ମେଘାଳୟର ବସ୍ ଦୁର୍ଘଟଣାର ଭିଡିଓ ନୁହେଁ, ବରଂ ଇଣ୍ଡୋନେସିଆର ଅଟେ।

False Social

ଆଜିକାଲି ସୋସିଆଲ ମିଡିଆରେ ବସ୍ ଦୁର୍ଘଟଣାର ଏକ ଭିଡିଓ ଭାଇରାଲ ହେଉଛି। ଭିଡିଓରେ ଏକ ଲାଲ୍ ବସ୍ ଏକ ଖରାପ ରାସ୍ତାରେ ଦ୍ରୁତ ଗତିରେ ଚାଲୁଛି ଏବଂ  ଅନେକ ଲୋକ ଏହି ବସ୍ ପଛରେ ଦୌଡୁଛନ୍ତି । ଏହା ଛଡ଼ା ଲୋକମାନେ ବସ ଦୁର୍ଘଟଣା ହେବାକୁ ଯାଉଥିବା ବେଳେ ଚିତ୍କାର କୁଛନ୍ତି। କିଛି ସମୟ ମଧ୍ୟରେ ଏହି ବସଟି ନିକଟସ୍ଥ ଖାଲରେ ପଡ଼ିଗଲା।  ଭାଇରାଲ ଭିଡିଓ ସହିତ ଦାବି କରାଯାଉଛି ଯେ, ଭିଇରାଲ ଭିଡିଓ ମେଘାଳୟରେ ଘଟିଥିବା ଏକ ବସ ଦୁର୍ଘଘଟଣାର।

ଭାଇରାଲ ଭିଡିଓରେ ଲେଖାଯାଇଛି-ଦେଖନ୍ତୁ ଡ୍ରାଇଭର ଟିକିଏ ଭୁଲ ପାଇଁ ଲୋକଙ୍କ ଅବସ୍ଥା…ମେଘାଳୟ: – ଡ୍ରାଇଭର ବନ୍ଧୁ ଜଣକ ଚା ପିଇବାକୁ ଯାଇଥିଲାବେଳେ,ବସ୍ ଇଞ୍ଜିନ୍ ଚାଲୁଥିଲା। ସେ ହ୍ୟାଣ୍ଡ୍ ବ୍ରେକ୍ ଲଗାଇବାକୁ ଭୁଲି ଯାଇଥିଲେ। ତା’ପରେ ବସ୍ ନିକଟସ୍ଥ ଖାଲରେ ପଡ଼ିଗଲା | ବନ୍ଧୁ ଆପଣମାନଙ୍କ ଖାମଖିଆଲି ପାଇଁ ସାଧାରଣ ଜନତା ଅସୁବିଧାରେ …

ଫେସବୁକଆର୍କାଇଭ

ଅନୁସନ୍ଧାନ-

ଅନୁସନ୍ଧାନରେ ଆମେ ପ୍ରଥମେ ଭାଇରାଲ ଭିଡିଓର ସ୍କ୍ରିନ୍ ସୋର୍ଟ ନେଲୁ ପରେ ଏହାକୁ ଗୁଗଲରେ ରିଭର୍ସ ଇମେଜ ସର୍ଚ କରିବାରୁ ଆମକୁ ଏକ ୟୁଟ୍ୟୁବ୍ ଚ୍ୟାନେଲରେ ଭାଇରାଲ୍ ଭିଡିଓ ପାଇଲୁ। 8 ମଇ 2023ରେ ପ୍ରକାଶିତ ଭିଡିଓରେ ଲେଖାଯାଇଛି ଯେ ଇଣ୍ଡୋନେସିଆର କେନ୍ଦ୍ରୀୟ ଜାଭା ପ୍ରଦେଶରେ ପ୍ରାୟ 50 ଜଣ ଲୋକଙ୍କୁ ନେଇ ଯାଉଥିବା ଏକ ବସ୍ ନଦୀରେ ଖସିପଡିଥିଲା। ବ୍ରେକ୍ ଫେଲ ହେତୁ ଘଟିଥିବା ଏହି ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ପ୍ରାୟ 30 ଜଣ ଆହତ ହୋଇଛନ୍ତି।

