
କୃଷି ଆନ୍ଦୋଳନକୁ ନେଇ ଅନେକ ଖବର ଭାଇରାଲ ହେଉଛି। କିଛି ସତ୍ୟଥିବାବେଳେ କିଛି ମିଥ୍ୟା ଖବର ଭାଇରାଲ ହେଉଛି। ଏଥିମଧ୍ୟରେ ମନୋଜ ତିୱାରିର ଏକ ଫଟୋ ଭାଇରାଲ ହେଉଛି। ଯେଉଁଥିରେ ମନୋଜ ତିୱାରିଙ୍କ ଗୋଡ଼ ଭାଙ୍ଗିଥିବାର ଦେଖାଯାଉଛି। ଭାଇରାଲ ଫଟୋରେ ଦାବି କରାଯାଇଛି ଯେ, ଚାଷୀମାନଙ୍କୁ ବୁଝାଇବାକୁ ଯିବା ସମୟରେ ଏକ ପାଗଳ କୁକୁର ସାମ୍ନାକୁ ଆସିବାରୁ ମନୋଜ ତିୱାରିଙ୍କର ଏପରି ଅବସ୍ଥା ହୋଇଛି। ଆମ ଅନୁସନ୍ଧାନରେ ଭାଇରାଲ ଫଟୋରେ କରାଯାଇଥିବା ଦାବି ମିଥ୍ୟା ପ୍ରମାଣିତ ହୋଇଥିଲା।
22 ଡିସେମ୍ବରରେ Freethinker Edwin ନାମକ ଜଣେ ଫେସବୁକ ୟୁଜର ତାଙ୍କ ଆକାଉଣ୍ଟରେ ଭାଇରାଲ ଫଟୋ ପୋଷ୍ଟ କରିଛନ୍ତି। ପୋଷ୍ଟରେ ଦାବି କରାଯାଇଛି ଯେ, ମନୋଜ ତିୱାରି ଚାଷୀମାନଙ୍କୁ ବୁଝାଇବାକୁ ଜିବା ସମୟରେ ତାଙ୍କ ଗୋଡ଼ ଭାଙ୍ଗିଗଲା। ପୋଷ୍ଟର ଶିର୍ଷକରେ ଲେଖାଯାଇଛି ଯେ, ରିଙ୍କିଆ କୀ ପାପା,ଚାଷୀମାନଙ୍କୁ ବୁଝେଇବାକୁ ଯିବା ଅବସରରେ ଗୋଟିଏ,ପାଗଳା କୁକୁର ସ୍କୁଟିର ଆଗକୁ ଆସିଗଲା –#tiwari ର ଶନି ବକ୍ର ଚାଲିଛି। ଆମ ଅନୁସନ୍ଧାନ ପୂର୍ବରୁ ପୋଷ୍ଟକୁ ଅନେକଥର ଲାଇକ , କମେଣ୍ଟ ଏବଂ ସେୟାର କରାଯାଇଛି। ତେଳେ ପୋଷ୍ଟର ଲିଙ୍କ ଦେଖନ୍ତୁ।
ଏଠାରେ ଲିଙ୍କ ଦେଖନ୍ତୁ- Facebook । Archive
ତେବେ କଣ ମନୋଜ ତିୱାରି ଚାଷୀମାନଙ୍କୁ ବୁଝାଇବାକୁ ଜିବା ସମୟରେ ତାଙ୍କ ଗୋଡ଼ ଭାଙ୍ଗିଗଲା। ପୋଷ୍ଟର ସତ୍ୟତା ଜାଣିବା ପାଇଁ ଆମେ ଅନୁସନ୍ଧାନ କରିଲୁ। ଆମ ଅନୁସନ୍ଧାନ ପଢ଼ନ୍ତୁ।
ଅନୁସନ୍ଧାନ-
ଅନୁସନ୍ଧାନ ଆରମ୍ଭରେ ଆମେ ଭାଇରାଲ ଫଟୋକୁ ଗୁଗୁଲରେ ପକାଇ ରିଭର୍ସ ଇମେଜ କରିଲୁ। ସର୍ଚ୍ଚରେ ଆମକୁ ଏହାକୁ ନେଇ କିଛି ଲିଙ୍କ ମିଳିଲା। 5 ନଭେମ୍ବର 2018ରେ ଏକ Twitter ଆକାଉଣ୍ଟରେ ଭାଇରାଲ ଫଟୋ ପୋଷ୍ଟ କରାଯାଇଥିଲା। ଏଥିରୁ ସ୍ପଷ୍ଟ ହେଉଛି ଯେ, ଭାଇରାଲ ଫଟୋ ବର୍ତ୍ତମାନର ନୁହେଁ। ଏହା 2018ରେ ମଧ୍ୟ ପୋଷ୍ଟ କରାଯାଇଥିଲା। ତଳେ ଲିଙ୍କ ଦେଖନ୍ତୁ।
ଏଠାରେ Archive ଲିଙ୍କ ଦେଖନ୍ତୁ।
