ଏହି ଭାଇରାଲ କବର ହାଇଦ୍ରାବାଦର ଅଟେ ପାକିସ୍ତାନର ନୁହେଁ, ବଳାତ୍କାର ଭୟ ଯୋଗୁଁ ଏହାକୁ ପକାଯାଇଛି କି?

False Social

ଭାଇରାଲ୍ ଦାବି ମିଥ୍ୟା ଅଟେ। ଭାଇରାଲ୍ ଫୋଟୋ ହାଇଦ୍ରାବାଦର ଅଟେ ଏବଂ ଏହାର ପାକିସ୍ତାନ ଏବଂ ବଳାତ୍କାର ସହିତ କୌଣସି ସଂପର୍କ ନହିଁ। 

ସୋସିଆଲ ମିଡିଆ ଏବଂ ନ୍ୟୁଜ ୱେବସାଇଟରେ ଏକ ଖବର ଭାଇରାଲ ହେଉଛି। ଦାବି କରାଯାଇଛି ଯେ ପାକିସ୍ତାନର ଲୋକମାନେ ଝିଅମାନଙ୍କ କବର ବନ୍ଦ କରି ସେମାନଙ୍କୁ ବଳାତ୍କାରକାରୀଙ୍କଠାରୁ ରକ୍ଷା କରୁଛନ୍ତି । ଏହା ସହିତ ଏକ ଫଟୋ ଶେୟାର କରାଯାଉଛି।  ସେଥିରେ ଏକ କବର ଉପରେ ସବୁଜ ରଙ୍ଗର କବାଟ ଅଛି ଯେଉଁଥିରେ  ତାଲା ମଧ୍ୟ ଲାଗିଛି। 

ଭାଇରାଲ ପୋଷ୍ଟ ସହିତ ଲେଖାଯାଇଛି ଯେ, ପାକିସ୍ତାନରେ ଏବେ ଯୁବତୀ ମହିଳା ଏବଂ ଝିଅ ମାନଙ୍କୁ କବର ଦେଇ ସାରିବା ପରେ ତାଙ୍କ ମଜାର ରେ ଏହିଭଳି ସୁରକ୍ଷା ଆବରଣ ଲଗା ଯାଉଛି ଯାହା ଫଳରେ କାମୁକ ଲମ୍ପଟ ମାନେ କବର ରୁ ଶବ କୁ ବାହାର କରି ବଳାତ୍କାର କରି ପାରିବେ ନାହିଁ।

ଫେସବୁକ 

ଅନୁସନ୍ଧାନ-

ଅନୁସନ୍ଧାନ ଆରମ୍ଭରେ ଆମେ ଭାଇରାଲ ପୋଷ୍ଟର ସତ୍ୟତା ଜାଣିବା ପାଇଁ ଅଲଗା ଅଲଗା କି ଶବ୍ଦର ବ୍ୟବହାର କରୀ ଭାଇରାଲ ପୋଷ୍ଟ ବିଷୟରେ ଜାଣିବା ପାଇଁ ଚେଷ୍ଟା କରିଲୁ। ସୂର୍ଯ୍ୟ ରେଡ୍ଡୀଙ୍କ ଦ୍ୱାରା 1 ମଇ 2023 ରେ ପୋଷ୍ଟ କରାଯାଇଥିବା ଏକ ଟୁଇଟ୍ ପାଇଲୁ। ଟୁଇଟ୍‌ରେ ଲେଖାଯାଇଛି ଯେ, ଲକଡ୍ରେଭ ପାକିସ୍ତାନ ନୁହେଁ, ହାଇଦ୍ରାବାଦ, ଭାରତର ମଦନପେଟରେ ଅବସ୍ଥିତ। ଜଣେ ବୃଦ୍ଧ ମହିଳାଙ୍କ ପରିବାର ଏହି ସ୍ଥାନକୁ ସୁରକ୍ଷା ଦେବା ପାଇଁ ଲୁହା ଗ୍ରିଲ ସହିତ କବରକୁ ବନ୍ଦ କରିଦେଇଛନ୍ତି। ବଳାତ୍କାରରୁ ରକ୍ଷା ପାଇବା ପାଇଁ କବର। 

ଅନ୍ୟ ଏକ ଟ୍ୱିଟର ବ୍ୟବହାରକାରୀ  ଡେଲହାଇଟ୍ ଙ୍କ ଦ୍ୱାରା 30 ଏପ୍ରିଲ୍, 2023 ରେ ପୋଷ୍ଟ କରାଯାଇଥିଲା। ପୋଷ୍ଟରେ ଲେଖାଯାଇଛି ଯେ, ଏହି କବର ହାଇଦ୍ରାବାଦର ମଦନନାପେଟ ସ୍ଥିତ ଡାରାବଜଙ୍ଗ କଲୋନୀରେ ଅଛି। 

