
କୋରୋନା ଭାଇରସରେ ସମଗ୍ର ବିଶ୍ୱ ଲଢ଼ୁଥିବା ବେଳେ , ଦେଶ ଦେଶ ମଧ୍ୟରେ ମଧ୍ୟ ଶିତଳ ଯୁଦ୍ଧ ଦେଖିବାକୁ ମିଳୁଛି। ପାକିସ୍ତାନ ନୂଆ ମିସାଇଲ ପ୍ରସ୍ତୁତ ଖବର ହେଉ ଅଥବା ଚାଇନାର ଆମେରିକା ସାମୂଦ୍ରିକ ଜାହାଜ ଉପରେ ହେଉ। ସୋସିଆଲ ମିଡ଼ିଆରେ ଖବର ଭାଇରାଲ ହେବାରେ ଲାଗିଛି। 9 ମେ ରେ Hrishikesh Mishra ନାମକ ଜଣେ ଫେସବୁକ ୟୁଜର ନିଜ ଆକାଉଣ୍ଟରେ କିଛି ଆଘାତ ସୈନ୍ୟଙ୍କର ଫୋଟୋ ପୋଷ୍ଟ କରିଛନ୍ତି। ପୋଷ୍ଟ କରାଯାଇଥିବା ଫୋଟୋରେ କିଛି ସୈନ୍ୟ ରକ୍ତାର୍କ ହୋଇଥିବାର ଦେଖା ଯାଉଛନ୍ତି। ଏହା ସହ ତାଙ୍କୁ ବନ୍ଦି କରାଯାଇଥିବାର ଦେଖା ଯାଉଛି। ପୋଷ୍ଟରେ ଦାବି କରାଯାଇଛି ଯେ, ପାକିସ୍ତାନ ସେନାଙ୍କ ହାଲତ ବଲୁଚିସ୍ତାନରେ ବର୍ତ୍ତମାନ ଏହିପରି। ତଳେ ପୋଷ୍ଟର ଲିଙ୍କ ଦେଖନ୍ତୁ।

ଏଠାରେ ଲିଙ୍କ ଦେଖନ୍ତୁ- Facebook । Archive
ତେବେ କଣ ପାକିସ୍ତାନ ସେନାର ହାଲତ ଏବେ ଏହି ପରି ଅଛି। ଫୋଟୋ ପଛର ସତ୍ୟତା ଜାଣିବା ପାଇଁ ଆମେ ଅନୁସନ୍ଧାନ କରିଲୁ। ଆମ ଅନୁସନ୍ଧାନ ପଢ଼ନ୍ତୁ।
ଆମ ଅନୁସନ୍ଧାନ-
ଅନୁସନ୍ଧାନ ଆରମ୍ଭରେ ଆମେ ଭାଇରାଲ ଫୋଟୋକୁ ପ୍ରଥମେ ଗୁଗୁଲରେ ପକାଇ ରିଭର୍ସ ଇମେଜ କରିଲୁ। ସର୍ଚ୍ଚରେ ଆମକୁ ଭାଇରାଲ ଫୋଟୋର କିଛି ଲିଙ୍କ ମିଳିଲା। siasat.pk ନାମକ ଏକ ପାକିସ୍ତାନି ପେଜରେ ଆମକୁ ଭାଇରାଲ ଫେଟେ ମିଳିଲା। ପେଜରେ ଫୋଟୋ 10 ଜୁଲାଇ 2017ରେ ପୋଷ୍ଟ କରାଯାଇଥିଲା। ପେଜରେ କିଛି କେଣ୍ଟର ଆଧାରରେ ଫୋଟୋ ପୋଷ୍ଟ କରାଯାଇଛି। ଅଧିକ ସୂଚନା ପାଇଁ ଆମେ ସର୍ଚ କରିଲୁ। ତଳେ ଲିଙ୍କ ଦେଖନ୍ତୁ।

