କ’ଣ କର୍ଣ୍ଣାଟକ ନିର୍ବାଚନ ପରେ ଲୋକେ ଜଣେ ବିଜେପି ନେତାଙ୍କ ଗାଡିରୁ ଇଭିଏମ ମେଶିନ୍ ପାଇଥିବାରୁ ତାହାକୁ ଭଙ୍ଗାରୁଜା କରୁଛନ୍ତି? ଜାଣନ୍ତୁ ସତ୍ୟ।

False Political

କର୍ଣ୍ଣାଟକ ବିଧାନସଭା ନିର୍ବାଚନ ସମ୍ପର୍କରେ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ କିଛି ଲୋକ ଇଭିଏମ ମେସିନ ଭାଙ୍ଗୁଥିବା ଦେଖାଯାଉଛି। ଏହି ଭିଡିଓ ସେୟାର କରି ଦାବି କରାଯାଉଛି ଯେ ବିଜେପି ନେତାଙ୍କ କାରରେ ଇଭିଏମ ମେସିନ ମିଳିବା ପରେ ସ୍ଥାନୀୟ ଲୋକ ତାଙ୍କୁ ଭଙ୍ଗାରୁଜା କରୁଛନ୍ତି।

କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। 

କ’ଣ ଦାବି କରା ଯାଇଛି ଏହି ପୋଷ୍ଟରେ? 

ଭିଡିଓ ସେୟାର କରି ସୋସିଆଲ ମିଡିଆ ବ୍ୟବହାରକାରୀ ମାନେ ଦାବି କରୁଛନ୍ତି ଯେ କର୍ଣ୍ଣାଟକ ନିର୍ବାଚନ ଦିନ ସ୍ଥାନୀୟ ଲୋକେ ଜଣେ ବିଜେପି ନେତାଙ୍କ ଗାଡିରୁ ଇଭିଏମ ମେଶିନ୍ ପାଇଥିବା ପରେ ତାହାକୁ ଭଙ୍ଗାରୁଜା କରିଛନ୍ତି। 

Facebook | Archive

ସମାନ ପୋଷ୍ଟ ଆପଣ ଅନେକ ଥର ସୋସିଆଲ ମିଡିଆରେ ସେୟାର ହେଇଥିବା ଦେଖି ପାରିବେ। 

ଏହି ଭିଡିଓକୁ ଗୁଜୁରାଟ କଂଗ୍ରେସ ସଦସ୍ୟ ହିତେନ୍ଦ୍ର ପିଠାଡିୟା ମଧ୍ୟ ଟୁଇଟ କରିଥିଲେ ଏବଂ ଦାବି କରିଥିଲେ ଯେ ଏହି ଇଭିଏମ ମେଶିନ୍ ଗୁଡିକଜଣେ ବିଜେପି ନେତାଙ୍କ ଗାଡିରୁ ମିଳିବା ପରେ ସ୍ଥାନୀୟ ଲୋକେ ହଙ୍ଗାମା କରିଥିଲେ। 

ଆମ ଅନୁସନ୍ଧାନ: 

ଆମ ଅନୁସନ୍ଧାନ’ରେ ପ୍ରଥମେ ଆମେ ଭାଇରାଲ ଭିଡିଓକୁ ବିଭିନ୍ନ ଫ୍ରେମରେ ବିଭାଜିତ କରିଲୁ। ଏହା ପରେ ଆମେ ପ୍ରତ୍ଯେକ ଫ୍ରେମର ଗୁଗୁଲ ରିଭର୍ସ ଇମେଜ୍ ସର୍ଚ୍ଚ କରିଲୁ। ଫଳାଫଳରେ ଆମକୁ ୧୦ ମଇ ରେ ଦୈନିକ ଭାସ୍କର ୱେବସାଇଟରେ ଏକ ରିପୋର୍ଟ ମିଳିଲା। ଏଥିରେ ଆମେ ଭାଇରାଲ୍ ଭିଡିଓର ଏକ ସ୍କ୍ରିନସଟ୍ ପ୍ରକାଶିତ ହେଇଥିବା ପାଇଲୁ। ଏଥିରେ ଦିଆଯାଇଥିବା ସୂଚନା ଅନୁଯାୟୀ, ଏହି ଭିଡିଓ କର୍ଣ୍ଣାଟକର ବିଜୟପୁର ଜିଲ୍ଲାରୁ ଆସିଛି, ଯେଉଁଠାରେ କିଛି ଲୋକ ଇଭିଏମ୍ ମେସିନ୍ ଭଙ୍ଗାରୁଜା କରିଛନ୍ତି।