ଭି଼ଡିଓରେ ଜେତେବେଳେ ଜଣେ ବ୍ୟକ୍ତି ଅନେୟ ଜଣକୁ ପଚାରୁଛନ୍ତି ଯେ, ଏହି କବର କେତେ ବର୍ଷ ପୁରୁଣା, ଉତ୍ତରରେ ମୁସ୍ଲିମ ବ୍ୟକ୍ତି ଜଣକ କହୁଛନ୍ତି ଯେ, ଏହା ବର୍ଷେ ଦୁଇ ବର୍ଷ ପୁରୁଣା ଅଟେ। କମିଟିର ଅନୁମତି ବିନା ଏହା କରାଯାଇଥିଲା। ରାସ୍ତା ମଧ୍ୟ ବନ୍ଦ ରହିଥିଲା। ଆଠ ଦିନ ଧରି ମସଜିଦରେ ଆଲୋଚନା ହୋଇଥିଲା ଯେ, କବର ଉପରେ କବାଟ ଲଗାଯିବା ଠିକ୍ ନୁହେଁ।  

କବର ଉପରେ ଜାଲ ରଖିବାର ଅନ୍ୟ ଏକ କାରଣ ଦର୍ଶାଇ ବ୍ୟକ୍ତି ଜଣକ କହିଛନ୍ତି ଯେ, ଜାଲ ମଧ୍ୟ କବର ଉପରେ ରଖାଯାଇଥିଲା କାରଣ କିଛି ଲୋକ ନ ପଚାରି ପୁରୁଣା କବରରେ ନୂତନ ଶବକୁ କବର ଦେଉଛନ୍ତି।  ଯାହାର କବର ଅଛି, ତାହାର ସମ୍ପର୍କୀୟମାନେ ଏହାର ବିରୋଧ କରିଥିଲେ। ଏବଂ ପରେ କବରରେ ଗେଟ ଲଗାଇଥିଲୋ। ଏହା ହାଇଦ୍ରାବାଦର ଦାରାବଜଙ୍ଗ କଲୋନୀରେ ଅବସ୍ଥିତ। 

ଅଧିକ ସନ୍ଧାନ କରିବା ପରେ, ଆମେ ଅନ୍ୟ ଏକ ଭିଡିଓ ପାଇଲୁ, ଯେଉଁଥିରେ ଜଣେ ବ୍ୟକ୍ତି ନିଜେ କବର ପରିଦର୍ଶନ କରିବାର ଏକ ଭିଡିଓ ପୋଷ୍ଟ କରିଥିଲେ ଏବଂ ଉଲ୍ଲେଖ କରିଥିଲେ ଯେ ଭାଇରାଲ୍ ପ୍ରତିଛବି ତାଙ୍କ ଦ୍ୱାରା ନିଆଯାଇଛି ଏବଂ ସମାଧି ତାଙ୍କ ବନ୍ଧୁଙ୍କ ବୃଦ୍ଧ ମାଙ୍କର ଅଟେ।  ସେ ଆହୁରି ମଧ୍ୟ ହାଇଲାଇଟ୍ କରିଛନ୍ତି ଯେ କବରଟି ହାଇଦ୍ରାବାଦରେ ଅଛି ଏବଂ ନେକ୍ରୋଫିଲିଆ ଅଭିଯୋଗକୁ ଅସ୍ୱୀକାର କରିଛି।

ସିଦ୍ଧାନ୍ତ- ଆମେ ଜାଣିବାକୁ ପାଇଲୁ ଯେ ଭାଇରାଲ କବର ଫୋଟୋ ହାଇଦ୍ରାବାଦର ମଦନନାପେଟର ଅଟେ। ତାଲା ପଡିଥିବା କବରର ଫୋଟୋର ନେକ୍ରୋଫିଲିଆ କିମ୍ବା ପାକିସ୍ଥାନ ସହିତ କୌଣସି ସମ୍ପର୍କ ନାହିଁ । 

Avatar

Title:ଏହି ଭାଇରାଲ କବର ହାଇଦ୍ରାବାଦର ଅଟେ ପାକିସ୍ତାନର ନୁହେଁ, ବଳାତ୍କାର ଭୟ ଯୋଗୁଁ ଏହାକୁ ପକାଯାଇଛି କି?

Fact Check By: Sarita Samal  

Result: False

Leave a Reply

Your email address will not be published. Required fields are marked *