ଗୁଜରାଟରେ ଗତ ୫ ବର୍ଷରେ ୪୦,୦୦୦ ମହିଳାଙ୍କ ନିଖୋଜ ହୋଇଥିବା ବିଷୟରେ ସତ୍ୟତା ଜାଣନ୍ତୁ।

Missing Context Political

ନିକଟରେ ଗୁଜୁରାଟରୁ ନିଖୋଜ ମହିଳାଙ୍କ ବିଷୟରେ ଏକ ସୂଚନା ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ଗତ ୫ ବର୍ଷ ମଧ୍ୟରେ ଗୁଜୁରାଟରୁ ୪୧ ହଜାର ମହିଳା ନିଖୋଜ ହୋଇଯାଇଥିବା ଦାବି ହେଉଛି। ଗତ 5 ବର୍ଷ ମଧ୍ୟରେ ଗୁଜୁରାଟରୁ ୪୧ ହଜାର ମହିଳା ନିଖୋଜ ହୋଇଯାଇଛନ୍ତି ବୋଲି ଏନସିଆରବି ର ଏକ ରିପୋର୍ଟ କହିଛି। 

କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଜାଣିବାକୁ ପାଇଲା ଯେ ଏହି ସୂଚନା ନେଇ ସୋସିଆଲ ମିଡିଆରେ ସମ୍ପୁର୍ଣ୍ଣ ତଥ୍ୟ ଦର୍ଶାଅ ଯାଇ ନାହିଁ।

କ’ଣ ଦାବି କରା ଯାଇଛି ପୋଷ୍ଟରେ? 

ସୋସିଆଲ ମିଡିଆ ବ୍ୟବହାରକାରୀ ମାନେ ଦାବି କରୁଛନ୍ତି ଯେ, “ଏହା ହେଉଛି ଡବଲ ଇଞ୍ଜିନ୍ ସରକାର ଗୁଜୁରାଟ ମଡେଲ୍। ୫ ବର୍ଷରେ ୪୦ ହଜାର ରୁ ଅଧିକ ମହିଳା ନିଖୋଜ।”

Facebook | Archive

ଅନେକ ଗଣମାଧ୍ୟମ ମଧ୍ୟ ଏହି ସୂଚନାକୁ ପ୍ରସାରିତ କରିଛନ୍ତି। ୮ ମଇ ର ଏକ ରିପୋର୍ଟ ଅନୁଯାୟୀ, ଜାତୀୟ କ୍ରାଇମ୍ ରେକର୍ଡ ବ୍ଯୁରୋ ଅନୁଯାୟୀ ଗୁଜୁରାଟରେ ଗତ ୫ ବର୍ଷରେ ୪୧,୬୨୧ ମହିଳା ନିଖୋଜ ହୋଇଛନ୍ତି। କିନ୍ତୁ ସେମାନଙ୍କର ନିଖୋଜ ହେବାର କୌଣସି କାରଣ ଜଣା ପଡି ନାହିଁ। ୨୦୧୬ ରେ ୭,୧୦୫, ୨୦୧୭ ରେ ୭୭୧୨, ୨୦୧୮ ରେ ୯୨୪୬, ୨୦୧୯ ରେ ୯୨୬୮ ଏବଂ ୨୦୨୦ ରେ ୮୨୯୦ ମହିଳା ନିଖୋଜ ହେଇଥିବାର ସୂଚନା ମିଳିଛି। ଏହା ନେଇ ଗୁଜୁରାଟ ସରକାରକୁ ନେଇ ଟାର୍ଗେଟ୍ କରିଛନ୍ତି କଂଗ୍ରେସ ବିଧାୟକ। 

ଆମ ଅନୁସନ୍ଧାନ: 