ଆମକୁ ଭାଇରାଲ ଭିଡିଓର ଅନେକ ଖବର ପ୍ରକାଶିତ ମିଳିଲା। ପ୍ରକାଶିତ ଖବର ଅନୁସାରେ ଏହି ବସ୍ ଦକ୍ଷିଣ ଟାଙ୍ଗରଙ୍ଗ ସହରରୁ ପ୍ରାୟ 50 ପର୍ଯ୍ୟଟକଙ୍କ ଦଳ ଗୁଚି ଆଡକୁ ଯାଉଥିଲା। ରାସ୍ତାରେ ଗୋଟିଏ ଷ୍ଟପ୍‌ରେ ଡ୍ରାଇଭର ସମେତ କିଛି ଯାତ୍ରୀ ଚା ପିଇବାକୁ ଓହ୍ଲାଇଥିଲେ। ଏହି ସମୟରେ, ପାର୍କିଂ ହୋଇଥିବା ବସ୍ ହଠାତ୍ ଗଡ଼ିବା ଆରମ୍ଭ ହେଲା ଏବଂ ଅନିୟନ୍ତ୍ରିତ ଭାବରେ ଖାଲ ଭିତରକୁ ଖସିପଡିଥିଲା। ଏହି ଦୁର୍ଘଟଣାରେ ପ୍ରାଣ ହରାଇଥିବା ଦୁଇ ଜଣଙ୍କ ପରିବାରକୁ ଦକ୍ଷିଣ ଟାଙ୍ଗରଙ୍ଗ ମେୟର ବେନାମିନ ଡନିଙ୍କ ଦ୍ୱାରା ପାଞ୍ଚ କୋଟି ଇଣ୍ଡୋନେସିଆ ଟଙ୍କା କ୍ଷତିପୂରଣ ପ୍ରଦାନ କରାଯାଇଛି।

ଏହାର ଅନ୍ୟ ଖବର ଏଠାରେ, ଏଠାରେ ଏବଂ ଏଠାରେ ଦେଖନ୍ତୁ।

ଇଣ୍ଡୋନେସିଆରେ ଏହି ବସ୍ ଦୁର୍ଘଟଣା ବିଷୟରେ ଆମେ CNN ଇଣ୍ଡୋନେସିଆ ଚ୍ୟାନେଲରେ ଖବର ଖବର ପାଇଲୁ।  ଏଥିରୁ କୁହାଯାଇଛି ଯେ ଏହି ଘଟଣା ମେ 7 ରେ ଇଣ୍ଡୋନେସିଆର କେନ୍ଦ୍ରୀୟ ଜାଭା ପ୍ରଦେଶର ଟେଗାଲ ସହରରେ ଘଟିଥିଲା।

ସିଦ୍ଧାନ୍ତ- ଅନୁସନ୍ଧାନରେ ସ୍ପଷ୍ଟ ହେଲା ଯେ, ଭାଇରାଲ ଭିଡିଓରେ କରାଯାଇଥିବା ଦାବି ମିଥ୍ୟା ଅଟେ। ଏହା ମେଘାଳୟର ବସ୍ ଦୁର୍ଘଟଣାର ଭିଡିଓ ନୁହେଁ, ବରଂ ଇଣ୍ଡୋନେସିଆର ଅଟେ। 

Avatar

Title:ମେଘାଳୟର ବସ୍ ଦୁର୍ଘଟଣାର ଭିଡିଓ ନୁହେଁ, ବରଂ ଇଣ୍ଡୋନେସିଆର ଅଟେ।

Fact Check By: Sarita Samal 

Result: False

Leave a Reply

Your email address will not be published. Required fields are marked *