କ’ଣ ଭାଇରାଲ ଭିଡିଓ ସମ୍ପ୍ରତ୍ତି ସମୟରେ ଭାରତ ଏବଂ ଚୀନ ମଧ୍ୟରେ ଅରୁଣାଚଳ ପ୍ରଦେଶରେ ଚାଲୁଥିବା ସୀମା ବିବାଦର ଅଟେ?

False Military Social

ନିକଟରେ ଭାରତ ସୈନ୍ୟ ଏବଂ ଚୀନର ପିଏଲଏ ସୈନିକ ଅରୁଣାଚଳ ପ୍ରଦେଶର ତବାଙ୍ଗ ଅଞ୍ଚଳରେ ମୁହାଁମୁହିଁ ହେଇଛନ୍ତି। ଏହି ଘଟଣାରେ ଦୁଇ ପକ୍ଷ ସୈନିକଙ୍କୁ ସାମାନ୍ୟ ଆଘାତ ପହଞ୍ଚିଥିବା ଖବର ସାମନାକୁ ଆସିଛି। 

ଏହି ପ୍ରସଙ୍ଗରେ ସୋସିଆଲ ମିଡିଆରେ ଗୋଟିଏ ଭିଡିଓ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ଭାରତ ଏବଂ ଚୀନ ସୈନ୍ୟଙ୍କ ମଧ୍ୟରେ ଝଗଡା ହେଉଛି। ଦାବି ଅନୁଯାୟୀ ଏହି ଘଟଣା ସମ୍ପ୍ରତ୍ତି ସମୟରେ ଅରୁଣାଚଳ ପ୍ରଦେଶରେ ଘଟିଛି। 

କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ଏହା ଏକ ପୁରୁଣା ଭିଡିଓ ଅଟେ ଯାହା ଲଦାଖରେ ୨୦୨୦ ମସିହାରେ ଘଟିଥିଲା। 

କ’ଣ ଦାବି କରା ଯାଇଛି ଏହି ପୋଷ୍ଟରେ?

ଭିଡିଓ ସେୟାର କରି ସୋସିଆଲ ମିଡିଆ ବ୍ୟବହାରକାରୀ ମାନେ ଦାବି କରୁଛନ୍ତି ଯେ, “ଦେଖନ୍ତୁ ଅରୁଣାଚଳ ପ୍ରଦେଶରେ ତବାଙ୍ଗ ଠାରେ ଚାଇନା ସୈନିକଙ୍କୁ ଭାରତୀୟ ବୀର ଯବାନମାନେ ଧୂଲେଇ କରୁଥିବାର ଦୃଶ୍ୟ।”

Facebook | Archive

ଆମ ଅନୁସନ୍ଧାନ: 

ଆମ ଅନୁସନ୍ଧାନରେ ପ୍ରଥମେ ଆମେ ଭାଇରାଲ ଭିଡିଓକୁ ବିଭିନ୍ନ ଫ୍ରେମରେ ବିଭାଜିତ କରିଲୁ। ଏହା ପରେ ଆମେ ପ୍ରତ୍ଯେକ ଫ୍ରେମର ରିଭର୍ସ ଇମେଜ୍ ସର୍ଚ୍ଚ କରିଲୁ। ଫଳାଫଳରେ ଆମକୁ ସମାନ ଭିଡିଓ ୟୁଟ୍ୟୁବରେ ମହା ନ୍ୟୁଜ୍ ନାମକ ଚ୍ୟାନାଲରେ ୨ ବର୍ଷ ପୂର୍ବରୁ ପ୍ରସାରିତ ହେଇଥିବା ମିଳିଲା। ରିପୋର୍ଟ ଅନୁଯାୟୀ ଏହି ଭିଡିଓ ଲଦାଖର ଅଟେ ଯେତେବେଳେ ଭାରତ ସେନା ଚୀନ ସେନାର ଏକ ଏକ ଗାଡ଼ି ଏବଂ ଜଣେ ସୈନ୍ୟ ଯବାନକୁ ଜବତ କରିଥିଲା। ନିମ୍ନରେ ଆପଣ ମାନେ ସେହି ଭିଡିଓ ଦେଖି ପାରିବେ। 

