
ଦିଲ୍ଲିରେ ହେଉଥିବା ହିଂସାକୁ ଦେଖି ଦେଶରେ ଏବେ ଆତଙ୍କର ସ୍ଥିତି ବନି ଯାଇଛି। ନ୍ୟୁଜ ଅନୁସାରେ ସାହାରୁଖ ନାମକ ଜଣେ ପିଲା ରାସ୍ତାରେ ବନ୍ଧୁକ ଧରି ପୋଲିସ କର୍ମିମାନଙ୍କୁ ତଡ଼ୁଥିଲା। ଏହି ଭୟାବହ ଘଟଣାରେ ଏକ ପୋଲିସ କର୍ମିର ମୃତ୍ୟୁ ମଧ୍ୟ ହୋଇଛି। ଭାଇରାଲ ଖବର ଅନୁସାରେ ହାତରେ ବନ୍ଧୁକଧରି ପୋଲିସକୁ ଗୋଡ଼ଉଥିବା ପିଲା ମୁସ୍ଲିମ ଅଟେ। ତେବେ ପୁଣି ଏକ ଘଟା ସାମ୍ନାକୁ ଆସୁଛି ଯେ, ହାତରେ ବନ୍ଧୁକ ଧରିଥିବା ପିଲା ମୁସ୍ଲିମ ନୁହଁ ବରଂ ହିନ୍ଦୁ ଅଟେ। 26 ଫେବୃଆରିରେ NP Ghasipura Youthcongress ନାମକ ଜଣେ ଫେସବୁକ ୟୁଜର ନିଜ ଆକାଉଣ୍ଟରେ ହାତରେ ବନ୍ଧୁକ ଧରିଥିବା ପିଲାର ଫୋଟୋ ସହ ଅନ୍ୟ କିଛି ଫୋଟୋ ପୋଷ୍ଟ କରିଛନ୍ତି। ଏହା ସହ ଦାବି କରିଛନ୍ତି ଯେ, ହାତରେ ବନ୍ଧୁକ ଧରିଥିବା ପିଲାର ନାଁ ସାହରୁଖ ନୁହଁ ବରଂ ଅନୁରାଗ ମିଶ୍ରା ଅଟେ। ହାତରେ ବନ୍ଧୁକ ଧରି ଲୋକଙ୍କୁ ଡରଉଥିବା ବ୍ୟକ୍ତି ମୁସ୍ଲିମ ବୟକ୍ତି ନୁହଁ ବରଂ ହିନ୍ଦୁ ଯୁବକ ଅଟେ। ତଳେ ପୋଷ୍ଟ ଦେଖନ୍ତୁ।

ଏଠାରେ ଲିଙ୍କ ଦେଖନ୍ତୁ-Facebook । Archive
ପୋଷ୍ଟର ସତ୍ୟତା ଜାଣିବା ପାଇଁ ଆମେ ଅନୁସନ୍ଧାନ କରିଲୁ। ଆମ ଅନୁସନ୍ଧାନ ପଢ଼ନ୍ତୁ।
ଆମ ଅନୁସନ୍ଧାନ-
ଅନୁସନ୍ଧାନ ଆରମ୍ଭରେ ଆମେ ହାତରେ ବନ୍ଧୁକ ଧରିଥିବା ପିଲା ସମ୍ଭନ୍ଧରେ ସର୍ଚ କରିଲୁ। ସର୍ଚରେ ଆମକୁ 25 ଫେବୃଆରିରେ ପ୍ରକାଶିତ ହୋଇଥିବା ଏକ ନ୍ୟୁଜ NDTV ନ୍ୟୁଜ ପେଜରେ ମିଳିଲା। ନ୍ୟୁଜ ଅନୁସାରେ ଦିଲ୍ଲିରେ ହାତରେ ବନ୍ଧୁକ ଧରି ଲୋକଙ୍କୁ ଡରାଇଥିବା ପିଲାର ନାମ ସାହରୁଖ ଅଟେ। ଦିଲ୍ଲି ପୋଲିସ ତାକୁ ଗିରଫ ମଧ୍ୟ କରିଛି। ପୋଲିସ ନିଜେ ନ୍ୟୁଜ ଚ୍ୟାନେଲ୍କୁ କହିଛି ଯେ ଗିରଫ କରାଯାଇଥିବା ଯୁବକର ନାଁ ସାହାରୁଖ ଅଟେ। ଅଧିକ ସୂଚନା ପାଇଁ ତଳେ ଲିଙ୍କରେ କ୍ଲିକ କରନ୍ତୁ।

