କ’ଣ କର୍ଣ୍ଣାଟକ ନିର୍ବାଚନ ପ୍ରଚାର ସମୟରେ ସୋନିୟା ଏବଂ ରାହୁଲ ଗାନ୍ଧୀ, କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନଙ୍କୁ ଅସମ୍ମାନ କରିଥିଲେ? ଜାଣନ୍ତୁ ସତ୍ୟ।

Missing Context Political

୧୦ ମଇ ରେ କର୍ଣ୍ଣାଟକ ନିର୍ବାଚନ ହୋଇଥିଲା। ଏହା ପୂର୍ବରୁ ଅନେକ ରାଜନୈତିକ ଦଳ ନିଜ ପାର୍ଟି ପ୍ରଚାର ପାଇଁ ରେଲି ଆୟୋଜନ କରିଥିଲେ। ଏହି ସମୟରେ କର୍ଣ୍ଣାଟକରେ କଂଗ୍ରେସର ଏକ ରେଲିରେ ପ୍ରଚାର କରୁଥିବାର ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। 

ଭିଡିଓରେ ଦେଖିବାକୁ ମିଳିଛି ଯେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ହାତ ଯୋଡି ଛିଡା ହୋଇଥିବା ବେଳେ ସୋନିଆ ଗାନ୍ଧୀ ଏବଂ ରାହୁଲ ଗାନ୍ଧୀ ତାଙ୍କୁ ଅଣଦେଖା କରି ଅସମ୍ମାନ କରିଛନ୍ତି। ଏହି ଭିଡିଓକୁ ନେଇ ଅନେକ ଲୋକେ ସୋସିଆଲ ମିଡିଆରେ କଂଗ୍ରେସ ଦଳର ପରିହାସ କରୁଛନ୍ତି।

କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ବିନା ଉପଯୁକ୍ତ ପ୍ରସଙ୍ଗ ସହିତ ସେୟାର ହେଉଥିବା ପାଇଲା। ଏହା ମୂଳ ଭିଡିଓର ଏକ ଛୋଟ କ୍ଲିପ୍ ଅଟେ। 

କ’ଣ ଦାବି କରା ଯାଇଛି  ପୋଷ୍ଟରେ? 

ଭିଡିଓ ସେୟାର କରି ସୋସିଆଲ ମିଡିଆ ବ୍ୟବହାରକାରୀ ମାନେ ଦାବି କରୁଛନ୍ତି ଯେ “ଏବେ ଏବେ କର୍ଣ୍ଣାଟକ ନିର୍ବାଚନ ପ୍ରଚାର ସମୟରେ, କଂଗ୍ରେସ ଦଳର ସଭାପତି ଶ୍ରୀ ଖର୍ଗେ ମହାଶୟ ଙ୍କ ଅସହାୟତା….ଦେଖା ଯାଉଛି ଓ ବୁଝା ପଡୁଛି

Facebook | Archive

ଏହି ଭିଡିଓଟିକୁ ବିଜେପି ଆଇଟି ସେଲ୍ ଜାତୀୟ ସଂଯୋଜକ ଅମିତ ମାଲଭିୟା ଟୁଇଟ କରିବା ପରେ ଏହା ସୋସିଆଲ ମିଡିଆରେ ଭାଇରାଲ ହେବାକୁ ଲାଗିଛି। 

ସେ ଟୁଇଟରେ କହିଛନ୍ତି, “ମୋତେ ଜଞ୍ଜିର ଫିଲ୍ମର ଗୋଟିଏ ଡାଇଲଗ୍ ମାନେ ପଡୁଛି, ଯେତେ ପର୍ଯ୍ୟନ୍ତ ବସିବାକୁ କୁହା ଯାଇ ନାହିଁ ସେତେ ପର୍ଯ୍ୟନ୍ତ ବସ ନାହିଁ। କଂଗ୍ରେସକୁ ଭୋଟ୍ ଦେବାର ଅର୍ଥ ହେଉଛି ସୋନିଆ ଏବଂ ରାହୁଲ ଗାନ୍ଧୀଙ୍କୁ କର୍ଣ୍ଣାଟକ ରାଜ୍ୟର ଶାସନ ଚଳାଇବା ପାଇଁ ସୁଯୋଗ ଦେବା। ଏପରି ହେବାକୁ ଦିଅନ୍ତୁ ନାହିଁ କର୍ଣ୍ଣାଟକ। ୧୦ ତାରିଖ ବୁଦ୍ଧିମଣି ସହିତ ଭୋଟ୍ ଦିଅନ୍ତୁ।”

Archive

ଆମ ଅନୁସନ୍ଧାନ: 

ଆମ ଅନୁସନ୍ଧାନରେ ଆମେ ବିଭିନ୍ନ ମୁଖ୍ୟଶବ୍ଦ ବ୍ୟବହାର କରି ଏହି ଭିଡିଓ ସର୍ଚ୍ଚ କରିଲୁ। ଫଳାଫଳରେ ଆମକୁ କଂଗ୍ରେସ ଦ୍ଵାରା ଆୟୋଜିତ ଏକ ରେଲିର ଭିଡିଓ ୟୁଟ୍ୟୁବରେ ପ୍ରସାରିତ ହେଇଥିବା ମିଳିଲା। ୬ ମଇ ୨୦୨୩ ରେ ଏହି ଭିଡିଓ କଂଗ୍ରେସ ଦଳ ଚ୍ୟାନାଲରେ ମିଳିଲା। ଭିଡିଓ ଶାୟତ ଦିଅ ଯାଇଥିବା ସୂଚନାରେ କୁହା ଯାଇଛି ଯେ ଏହା ଏକ ବିଶାଳ ରେଲିର ଭିଡିଓ ଅଟେ ଯେଉଁଥିରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ, ସୋନିଆ ଗାନ୍ଧୀ ଏବଂ ରାହୁଲ ଗାନ୍ଧୀ ଯୋଗଦାନ ଦେଇଥିଲେ। ଏହା କର୍ଣ୍ଣାଟକର ହୁବଲି ସହରରେ ଆୟୋଜିତ କରା ଯାଇଥିଲା। 

