
ବର୍ତ୍ତମାନ ସୋସିଆଲ ମିଡିଆରେ କିଛି ଫୋଟୋ ସହିତ ଗୋଟିଏ ପୋଷ୍ଟ ଭାଇରାଲ ହେଉଛି ଯେଉଁଥିରେ ଦାବି କରା ଯାଇଅଛି ଯେ ଆମେରିକା ଷ୍ଟେଲଥ୍ ବମ୍ପର ବିମାନ B-2 କୁ କପି କରି ଚାଇନା ବନେଇଥିବା H-20 ଷ୍ଟେଲଥ୍ ବିମାନ କୁ ଏବେ ଭାରତ ନଜର ରଖିବା ରେ ସକ୍ଷମ ହେଇଛି। ଡିଆରଡିଓ ଦ୍ଵାରା ବିକଶିତ ୫୦୦୦କି.ମି. କ୍ଷମତା ସମ୍ପନ୍ନ ଓଭର ଦି ହରାଇଜନ୍ ରାଡର ଦ୍ଵାରା ଏହା ସମ୍ଭବ। କେବଳ ଚୀନ୍ ନୁହେଁ ରୁଷର ଷ୍ଟେଲଥ୍ ବମ୍ପର ବିମାନ ମାନେ ବି ଏବେ ଏହି ରାଡର ନଜରରେ ରହିବେ। ୫୦୦୦କି.ମି. ବଳୟ ମଧ୍ୟରେ ବିଶ୍ବର କୌଣସି ଉନ୍ନତ ଷ୍ଟେଲଥ ବମ୍ପର ବିମାନ ଉପରେ ଲକ୍ଷ ରଖିବାର ଭାରତ ବିଶ୍ବର ଏକମାତ୍ର ଦେଶ ହେବାର ଗୌରବ ଅର୍ଜନ କରିଛି।
ଫ୍ୟାକ୍ଟ କ୍ରିଷେଣ୍ଡୋ ପୋଷ୍ଟର ଦାବିକୁ ମିଥ୍ୟା ବୋଲି ପାଇଲା।

ଆମ ଅନୁସନ୍ଧାନ:
ଆମ ଅନୁସନ୍ଧାନରେ ପ୍ରଥମେ ଆମେ ଏହା ଜାଣିବାକୁ ଚେଷ୍ଟା କରିଲୁ ଯେ କ’ଣ ଡିଆରଡିଓ ପ୍ରକୃତରରେ ଓଭର ଦି ହରାଇଜନ୍ ନିର୍ମାଣ କରିଛି। ଅଧିକ ସୂଚନା ଏକତ୍ର କରିବା ପାଇଁ ଆମେ ଗୁଗୁଲରେ ବିଭିନ୍ନ ମୁଖ୍ୟଶବ୍ଦ ଦେଇ ଏହି ବିଷୟରେ ସର୍ଚ କରିଲୁ। 9 ସେପ୍ଟେମ୍ବର 2019 ମସିହାରେ ଡେକାନ ହେରାଲ୍ଡ ୱେବସାଇଟରେ ଡିଆରଡିଓ ଅଧ୍ୟକ୍ଷ ଜି.ଶତୀଶ କହିଛନ୍ତି ଯେ ଓଭର ଦି ହରାଇଜନ୍ ଏବଂ ଅନ୍ୟାନ୍ୟ ରାଡାରକୁ ନେଇ ଅନୁସନ୍ଧାନ ଚାଲିଛି।

ଏହା ଦ୍ଵାରା ସ୍ପଷ୍ଟ ହେଲା ଯେ ଭାରତରେ ବର୍ତ୍ତମାନ ସୁଧା ଓଭର ଦି ହରାଇଜନ୍ ରାଡାରର ନିର୍ମାଣ ହେଇ ନାହିଁ।
ଦାବିର ସତ୍ୟତା ଜାଣିବା ପାଇଁ ଆମେ ପୋଷ୍ଟରେ ଥିବା ଚାରିଟି ଫୋଟୋର ଅନୁସନ୍ଧାନ କରିଲୁ। ଆପଣ ନିମ୍ନରେ ଆମର ଅନୁସନ୍ଧାନ ବିଷୟରେ ବିସ୍ତୃତ ଭାବରେ ପାଢୀ ପାରିବେ।
ଫୋଟୋ ୧:
ପ୍ରଥମ ଫୋଟୋ ବିଷୟରେ ସତ୍ୟ ଜାଣିବା ପାଇଁ ଆମେ ଏହାର ଗୁଗୁଲ ରିଭର୍ସ ଇମେଜ ସର୍ଚ କରିଲୁ। ଫଳାଫଳରେ ଆମକୁ ଏହି ଫୋଟୋ ୫ ଜୁଲାଇ ୨୦୧୫ ମସିହାରେ ତଘରିବ ନ୍ୟୁଜ ନାମକ ୱେବସାଇଟରେ ପ୍ରକାଶିତ ହେଇଥିବା ମିଳିଲା। ଏହି ୱେବସାଇଟ ଅନୁଯାୟୀ ଏହି ଫୋଟୋ ଇରାନ ଦେଶର ଫୋଟୋ ଅଟେ ଏବଂ ଏହି ରାଡାରର ନାମ ହେଉଛି କାଦିର ରାଡାର ସିଷ୍ଟମ୍। ଏହା ଆଇ.ଆର.ଜି.ସି ଦ୍ଵାରା ବିକଶିତ ହୋଇଥିଲା।

