
ବର୍ତ୍ତମାନ ସୋସିଆଲ ମିଡିଆରେ ଗୋଟିଏ ଫୋଟୋ ଭାଇରାଲ ହେଉଛି। ଏହି ଫୋଟୋ ୧୯୨୦ ମସିହାର ପାକିସ୍ତାନ ସ୍ଥିତ କରାଚିରେ ଶିବରାତ୍ରି ପାଳନ କରୁଥିବା ସମୟର ଅଟେ। ଏହି ପୋଷ୍ଟରେ ଦାବି କରା ଯାଇଅଛି ଯେ ଗତ ୧୦୦ ବର୍ଷରେ ପାକିସ୍ତାନରେ ହିନ୍ଦୁ ମାନଙ୍କୁ ଶିବରାତ୍ରି ପାଳନ କରିବାର ଅନୁମତି ନାହିଁ।
ଫ୍ୟାକ୍ଟ କ୍ରିଷେଣ୍ଡୋ ପୋଷ୍ଟରେ କରେଆ ଯାଇଥିବା ଦାବିକୁ ମିଥ୍ୟା ବୋଲି ପାଇଲା।
କ’ଣ କୁହା ଯାଇଅଛି ଏହି ପୋଷ୍ଟରେ?
୩୧ ମଇ ରେ ଜଣେ ଫେସବୁକ ୟୁଜର ଗୋଟିଏ ଫୋଟୋ ପୋଷ୍ଟ କରି କରିଛନ୍ତି ଯେ ଫୋଟୋର ଦୃଶ୍ୟ ପାକିସ୍ତାନର କରାଚିରେ ଶିବରାତ୍ରି ପର୍ବ ପାଳନ ହେଉଥିବା ସମୟର ଫୋଟୋ ଅଟେ। ଏହା ପରେ ସେ ଏହା ମଧ୍ୟ ଦାବି କରିଛନ୍ତି ଯେ ମାତ୍ର ୧୦୦ ବର୍ଷ ଭିତରେ ପାକିସ୍ତାନରେ ଶିବରାତ୍ରି ପାଳନ କରିବା ଗାୟବ ହୋଇ ଯାଇଅଛି।

ଆମ ଅନୁସନ୍ଧାନ:
ଆମ ଅନୁସନ୍ଧାନରେ ପ୍ରଥମେ ଆମେ ଜାଣିବାକୁ ଚେଷ୍ଟା କରିଲୁ ଯେ କ’ଣ ଏହି ଫୋଟୋ କରାଚିର ଶିବରାତ୍ରି ପର୍ବ ସମୟର ଅଟେ? ଫୋଟୋ ତଳେ ଡାହାଣ ପାର୍ଶ୍ଵରେ “ଜନ୍ନୀ ଷ୍ଟୋର୍ଷ ପୋଷ୍ଟକାର୍ଡ୍ସ” ଲେଖା ଯାଇଥିବା ମିଳିଲା। ଗୁଗୁଲରେ ଏହି ମୁଖ୍ୟଶବ୍ଦ ବ୍ୟବହାର କରି ସର୍ଚ କରିଲା ପରେ ଆମକୁ ପେପର ଜୁଏଲ୍ସ ନାମକ ଗୋଟିଏ ୱେବସାଇଟରେ ଏହି ଫୋଟୋ ପ୍ରକାଶିତ ହେଇଥିବା ମିଳିଲା। ଆପଣ ମାନେ ଏହି ପରି ଅନେକ ପୋଷ୍ଟକାର୍ଡ ପେପର ଜୁଏଲ୍ସ ଇଂଷ୍ଟାଗ୍ରାମ ଏକାଉଣ୍ଟରେ ଦେଖିପାରିବେ।

