ବର୍ତ୍ତମାନ ବଜରଙ୍ଗ ଦଳ ବିରୋଧରେ ବିଜେପି ନେତା ଜ୍ୟୋତିରାଦିତ୍ୟ ସିନ୍ଧ୍ୟା ବିରୋଧ କରିଛନ୍ତି କି ?

False Political

ବିଜେପି ନେତା ଜ୍ୟୋତିରାଦିତ୍ୟ ସ୍କିଣ୍ଡିଆର ଏକ ଭିଡିଓ ଇଣ୍ଟରନେଟରେ ଭାଇରାଲ ହେବାରେ ଲାଗିଛି। ଏଥିରେ ସେ ବଜରଙ୍ଗ ଦଳ ବିରୋଧରେ କଥା ହେଉଥିବା ନଜର ଆସିଛନ୍ତି। ଦାବି କରାଯାଉଛି ଯେ ଜ୍ୟୋତିରାଦିତ୍ୟ ସିନ୍ଧ୍ୟା ବିଜେପିରେ ଥିବାବେଳେ ବଜରଙ୍ଗ ଦଳ ବିରୋଧରେ କହୁଛନ୍ତି।

ପୋଷ୍ଟରେ ଲେଖାଯାଇଛି ଯେ, ବିଜେପି କେନ୍ଦ୍ରମନ୍ତ୍ରୀ Jyotiraditya Sindhiya

ଫେସବୁକଆର୍କାଇଭ

ଅନୁସନ୍ଧାନ-

ଭାଇରାଲ ଭିଡିଓକୁ ୟୁଟ୍ୟୁବରେ ଅଲଗା ଅଲଗା କୀ-ଶବ୍ଦ ବ୍ୟବହାର କରି ଭିଡିଓ ଯାଞ୍ଚ କରିଲୁ। ଫଳସ୍ୱରୁପ ଆମେ 17 ଫେବୃଆରୀ 2017 ରେ ଭାରତୀୟ ଜାତୀୟ କଂଗ୍ରେସ ଚ୍ୟାନେଲରେ ପ୍ରସାରିତ ମୂଳ ଭିଡିଓ ପାଇଲୁ। ଏହା ସହିତ ଦିଆଯାଇଥିବା ସୂଚନାରେ କୁହାଯାଇଛି ଯେ ଏହି ଭିଡିଓ କଂଗ୍ରେସ ମୁଖ୍ୟାଳୟରେ ଆୟୋଜିତ AICC ପ୍ରେସ ବ୍ରିଫିଙ୍ଗର ଅଟେ। ଏଥିରେ ଆପଣ 8.39 ମିନିଟରୁ ଭାଇରାଲ୍ କ୍ଲିପ୍ ଦେଖିପାରିବେ।

ଏଥିରୁ ଆମେ କହିପାରିବା ଯେ ଏହି ଭିଡିଓ ସାମ୍ପ୍ରତିକ ନୁହେଁ, ଏହା ଛଅ ବର୍ଷ ପୁରୁଣା।

ଆଗକୁ 17 ଫେବୃଆରୀ 2017 ରେ ପ୍ରକାଶିତ ଏକ ରିପୋର୍ଟ ପାଇଲୁ, ଏଥିରେ କୁହାଯାଇଛି ଯେ ସେହି ସମୟ ମଧ୍ୟରେ ମଧ୍ୟପ୍ରଦେଶରେ ଆଇଏସଆଇର 11 ଜଣ ଗୁପ୍ତଚର ଧରାପଡିଥିଲେ। ଜ୍ୟୋତିରାଦିତ୍ୟ ସିନ୍ଧ୍ୟା ଏବଂ କଂଗ୍ରେସ ଦଳ ଦାବି କରିଛନ୍ତି ଯେ, ତିନିଜଣ ଗୁପ୍ତଚରଙ୍କ ବିଜେପି, ବଜରଙ୍ଗ ଦଳ ଏବଂ ଭିଏଚପି ସହ ସମ୍ପର୍କ ରହିଛି। ଏବଂ ଏହି କାରଣରୁ କଂଗ୍ରେସ ଦଳ ସୁପ୍ରିମକୋର୍ଟର ଏହି ଘଟଣାର ତଦନ୍ତ କରିବାକୁ ଦାବି କରିଛି।

ଏହି ଭିଡିଓରେ ଜ୍ୟୋତିରାଦିତ୍ୟ ସିନ୍ଧ୍ୟା ଏହି ବିଷୟରେ କହୁଛନ୍ତି । ଏଠାରେ କହିରଖୁଛୁ ଯେ, ଏହା ହେଉଛି 2017 ବର୍ଷର ଭିଡିଓ,ଯେତେବେଳେ ଜ୍ୟୋତିରାଦିତ୍ୟ ସିନ୍ଧ୍ୟା କଂଗ୍ରେସ ଦଳର ନେତା ଥିଲେ। ମାର୍ଚ୍ଚ 2020 ରେ ସେ ବିଜେପିରେ ଯୋଗ ଦେଇଥିଲେ।

ସିଦ୍ଧାନ୍ତ-

ତଥ୍ୟ ଯାଞ୍ଚ କରିବା ପରେ, ଆମେ ଜାଣିଲୁ ଯେ ଭାଇରାଲ୍ ଭିଡିଓ ସହିତ କରାଯାଇଥିବା ଦାବି ମିଥ୍ୟା ଅଟେ।  ଏହି ଭିଡିଓ ବର୍ତ୍ତମାନର ନୁହେଁ, ଏହା 2017ର ଅଟେ।  ସେହି ସମୟରେ  ଜ୍ୟୋତିରାଦିତ୍ୟ ସିନ୍ଧ୍ୟା ବିଜେପିରେ ନୁହେଁ କଂଗ୍ରେସରେ ଥିଲେ।

Avatar

Title:ବର୍ତ୍ତମାନ ବଜରଙ୍ଗ ଦଳ ବିରୋଧରେ ବିଜେପି ନେତା ଜ୍ୟୋତିରାଦିତ୍ୟ ସିନ୍ଧ୍ୟା ବିରୋଧ କରିଛନ୍ତି କି ?

Fact Check By: Sarita Samal 

Result: False

Leave a Reply

Your email address will not be published. Required fields are marked *