ଏଠାରେ ଲିଙ୍କ ଦେଖନ୍ତୁ- siasat.pk । Archive
ଏହା ପରେ ଆମକୁ napaki.blogspot ନାମକ ଏକ ଅନ୍ୟ ପାକିସ୍ତାନ ପେଜ ମିଳିଲା। ପେଜରେ ଭାଇରାଲ ଫୋଟୋ 9 ଡିସେମ୍ବର 2010ରେ ଅପଲୋଡ କରାଯାଇଥିଲା। ଖବରରେ ଲେଖା ଯାଇଛି ଯେ, ପାକିସ୍ତାନ ସେନା ତାଲିବାନ ସାମ୍ନାରେ ସମର୍ପଣ କରିଲା। ପୋଷ୍ଟରେ ଅନେକ ଫୋଟୋ ଦିଆ ଯାଇଛି। ପୋଷ୍ଟରୁ ଏତିକି ସ୍ପଷ୍ଟ ହେଲୁ ଯେ, ଭାଇରାଲ ଫୋଟୋ 2010 ସମୟର ଅଟେ। ତଳେ ପୋଷ୍ଟର ଲିଙ୍କ ଦେଖନ୍ତୁ।

ଏଠାରେ ଲିଙ୍କ ଦେଖନ୍ତୁ-napaki.blogspot । Archive
ଏହା ପରେ ଆମକୁ The emergency timeର ଏକ ଖବର 27 ମାର୍ଚ୍ଚ 2008ରେ ପ୍ରକାଶିତ ହୋଇଥିବର ପାଇଲୁ। ଖବରରେ ଭାଇରାଲ ହେଉଥିବା ଫୋଟୋ ଉପସ୍ଥିତ ଥିଲା। ଆମେ ସମ୍ପୁର୍ଣ୍ଣ ଖବର ପଢ଼ିଲା ପରେ ପାଇଲୁ ଯେ, ଭାଇରାଲ ଫୋଟୋ 2008 ମସିହାର ଅଟେ। ପାକିସ୍ତାନର ସେପୋଇ ଗୁଲ ଫରୋଶ(Sepoy Gul Farosh) ନାମକ ଜଣେ ସୈନ୍ୟ ଶତୃଙ୍କ ପଖରେ ସମର୍ପଣ କରିଥିଲେ। ଜବାନ ଜଣକର ମୃତ୍ୟୁ ପୂର୍ବରୁ ତାଙ୍କ ବନ୍ଦୁକକୁ ତାଙ୍କ ଜେନରାଲ ସାହବକୁ ଦେବା ପାଇଁ କହିଥିଲେ। ତାଙ୍କର ମତ ଥିଲା ଯେ, ନିଜକୁ ଶତୃ ସାମ୍ନାରେ ସମର୍ପଣ କରିହେବ କିନ୍ତୁ ତମ ଅସ୍ତ୍ରକୁ ନୁହେଁ। ସେ ତାଙ୍କ ଅସ୍ତ୍ରକୁ ତାଙ୍କ ଧର୍ମ ପତ୍ନୀ ସହ ତୁଶଳନା କରିଥିଲେ। ତେବେ ଭାଇରାଲ ଫୋଟୋ 2008 ମସିହାରୁ ସୋସିଆଲ ମିଡ଼ିଆରେ ଘୁରି ବୁଲୁଛି। ଅଧିକ ସୂଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ।

ଏଠାରେ ଲିଙ୍କ ଦେଖନ୍ତୁ-The emergency time । Archive
ଶେଷକଥା-
ଆମ ଅନୁସନ୍ଧାନରୁ ପାଇଲୁ ଯେ, ପାକିସ୍ତାନର ସେନାଙ୍କ ବର୍ତ୍ତମାନ ହାଲତ ବେଲୁଚିସ୍ଥାନରେ କହି ଭାଇରାଲ ହେଉଥିବା ଫୋଟୋ 2008 ମସିହାରୁ ସୋସିଆଲ ମିଡ଼ିଆରେ ଘୁରି ବୁଲୁଛି। ଏଥିରୁ ସ୍ପଷ୍ଟ ହେଉଛି ଯେ, ଭାଇରାଲ ଫୋଟୋ 12 ବର୍ଷ ପୁରୁଣା ଅଟେ।

Title:2008ର ଫୋଟୋକୁ ବର୍ତ୍ତମାନ ପାକିସ୍ତାନ ସେନାଙ୍କ ହାଲତ ବଲୁଚିସ୍ତାନରେ ଏହି ପରି କହି ଭାଇରାଲ କରାଯାଉଛି।
Fact Check By: Saritadevi SamalResult: False