ଏଠାରେ ଲିଙ୍କ ଦେଖନ୍ତୁ-NDTV। Archive
ଏହା ପରେ ଆମେ ଫେସବୁକରେ ଥିବା ଅନୁରାଗ ମିଶ୍ରର ଫୋଟୋ ଏବଂ ହାତରେ ବନ୍ଧୁକ ଧରିଥିବା ଯୁବକର ଫୋଟୋକୁ ବିଶ୍ଲେଷଣ କଲୁ। କିନ୍ତୁ ଦୁଇଟି ଯାକ ଫୋଟୋର ଥିବା ବ୍ୟକ୍ତି ଏକ ବୋଲି ଜଣା ଯାଉ ନାହାନ୍ତି। ଭାଇରାଲ ଫୋଟୋ ଏବଂ ହାତରେ ବନ୍ଧୁକ ଧରିଥିବା ଫୋଟୋରେ ଦୁଇ ଯୁବକଙ୍କର ନିସ ଦାଢ଼ି କେବଳ ଏକା ପ୍ରକାର ଅଛି।

ଏହା ପରେ ଆମେ ଅନୁରାଗ ମିଶ୍ରର ଫୋସବୁକ ଆଇଡିରେ ଯାଇ ସର୍ଚ କରିଲୁ। ସର୍ଚରେ ଆମକୁ ଅନୁରାଗ ମିଶ୍ର ଏହି ଭାଇରାଲ ପୋଷ୍ଟ ବିଷୟରେ ନିଜ ମତ ରଖିଥିବାର ପାଇଲୁ। ଯେଉଁଥିରେ ସେ ସ୍ପଷ୍ଟ କହିଛନ୍ତି ଯେ, ମୋ ନାଁକୁ ବଦନାମ କରିବା ପାଇଁ ମୋ ଫୋଟୋକୁ ସେ ଅପରାଧି ଫୋଟୋରେ ଜୋଡା ଯାଉଛି। ମୁଁ ସମସ୍ତଙ୍କ ନାଁରେ ମାମଲା ରଜୁ କରାଇବି। ତଳେ ପୋଷ୍ଟ ଦେଖନ୍ତୁ।
ଶେଷକଥା–
ଆମ ଅନୁସନ୍ଧାନରୁ ପାଇଲୁ ଯେ, ହାତରେ ବନ୍ଧୁକ ଧରିଥିବା ବ୍ୟକ୍ତିର ମାନ ଅନୁରାଗ ମିଶ୍ର ବୋଲି କରାଯାଉଥିବା ଦାବି ମିଥ୍ୟା ଅଟେ। ହାତରେ ବନ୍ଧୁକ ଧରିଥିବା ବ୍ୟକ୍ତିର ନାମ ସାହାରୁଖ ଅଟେ। ଅନୁରାଗ ମିଶ୍ର ନିଜେ ନିଜ ଆକାଉଣ୍ଟରେ ଏହା ସ୍ପଷ୍ଟ କରିଛନ୍ତି।

Title:ହାତରେ ବନ୍ଧୁକ ଧରି ଲୋକଙ୍କୁ ଡରାଉଥିବା ଯୁବକ ନାମ କ’ଣ ଅନୁରାଗ ମିଶ୍ର ଅଟେ? ଜାଣନ୍ତୁ ସତ୍ୟ।
Fact Check By: Saritadevi SamalResult: False