ଫୋଟୋ ୨:
ପୋଷ୍ଟରେ ଥିବା ଦ୍ଵିତୀୟ ଫୋଟୋକୁ ଧ୍ୟାନସେ ଦେଖିଲା ପରେ ଆମେ ସେଥିରେ ଆଲାମି ଷ୍ଟକ୍ ଫୋଟୋ ଏବଂ ଏହି ଫୋଟୋର କୋଡ ଲେଖା ହେଇଥିବା ଦେଖିବାକୁ ପାଇଲୁ। ଏହା ପରେ ଆମେ ଆଲାମି ଷ୍ଟକ୍ ଫୋଟୋ ୱେବସାଇଟ ଯାଇ ଏହି ଫୋଟୋର କୋଡ୍ ବ୍ୟବହାର କରି ସର୍ଚ କରିଲୁ। ଫଳାଫଳରେ ଆମେ ଜାଣିବାକୁ ପାଇଲୁ ଯେ ଏହି ଫୋଟୋ ରୁଷ ଦେଶର ଚେର୍ନୋବିଲ୍ ରେ ସ୍ଥାପିତ ଡୁଗା ରାଡାର ଅଟେ।

ଫୋଟୋ ୩:
ଏହି ଫୋଟୋର ୟାଣ୍ଡେକ୍ସ ରିଭର୍ସ ଇମେଜ ସର୍ଚ କରିଲା ପରେ ଫଳାଫଳରେ ଆମକୁ ଗୋଟିଏ ୱେବସାଇଟରେ ଏହି ଫୋଟୋ ପ୍ରକାଶିତ ହୋଇଥିବା ମିଳିଲା। ଏହି ୱେବସାଇଟ ଅନୁଯାୟୀ ଏହା ରୁଷ ଦେଶରେ ସ୍ଥାପିତ ଏବଂ ଏହାର ନିର୍ମାଣ ୧୯୭୨ ମସିହାରେ ଆରମ୍ଭ ହେଇଥିଲା।

ଫୋଟୋ ୪:
ଏହି ଫୋଟୋର ଗୁଗୁଲ ରିଭର୍ସ ଇମେଜ ସର୍ଚ କରିଲା ପରେ ଆମକୁ ଗୋଟିଏ ୱେବସାଇଟ ମାଧ୍ୟମରୁ ସୂଚନା ମିଳିଲା ଯେ ଭାଇରାଲ ଫୋଟୋରେ ଥିବା ରାଡାର ଶ୍ରୀ ଇଣ୍ଟର୍ନେସନାଲ୍ ଦ୍ଵାରା ବିକଶିତ କରା ଯାଇଛି। ଏହି ସୂଚନା ବିଷୟରେ ଅଧିକ ଜାଣିବା ପାଇଁ ଆମେ ଶ୍ରୀ ଇଣ୍ଟର୍ନେସନାଲ୍ ୱେବସାଇଟରେ ଯାଇ ସର୍ଚ କରିଲୁ। ଫଳାଫଳରେ ଆମକୁ ଜାଣିବାକୁ ମିଳିଲା ଯେ ଏହାର ନିର୍ମାଣ ୧୯୭୦ ମସିହାରେ ହୋଇଥିଲା। ଆମେ ଏହା ମଧ୍ୟ ଜାଣିବାକୁ ପାଇଲୁ ଯେ ଶ୍ରୀ ଇଣ୍ଟର୍ନେସନାଲ୍ ସଂସ୍ଥା ଆମେରିକାରେ ଅଛି।

ଶେଷକଥା:
ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲା ଯେ ଭାଇରାଲ ହେଉଥିବା ଫୋଟୋରେ ଥିବା ରାଡାର ଡିଆରଡିଓ ଦ୍ଵାରା ବିକଶିତ ହୋଇ ନାହିଁ। ଅନ୍ୟାନ୍ୟ ଦେଶର ଫୋଟୋକୁ ଡିଆରଡିଓ ନାମ ସହିତ ଯୋଡି ଭାରାଳ କରା ଯାଉଅଛି।

Title:କ’ଣ ଭାଇରାଲ ହେଉଥିବା ଫୋଟୋ ଡିଆରଡିଓ ଦ୍ଵାରା ବିକଶିତ ଓଭର ଦି ହରାଇଜନ୍ ରାଡାରର ଫୋଟୋ ଅଟେ?
Fact Check By: Siddharth SahuResult: False
