କ’ଣ ଆମେରିକାର ଗୋଟିଏ କମ୍ପାନୀ ନିଜ ନୂତନ କାରର ନାମ ରାମ ରଖିଛି? ଜାଣନ୍ତୁ ସତ୍ୟ।

Misleading Social

ବର୍ତ୍ତମାନ ଅସିଆଲ ମିଡିଆରେ ଗୋଟିଏ କାରର ଫୋଟୋ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ କରର ନାମ ରାମ ବୋଲି ଲେଖା ଯାଇଛି। ସୋସିଆଲ ମିଡିଆରେ ଚର୍ଚ୍ଚା ଚାଲିଛି ଯେ ଆମେରିକାର ଗୋଟିଏ କମ୍ପାନୀ ଗୋଟିଏ କାର ଉତ୍ପାଦନ କରି ତାହାର ନାମ ରାମ ରଖିଛି। 

କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ବିଭ୍ରାନ୍ତକାରୀ ବୋଲି ପାଇଲା। ଏହି କାରର ନାମ ରାମ ହେବାରର ପ୍ରଭୁ ରାମଙ୍କ ସହିତ କୌଣସି ସମ୍ବନ୍ଧ ନାହିଁ। 

କ’ଣ ଦାବି କରା ଯାଇଛି ପୋଷ୍ଟରେ? 

ଫୋଟୋ ସେୟାର କରି ସୋସିଆଲ ମିଡିଆ ବ୍ୟବହାରକାରୀ ମାନେ ଦାବିକରୁଛନ୍ତି ଯେ “କେବଳ ଭାରତ ନୁହେଁ ବିଦେଶରେ ବି ପ୍ରଭୁ ଶ୍ରୀରାମଙ୍କ ନାମକୁ ନେଇ ଚର୍ଚ୍ଚା… US ର ଏକ କମ୍ପାନୀ ନିଜର ନୂଆ କାରର ନାମ ରଖିଛି #RAM”

Facebook | Archive

ଆମ ଅନୁସନ୍ଧାନ: 

ଆମ ଅନୁସନ୍ଧାନରେ ପ୍ରଥମେ ଆମେ ଗୁଗୁଲରେ ଯାଇ ବିଭିନ୍ନ ମୁଖ୍ୟଶବ୍ଦ ବ୍ୟବହାର କରି ସର୍ଚ୍ଚ କରିଲୁ। ଫଳାଫଳରେ ଆମକୁ ଏକ ୱେବସାଇଟରେ ସମାନ କାର କମ୍ପାନୀ ବିଷୟରେ ସୂଚନା ମିଳିଲା। ଏହି ୱେବସାଇଟ ଅନୁଯାୟୀ ଏହି କାର କମ୍ପାନୀର ନାମ ହେଉଛି ରାମ୍। ୧୯୮୧-୧୯୯୩ ମସିହା ପର୍ଯ୍ୟନ୍ତ ଏହି କମ୍ପାନୀ ଡଜ୍ ନାମକ ଗୋଟିଏ କମ୍ପାନୀ ସହିତ କାର ଉତ୍ପାଦନ କରୁଥିଲା। ସେହି ସମୟରେ ଏହାକୁ ଡଜ୍ ରାମ୍ କମ୍ପାନୀ ନାମରେ ପ୍ରସିଦ୍ଧ ଥିଲା। ଡଜ୍ କମ୍ପାନୀ ୧୯୧୭ ମସିହାରୁ ଗାଡ଼ି ଉତ୍ପାଦନ କରି ଆସୁଛି। 

୧୯୮୧ ମସିହାରେ ଏହି କମ୍ପାନୀ ନିର୍ଣୟ ନେଇଥିଲା ଯେ ତାଙ୍କ କାରର ଲୋଗୋ ଗୋଟିଏ ଅଣ୍ଡରା ମେଣ୍ଢା (ରାମ୍ ଜନ୍ତୁ) ର ମୁଣ୍ଡ ହେବ। ଏହା ପରେ ସେମାନେ ମେଣ୍ଢା ମୁଣ୍ଡକୁ ଗାଡ଼ିରେ ଲଗାଇବା ଆରମ୍ଭ କରିଥିଲେ। ଏହାର ଗୋଟିଏ ଉଦାହରଣ ଆପଣ ମାନେ ନିମ୍ନରେ ଦେଖି ପାରିବେ। 

ନିମ୍ନରେ ଆପଣ ମାନେ ମେଣ୍ଢା ମୁଣ୍ଡ ଏବଂ ଗାଡ଼ିର ଲୋଗୋ ମଧ୍ୟରେ ସମାନତା ଦେଖି ପାରିବେ। 

ଅନ୍ୟ ଏକ ୱେବସାଇଟ ଅନୁଯାୟୀ, ଡଜ୍ କମ୍ପାନୀ ନିଜ ଗାଡ଼ିରେ ମେଣ୍ଢା ମୁଣ୍ଡ ଲୋଗୋ ୧୯୩୩ ମସିହାରୁ ବ୍ୟବହାର କରୁଥିଲା। ଏହି ଗାଡ଼ି ଗୁଡିକ ପ୍ରାୟ କଠିନ ଶ୍ରମିକମାନଙ୍କ ପାଇଁ ଉତ୍ପାଦନ କରା ଯାଉଥିଲା ଯିଏ ଚାଷ ଜମି କିମ୍ବା ତେଲ ଖଣି ଇତିୟାଦୀ ସ୍ଥାନରେ କାର୍ଯ୍ୟ କରୁଥିଲେ। ସେଥିପାଇଁ ଲୋଗୋ ଭାବରେ ମେଣ୍ଢା ମୁଣ୍ଡ ଡିଜାଇନ୍ ବ୍ୟବହାର କରା ଯାଉଥିଲା ଯାହା ଗାଡ଼ିର ଦୁର୍ଗମ ନିର୍ମାଣରେ ଶକ୍ତିର ପ୍ରତୀକ ଥିଲା। 

ଶେଷକଥା: 

ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲା ଯେ ରାମ୍ ନାମକ ଗାଡ଼ି ନୂତନ ନୁହେଁ ବରଂ ପୁରୁଣା ଅଟେ। ଏହି କମ୍ପାନୀ ୧୯୮୧ ମସିହାରୁ ଗାଡ଼ି ଉତ୍ପାଦନ କରୁଛି। ଗାଡ଼ିର ନାମ ପାହାଡୀ ଅଣ୍ଡରା ମେଣ୍ଢା ନାମ ପରେ ଦିଆ ଯାଇଥିଲା ଯାହା ଗାଡ଼ିକୁ ଶକ୍ତିର ପ୍ରତୀକ ବୋଲି ଦର୍ଶାଉଥିଲା। ଏହି ଗାଡ଼ିର ନାମର ପ୍ରଭୁ ରାମଙ୍କ ସହିତ କୌଣସି ସମ୍ବନ୍ଧ ନାହିଁ। 

Avatar

Title:କ’ଣ ଆମେରିକାର ଗୋଟିଏ କମ୍ପାନୀ ନିଜ ନୂତନ କାରର ନାମ ରାମ ରଖିଛି? ଜାଣନ୍ତୁ ସତ୍ୟ।

Written By: Siddharth Sahu 

Result: Misleading

Leave a Reply

Your email address will not be published. Required fields are marked *