ଏହି ଭିଡିଓ କର୍ଣ୍ଣାଟକ ନିର୍ବାଚନର ନୁହେଁ ବରଂ ତେଲେଙ୍ଗାନାରେ ଉପ-ନିର୍ବାଚନର ଅଟେ।

ଇଣ୍ଟରନେଟରେ ଏକ ଭିଡିଓ ଭାଇରାଲ ହେଉଛି, ଯେଉଁଥିରେ ଆପଣ ଦୁଇଜଣ ମହିଳାଙ୍କୁ ବିଜେପି ପ୍ରତୀକ ସହିତ ଏକ ଲଫାପା ଖୋଲିଥିବାର ଦେଖିପାରିବେ। ଲଫାପାରୁ 2000 ଟଙ୍କିଆ ଲୋଟ ବାରୀବାର ଦେଖାଯାଉଛି। ଭାଇରାଲ ଭିଡିଓ ସହିତ ଦାବି କରାଯାଉଛି ଯେ, କର୍ଣ୍ଣାଟକ ନିର୍ବାଚନରେ ବିଜେପିକୁ ଭୋଟ ଦେବା ପାଇଁ ବିଜେପି ଲୋକଙ୍କୁ ପଇସା ବାଣ୍ଟୁଛି।
ଭାଇରାଲ ଭିଡିଓରେ ଲେଖାଯାଇଛି ଯେ, କର୍ଣାଟକ ରେ ପରାଜୟ ବରଣ ନିଶ୍ଚିତ ଜାଣି 2000_ଟଙ୍କା ଦିଆ ଚାଲିଛି ମୁଣ୍ଡ ପିଛା ।ଏହା ହଉଛି BJP ରାଜ୍ ର ପ୍ରକୃତ ସତ୍ୟତା ।
ଅନୁସନ୍ଧାନ-
ଭାଇରାଲ ଭିଡିଓର ସତ୍ୟତା ଜାଣିବା ପାଇଁ ଆମେ ଅଲଗା ଅଲଗା କିୱର୍ଡ ମାଧ୍ୟମରେ ଭାଇରାଲ ଭିଡିଓ ଖୋଜିଲୁ। ପରିଣାମରେ ଆମକୁ ଅକ୍ଟୋବର 28, 2021 ରେ ମାଣିକାମ ଟାଗୋରଙ୍କ ଦ୍ୱାରା ଅପଲୋଡ୍ ହୋଇଥିବା ସମାନ ଭିଡିଓ ମିଳିଲା। ମାଣିକମ୍ ଟାଗୋର ହେଉଛନ୍ତି ଅଲ ଇଣ୍ଡିଆ କଂଗ୍ରେସ କମିଟିର ଦାୟିତ୍ୱରେ ଥିବା ଏବଂ ତେଲେଙ୍ଗାନାର ସାଂସଦ।
ସେ ତାଙ୍କ ଟ୍ୱିଟରେ କହିଛନ୍ତି ଯେ, ଏହି ଭିଡିଓ ତେଲେଙ୍ଗାନାରେ ହୁଜୁରାବାଦ ଉପ-ନିର୍ବାଚନର ଅଟେ। ନିର୍ବାଚନ ସମୟରେ ବିଜେପି ଲୋକଙ୍କୁ ଟଙ୍କା ବାଣ୍ଟୁଛି ବୋଲି ସେ ଅଭିଯୋଗ କରିଛନ୍ତି। ଏହି ଟୁଇଟରେ ସେ ନିର୍ବାଚନ ଆୟୋଗଙ୍କୁ ବିଜେପି ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କହିଛନ୍ତି।
ଏଥିରୁ ସ୍ପଷ୍ଟ ହେଉଛି ଯେ, ଭାଇରାଲ ଭିଡିଓ ପୁରୁଣା ଅଟେ।
ଏହାକୁ ଧ୍ୟାନରେ ରଖି ଆମେ ଗୁଗୁଲରେ ଏକ କୀୱାର୍ଡ ସନ୍ଧାନ କରିଥିଲୁ ଏବଂ ଅନେକ ରିପୋର୍ଟ ପାଇଥିଲୁ ଯେଉଁଥିରେ ଦର୍ଶାଯାଇଥିଲା ଯେ ସେହି ସମୟରେ ଏହିପରି ଅନେକ ଭିଡିଓ ସାମ୍ନାକୁ ଆସିଥିଲା। ଏବଂ ସେମାନଙ୍କ ମଧ୍ୟରେ ଦାବି କରାଯାଉଥିଲା ଯେ ବିଜେପି ଏବଂ ତେଲେଙ୍ଗାନା ରାଷ୍ଟ୍ର ସମିତି (ଟିଆରଏସ) ଲୋକଙ୍କୁ ଭୋଟ୍ ପାଇଁ ଟଙ୍କା ଦେଇଛନ୍ତି।
ଆମେ 28 ଅକ୍ଟୋବର 2021 ରେ ପ୍ରକାଶିତ ନ୍ୟୁଜ୍ ମିନିଟ୍ ର ଏକ ରିପୋର୍ଟ ପାଇଲୁ। ଏଥିରେ ଦର୍ଶାଯାଇଛି ଯେ ତେଲେଙ୍ଗାନାର ହୁଜୁରାବାଦରେ ଅକ୍ଟୋବର 2021 ଉପ-ନିର୍ବାଚନ ସମୟରେ ଏହି ଭିଡିଓ ପ୍ରକାଶିତ ହୋଇଥିଲା।
ଆପଣ ଭିଡିଓରେ ଦେଖିପାରିବେ ଯେ ଲଫାପା ଉପରେ ଜଣେ ନେତାଙ୍କ ଚିତ୍ର ଅଛି । ଏହାକୁ ନିମ୍ନ ରେ ଦେଖିପାରିବେ।