୧୭ ଜୁନ୍ ୨୦୨୦ ରେ ଏକ ରୁଷି ସରକାରୀ ପ୍ରକାଶନ ମଧ୍ୟ ଏହି ଘଟଣା ନେଇ ଟୁଇଟ କରିଥିଲା। ରିପୋର୍ଟରେ କୁହା ଯାଇଛି ଯେ ଭାରତ ସୈନିକ ମାନେ ଚୀନର ପିଏଲଏ ସୈନିକ ମାନଙ୍କୁ ଲାଇନ୍ ଅଫ୍ ଏକ୍ଚୁଆଲ କଣ୍ଟ୍ରୋଲ୍ ରେ ଲୁହା ଛଡରେ ପିଟିଥିଲେ। 

ସାମ୍ବାଦିକ ଶିବ ଅରୁର ମଧ୍ୟ ସମାନ ଭିଡିଓ ୧୭ ଜୁନ୍ ୨୦୨୦ ରେ ଟୁଇଟ କରି କହିଥିଲେ ଯେ ୧୫ ଜୁନରେ ଗଳବାନରେ ଭାରତ ଏବଂ ଚୀନ ସୈନ୍ୟ ମଧ୍ୟରେ ହେଇଥିବା ସଂଘର୍ଷ ପଛରେ ୧୦୦% ଚୀନର ଯୋଜନା ଥିଲା। ଏହି ଘଟଣାରେ ଦୁଇ ପକ୍ଷ ସେନାରେ କୌଣସି ମୃତ୍ୟୁ କିମ୍ବା ଗମ୍ଭୀର ଆଘାତ ହୋଇନାହିଁ। 

ୱ୍ହା ପରେ ଆମେ ଭାଇରାଲ ଭିଡିଓ ଏବଂ ୨୦୨୦ ମସିହାରେ ପ୍ରସାରିତ ହେଇଥିବା ଭିଡିଓ ଗଭୀରତା ସହିତ ଦେଖିଲୁ। ଆମକୁ ଦୁଇଟି ଭିଡିଓରେ ଅନେକ ସମାନତା ଦେଖିବାକୁ ମିଳିଲା ଯାହା ଆପଣ ମାନେ ନିମ୍ନରେ ଦେଖି ପାରିବେ। 

କ’ଣ ନିକଟରେ ଭାରତ ଏବଂ ଚୀନ ମଧ୍ୟରେ ତବାଙ୍ଗରେ ବିବାଦ ସୃଷ୍ଟି ହେଇଛି?

ବିବିସି ରିପୋର୍ଟ ଅନୁଯାୟୀ, ଭାରତ କହିଛି ଯେ ଅରୁଣାଚଳ ପ୍ରଦେଶରେ ସୀମାରେ ଥିବା ଏକ ବିବାଦୀୟ ଅଞ୍ଚଳରେ ଚୀନ୍ ସୈନ୍ୟଙ୍କ ସହ ଭାରତ ସୁରକ୍ଷା ବାହିନୀ ମୁହାଁମୁହିଁ ହୋଇଛନ୍ତି। ଏହି ଘଟଣାରେ ଦୁଇ ପକ୍ଷ ସେନାଙ୍କୁ ସାମାନ୍ୟ ଆଘାତ ହେଇଛି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ କହିଛନ୍ତି ଯେ ଏହି ଘଟଣା ସେତେବେଳେ ଘଟିଲା ଯେତେବେଳେ ଚୀନ ସୈନ୍ୟ ମାନେ ଭାରତ ସୀମା ଭିତରକୁ ପ୍ରବେଶ କରିଥିଲେ। 

ଶେଷକଥା: 

ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲା ଯେ ଭାଇରାଲ ଭିଡିଓର ସମ୍ପ୍ରତ୍ତି ସମୟରେ ଅରୁଣାଚଳ ପ୍ରଦେଶରେ ଭାରତ ଏବଂ ଚୀନ ସୈନ୍ୟଙ୍କ ମଧ୍ୟରେ ହୋଇଥିବା ମୁହାଁମୁହିଁ ସହିତ କୌଣସି ସମ୍ବନ୍ଧ ନାହିଁ। ଏହି ଭିଡିଓ ୨୦୨୦ ମସିହାରେ ଲଦାଖର ଦୃଶ୍ୟ ଅଟେ।

Avatar

Title:କ’ଣ ଭାଇରାଲ ଭିଡିଓ ସମ୍ପ୍ରତ୍ତି ସମୟରେ ଭାରତ ଏବଂ ଚୀନ ମଧ୍ୟରେ ଅରୁଣାଚଳ ପ୍ରଦେଶରେ ଚାଲୁଥିବା ସୀମା ବିବାଦର ଅଟେ?

Fact Check By: Siddharth Sahu 

Result: False

Leave a Reply

Your email address will not be published. Required fields are marked *