ରିପୋର୍ଟ ଅନୁଯାୟୀ, ମତଦାନ ସମୟରେ କର୍ଣ୍ଣାଟକରେ ତିନୋଟି ସ୍ଥାନରେ ହିଂସା ଦେଖିବାକୁ ମିଳିଥିଲା। ପୋଲିସ କହିବା ଅନୁଯାୟୀ, ବିଜୟପୁରାର ବାସୱାନା ବାଗେୱାଡି ତାଲୁକାରେ କିଛି ସ୍ଥାନୀୟ ଲୋକ EVM ଏବଂ VVPT ମେସିନ୍ ଭଙ୍ଗାରୁଜା କରିଥିଲେ। ଏହି ସ୍ଥାନରେ ଏକ ଗୁଜବ ବିସ୍ତାର ହୋଇଥିଲା ଯେ ଅଧିକାରୀ ମାନେ ଇଭିଏମ ମେସିନ୍ ବଦଳାଇ ମତଦାନରେ ହେରଫେର କରୁଥିଲେ। 

ଗୁଗୁଲରେ ବିଭିନ୍ନ ମୁଖ୍ୟଶବ୍ଦ ବ୍ୟବହାର କରି ସର୍ଚ୍ଚ କରିବା ପରେ ଆମକୁ କର୍ଣ୍ଣାଟକ ସରକାରର ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଏକ ପ୍ରେସ୍ ନୋଟ୍ ୱେବସାଇଟରେ ପ୍ରକାଶିତ ହେଇଥିବା ମିଳିଲା। ଏଥିରେ ସୂଚିତ କରା ଯାଇଛି ଯେ, ୧୦ ମଇ ଦିନ ୧୨.୩୦ ସମୟରେ ରାଜସ୍ୱ କ୍ଷେତ୍ର ଅଧିକାରୀ, ମାଲପ୍ପା ହନମନଟପ୍ପା ୟେରାଜାରି ଅନ୍ୟ କର୍ମଚାରୀଙ୍କ ସହିତ EVM ଏବଂVVPT ମେସିନ୍ ନେଇ ଯାଉଥିବା ସମୟରେ ପ୍ରାୟ ୧୦୦-୧୫୦ ଲୋକଙ୍କ ଏକ ବିଶାଳ ଭିଡ ତାଙ୍କ ଗାଡି ଅଟକାଇ ଥିଲା। ସେଠାରେ ସେମାନେ ରାଜସ୍ୱ କ୍ଷେତ୍ର ଅଧିକାରୀଙ୍କୁ ତାଙ୍କ ଗାଡିରୁ ଟାଣି ବାହାର କରି ଗାଡିକୁ ଓଲଟାଇ ଦେଇଥିଲେ ଏବଂ ତାଙ୍କ ଉପରେ ପଥର ମାଡ କରିଥିବା ସହ EVM ଏବଂ ଭିଭିପିଟି ମେସିନ୍ ଭଙ୍ଗାରୁଜା କରିଥିଲେ। ପୋଲିସ ଘଟଣା ସ୍ଥଳକୁ ପହଞ୍ଚି ଲୋକଙ୍କ ଉପରେ ଲାଠି ମାଡ କରିଥିଲା। ଏହି ଘଟଣାରେ ୨୪ ଜଣଙ୍କୁ ପୋଲିସ ଗିରଫ କରିଛି। 

ଏହି ନୋଟିସରେ ଏହା ମଧ୍ୟ ସୂଚିତ କରା ଯାଇଛି ଯେ ଘଟଣାରେ ଯେଉଁ ଇଭିଏମ ମେସିନ୍ ଭଙ୍ଗା ଯାଇଥିଲା ସେ ଗୁଡିକ ସଂରକ୍ଷିତ ମେସିନ୍ ଥିଲା। ମତଦାନ ସମୟରେ ଯଦି କୌଣସି EVMରେ ସମସ୍ଯା ଆସେ ତେବେ ଏହି EVM ଗୁଡିକକୁ ବ୍ୟବହାର କରିବାର ନିର୍ଦେଶ ଦିଆ ଯାଇଥିଲା। 

