କ’ଣ ୨୦୦୦ ଟଙ୍କା ନୋଟ୍ ପ୍ରତ୍ୟାହାର ହେବ ପରେ ଲୋକେ ତାଙ୍କ କଳା ଧନ ବାହାର କରୁଛନ୍ତି? ଜାଣନ୍ତୁ ସତ୍ୟ।

Missing Context Social

ନିକଟରେ ଆରବିଆଇ ୨୦୦୦ ଟଙ୍କା ନୋଟ୍ ଗୁଡିକୁ ପ୍ରତ୍ୟାହାର କରିବା ନିଷ୍ପତ୍ତି ନେଇଛି। ୨୦୧୬ ମସିହାରେ ୨୦୦୦ ଟଙ୍କାର ନୋଟ୍ ଜନସାଧାରଣଙ୍କ ୟବାହାର ପାଇଁ ସୃଷ୍ଟି କର ଯାଇଥିଲା। କିନ୍ତୁ ବର୍ତ୍ତମାନ ଏହାର ପ୍ରତ୍ୟାହାର ସୂଚନା ନେଇ ସୋସିଆଲ ମିଡିଆରେ ଚର୍ଚ୍ଚା ଜୋର ଧରିଛି। ୩୦ ସେପ୍ଟେମ୍ବର ୨୦୨୩ ପର୍ଯ୍ୟନ୍ତ ସମସ୍ତ ଲୋକଙ୍କୁ ୨୦୦୦ ଟଙ୍କା ନୋଟ୍ ବ୍ଯାଙ୍କରେ ବଦଳାଇବା ପାଇଁ ସୂଚିତ କର ଯାଇଛି। 

ଏହି ପ୍ରସଙ୍ଗରେ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ କିଛି ଲୋକ ଗୋଟିଏ ଛକରୁ ୨୦୦୦ ଟଙ୍କା ନୋଟ୍ ବାହାର କରୁଛନ୍ତି। ଦାବି କରା ଯାଉଛି ଯେ ନୋଟ୍ ପ୍ରତ୍ୟାହାର ହେବା ସୂଚନା ମିଳିବା ପରେ ଲୋକେ ତାଙ୍କ କଳା ଧନକୁ ବାହାର କରୁଛନ୍ତି। 

କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ଏହା ଏକ ପୁରୁଣା ଭିଡିଓ ଅଟେ ଯାହାର ୨୦୦୦ ଟଙ୍କା ନୋଟ୍ ପ୍ରତ୍ୟାହାର ସହିତ କୌଣସି ସମ୍ବନ୍ଧ ନାହିଁ। 

କ’ଣ ଦାବି କରା ଯାଇଛି ପୋଷ୍ଟରେ?

ଭିଡିଓ ସେୟାର କରି ସୋସିଆଲ ମିଡିଆରେ ଦାବି କରା ଯାଉଛି ଯେ, “ପ୍ରଧାନମନ୍ତ୍ରୀ ମୋଦି ଜି ଙ୍କର ବେଳେ ବେଳେ କିଛି ଉତ୍ତମ ପଦକ୍ଷେପ ପାଇଁ ଦେଶରୁ କଳା ଧନ ର ସନ୍ଧାନ ଅତି ସହଜ ରେ ମିଳି ଯାଉଛି। ଏଥର ବଡ ନୋଟ ସିଧା ନିଶାନା ୨୦୦୦/- ନୋଟ ଉପରେ

Facebook | Archive

ଆମ ଅନୁସନ୍ଧାନ: 

ଆମ ଅନୁସନ୍ଧାନରେ ପ୍ରଥମେ ଆମେ ବିଭିନ୍ନ ମୁଖ୍ୟଶବ୍ଦ ବ୍ୟବହାର କରି ଭାଇରାଲ ଭିଡିଓକୁ ୟୁଟ୍ୟୁବ ଏବଂ ଗୁଗୁଲରେ ସର୍ଚ୍ଚ କରିଲୁ। ଫଳାଫଳରେ ଆମକୁ ସମାନ ଭିଡିଓ ୨୧ ଏପ୍ରିଲ୍ ୨୦୧୯ ରେ ଏଚ୍.ଡବ୍ଲ୍ୟୁ ଇଂରାଜୀ ନ୍ଯୁଜର ୟୁଟ୍ୟୁବ ଚ୍ୟାନାଲରେ ପ୍ରସାରିତ ହେଇଥିବା ମିଳିଲା। ଭିଡିଓ ସହିତ ଦିଆ ଯାଇଥିବା ସୂଚନା ଅନୁଯାୟୀ, ଆୟକର ବିଭାଗ ବେଙ୍ଗାଲୁରୁରୁ କର୍ଣ୍ଣାଟକର ଶିବମୋଗ୍ଗା ଅଭିମୁଖେ ଯାଉଥିବା କାରର ଅତିରିକ୍ତ ଟାୟାରରୁ ୨.୩ କୋଟି ଟଙ୍କା ଜବତ କରିଛି। ଆଇଟି ବିଭାଗ କର୍ଣ୍ଣାଟକର ରାଜଧାନୀରୁ ଶିବମୋଗ୍ଗା ନଗଦ ଟଙ୍କା ପଠାଯାଉଥିବା ସୂଚନା ପାଇଥିଲା।

