
ସୋସିଆଲ ମିଡିଆରେ ଦିଲ୍ଲୀରେ ହେଉଥିବା କୃଷି ଆନ୍ଦୋଳନକୁ ନେଇ ଅନେକ ଖବର ଭାଇରାଲ ହେବାରେ ଲିଗିଛି। ସେଥିମଧ୍ୟରୁ କିଛି ସତ୍ୟଥିବା ବେଳେ କିଛି ମିଥ୍ୟା ମଧ୍ୟ ଅଟେ। ଏହିପରି ଅନ୍ୟ ଏକ ଫଟୋ ମଧ୍ୟା ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ଜଣେ ଶିଖ ବ୍ୟକ୍ତି ଭାରତିୟ ପତାକା ଉପରେ ଜୋତା ରଖୁଥିବାର ଦେଖାଯାଉଛନ୍ତି। ଫଟୋରେ ଦାବି କରାଯାଉଛି ଯେ, କୃଷି ଆନ୍ଦୋଳନରେ ଚାଷିମାନେ ଭାରତର ଜାତୀୟ ପତାକାକୁ ଅସମ୍ମାନ କରୁଛନ୍ତି। ଆମ ଅନୁସନ୍ଧାନରେ ଭାଇରାଲ ଫଟୋରେ କରାଯାଇଥିବା ଦାବି ମିଥ୍ୟା ପ୍ରମାଣିତ ହେଲା।
9 ଡିସେମ୍ବରରେ Upadhyaya Panigrahi ନାମକ ଜଣେ ଫେସବୁକ ୟୁଜର ତାଙ୍କ ଆକାଉଣ୍ଟରେ ଭାଇରାଲ ଫଟୋ ପୋଷ୍ଟ କରିଛନ୍ତି। ପୋଷ୍ଟରେ ଦାବି କରାଯାଇଛି ଯେ, କୃଷକ ଆନ୍ଦୋଳନ ନାଁରେ ଭାରତର ଜାତୀୟ ପତାକା କୁ ଅସମ୍ମାନ କରୁଛନ୍ତି। ପୋଷ୍ଟର ଶିର୍ଷକରେ ଲେଖାଯାଇଛି ଯେ, ଭାଇ ମୋଦି ଆଉ ସାହ ଯଦି ତୁମର ଶତ୍ରୁ , ତାହାଲେ ଜାତୀୟ ପତାକାକୁ ଅସମ୍ମାନ କରି ଖାଲିସ୍ଥାନୀ ଆତଙ୍କବାଦୀ ଙ୍କୁ ସାହାଯ୍ୟ କରିବ କି। କୃଷକ ଆନ୍ଦୋଳନ ନାଁରେ ଦେଶ ବିରୋଧୀ କାର୍ଯ୍ୟ କେତେ ଯୁକ୍ତିଯୁକ୍ତ। ଅଣ ପଞ୍ଜାବୀ କୃଷକ ଏହାର ତୀବ୍ର ବିରୋଧ କରୁଛୁ ଏ ଏମାନଙ୍କୁ ଉଚିତ୍ ଦଣ୍ଡ ଦିଆଯାଉ।
ଆମ ଅନୁସନ୍ଧାନ ପୂର୍ବରୁ ପୋଷ୍ଟକୁ ଅନେକଥର ସେୟାର କରାଯିବା ସହ ପୋଷ୍ଟକୁ ଅନେକ ଲାଇକ୍ ଏବଂ କମେଣ୍ଟ ମଧ୍ୟ ମିଳିଛି। ତଳେ ଲିଙ୍କ ଦେଖନ୍ତୁ।
ଏଠାରେ ଲିଙ୍କ ଦେଖନ୍ତୁ- Facebook । Archive
ତେବେ କଣ ବର୍ତ୍ତମାନ ଚାଲୁଥିବା କୃଷି ଆନ୍ଦୋଳନରେ କୃଷିମାନେ ଭାରତର ଜାତୀୟ ପତାକା କୁ ଅପମାନ କରୁଛନ୍ତି କି। ପୋଷ୍ଟର ସତ୍ୟତା ଜାଣିବା ପାଇଁ ଆମେ ଅନୁସନ୍ଧାନ କରିଲୁ। ଆମ ଅନୁସନ୍ଧାନ ପଢ଼ନ୍ତୁ।
ଅନୁସନ୍ଧାନ-
ଅନୁସନ୍ଧାନ ଆମ୍ଭରେ ଭାଇରାଲ ଫଟୋକୁ ଗୁଗୁଲରେ ପକାଇ ରିଭର୍ସ ଇମେଜ କରିଲୁ। ସର୍ଚ୍ଚରେ ଆମକୁ ଏହାକୁ ନେଇ କିଛି ଲିଙ୍କ ମିଳିଲା। Dal khalsa ପେଜରେ ଆମେ ଭାଇରାଲ ଫଟୋ ପାଇଲୁ। ଯାହାକି 15 ଅଗଷ୍ଟ 2013ରେ ନିଆଯାଇଥିବାର ଜଣା ପଡ଼ୁଛି। 