ଅନୁସନ୍ଧାନ ପରେ ଆମେ ଜାଣିବାକୁ ପାଇଲୁ ଯେ ଏହି ଲିଫାପା ଉପରେଥିବା ଫୋଟୋ ତେଲେଙ୍ଗାନା ବିଜେପି ନେତା ଏଟେଲା ରାଜେନ୍ଦରଙ୍କର। ସେ ଟିଆରଏସ ଦଳର ସଦସ୍ୟ ଥିଲେ। ସେ ଏକ ଜମି ଚୁକ୍ତି ସହ ଦୁର୍ନୀତିର ଅଭିଯୋଗର ସମ୍ମୁଖୀନ ହୋଇଥିଲେ। ପରେ ସେ ଇସ୍ତଫା ଦେଇ ବିଜେପିରେ ଯୋଗ ଦେଇଥିଲେ। ଏଜୁଲା ରାଜେଣ୍ଡର ହୁଜୁରାବାଦ ବାଇପୋଲରେ ବିଜେପି ଟିକେଟରେ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ।
ନିମ୍ନରେ ଦିଆଯାଇଥିବା ତୁଳନାତ୍ମକ ଚିତ୍ରକୁ ଦେଖି ଆପଣ ବୁଝିପାରିବେ ଯେ ଭାଇରାଲ ଭିଡିଓରେ ଦେଖାଯାଇଥିବା ଫୋଟୋ ତେଲେଙ୍ଗାନା ବିଜେପି ନେତା ଏଟେଲା ରାଜେନ୍ଦରଙ୍କ ଅଟେ।

ସିଦ୍ଧାନ୍ତ-
ତଥ୍ୟ ଯାଞ୍ଚ କରିବା ପରେ, ଆମେ ଜାଣିଲୁ ଯେ ଭାଇରାଲ୍ ଭିଡିଓ ସହିତ କରାଯାଇଥିବା ଦାବି ମିଥ୍ୟା ଅଟେ। ଏହି ଭିଡିଓ କର୍ଣ୍ଣାଟକର ନୁହେଁ ବରଂ ତେଲେଙ୍ଗାନାର ହୁଜୁରାବାଦରେ ଅନୁଷ୍ଠିତ ଉପ-ନିର୍ବାଚନର। ଭାଇରାଲ ଭିଡିଓ 2021 ମସିହାର।

Title:ତେଲେଙ୍ଗାନା ନିର୍ବାଚନରେ ବଣ୍ଟାଯାଇଥିବା ପଇସାର ଭିଡିଓ କର୍ଣ୍ଣାଟକ ନିର୍ବାଚନ ଦାବିରେ ଭାଇରାଲ…
Fact Check By: Sarita SamalResult: False