ଏହା ପରେ ଆମେ ଏହାର ପ୍ରକୃତ ଖବର ଜଣିବା ପାଇଁ ସର୍ଚ୍ଚ କରିଲୁ। ଭାଇରାଲ ଖବର jogira ପେଜରେ ପାଇଲୁ। ଖବର ଅନୁସାରେ ଭୋଜପୁରୀ ସିନେମାର ମେନୋଜ ତିୱାରୀ ତାଙ୍କର ଚଳଚ୍ଚିତ୍ର “ପରମବୀର ପର୍ଶୁରାମ” ସୁଟିଂ ସମୟରେ ଆହତ ହୋଇଥିଲେ। ସିଦ୍ଧାର୍ଥ ନାଗର ଜିଲ୍ଲାର ବାନସିର ନାଚନି ଗାଁରେ ଏକ ଆଖୁ କ୍ଷେତରେ ସୁଟିଂ କରୁଥିବାବେଳେ ମନୋଜ ତିୱାରୀଙ୍କ ଡାହାଣ ଗୋଡ ଆଣ୍ଠୁକୁ ଆଘାତ ହୋଇଥିଲା। ଅଧିକ ସୂଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ।
ଏଠାରେ ଲିଙ୍କ ଦେଖନ୍ତୁ- jogira । Archive
Facebook ପେଜରେ ଭାଇରାଲ ଫଟୋ ପାଇଲୁ। ଯେଉଁଥିରେ ସ୍ପଷ୍ଟ ହେଲୁ ଯେ, ଭାଇରାଲ ଫଟୋ 7 ବର୍ଷ ପୁରୁଣା ଅଟେ। ଫେସବୁକ ପେଜରେ ଭାଇରାଲ ଫଟୋ ସହ ଅନ୍ୟ କିଛି ଫଟୋ ମଧ୍ୟ ପୋଷ୍ଟ କରାଯାଇଛି। ଅଧିକ ସୂଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ।
ଏଠାରେ ଲିଙ୍କ ଦେଖନ୍ତୁ- Facebook । Archive
jagran ପେଜରେ ଭାଇରାଲ ଫଟୋ ପୋଷ୍ଟ କରାଯାଇଛି। ଭାଇରାଲ ଫଟୋ 14 ଜାନୁଆରି 2013ରେ ପ୍ରକାଶିତ କରାଯାଇଛି। ଖବର ଅନୁସାରେ ସୁଟିଂ ସମୟରେ ଆଖୁ କ୍ଷେତରେ ମନୋଜ ତିୱାରି ଆହତ ହୋଇଥିଲେ। ତାଙ୍କୁ ଗୋରଖପୁରର ଷ୍ଟାର ନର୍ସିଂହୋମରେ ଭର୍ତ୍ତି କରାଯାଇଛି। ପୈରାଣିକ କାହାଣୀ ପାରାମଭୀର ପରଶୁରାମ ଉପରେ ଆଧାରିତ ଏହି ଫିଲ୍ମର ସୁଟିଂ ସିଦ୍ଧାର୍ଥନଗରର ବାନସୀ ପୋଲିସ ଷ୍ଟେସନ ଅନ୍ତର୍ଗତ ନାଚାନି ଗ୍ରାମ ନିକଟ ଆଖୁ କ୍ଷେତରେ ଚାଲିଥିଲା। ମନୋଜ ତିୱାରୀ, ଆଖୁ କ୍ଷେତରେ ପରାଶୁରାମା ଭାବରେ ଅଭିନୟ କରୁଥିବା ସମୟରେ ଏହି ଆହତ ହୋଇଥିଲା। ତଳେ ଲିଙ୍କ ଦେଖନ୍ତୁ।
ଏଠାରେ ଲିଙ୍କ ଦେଖନ୍ତୁ- jagran । Archive। bhaskar
ଶେଷକଥା–
ଅନୁସନ୍ଧାନରୁ ଆମେ ସ୍ପଷ୍ଟ ହେଲୁ ଯେ, ମନୋଜ ତିୱାରି ଗୋଡ଼ କୃଷି ଆନ୍ଦୋଳନରେ ଚାଷୀକୁ ଦେଖାକରିଯାଇଥିବା ସମୟରେ ଆହତ ହୋଇଥବା ଦାବି ମିଥ୍ୟା ଅଟେ। ଭାଇରାଲ ଫଟୋ 2013ର ଅଟେ। ମନୋଜ ତିୱାରି ଗୋଡ଼ ସୁଟିଂ ସମୟରେ ଆହତ ହୋଇଥିଲା।

Title:ମନୋଜ ତିୱାରି କୃଷି ଆନ୍ଦୋଳନରେ ଚାଷୀମାନଙ୍କୁ ବୁଝାଇବାକୁ ଜିବା ସମୟରେ ତାଙ୍କ ଗୋଡ଼ ଭାଙ୍ଗିଗଲା ?
Fact Check By: Saritadevi SamalResult: False