨୦୨୩ ରେ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟର ଏକ ଟୁଇଟରେ ସମାନ ଫୋଟୋ ପୋଷ୍ଟ ହେଇଥିବା ମିଳିଲା। ଟୁଇଟ ମାଧ୍ୟମରେ ଇଡ଼ି ସୂଚନା ଦେଇଛି ଯେ, “ପଙ୍କଜ ମେହେଡିଆ, ଲୋକେଶ ଏବଂ କାଥିକ ଜୈନଙ୍କ ଦ୍ୱାରା ହୋଇଥିବା ପୁଞ୍ଜି ବିନିଯୋଗ ଠକେଇ ସଂପର୍କରେ ନାଗପୁର ଏବଂ ମୁମ୍ବାଇର ୧୫ ଟି ସ୍ଥାନରେ ସର୍ଚ୍ଚ ଏବଂ ସର୍ଭେ କରାଯାଇଛି। ୫.୫୧ କୋଟି ଟଙ୍କା ମୂଲ୍ୟର ଅଗଣିତ ଅଳଙ୍କାର ଏବଂ ୧.୨୧ କୋଟି ନଗଦ ଟଙ୍କା ଜବତ କରାଯାଇଛି। ଏହି ଘଟଣାର ଅଧିକ ତଦନ୍ତ ଚାଲିଛି।”
ଏହି ଆକ୍ରମଣ ସମ୍ପର୍କରେ ଆମେ କିଛି ସମ୍ବାଦ ରିପୋର୍ଟ ମଧ୍ୟ ପାଇଲୁ, ସମାନ ଭାଇରାଲ୍ ଫଟୋ ୮ ମାର୍ଚ୍ଚ ୨୦୨୩ ରେ ‘ହିନ୍ଦୁସ୍ତାନ ଟାଇମ୍ସ‘ ନ୍ୟୁଜ୍ ୱେବସାଇଟ୍ ଦ୍ୱାରା ପ୍ରକାଶିତ ପ୍ରବନ୍ଧରେ ମିଳିଥିଲା। ରିପୋର୍ଟ ଅନୁଯାୟୀ, ଏନଫୋର୍ସମେଣ୍ଟ ଡାଇରେକ୍ଟୋରେଟ (ଇଡି) ନିକଟରେ ଏକ ପ୍ରମୁଖ ନିବେଶ ବିନିଯୋଗ ଠକେଇ ସଂପର୍କରେ ମୁମ୍ବାଇ ଏବଂ ନାଗପୁରର ୧୫ ଟି ସ୍ଥାନରେ ସର୍ଚ୍ଚ ଏବଂ ସର୍ଭେ କରିଥିଲା ଯେଉଁଥିରେ ଅଭିଯୁକ୍ତ ପୋନଜୀ ଯୋଜନା ଚଳାଇ ଅନେକ ନିବେଶକଙ୍କୁ ଶହ ଶହ କୋଟି ଟଙ୍କାର ଜାଲ ନିବେଶ କରାଇଥିଲା। ଏହି ରେଡ୍ ରେ ୫.୫୧ କୋଟି ଟଙ୍କା ମୂଲ୍ୟର ଅଗଣିତ ଅଳଙ୍କାର ଏବଂ ୧.୨୧ କୋଟି ନଗଦ ଟଙ୍କା ଜବତ କରାଯାଇଛି।

ଶେଷକଥା:
ଆମ ଅନୁସନ୍ଧାନର୍ଯୁ ପ୍ରମାଣିତ ହେଲା ଯେ ଭାଇରାଲ ଫୋଟୋ ଗୁଡିକର ଲାଲୁ ପ୍ରସାଦ ଯାଦବଙ୍କ ଘରେ ହେଇଥିବା ଇଡ଼ି ରେଡ୍ ସହିତ କୌଣସି ସମ୍ବନ୍ଧ ନାହିଁ। ଅନ୍ୟାନ୍ୟ ସ୍ଥାନ ଏବଂ ଘଟଣାର ଫୋଟୋକୁ ଲାଳୁ ଯାଦବଙ୍କ ଘରେ ହୋଇଥିବା ରେଡ୍ ରେ ଜବତ ହୋଇଥିବା ସମ୍ପତ୍ତି ସହିତ ଯୋଡି ମିଥ୍ୟା ଦାବି ବିସ୍ତାର କରା ଯାଉଛି।

Title:କ’ଣ ଭାଇରାଲ ଫୋଟୋରେ ଥିବା ସମ୍ପତ୍ତି ଗୁଡିକ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ ଦ୍ଵାରା ଲାଲୁଆ ପ୍ରସାଦ ଯାଦବଙ୍କ ଘରୁ ଜବତ କରା ଯାଇଛି? ଜାଣନ୍ତୁ ସତ୍ୟ।
Fact Check By: Siddharth SahuResult: Misleading
