ରାହୁଲ ଗାନ୍ଧୀଙ୍କ ନାଁରେ ଭାଇରାଲ ହେଉଥିବା ଏବିପି ନ୍ୟୂଜ ଗ୍ରାଫିକ୍ ଏଡିଟେଡ୍ ଅଟେ।

False Political

ଏବିପି ନ୍ୟୁଜ୍ ଚ୍ୟାନେଲ ‘ବ୍ରେକିଂ ନ୍ୟୁଜ୍’ର ଚିତ୍ର ଫଟୋସପ୍ ହୋଇଛି।  ଏହାର ‘ବ୍ରେକିଂ ନ୍ୟୁଜ୍’ ଟେମ୍ପଲେଟରେ ଏବିପି ଦ୍ୱାରା ବ୍ୟବହୃତ ଫଣ୍ଟ ପୋଷ୍ଟ ହୋଇଥିବା ଇମେଜରେ ଥିବା ଫଣ୍ଟଠାରୁ ଭିନ୍ନ।  ଆହୁରି ମଧ୍ୟ, ଏବିପି ନ୍ୟୁଜ୍ ଚ୍ୟାନେଲ୍ ନିଜେ ଟ୍ୱିଟ କର ଭାଇରାଲ ପୋଷ୍ଟକୁ ଖଣ୍ଡନ କରିଥିଲା। 

ଏବିପି ନ୍ୟୁଜ୍ ଚ୍ୟାନେଲ୍ ‘ବ୍ରେକିଙ୍ଗ୍ ନ୍ୟୁଜ୍’ ଟେମ୍ପଲେଟ୍ ସହିତ ଏକ ସ୍କ୍ରିନସୋଟ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଟେମ୍ପଲେଟ୍ ରେ ରାହୁଲ ଗାନ୍ଧୀଙ୍କୁ ନେଇ ଲେଖାଯାଇଛି ଯେ, ରାହୁଲ ଗାନ୍ଧୀ କହିଛନ୍ତି ଯେ, ‘କଂଗ୍ରେସ ପାର୍ଟି ମୁସଲମାନମାନଙ୍କର ଅଟେ ଏବଂ ସେପରି ରହିବ’ ଏବଂ ‘ମୋର ପୂର୍ବପୁରୁଷମାନେ ମୁସଲମାନ ଥିଲେ, ମୁଁ ମୁସଲମାନ’।

ପୋଷ୍ଟରେ ଲେଖାଯାଇଛି ଯେ, ରାହୁଲ ଖାଁ ଗାନ୍ଧୀ କଂଗ୍ରେସ ର ଭାଷା

ଫେସବୁକ

ଅନୁସନ୍ଧାନ-

ପୋଷ୍ଟରେ ସତ୍ୟତା ଜାଣିବା ପାଇଁ ଆମେ ଅନୁସନ୍ଧାନ କରିଲୁ। ଆମକୁ ABP ନ୍ୟୁଜ୍ ଚ୍ୟାନେଲ ଏକ ପୋଷ୍ଟ ମିଲା। ଯେଉଁଥିରେ ସ୍ପଷ୍ଟ କରାଯାଇଛି ଯେ, ଭାଇରାଲ ପୋଷ୍ଟରେ କରାୟାଇଥିବା ଦାବି ମିଥ୍ୟା ଅଟେ। ରାହୁଲ ଗାନ୍ଧୀଙ୍କ ଦ୍ୱାରା ଦିଆଯାଇଥିବା କୌଣସି ମନ୍ତବ୍ୟକୁ ଟେଲି ପ୍ରସାରଣ କରି ନାହିଁ। ଏବିପି ନ୍ୟୁଜ୍ ନିଜେ ଏହି ଦାବିକୁ ଖଣ୍ଡନ କରିସାରିଛି।  ଟୁଇଟ୍‌ରେ ଏବିପି ନ୍ୟୁଜ୍ ଚ୍ୟାନେଲ୍ ସ୍ପଷ୍ଟ କରିଛି ଯେ ଏହା ଏଡିଟ କରାଯାଇଛି। 

ଏହି ପୋଷ୍ଟକୁ 2018ରେ ଅପଲୋଟ କରାଯାଇଛି। ଯେଉଁଥିରେ ସ୍ପଷ୍ଟ ହେଉଛି ଯେ, ଭାଇରାଲ ପୋଷ୍ଟର ବର୍ତ୍ତମାନ ସହ କୌଣସି ସମ୍ପର୍କ ନହିଁ।

ଏହା ଛଡ଼ା ଏବିପି ନ୍ୟୂଜର ଲୋଗୋ 2020ରୁ ବଦଳାଯାଇଛି। ଚେବେ ଭାଇରାଲ ପୋଷ୍ଟରେଥିବା ଲୋଗୋ ବର୍ତ୍ତମାନର ନୁହେଁ। ଏହା ପୁରୁାଣା ଅଟେ। 

