2012 ଭାରତ ମାନଚିତ୍ର ଫୋଟୋକୁ ଆମେରିକାର CEO କୋରୋନା ସଂକ୍ରମଣ ପାଇଁ ବନାଇଥିବା ଦାବିରେ ଭାଇରାଲ କରାଯାଉଛି।

Coronavirus False Social

ଭାରତର 130 କୋଟି ଜନସଂଖ୍ୟା ଏବେ କୋରୋନା ଭାଇରସ୍ ସଂକ୍ରମଣ ସହ ଲଢୁଛନ୍ତି। ଭାରତ ଭଳି ଜନ ବହୂଳ ଦେଶରେ ଲକଡାଉନ୍ କରି କୋରୋନା ବିରୋଧରେ ଲଢିବା ବିଶ୍ୱରେ ଏକ ବଡ ଉଦାହରଣ ସୃଷ୍ଟି କରିଛି। ଏଥି ମଧ୍ୟରେ ସୋସିଆଲ୍ ମିଡ଼ିଆରେ ଏକ ପୋଷ୍ଟ ଭାଇରାଲ୍ କରାଯାଉଛି ଯେ, ଆମେରିକା ସିଈଓ ଭାରତର ଏକ ମାନଚିତ୍ର ଗଠନ କରିଛନ୍ତି। ଯେଉଁଥିରେ ସେ ଦର୍ଷେଇଛନ୍ତି ଯେ, ଭାରତର ସମସ୍ତ ରାଜ୍ୟ ବିଶ୍ୱର 20ଟି ଦେଶର ଜନଗଣନା ସହ ସମାନ କୋରୋନା ସଂକ୍ରମଣ ସହ ଲଢ଼େଇ କରୁଛି।  17 ଏପ୍ରିଲରେ Jagannath Samal ନାମକ ଜଣେ ଫେସବୁକ ୟୁଜର ନିଜ ଆକାଉଣ୍ଟରେ ଏହି ଫୋଟୋ ପୋଷ୍ଟ କରି ଏହା ଦାବି କରିଛନ୍ତି। ପୋଷ୍ଟରେ ଲେଖା ଯାଇଛି ଯେ, Very puropsefully redesigned map by US CEO shows that India indirectly handling #Covid-19 crisis of 20 Nations! Perfectly summed up how #IndiaFightingCorona
ପ୍ରକୃତରେ ୧୩୦ କୋଟି ଲୋକଙ୍କୁ ୪୦ ଦିନ ଧରି ଲକଡାଉନରେ ରଖିବା ଛୋଟିଆ କଥା ନୁହେଁ। ସମୋୟଚିତ୍ତ କଠୋର ପଦକ୍ଷେପ ଯୋଗୁ ହିଁ ଏହି ମାରାତ୍ମକ ମହାମାରୀକୁ ସୀମା ଭିତରେ ରଖାଯାଇ ପାରିଛି। ଆମ ଅନୁସନ୍ଧାନ ପୂର୍ବରୁ ପୋଷ୍ଟକୁ ଅଧିକଥର ସେୟାର କରାଯାଇଛି। ତଳେ ପୋଷ୍ଟର ଲିଙ୍କ ଦେଖନ୍ତୁ।

ଏଠାରେ ଲିଙ୍କ ଦେଖନ୍ତୁ-FacebookArchive

ତେବେ କଣ ସତରେ ଆମେରିକାର ସିଇଓ ଭାରତର ରାଜ୍ୟ ଗୁଡ଼ିକ ବିଶ୍ୱର ଅନ୍ୟ 20ଟି ଦେଶ ସହ ସମାନ ରୂପରେ କୋରୋନା ସହ ଲଢ଼େଇ କରୁଛନ୍ତି । ପୋଷ୍ଟର ସତ୍ୟତା ଜାଣିବା ପାଇଁ ଆମେ ଅନୁସନ୍ଧାନ କରିଲୁ। ଆମ  ଅନୁସନ୍ଧାନ ପଢ଼ନ୍ତୁ।