ଏପ୍ରିଲ ୨୦୧୯ ରେ ଏନଡ଼ିଟିଭି ମଧ୍ୟ ଏହି ଘଟଣା ନେଇ ଏକ ଖବର ପ୍ରକାଶ କରିଥିଲା। ଏହି ରିପୋର୍ଟରେ କୁହାଯାଇଛି ଯେ ଦେଶରେ ବିଭିନ୍ନ ସ୍ଥାନରେ ରେଡ୍  ହେଉଥୋଇବା ବେଳେ କର୍ଣ୍ଣାଟକରେ ମଧ୍ୟ ଏପରି ଘଟଣା ଦେଖିବାକୁ ମିଳିଛି ଯେଉଁଥିରେ ଆୟକର ବିଭାଗ ବେଙ୍ଗାଲୁରୁରୁ ଶିବମୋଗ୍ଗା ଯାଉଥିବା ଏକ ଗାଡିର ଟାୟାରରୁ ୨.୩ କୋଟି ଟଙ୍କା ଜବତ କରିଥିଲା। 

ଏହା ସହିତ କୁହା ଯାଇଛିଯେ ଭିଡିଓରେ ଆୟକର ବିଭାଗ ଅଧିକାରୀ ମାନେ ତଳେ ଜମିରେ ବସି ଟାୟାରରୁ ୨୦୦୦ ଟଙ୍କା ନୋଟ୍ ଗିଡିକୁ ବାହାର କରିଥିଲେ। ଏହା ମଧ୍ୟ ଅନୁମାନ କରା ଯାଇଥିଲା ଯେ ୨୦୧୯ ରେ ନିର୍ବାଚନରେ ଜନସାଧାରଣ ମଧ୍ୟରେ ଟଙ୍କା ବାଣ୍ଟିବା ପାଇଁ ଏହି ଟାୟାରରେ ନଗଦ ଭରି ନିଆ ଯାଉଥିଲା। 

୨୦ ଏପ୍ରିଲ୍ ୨୦୧୯ ରେ ANI ଦ୍ଵାରା ଏହି ଭିଡିଓ ପୋଷ୍ଟ କରା ଯାଇଥିଲା। ରିପୋର୍ଟ ଅନୁଯାୟୀ, ଏହି ଭିଡିଓ ଲୋକସଭା ନିର୍ବାଚନ ସମୟରେ କର୍ଣ୍ଣାଟକରେ ଆୟକର ବିଭାଗ ଜବତ କରିଥିବା ଟଙ୍କାର ଏକ ଦୃଶ୍ୟ ଅଟେ। 

ଶେଷକଥା: 

ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲା ଯେ ଭାଇରାଲ ଦାବିରେ କୌଣସି ସତ୍ୟତା ନାହିଁ। ଏହି ଭିଡିଓର RBI ଦ୍ଵାରା ୨୦୦୦ ଟଙ୍କା ନୋଟ୍ ପ୍ରତ୍ୟାହାର ନିଷ୍ପତ୍ତି ସହିତ କୌଣସି ସମ୍ବନ୍ଧ ନାହିଁ। ଏହା ୨୦୧୯ ମସିହାରେ କର୍ଣ୍ଣାଟକ ନିର୍ବାଚନ ସମୟରେ ଆୟକର ବିଭାଗ ସ୍ଵାରା ଏକ ରେଡ୍ ରେ ଜବତ କରା ଯାଇଥିବା ନଗଦର ଭିଡିଓ ଅଟେ। 

Avatar

Title:କ’ଣ ୨୦୦୦ ଟଙ୍କା ନୋଟ୍ ପ୍ରତ୍ୟାହାର ହେବ ପରେ ଲୋକେ ତାଙ୍କ କଳା ଧନ ବାହାର କରୁଛନ୍ତି? ଜାଣନ୍ତୁ ସତ୍ୟ।

Written By: Siddharth Sahu 

Result: Missing Context

Leave a Reply

Your email address will not be published. Required fields are marked *