17 ଅଗଷ୍ଟ 2013 ରେ ପ୍ରକାଶିତ ହୋଇଥିବା ବ୍ଲଗ୍ ଅନୁଯାୟୀ 15 ଅଗଷ୍ଟ 2013 ରେ କେନ୍ଦ୍ରୀୟ ଲଣ୍ଡନରେଥିବା ଭାରତୀୟ ଉଚ୍ଚ ଆୟୋଗ ନିକଟରେ “ଶିଖ୍, କାଶ୍ମୀର ଏବଂ ଅନ୍ୟାନ୍ୟ ଗୋଷ୍ଠୀ ବିରୋଧ ପ୍ରଦର୍ଶନ କରିଥିଲେ। ଶିଖ୍ ଉପରେ “ଭାରତୀୟ ଅତ୍ୟାଚାର” ଏବଂ ପଞ୍ଜାବର “ବୃତ୍ତି” ବିରୋଧରେ ଏହି ବିରୋଧ କରାଯାଇଥିଲା ଅଧିକ ସୂଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ।
ଏଠାରେ ଲିଙ୍କ ଦେଖନ୍ତୁ- Dal khalsa । Archive
ଏହା ପରେ ଆମକୁ ଏକ ଭିଡିଓ ମିଳିଲା। ଯେଉଁଥିରେ ଭାଇରାଲ ଫଟୋରେଥିବା ବ୍ୟକ୍ତି ପ୍ରଦର୍ଶନ କରୁଛନ୍ତି। ଉପରୋକ୍ତ ଫଟୋରେ ଲେଖାଯାଇଛି Dal Khalsa U.k ଏବଂ ଆମକୁ ମିଳିଥିବା ଭିଡିରେ ମଧ୍ୟ ତାହା ଲେଖାଯାଇଛି। Dal Khalsa UK ରେ 2010ରେ ପ୍ରକାଶିତ ହୋଇଥିବା ଭିଡିଓରେ ଭାଇରାଲ ଭିଡିଓରେଥିବା ବ୍ୟକ୍ତି ପ୍ରଦର୍ଶନ କରୁଛନ୍ତି। ତଳେ ଲିଙ୍କ ଦେଖନ୍ତୁ।
Alamy ପେଜ ଅନୁସାରେ ଭାଇରାଲ ଫଟୋରେ ଦେଖାଯାଇଥିବା ବ୍ୟକ୍ତିଙ୍କ ନାମ ସର୍ଦ୍ଦାର ମନମୋହନ ଖାଲସା ଅଟେ, ଏବଂ ସେ ଡାଲ ଖାଲସା ବ୍ରିଟେନର ସଦସ୍ୟ ଅଟନ୍ତି। ଏଥିରୁ ସ୍ପଷ୍ଟ ହେଉଛି ଯେ, ଭାଇରାଲ ଫଟୋ ଭାରତର ନୁହେଁ, କି ବର୍ତ୍ତମାନ କୃଷି ଆନ୍ଦୋଳନର ମଧ୍ୟ ନୁହେଁ। ଅଧିକ ସୂଚନା ପାଇଁ ଲିଙ୍କ ଦେଖନ୍ତୁ।
ଏଠାରେ ଲିଙ୍କ ଦେଖନ୍ତୁ- Alamy । Archive
22 ନଭେମ୍ବର 2017ରେ sikh24 ପେଜରେ ପ୍ରକାଶିତ ହୋଇଥିବା ଖବର ଅନୁସାରେ ମନମୋହନ ଖାଲସାଙ୍କର 2017ରେ ମୃତ୍ୟୁ ହୋଇସାରିଛି। ଏଥିରୁ ସ୍ପଷ୍ଟ ହେଉଛି ଯେ, ଭାଇରାଲ ହେଉଥିବା ଫଟୋର ବର୍ତ୍ତମାନ କୃଷି ଆନ୍ଦୋଳନ ସହ କୌଣସି ସମ୍ପର୍କ ନାହିଁ। ତଳେ ଲିଙ୍କ ଦେଖନ୍ତୁ।
ଏଠାରେ ଲିଙ୍କ ଦେଖନ୍ତୁ- sikh24 । Archive
ଶେଷକଥା–
ଅନୁସନ୍ଧାନରୁ ସ୍ପଷ୍ଟ ହେଲା ଯେ, ଶିଖ ବ୍ୟକ୍ତି ଜଣକ ଭାରତର ଜାତୀୟ ପତାକାକୁ ଅସମ୍ମାନ କରୁଥିବା ଭାଇରାଲ ଫଟୋର ବର୍ତ୍ତମାନ କୃଷି ଆନ୍ଦୋଳନ ସହ କୌଣସି ସମ୍ପର୍କ ନାହିଁ।

Title:ଭାରତ ଜାତୀୟ ପତାକାକୁ ଅପମାନ କରୁଥିବା ଶିଖ ବ୍ୟକ୍ତିର ଫଟୋର ବର୍ତ୍ତମାନ କୃଷି ଆନ୍ଦୋଳନ ନୁହେଁ।
Fact Check By: Saritadevi SamalResult: False