ଏହି ବିଷୟରେ ସତ୍ୟତା ଜାଣିବା ପାଇଁ ଆମେ ପ୍ରଥମେ ଏନସିଆରବି ପୋର୍ଟାଲ୍ ରେ ଯାଇ ରିପୋର୍ଟ ଯାଞ୍ଚ କରିଲୁ। ଆମେ ଜାଣିବାକୁ ପାଇଲୁ ଯେ ଗୁଜୁରାଟରେ ୨୦୧୬ ରେ ୭୧୦୫, ୨୦୧୭ ରେ ୭୭୧୨ ଏବଂ ୨୦୧୮ ରେ ୯୨୪୬ ମହିଳା ନିଖୋଜ ହେଇଥିଲେ। କିନ୍ତୁ ଏହା ମଧ୍ୟ ଜାଣିବାକୁ ପାଇଲୁ ଯେ କେବଳ ଗୁଜୁରାଟରୁ ସର୍ବାଧିକ ମହିଳା ନିଖୋଜ ହୋଇ ନାହାଁନ୍ତି। ନିଖୋଜ ମହିଳାଙ୍କ ତାଲିକାରେ ୨୦୧୬, ୨୦୧୭ ଏବଂ ୨୦୧୮ ମସିହାରେ ମହାରାଷ୍ଟ୍ର, ପଶ୍ଚିମବଙ୍ଗ, ମଧ୍ୟ ପ୍ରଦେଶ, ଦିଲ୍ଲୀ ଏବଂ ରାଜସ୍ଥାନ ପରି ରାଜ୍ୟରେ ମହିଳା ମାନକ ନିଖୋଜ ସଂଖ୍ୟା ଗୁଜୁରାଟର ସଂଖ୍ୟା ଠାରୁ ଅଧିକ। ଆମେ ଜଣାଇ ଦେବା ପାଇଁ ଚାହୁଁଛୁ ଯେ ୨୦୧୮ ମସିହାରେ ଓଡ଼ିଶାରେ ନିଖୋଜ ହେଇଥିବା ମହିଳାଙ୍କ ସାକ୍ଷା ଗୁଜୁରାଟ ଠାରୁ ଅଧିକ ଥିଲା। ନିମ୍ନରେ ଆପଣ ମାନେ NCRB ରିପୋର୍ଟ ଦେଖି ପାରିବେ। 

ଗୁଗୁଲରେ ବିଭିନ୍ନ ମୁଖ୍ୟଶବ୍ଦ ବ୍ୟବହାର କରି ସର୍ଚ୍ଚ କରିବା ପରେ ଆମକୁ ୮ ମଇ ୨୦୨୩ ରେ ଗୁଜୁରାଟ ପୋଲିସର ଏକ ଟୁଇଟ ମିଳିଲା। ଟୁଇଟ ମାଧ୍ୟମରେ ପୋଲିସ କହିଛି ଯେ, “ନିକଟରେ କିଛି ଗଣମାଧ୍ୟମରେ ରିପୋର୍ଟ ପ୍ରକାଶିତ ହେଉଛି ଯେ ଏନସିଆରବି ରିପୋର୍ଟ ଅନୁଯାୟୀ ଗତ ୫ ବର୍ଷରେ ଗୁଗୁଜାତରୁ ୪୧ ହଜାର ମହିଳା ନିଖୋଜ ହୋଇଛନ୍ତି। ଏହି ସୂଚନା ଅସମ୍ପୂର୍ଣ୍ଣ ଏବଂ ବିଭ୍ରାନ୍ତକର” ଗୁଜୁରାଟ ପୋଲିସ ଟୁଇଟରେ ଏହା ମଧ୍ୟ ସ୍ପଷ୍ଟ କରିଛି ଯେ ୪୧ ହଜାର ନିଖୋଜ ମହିଳାଙ୍କ ମଧ୍ୟରୁ ୩୯,୪୯୭ ମହିଳା ଫେରି ଆସିଛନ୍ତି ଏବଂ ତାଙ୍କ ନିଜ ପରିବାର ସହିତ ଅଛନ୍ତି। ଏହି ଦୁଇଟି ଆକଳନ ମଧ୍ୟ NCRB ଦ୍ୱାରା ପ୍ରକାଶିତ ହୋଇଛି ଯାହାକି NCRB ର ପୋର୍ଟାଲରୁ ମଧ୍ୟ ଯାଞ୍ଚ କରାଯାଇପାରିବ।