ଆଗକୁ ଆମେ ଏବିପି ନ୍ୟୂଜର ଏକ ଭିଡିଓ ପାଇଲୁ। ଯେଉଁଥିରେ ଭାଇରାଲ ପୋଷ୍ଟ ଏବଂ ଆମକୁ ମିଳିଥିବା ପୋଷ୍ଟର ବିଶ୍ଲେଷଣ କରିଲୁ। ନିମ୍ନରେ ବିଶ୍ଲେଷଣ ଦେଖନ୍ତୁ। ଏଠାରେ ଦେଖିପାରିବେ ଯେ, ଭାଇରାଲ ପୋଷ୍ଟରେ କଂଗ୍ରେସ ଶବ୍ଦ ଭୁଲ ଦେଖାଯାଇଛି। କୌଣସି ଖବର ଚ୍ୟାନେଲ ଏପରି ଭୁଲ କରେ ନାହିଁ।

ଏହା ଛଡ଼ା ଏବିପି ନ୍ୟୁଜ୍ ଦ୍ୱାରା ବ୍ୟବହୃତ ହେଉଥିବାବର୍ତ୍ତମାନ  ‘ବ୍ରେକିଙ୍ଗ୍ ନ୍ୟୁଜ୍’ ଟେମ୍ପଲେଟ୍ ଭାଇରାଲ୍ ଚିତ୍ରରେ ଦେଖାଯାଉଥିବା ତୁଳନାରେ ଭିନ୍ନ ଅଟେ। ନିମ୍ନରେ ଦେଖନ୍ତୁ।

2018 ରେ ମୁସ୍ଲିମ କଂଗ୍ରେସ କୁ ନେଇ ରାହୁଲ ଗାନ୍ଧୀଙ୍କ ବିବାଦ-

ଜୁଲାଇ 2018 ରେ, ଯେତେବେଳେ ଏକ ଉର୍ଦ୍ଦୁ ଦୌନିକ ଇନକିଲାବ ରିପୋର୍ଟ କରିଥିଲା ​​ଯେ କଂଗ୍ରେସ ନେତା ରାହୁଲ ଗାନ୍ଧୀ କହିଛନ୍ତି ଯେ କଂଗ୍ରେସ ଏକ ମୁସଲମାନ ଦଳ ଅଟେ। ଏହା ପରେ ଭାରତୀୟ ଜନତା ପାର୍ଟି କଂଗ୍ରେସ ନେତାଙ୍କ ଉପରେ ଟାର୍ଗେଟ କରିଥିଲା ​​ଏବଂ ପରେ ରାହୁଲ ଗାନ୍ଧୀ ଏହାକୁ ନେଇ ଟ୍ୱିଟ୍ କରି କହିଥିଲେ  ଯେ, ସେ ଏବଂ ତାଙ୍କ ଦଳ “ସମସ୍ତ ଜୀବଜନ୍ତୁଙ୍କୁ ଭଲ ପାଆନ୍ତି” ଏବଂ ସେମାନଙ୍କର ଧର୍ମ କିମ୍ବା ଜାତିର କୌଣସି ଗୁରୁତ୍ୱ ନାହିଁ।

ସେତେବେଳେ କଂଗ୍ରେସ ସହ ଜଡିତ ଥିବା ପ୍ରିୟଙ୍କା ଚାଟୁର୍ବେଦୀ ଖବରକାଗଜ ଦ୍ୱାରା ପ୍ରକାଶିତ ରିପୋର୍ଟକୁ ପ୍ରତ୍ୟାଖ୍ୟାନ କରିଥିଲେ।

ଇତିହାସିକ ଏସ ଇରଫାନ୍ ହବିବ ମଧ୍ୟ ଟୁଇଟ୍ କରି କହିଛନ୍ତି ଯେ ସେ ଏହି ସଭାରେ ସେ ଉପସ୍ଥିତ ଥିଲେ ଏବଂ ସେ ସ୍ପଷ୍ଟ କରିଛନ୍ତି ଯେ,  “ଏପରି କୌଣସି ପ୍ରସଙ୍ଗ ଆସିନାହିଁ”।

ସିଦ୍ଧାନ୍ତ- ଅନୁସନ୍ଧାନରେ ସ୍ପଷ୍ଟ ହେଲା ଯେ, ଭାଇରାଲ ପୋଷ୍ଟ ମିଥ୍ୟା ଅଟେ। ନକଲି ଏବିପି ନ୍ୟୁଜ୍ ଗ୍ରାଫିକ୍ ଗୁଡିକ ସେୟାର କରି ରାହୁଲ ଗାନ୍ଧୀଙ୍କ ନାଁରେ  ମିଥ୍ୟା ଦାବି କରାଯାଉଛି। 

Avatar

Title:ରାହୁଲ ଗାନ୍ଧୀଙ୍କ ନାଁରେ ଭାଇରାଲ ହେଉଥିବା ଏବିପି ନ୍ୟୂଜ ଗ୍ରାଫିକ୍ ଏଡିଟେଡ୍ ଅଟେ।

Fact Check By: Sarita Samal 

Result: False

Leave a Reply

Your email address will not be published. Required fields are marked *