
ସୋସିଆଲ ମିଡିଆରେ କାବୁଲ ଏୟାରପୋର୍ଟ ବିସ୍ଫୋରଣକୁ ନେଇ ଅନେକ ଖବର ଭାଇରାଲ ହେବାରେ ଲାଗିଛି। ଏଥିମଧ୍ୟରେ କାବୁଲ ଏୟାରପୋର୍ଟରେ ଆହତ ହୋଇଥିବା ଲୋକଙ୍କ ଫଟୋ ମଧ୍ୟ ଭାଇରାଲ ହେବାରେ ଲାଗିଛି। ଫଟୋରେ ଏକ ଛୋଟ ଛୁଆ କାନ୍ଦି କାନ୍ଦି ଦଉଥିବାର ଦେଖାଯଆଉଛି। ଭାଇରାଲ ଫଟୋ ଆଫଗାନିସ୍ତାନ କାବୁଲ ଏଟାର ପୋର୍ଟ ବିସ୍ଫୋରଣ ସମୟର ଦାବିରେ ଭାଇରାଲ କରାଯାଉଛି। ଆମ ଅନୁସନ୍ଧାନରେ ଭାଇରାଲ ଫଟୋରେ କରାଯାଇଥିବା ଦାବି ମିଥ୍ୟା ପ୍ରମାଣିତ ହେଲା।
D̸i̸m̸p̸l̸e ᎠᎥᏰᎩᗩᏁᏕᏂᏬ ନାମକ ଜଣେ ସେୟାର ଚାଟ୍ ୟୁଜର ଭାଇରାଲ ଫଟୋ ପୋଷ୍ଟ କରିଛନ୍ତି। ପୋଷ୍ଟରେ ଦାବି କରାଯାଇଛି, କାନ୍ଦି କାନ୍ଦି ଛୋଟ ଛୁଆଟି ଦୌଡ଼ୁଥିବାର ଏହି ଦୃଶ୍ୟ କାବୁଲ ଏୟାର ପୋର୍ଟରେ ବିସ୍ଫୋରଣ ସମୟର ଦୃଶ୍ୟ ଅଟେ। ଆମ ଅନୁସନ୍ଧାନ ପୂର୍ବରୁ ପୋଷ୍ଟକୁ ଅନେକ ଲାଇକ ଏବଂ ସେୟାର ମଧ୍ୟ କରାଯାଇଛି। ତଳେ ଲିଙ୍କ ଦେଖନ୍ତୁ।

ଏଠାରେ ଲିଙ୍କ ଦେଖନ୍ତୁ- Sharechat । Archive
ତେବେ କଣ କାନ୍ଦି କାନ୍ଦି ଛୋଟ ଛୁଆଟି ଦୌଡ଼ୁଥିବାର ଏହି ଦୃଶ୍ୟ କାବୁଲ ଏୟାର ପୋର୍ଟରେ ବିସ୍ଫୋରଣ ସମୟର ଅଟେ। ପୋଷ୍ଟର ସତ୍ୟତା ଜାଣିବା ପାଇଁ ଆମେ ଅନୁସନ୍ଧାନ କରିଲୁ। ଆମ ଅନୁସନ୍ଧାନ ପଢ଼ନ୍ତୁ।
ଅନୁସନ୍ଧାନ-
ଅନୁସନ୍ଧାନ ଆରମ୍ଭରେ ଆମେ ଭାଇରାଲ ଫଟୋକୁ ଗୁଗୁଲରେ ପକାଇ ରିଭର୍ସ ଇମେଜ କରିଲୁ। ସର୍ଚ୍ଚରେ ଆମକୁ େହାକୁ ନେଇ କିଛି ଲିଙ୍କ ମିଳିଲା। The Atlantic ପେଜରେ ଭାଇରାଲ ଫଟୋ ପୋଷ୍ଟ ହୋଇଥିବାର ପାଇଲୁ। ଯାହାକି 1 ଅଗଷ୍ଟ 2013ରେ ପୋଷ୍ଟ କରାଯାଇଛି। ଖବର ଅନୁସାରେ 24 ମେ 2013 ରେ କାବୁଲରେ ଏକ ବିସ୍ଫୋରଣ ପରେ ପିଲାମାନେ ଦୌଡ଼ି ପଳାଇଥିଲେ। ଆଫଗାନିସ୍ତାନର ରାଜଧାନୀ କାବୁଲର ମଧ୍ୟଭାଗରେ ଅନେକ ବଡ଼ ବଡ଼ ବିସ୍ଫୋରଣ ହୋଇଥିଲା।

ଏଠାରେ ଲିଙ୍କ ଦେଖନ୍ତୁ- The Atlantic । Archive
ଏହାପରେ ମିଳିଥିବା ଖବରକୁ ନେଇ ଆମେ ଅଧିକ ସର୍ଚ୍ଚ କରିଲୁ। BBC ପେଜରେ ଭାଇରାଲ ଫଟୋ ପ୍ରକାଶିତ ହୋଇଥିବାର ପାଇଲୁ। ଯାହାକି 24 ମେ 2013ରେ ପୋଷ୍ଟ ହୋଇଥିବାର ପାଇଲୁ। ଖବର ଅନୁସାରେ 2013ରେ ଆଫଗାନିସ୍ତାନରେ ଆକ୍ରମଣ ହେବା ମାତ୍ରେ ଅନେକ ବିସ୍ଫୋରଣର ଖବର ଆସିଥିଲା ଯାହାକି ଏକ କିଲୋମିଟର ଦୂରରେ ଅନୁଭୂତ ହୋଇଥିଲା। ଭାଇରାଲ ଫଟୋର ବର୍ତ୍ତମାନ ଆଫଗାନିସ୍ତାନ କାବୁଲ ଏୟାରପୋର୍ଟ ବିସ୍ଫୋରଣ ସହ କୌଣସି ସମ୍ପର୍କ ନାହିଁ।

ଏଠାରେ ଲିଙ୍କ ଦେଖନ୍ତୁ- BBC । Archive
ଶେଷକଥା–
ଅନୁସନ୍ଧାନରେ ଆମେ ସ୍ପଷ୍ଟ ହେଲୁ ଯେ, 2013ର ଫଟୋକୁ ବର୍ତ୍ତମାନ ଆଫଗାନିସ୍ତାନ କାବୁଲ ଏୟାରପୋର୍ଟ ବିସ୍ଫୋରଣ ଦୃଶ୍ୟ ଦାବିରେ ଭାଇରାଲ ହେଉଛି।

Title:2013ର ଫଟୋକୁ ବର୍ତ୍ତମାନ କାବୁଲ ଏୟାରପୋର୍ଟ ବିସ୍ଫୋରଣ ଦୃଶ୍ୟ ଦାବିରେ ଭାଇରାଲ ।
Fact Check By: Saritadevi SamalResult: False
