ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋତର ପୁରୁଣା ଭିଡିଓ ମିଥ୍ୟା ଦାବିରେ ଭାଇରାଲ ହେଉଛି ।

False Political

କିଛି ଦିନ ପୂର୍ବରୁ ରାଜସ୍ଥାନର ଦୁଇ ସମ୍ପ୍ରଦାୟ ମଧ୍ୟରେ ହିଂସା ଘଟିଥିଲା। ଯେଉଁଥିପାଇଁ ଅନେକ ଭିଡିଓ ଏବଂ ଫୋଟୋ ଇଣ୍ଟରନେଟରେ ସେୟାର କରାଯାଉଛି। ସୋସିଆଲ ମିଡିଆରେ  ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋତର ଏକ ଭିଡିଓ ଭାଇରାଲ ହେଉଛି। 

ଭିଡିଆରେ ସେ କହୁଛନ୍ତି ଯେ,  “ହିନ୍ଦୁତ୍ୱର ପରିବେଶ ହୋଇଗଲାଣି, ଆମେ ମଧ୍ୟ ଭୟଭୀତ, ଲୋକ ଭୋଟ୍ ଦେବେ ନାହିଁ , ଆତଙ୍କିତ ହେବାର କୌଣସି ଆବଶ୍ୟକତା ନାହିଁ, ଆମକୁ ପ୍ରାଧାନ୍ୟ ବିସ୍ତାର କରିବାକୁ ପଡିବ ଏବଂ ଆମର ଆଦର୍ଶକୁ ଅନୁସରଣ କରିବାକୁ ପଡିବ। ”ଦାବି ହେଉଛି ଯେ ଏହି ଭିଡିଓ ରାଜସ୍ଥାନରେ ଚାଲିଥିବା ହିଂସାରୁ ଆସିଛି।

ଓଡିଶା ହିନ୍ଦୁ ଯୁବାସଂଘ ନାମକ ଫେସବୂକ ପେଜରେ ଭାଇରାଲ ଭିଡିଆ ପାଇଲୁ। ଯେଉଁଥିରେ ଲେଖାଯାଇଛି ଯେ, ହିନ୍ଦୁତ୍ୱର ପରିବେଶ ହୋଇଗଲାଣି, ତେଣୁ ଆମେ ମଧ୍ୟ ଭୟଭୀତ, ଆମେ ଭୋଟ୍ ଦେବୁ ନାହିଁ “: ରାଜସ୍ଥାନ ସିଏମ ଗେହଲୋଟ୍, ତୁମର ଗର୍ଭ ନାହିଁ

ଆମ ଅନୁସନ୍ଧାନ ପୂର୍ବରୁ ପୋଷ୍ଟକୁ 5 ହଜାରୁ ଅଧିକ ଲୋକ ଦେଖି ଛନ୍ତି। ଏବଂ ଭିଡିଓକୁ ଅନେକ ଲାଇକ ଏବଂ କମେଣ୍ଟ ମଧ୍ୟ ମିଳିଛି। ତେବେ ବାଇରାଲ ଭିଡିଆର ସତ୍ୟତା ଜାମିବା ପାଇଁ ଆମେ ଅନୁସନ୍ଧାନ କରିଲୁ।

ଅନୁସନ୍ଧାନ-

ୟୁଟ୍ୟୁବରେ କୀୱାର୍ଡ ସନ୍ଧାନ କରି ଆମେ ଏହି ଭିଡିଓ ଯାଞ୍ଚ କରିଲୁ। ଆମେ ଏହାର ମୂଳ ଭିଡିଓ 9 ଏପ୍ରିଲ 2021 ରେ ZEE ରାଜସ୍ଥାନର ଅଫିସିଆଲ୍ ଚ୍ୟାନେଲରେ ପ୍ରସାରିତ ପାଇଲୁ।  ଏହି ଭିଡିଓରେ ଆପଣ 29.39 ମିନିଟରେ  ଭାଇରାଲ୍ ହେଉଥିବା ଭିଡିଓ ଦେଖିପାରିବେ। 