ଗୁଜରାଟ ପୋଲିସ ଦ୍ଵାରା ଦିଆ ଯାଇଥିବା ସୂଚନା ନେଇ ଆମେ NCRB ରିପୋର୍ଟ ଯାଞ୍ଚ କରିଲୁ। ଆମେ ଜାଣିବାକୁ ପାଇଲୁ ଯେ ୨୦୧୭ ମସିହାରେ ଗୁଜୁରାଟ ରାଜ୍ୟରେ ୫୨୯୧ ନିଖୋଜ ପୁରୁଷ ଏବଂ ୮୪୮୧ ନିଖୋଜ ମହିଳାଙ୍କ ବିଷୟରେ ପତା ମିଳିଛି। ଏହାର ଅର୍ଥ ହେଉଛି ୬୦.୯ ପ୍ରତିଶତ ପୁରୁଷ ଏବଂ ୭୧% ନିଖୋଜ ହେଇଥିବା ମହିଳାଙ୍କ ପତା ମିଳି ସାରିଛି।

୨୦୧୮ ରେ ୪୩୧୨ ପୁରୁଷ ଏବଂ ୮୫୭୦ ନିଖୋଜ ମହିଳାଙ୍କ ପତା ମିଳିଛି ଯାହାର ଗଣନା ୫୨.୨ % ଏବଂ ୬୭.୪% ଅଟେ। ୨୦୧୯ ରିପୋର୍ଟ ଅନୁଯାୟୀ ୪୪୩୪ ପୁରୁଷ ଏବଂ ୮୪୫୩ ମହିଳାଙ୍କୁ ଖୋଜି ବାହାର କରା ଯାଇଛି। ଏହା ହେଉଛି ୪୯.୫% ପୁରୁଷ ଏବଂ ୬୩.୭% ମହିଳା। ୨୦୨୦ ରିପୋର୍ଟ ରେ ସରଷା ଯାଇଛି ଯେ ୩୬୨୩ ପୁରୁଷ ଏବଂ ୭୭୫୩ ନିଖୋଜ ହେଇଥିବା ମହିଳାଙ୍କୁ ଖୋଜି ତାଙ୍କ ପତା ବାହାର କରା ଯାଇଛି। ଏହା ହେଉଛି ୪୩.୮% ଏବଂ ୫୮.୯%। 

ଗୁଜୁରାଟର ଏଡିଜିପି ନରସିଂହ କୁମାରଙ୍କୁ ଏହି ସୂଚନା ବିଷୟରେ TV9 ଗୁଜୁରାଟୀ ସାକ୍ଷାତକାର ଦେଇ ସେ ଏହି ସୂଚନା ଅସମ୍ପୂର୍ଣ୍ଣ ବୋଲି ଦର୍ଶାଇ ଭାଇରାଲ ଦାବିକୁ ମଧ୍ୟ ଖଣ୍ଡନ କରିଛନ୍ତି।

ଶେଷକଥା: 

ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲା ଯେ ଭାଇରାଲ ଖବର ଅସମ୍ପୂର୍ଣ୍ଣ ଏବଂ ବିଭ୍ରାନ୍ତକର ଅଟେ। ଯଦିଓ ଏହା ସତ୍ୟ ଯେ ଗୁଜୁରାଟରୁ ଗତ ୫ ବର୍ଷରେ ୪୦ ହଜାରରୁ ଅଧିକ ମହିଳା ନିଖୋଜ ହେଇଛନ୍ତି କିନ୍ତୁ ତାଙ୍କ ମଧ୍ୟରୁ ୯୫% ମହିଳା ନିଜ ପରିବାରକୁ ଫେରି ଆସିଛନ୍ତି। 

Avatar

Title:ଗୁଜରାଟରେ ଗତ ୫ ବର୍ଷରେ ୪୦,୦୦୦ ମହିଳାଙ୍କ ନିଖୋଜ ହୋଇଥିବା ବିଷୟରେ ସତ୍ୟତା ଜାଣନ୍ତୁ।

Fact Check By: Siddharth Sahu 

Result: Missing Context

Leave a Reply

Your email address will not be published. Required fields are marked *