ଭିଡିଓରେ ଆମେ ଦେଖିବାକୁ ପାଇଲୁ ଯେ ସୋନିଆ ଗାନ୍ଧୀ ଜନସାଧାରଣଙ୍କର ଏକ ବିଶାଳ ସମୂହକୁ ସମ୍ବୋଧିତ କରିଥିଲେ। ଭିଡିଓର ୨୨.୨୬ ମିନିଟ ରେ ତାଙ୍କ ଭାଷଣ ଶେଷ ହୋଇଥିଲା। ଏହା ପରେ ସେ ମଞ୍ଚରେ ରଖା ଯାଇଥିବା ଚେୟାରରେ ବସିଥିଲେ। ସେହି ସମୟରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଛିଡା ହୋଇଥିଲେ। 

୨୨.୨୬ ମିନିଟରୁ ନେଇ ୨୨.୪୬ ମିନିଟ ମଧ୍ୟରେ ଆମେ ଭାଇରାଲ କ୍ଲିପ୍ ଦେଖି ପାରିବା। ଭିଡିଓକୁ ଅଧିକ ଦେଖିବା ପରେ ଆମେ ଜାଣିଲୁ ଯେ ସୋନିଆ ଗାନ୍ଧୀଙ୍କ ଭାଷଣ ପରେ ମଲ୍ଲିକାର୍ଜୁନଙ୍କ ନାମ ଘୋଷଣା କରା ଯାଇଥିଲା। ଏହା ପରେ ସେ ମଞ୍ଚରେ ମାଇକ୍ ନିକଟରେ ଯାଇ ଭାଷଣ ଦେଇଥିଲେ। ଏହା ସହିତ ଆମେ ଏହା ମଧ୍ୟ ଦେଖିବାକୁ ପାଇଲୁ ଯେ ଯେତେବେଳେ ମଲ୍ଲିକାର୍ଜୁନ ଭାଷଣ ଦେବା ପାଇଁ ଯାଉଥିଲେ, ସେତେବେଳେ ସୋନିୟା ଗାନ୍ଧୀ, ରାହୁଲ ଗାନ୍ଧୀ ଏବଂ ମଞ୍ଚରେ ବସିଥିବା ଅନ୍ୟାନ୍ୟ ନେତା ତାଙ୍କୁ ସମ୍ମାନ ଦେଇ ଛିଡା ହୋଇଥିଲେ। 

ଆମେ ଏହା ମଧ୍ୟ ଜାଣିବାକୁ ପାଇଲୁ ଯେ ଭାଇରାଲ ଭିଡେର କେବଳ ଏପରି ଅଂଶ ନିଆ ଯାଇଛି ଯେଉଁଥିରେ ମଲ୍ଲିକାର୍ଜୁନଙ୍କ ନାମ ଘୋଷଣା ହେଉଥିବା ଅଂଶ ନାହିଁ। ଶେଠୀପାଇଁ ଭାଇରାଲ ଭିଡିଓ ଦେଖିବା ପରେ ଏପରି ବ୍ଯତୀତ ହେଉଛି ଯେ ସୋନିଆ ଗାନ୍ଧୀ ଏବଂ ରାହୁଲ ଗାନ୍ଧୀ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନକୁ ଅସମ୍ମାନ କରୁଛନ୍ତି। 

ନିମ୍ନରେ ଆପଣ ମାନେ ଦୁଇଟି ଭିଡିଓ ମଧ୍ୟରେ ତୁଳନା ଦେଖି ପାରିବେ। 

ଶେଷକଥା: 

ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲା ଯେ ମୂଳ ଭିଡିଓର ଏକ ଛୋଟ ଅଂଶକୁ ପ୍ରସଙ୍ଗ ବାହାରେ ସେୟାର କରା ଯାଉଛି। ମୂଳ ଭିଡିଓର ସୋନିୟା ଗାନ୍ଧୀ ଏବଂ ରାହୁଲ ଗାନ୍ଧୀ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନଙ୍କୁ ଅସମ୍ମାନ କରୁ ନାହାଁନ୍ତି। ସୋନିୟା ଗାନ୍ଧୀଙ୍କ ଭାଷଣ ପରେ ମଲ୍ଲିକାର୍ଜୁନଙ୍କ ଭାଷଣ ଥିବା ହେତୁ ସେ ଛିଡା ରହିଥିଲେ ଏବଂ ତାଙ୍କ ନାମ ଘୋଷଣା ହେବା ପରେ ସେ ମଞ୍ଚରେ ଥିବା ମାଇକ୍ ନିକଟରେ ଯାଇ ଭାଷଣ ଦେଇଥିଲେ। 

Avatar

Title:କ’ଣ କର୍ଣ୍ଣାଟକ ନିର୍ବାଚନ ପ୍ରଚାର ସମୟରେ ସୋନିୟା ଏବଂ ରାହୁଲ ଗାନ୍ଧୀ, କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନଙ୍କୁ ଅସମ୍ମାନ କରିଥିଲେ? ଜାଣନ୍ତୁ ସତ୍ୟ।

Fact Check By: Siddharth Sahu 

Result: Missing Context

Leave a Reply

Your email address will not be published. Required fields are marked *