ଏହା ପରେ ଆମେ ଗୁଗୁଲରେ ଯାଇ ସର୍ଚ କରିଲୁ ଯେ କ’ଣ ପାକିସ୍ତାନରେ ଶିବରାତ୍ରି ପାଳନ କରିବା ଅନୁମତି ନାହିଁ? ଏହା ଜାଣିବା ପାଇଁ ଆମେ ଗୁଗୁଲରେ ବିଭିନ୍ନ ମୁଖ୍ୟଶବ୍ଦ ବ୍ୟବହାର କରି ସର୍ଚ କରିଲୁ। ଫଳାଫଳରେ ଆମକୁ କିଛି ସମ୍ବାଦ ୱେବସାଇଟରୁ ପାକିସ୍ତାନରେ ଶିବରାତ୍ରି ପାଳନ ହେଉଥିବା ଫୋଟୋ ପ୍ରକାଶିତ ହେଇଥିବା ମିଳିଲା। ୭ ମାର୍ଚ ୨୦୧୬ ମସିହାର ଡନ୍ ପତ୍ରିକା ଅନୁଯାୟୀ କରାଚିର କ୍ଲିଫଟନ୍ର ଅଞ୍ଚଳର ଶ୍ରୀ ରତନେଶ୍ବର ମନ୍ଦିରରେ ହିନ୍ଦୁ ଭକ୍ତ ମାନେ ଆସି ଶିବରାତ୍ରି ପାଳନ କରିଥିଲେ। ସେହି ପରି ୬ ଫେବ୍ରୁଆରି ଗଲ୍ଫ ନ୍ୟୁଜ ୱେବସାଇଟରେ ମଧ୍ୟ ଗତ ବର୍ଷ ହକ୍ତ ମାନେ ପାକିସ୍ତାନର ମନସେହେରା ସହରର ଶିବ ମନ୍ଦିରରେ ଶିବରାତ୍ରି ପାଳନ କରିଥିଲେ।
ଏହା ପରେ ଆମେ ୟୁଟ୍ୟୁବ ଯାଇ ନୁକ୍ଷଶବ୍ଦ ବ୍ୟବହାର କରି ଏହି ବିଷୟରେ ସର୍ଚ କରିଲୁ। ସର୍ଚ କରିଲା ପରେ ଫଳାଫଳରେ ଆମକୁ ପାକିସ୍ତାନ ପୂର୍ବତନ କ୍ରିକେଟ ଖେଳାଳି ଦାନିଶ କାନେରିଆ ଏବଂ ତାଙ୍କ ଧର୍ମପତ୍ନୀଙ୍କ ଏକ ଭିଡିଓ ମିଳିଲା। ଏହି ଭିଡିଓ ଫୁଟନୋଟ୍ ଅନୁଯାୟୀ ଏହି ଭିଡିଓ ପାକିସ୍ତାନର ଶ୍ରୀ ରତନେଶ୍ବର ମନ୍ଦିରର ଭିଡିଓ ଅଟେ। ୨୧ ଫେବ୍ରୁଆରି ୨୦୨୦ ରେ ପ୍ରସାରିତ ହେଇଥିବା ଭିଡିଓରେ ଦାନିଶ କାନେରିଆ ଶିବରାତ୍ରି ପର୍ବ ଅବସରରେ ସମସ୍ତଙ୍କୁ ଶୁଭେଛା ଜଣାଉଛନ୍ତି। ଏହି ଭିଡିଓରେ ତାଙ୍କ ପତ୍ନୀ କହୁଛନ୍ତି ଯେ ଶିବରାତ୍ରି ଦିନ ସେଠାରେ ବହୁତ ବଡ଼ ମେଳାର ଆୟୋଜନ କରା ଯାଏ ଏବଂ ଅନେକ ଭକ୍ତ ଭୋଲେନାଥଙ୍କ ଦର୍ଶନ କରିବା ପାଇଁ ଆସିଥାନ୍ତି। ଏହି ମନ୍ଦିର ୩୦୦ ବର୍ଷ ପୁରୁଣା ମନ୍ଦିର ଅଟେ।
ଶେଷକଥା:
ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲା ଯେ ଭାଇରାଲ ହେଉଥିବା ପୋଷ୍ଟରେ କରା ଯାଇଥିବା ଦାବି ସମ୍ପୂର୍ଣ ଭାବରେ ମିଥ୍ୟା ଅଟେ। ପାକିସ୍ତାନରେ ପ୍ରତ୍ଯେକ ବର୍ଷ ଶିବରାତ୍ରି ପର୍ବ ପାଳନ କରା ଯାଏ।

Title:କ’ଣ ଗତ ୧୦୦ ବର୍ଷରୁ ପାକିସ୍ତାନରେ ହିନ୍ଦୁ ମାନଙ୍କୁ ଶିବରାତ୍ରି ପାଳନ କରିବା ଅନୁମତି ନାହିଁ?
Fact Check By: Siddharth SahuResult: False