ଏହା ସହିତ ଦିଆଯାଇଥିବା ସୂଚନାରେ କୁହାଯାଇଛି ଯେ ନ୍ୟାସନାଲ ଷ୍ଟୁଡେଣ୍ଟସ୍ ୟୁନିଅନ୍ ଅଫ୍ ଇଣ୍ଡିଆ (NSUI) ର ପ୍ରତିଷ୍ଠା ଦିବସରେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟ୍ ଭିଡିଓ କନଫରେନ୍ସ ମାଧ୍ୟମରେ ଏହି କାର୍ଯ୍ୟକ୍ରମକୁ ସମ୍ବୋଧିତ କରିଛନ୍ତି। ଅଧିକ ସୂଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ। 

ଏବା ପରେ 9 ଏପ୍ରିଲ 2021 ରେ ପ୍ରକାଶିତ ହିନ୍ଦୁସ୍ତାନର ଆର୍ଟିକିଲରେ, ଆମେ ଜାଣିବାକୁ ପାଇଲୁ ଯେ ରାଜସ୍ଥାନର NSUI କାର୍ଯ୍ୟାଳୟରେ NSUI ର 51 ତମ ଫାଉଣ୍ଡେସନ ଦିବସରେ ଅନଲାଇନରେ ଆୟୋଜିତ କାର୍ଯ୍ୟକ୍ରମକୁ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟ୍ ସମ୍ବୋଧିତ କରିଛନ୍ତି। NSUI ର ଛାତ୍ରମାନଙ୍କୁ ସମ୍ବୋଧିତ କରିବାବେଳେ ସେ ବିଜେପି, ଆରଏସଏସକୁ ଟାର୍ଗେଟ କରି କହିଛନ୍ତି ଯେ ଛାତ୍ରମାନଙ୍କୁ ନିର୍ଭୟରେ ସେମାନଙ୍କ ଆଦର୍ଶ ଅନୁସରଣ କରିବାକୁ ପଡିବ।

ସେ ଆହୁରି ମଧ୍ୟ କହିଛନ୍ତି ଯେ ସଫଳତାର ଏକମାତ୍ର ଜିନିଷ ହିଁ ସତ୍ୟର ପଥ ଅନୁସରଣ କରେ। ସେ କହିଛନ୍ତି, “ବିଜେପି ଏବଂ ଆରଏସଏସ କେବଳ ହିନ୍ଦୁତ୍ୱ ବିଷୟରେ କଥାବାର୍ତ୍ତା କରୁଛି। ତେଣୁ ବାତାବରଣ ହିନ୍ଦୁତ୍ୱର ହୋଇଗଲାଣି ଏବଂ ଆମେ ମଧ୍ୟ ଭୟଭୀତ।  ଲୋକମାନେ ଆମକୁ ଭୋଟ୍ ମଧ୍ୟ ଦେବେ ନାହିଁ।  ଆତଙ୍କିତ ହେବାର କୌଣସି ଆବଶ୍ୟକତା ନାହିଁ। “

ଶେଷକଥା

ତଥ୍ୟ ଯାଞ୍ଚ କରିବା ପରେ, ଆମେ ଜାଣିଲୁ ଯେ ଭିଡିଓ ଭାଇରାଲ ହେବା ସହିତ ଦିଆଯାଇଥିବା ଦାବି ମିଥ୍ୟା ଅଟେ।  ଏହି ଭିଡିଓ ସାମ୍ପ୍ରତିକ ନୁହେଁ ବରଂ ଗତ ବର୍ଷର ଅଟେ।  ରାଜସ୍ଥାନରେ ହୋଇଥିବା ହିଂସା ସହିତ ଏହାର କୌଣସି ସମ୍ପର୍କ ନାହିଁ।

Avatar

Title:ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋତର ପୁରୁଣା ଭିଡିଓ ମିଥ୍ୟା ଦାବିରେ ଭାଇରାଲ ହେଉଛି ।

Fact Check By: Saritadevi Samal 

Result: False

Leave a Reply

Your email address will not be published. Required fields are marked *