ଆମ ଅନୁସନ୍ଧାନ-

ଅନୁସନ୍ଧାନ ଆରମ୍ଭରେ ଆମେ ଭାଇରାଲ୍ ଫୋଟୋକୁ ଗୁଗୁଲରେ ପକାଇ ରିଭର୍ସ ଇମେଜ କରିଲୁ। ସର୍ଚ୍ଚରେ ଆମକୁ ଭାଇରାଲ ଫୋଟୋର କିଛି ଲିଙ୍କ ଅନ୍ୟ ପେଜରେ ମିଳିଲା। ଭାଇରାଲ ଭାରତ ମାନଚିତ୍ର Quora ୱେବସାଇଟରେ 2012ରେ ପ୍ରକାଶିତ ହୋଇଥିବାର ପାଇଲୁ। 2012 ମସିହାରେ Arpan Srivastava ନାମକ ଜଣେ ବ୍ୟକ୍ତି What are some ot the intresting fact about india? ପ୍ରଶ୍ନର ଉତ୍ତରରେ ଏହି ମାନଚିତ୍ର ଦେଇ ପ୍ରକାଶ କରିଥିଲେ। ସେ ତାଙ୍କ ଉତ୍ତରରେ ଭାରତର କେଉଁ ରାଜ୍ୟ ବିଶ୍ୱର କେଇଁ ଦେଶର ଲୋକ ସଂଖ୍ୟା ସହ ସମାନ ତାହା ଦର୍ଶାଇଥିଲେ। ଏଥିରୁ ସ୍ପଷ୍ଟ ହେଉଛି ଯେ, ଭାଇରାଲ ଫୋଟୋ 8 ବର୍ଷ ପୁରୁଣା ଅଟେ। ଅଧିକ ସୂଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ।

ଏଠାରେ ଲିଙ୍କ ଦେଖନ୍ତୁ- QuoraArchive

ଏହା ପରେ ଆମକୁ Erik Solheim ନାମକ ଜଣେ ବ୍ୟକ୍ତିର Twitter ଆକାଉଣ୍ଟରେ ପାଇଲୁ। 2016 ମସିହାରେ ଭାଇରାଲ ମାନଚିତ୍ରକୁ ବ୍ୟକ୍ତି ଜଣକ ତାଙ୍କ ଆକାଉଣ୍ଟେରେ ପୋଷ୍ଟ କରିଥିଲେ। ପୋଷ୍ଟରେ ଲେଖା ଯାଇଛି ଯେ, ଭାରତର ରାଜ୍ୟ ଗୁଡ଼ିକର ଜନ ସଂଖ୍ୟା ବିଶ୍ୱର 20ଟି ଦେଶର ଜନ ସଂଖ୍ୟା ସହ ସମାନ। ତଳେ ପୋଷ୍ଟର ଲିଙ୍କ ଦେଖନ୍ତୁ।

ଏଠାରେ ଲିଙ୍କ ଦେଖନ୍ତୁ- TwitterArchive

ଏହା ପରେ ଆମକୁ Quora ପେଜରେ ଉତ୍ତର କରିଥିବା Arpan Srivastavaଙ୍କର  ଟ୍ୱିଟର ଆକାଉଣ୍ଟର ଲିଙ୍କ ମିଳିଲା। ଯେଉଁଥିରେ ସେ smhoaxslayer ୱେବସାଇଟ୍ କୁ ସ୍ପଷ୍ଟ କରିଛନ୍ତି ଯେ, 2012ରେ ସେ ଏହି ଭାରତ ମାନଚିତ୍ର କରିଥିଲେ। ଏଥିରେ କୌଣସି ସତ୍ୟତା ନାହିଁ। ଆମେରିକାର CEO ଏହି ମାନଚିତ୍ର ନ ବନେଇଥିବାର ସେ ସ୍ପଷ୍ଟ କରିଛନ୍ତି। ଏଧିକ ସୂଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ। 

ଏଠାରେ ଲିଙ୍କ ଦେଖନ୍ତୁ- Arpan SrivastavaArchive

ଶେଷକଥା

ଆମ ଅନୁସନ୍ଧାନରୁ ପାଇଲୁ ଯେ, ଆମେରିକା CEO ଭାରତ ରାଜ୍ୟଗୁଡ଼ିକ ବିଶ୍ୱର କେଉଁ ଦେଶ ସହ ସମାନ ଜନଗଣନାରେ କୋରୋନା ସହ ଲଢ଼ୁଥିବାର ମାନଚିତ୍ର ବନାଇଥିବା ଦାବି ମିଥ୍ୟା ଅଟେ। 2012 ମସିହାରେ Arpan Srivastava ଦ୍ୱାରା ବନା ଯାଇଥିବା ଭାରତ ମାନଟିତ୍ରକୁ ଆମେରିକାର CEO  କୋରୋନା ଭାଇରସ ସହ ଭାରତ ଲଢୁଥିବାର ମାନଚିତ୍ର ବନାଇଥିବାର କହି ଭାଇରାଲ କରାଯାଉଛି।

Avatar

Title:2012 ଭାରତ ମାନଚିତ୍ର ଫୋଟୋକୁ ଆମେରିକାର CEO କୋରୋନା ସଂକ୍ରମଣ ପାଇଁ ବନାଇଥିବା ଦାବିରେ ଭାଇରାଲ କରାଯାଉଛି।

Fact Check By: Saritadevi Samal 

Result: False

Leave a Reply

Your email address will not be published. Required fields are marked *