ଏହା ନେଇ କର୍ଣ୍ଣାଟକ ନିର୍ବାଚନ ଅଧିକାରୀ ଏକ ଟୁଇଟ ମଧ୍ୟ କରିଥିଲେ। ଟୁଇଟ ମାଧ୍ୟମରେ ସୂଚିତ କରା ଯାଇଛି ଯେ, ବିଜୟପୁର ଜିଲ୍ଲାର ବାସଭାନା ବାଗେଭାଡି ନିର୍ବାଚନମଣ୍ଡଳୀରେ ଥିବା ମସାବିନାଲା ଗ୍ରାମରେ ଗ୍ରାମବାସୀ ସଂରକ୍ଷିତ ଇଭିଏମ୍ ନେଇ ଯାଉଥିବା ସେକ୍ଟର ଅଧିକାରୀଙ୍କ ଗାଡିକୁ ଅଟକାଇ ୨ କଣ୍ଟ୍ରୋଲ୍ ୟୁନିଟ୍, ୨ ବାଲାଟ୍ ୟୁନିଟ୍ ଏବଂ ୩ ଭିଭିପିଏଟ୍ ଭଙ୍ଗାରୁଜା କରିଥିଲେ। ସେକ୍ଟର ଅଧିକାରୀଙ୍କ ଉପରେ ମଧ୍ୟ ଆକ୍ରମଣ କରାଯାଇଥିଲା। ଏହି ଘଟଣାରେ ୨୩ ଜଣଙ୍କୁ ଗିରଫ କରାଯାଇଛି। 

ଉପରୋକ୍ତ ତଥ୍ୟରୁ ଜାଣିବାକୁ ମିଳିଛି ଯେ ଇଭିଏମ ମେସିନ୍ ଗୁଡିକ ବାସଭାନା ସେକତର ଅଧିକାରୀ ନେଇ ଯାଉଥିଲେ ଯେତେବେଳେ ସସ୍ଥାନୀୟ ଲୋକ ମାନେ ଆକ୍ରମଣ କରିଥିଲେ। 

ଶେଷକଥା: 

ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲା ଯେ ଭାଇରାଲ ଦାବି ମିଥ୍ୟା ଅଟେ। କର୍ଣ୍ଣାଟକ ନିର୍ବାଚନ ପରେ ସ୍ଥାନୀୟ ଲୋକେ ବିଜେପି ନେତାଙ୍କ ଗାଡିକୁ ଇଭିଏମ କାଢି ଭଙ୍ଗାରୁଜା କରିନଥିଲେ। ଏହି ଇଭିଏମ ଗୁଡିକ ଜଣେ ନିର୍ବାଚନ ଡ୍ଯୁଟିରେ ଥିବା ସେକ୍ଟର ଅଧିକାରୀ ନିଜ ଗାଡିରେ ସଂରକ୍ଷିତ ଇଭିଏମ ନେଇ ଯାଉଥିଲେ। କିଛି ଗୁଜବ ବିସ୍ତାର ହେବା ପରେ ସ୍ଥାନୀୟ ଲୋକେ ଇଭିଏମ ଭଙ୍ଗାରୁଜା କରିଥିଲେ। 

Avatar

Title:କ’ଣ କର୍ଣ୍ଣାଟକ ନିର୍ବାଚନ ପରେ ଲୋକେ ଜଣେ ବିଜେପି ନେତାଙ୍କ ଗାଡିରୁ ଇଭିଏମ ମେଶିନ୍ ପାଇଥିବାରୁ ତାହାକୁ ଭଙ୍ଗାରୁଜା କରୁଛନ୍ତି? ଜାଣନ୍ତୁ ସତ୍ୟ।

Fact Check By: Siddharth Sahu 

Result: False

Leave a Reply

Your email address will not be published. Required fields are marked *