କ’ଣ ଯନ୍ତର ମନ୍ତର ଆନ୍ଦୋଳନରେ ଯୋଗଦେବା ପାଇଁ ନକଲି ବିରୋଧକାରୀମାନେ ନିଜର ପୋଷାକ ବଦଳାଉଛନ୍ତି? ଜାଣନ୍ତୁ ସତ୍ୟ।

Communal Missing Context

ଦିଲ୍ଲୀର ଯନ୍ତର ମନ୍ଥରରେ କୁସ୍ତି ଖେଳାଳିଙ୍କର ଆନ୍ଦୋଳନରେ ଯୋଗଦାନ ଦେବା ପାଇଁ ପଞ୍ଜାବର କୃଷକ ମାନେ ସେଠାରେ ପହଞ୍ଚିଛନ୍ତି। ଏହି ସମୟରେ ସୋସିଆଲ ମିଡିଆରେ ଗୋଟିଏ ଭିଡିଓ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ଜଣେ ମୁସ୍ଲିମ ବ୍ୟକ୍ତି ନିଜ ଟୋପି କାଢି ପାଗଢି ପିନ୍ଧୁଛନ୍ତି।

ଏହା ସହିତର ଦାବି କରା ଯାଉଛି ଯେ କେଉଁ ପ୍ରକାର ନକଲି ଲୋକମାନେ କୃଷକ ଭେଷ ହୋଇ ଦିଲ୍ଲୀର ଯନ୍ତର ମନ୍ତରରେ କୁସ୍ତି ଖେଳାଳିଙ୍କ ସମର୍ଥନରେ ଆନ୍ଦୋଳନରେ ଯୋଗ ଦେବା ପାଇଁ ଯାଉଛନ୍ତି। 

କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ଏହା ଗୋଟିଏ ପୁରୁଣା ଭିଡିଓ ଅଟେ ଏବଂ କୁସ୍ତି ଖେଳାଳିଙ୍କ ଆନ୍ଦୋଳନ ସହିତ କୌଣସି ସମ୍ବନ୍ଧ ନାହିଁ। 

କ’ଣ ଦାବି କରା ଯାଇଛି ପୋଷ୍ଟରେ? 

ଭିଡିଓ ସେଯାର କରି ସୋସିଆଲ ମିଡିଆ ଭାବହାରକରି ମାନେ ଦାବି କରୁଛନ୍ତି ଯେ, “ଯନ୍ତର ମନ୍ତରରେ ଆନ୍ଦୋଳନଜୀବୀଙ୍କ ଅସଲ ଚେହେରା। ପଗଡ଼ି ପଛର କାହାଣୀ

Facebook | Archive

ଆମ ଅନୁସନ୍ଧାନ: 

ଭାଇରାଲ ଭିଡିଓକୁ ଗଭୀରତା ସହିତ ଦେଖିବା ପରେ ଆମକୁ ଘଟଣା ସ୍ଥଳରେ ସ୍ଵର୍ଗତ ଗାୟକ ସିଦ୍ଧୁ ମୁସେୱାଲାଙ୍କ ଫୋଟୋ ଗୋଟିଏ ପୋଷ୍ଟରରେ ଥିବା ମିଳିଲା। ନୋମ୍ନରେ ଆପଣ ମାନେ ସେହି ପୋଷ୍ଟର ଦେଖି ପାରିବେ। 

ଏହା ପରେ ଆମେ ଭିଡିଓ ଉପର ପାର୍ଶ୍ଵରେ ପଞ୍ଜାବୀ ଭାଷାରେ କିଛି ଲେଖା ଯାଇଥିବା ପାଇଲୁ। ଗୁଗୁଲ ଲେନ୍ସ ସାହାଯ୍ୟରେ ଆମେ ପଞ୍ଜାବୀରେ ଲିଖିତ ଅଂଶକୁ ଅନୁବାଦ କରିଲୁ। ସେଥିରେ ଲେଖା ହୋଇଛି, “ବୀର ସିଦ୍ଧୁ ମୁସେୱାଲାର ଅନ୍ତିମ ଦୁଆରେ”

ଉପରୋକ୍ତ ତଥ୍ୟକୁ ନଜରରେ ରଖି ଆମେ ଗୁଗୁଲରେ ମୁଖ୍ୟଶବ୍ଦ ବ୍ୟବହାର କରି ସର୍ଚ୍ଚ କରିଲୁ। ଫଳାଫଳରେ ଆମକୁ ସମାନ ଭିଡିଓ ସର୍ଦ୍ଦାରୀୟନ ଟ୍ରଷ୍ଟ ପଞ୍ଜାବ ନାମକ ଏକ ଫେସବୁକ ପେଜରେ ୧୦ ଜୁନ୍ ୨୦୨୨ ରେ ପ୍ରସାରିତ ହୋଇଥିବା ମିଳିଲା। ସାଙ୍ଗରେ ଥିବା ସୂଚନାରେ କୁହାଯାଇଛି ଯେ ସିଦ୍ଧୁ ମୁସେୱାଲାଙ୍କ ଶେଷ ପ୍ରାର୍ଥନାରେ ସର୍ଦ୍ଦାରିୟନ ଟ୍ରଷ୍ଟ ପଗଡି ଲଙ୍ଗର କରିଥିଲେ। ମୁସଲମାନ ଏବଂ ହିନ୍ଦୁମାନେ ମଧ୍ୟ ପଗଡ଼ି ପିନ୍ଧି ଏଥିରେ ଭାଗ ନେଇଥିଲେ।

ଏହା ପରେ, ସମାନ ଫେସବୁକ ପେଜର ଯାଞ୍ଚ କରିବାବେଳେ, ଆମେ ଅନ୍ୟ ଏକ ପୋଷ୍ଟ ପାଇଲୁ ଯେଉଁଥିରେ ସମାନ ଘଟଣାର ଫୋଟୋ ପୋଷ୍ଟ କରାଯାଇଥିଲା।  ଆପଣ ନିମ୍ନରେ ସେହି ଫୋଟୋ ଦେଖିପାରିବେ। 

ଶେଷକଥା: 

ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲା ଯେ ଭାଇରାଲ ଭିଡିଓ ପୁରୁଣା ଅଟେ ଏବଂ ସମ୍ପ୍ରତ୍ତି ସମୟରେ କୁସ୍ତି ଖେଳାଳିଙ୍କ ଆନ୍ଦୋଳନ ସହିତ ଏହାର  କୌଣସି ସମ୍ବନ୍ଧ ନାହିଁ। 

Avatar

Title:କ’ଣ ଯନ୍ତର ମନ୍ତର ଆନ୍ଦୋଳନରେ ଯୋଗଦେବା ପାଇଁ ନକଲି ବିରୋଧକାରୀମାନେ ନିଜର ପୋଷାକ ବଦଳାଉଛନ୍ତି? ଜାଣନ୍ତୁ ସତ୍ୟ।

Fact Check By: Siddharth Sahu 

Result: Missing Context

Leave a Reply

Your email address will not be published. Required fields are marked *