ଇଜିପ୍ଟର 2013 ବିରୋଧ ପ୍ରଦର୍ଶନ ଭିଡିଓକୁ “ମୁସ୍ଲିମାନେ ଶବ ନାଟକ କରି ଇସ୍ରାଇଲକୁ ବଦନାମ କରୁଥିବା” ଦାବିରେ ଭାଇରାଲ କରାଯାଉଛି।

False Social

ସୋସିଆଲ ମିଡିଆରେ ଇସ୍ରାଇଲ ଆତଙ୍କକୁ ନେଇ ଅନେକ ଖବର ପ୍ରକାଶିତ ହେଉଛି। ଏହିପରି 1 ମିନିଟର ଏକ ଭିଡିଓ ଭାଇରାଲ ହେଉଛି। ଯେଉଁଥିରେ କିଛି ଲୋକ ତଳେ ସୋଇ ମୃତ ଶରୀର ନାଟକ କରୁଥିବାର ଦେଖାଯାଉଛି। ଭିଡିଓରେ ଦାବି କରାଯାଇଛି ଯେ, ଇସ୍ରାଇଲକୁ ବଦନାମ କରିବା ପାଇଁ ଜିବନ୍ତି ଲୋକଙ୍କୁ ଶବ କରିଛନ୍ତି ଏବଂ ବିଶ୍ୱକୁ ଜଣାଇବେ ଶହ ଶହ ମୁସଲିମ ପ୍ରାଣ ହରାଉଛନ୍ତି । ଆମ ଅନୁସନ୍ଧାନରେ ଭାଇରାଲ ଭିଡିଓରେ କରାଯାଇଥିବା ଦାବି ମିଥ୍ୟା ପ୍ରମାଣିତ ହେଲା। 

18 ମଇରେ MUna Bhai ନାମକ ଜଣେ ଫେସବୁକ ୟୁଜର ତାଙ୍କ ଆକାଉଣ୍ଟରେ ଭାଇରାଲ ଭିଡିଓ ପୋଷ୍ଟ କରିଛନ୍ତି। ପୋଷ୍ଟରେ ଦାବି କରିଛନ୍ତି ଯେ, ଇସ୍ରାଇଲକୁ ବଦନାମ କରିବା ପାଇଁ ଦେଖନ୍ତୁ କେଡେ ବଡ଼ ଚକ୍ରାନ୍ତ ଚାଲିଛି । ବିଶ୍ୱକୁ ଜଣାଇବେ ଶହ ଶହ ମୁସଲିମ ପ୍ରାଣ ହରାଉଛନ୍ତି । ହେଲେ ଇଏ ଜୀଅନ୍ତା ଲୋକଙ୍କୁ ଶବ କରାଯାଇଛି । ଭଲ କରି ଦେଖନ୍ତୁ ମୃତ ବ୍ୟକ୍ତି ବି କୁଣ୍ଢେଇ ହେଉଛନ୍ତି। ଆମ ଅନୁସନ୍ଧାନ ପୂର୍ବରୁ ପୋଷ୍ଟକୁ 184ରୁ ଅଧିକଥର ସେୟାର କରାଯିବା ସହ ପୋଷ୍ଟକୁ ଅନେକ ଲାଇକ ଏବଂ କମେଣ୍ଟ ମିଳିଛି। ତଳେ ଲିଙ୍କ ଦେଖନ୍ତୁ। 

ଏଠାରେ ଲିଙ୍କ ଦେଖନ୍ତୁ- FacebookArchive

ତେବେ କଣ ଇସ୍ରାଇଲକୁ ବଦନାମ କରିବା ପାଇଁ ମିଛ ଶବ ରଖି ମୁସ୍ଲିମ ପ୍ରାଣ ହରାଇଥିବା ଦାବିରେ ଭାଇରାଲ କରାଯାଉଛି। ପୋଷ୍ଟର ସତ୍ୟତା ଜାଣିବା ପାଇଁ ଆମେ ଅନୁସନ୍ଧାନ କରିଲୁ। ଆମ ଅନୁସନ୍ଧାନ ପଢ଼ନ୍ତୁ।

ଅନୁସନ୍ଧାନ-

ଅନୁସନ୍ଧାନ ଆରମ୍ଭରେ ଆମେ ଭାଇରାଲ ଭିଡିଓକୁ ଇନବିଡରେ ପକାଇ ଫଟୋରେ ଭାଙ୍ଗିଲୁ। ପରେ ଆମକୁ ମିଳିଥିବା ଫଟୋକୁ ଗୁଗୁଲରେ ପକାଇ ରିଭର୍ସ ଇମେଜ କରିଲୁ। ଭାଇରାଲ ଭିଡିଓ ଆମକୁ Twitter  ଆକାଉଣ୍ଟରେ ମିଳିଲା। ଯାହାକି 2018ରେ ପୋଷ୍ଟ କରାଯାଇଥିଲା। ଅଥିରୁ ସ୍ପଷ୍ଟ ହେଉଛି ଯେ, ଭାଇରାଲ ଭିଡିଓ ବର୍ତ୍ତମାନର ନୁହେଁ। 

ଏହା ପରେ ଆମକୁ ଭାଇରାଲ ଭିଡିଓର ସଫା ଫଟୋ ଏକ youtube ଚ୍ୟାନେଲରେ ଦେଖିଲୁ। ଯାହାକି 28 ଅକ୍ଟୋବର 2013ରେ ପୋଷ୍ଟ କରାଯାଇଥିବାର ଦେଖାଯାଉଛି। ୟୁଟ୍ୟୁବ ଚ୍ୟାନେଲର ନାଁ ଅଲ-ବାଦିଲର  (Al-Badil) ଏବଂ ଏହା ଏକ ଇଜିପ୍ଟର ଏକ ନ୍ୟୁଜ ଚ୍ୟାନେଲ ଅଟେ।  

ଭିଡିଓର ଟାଇଟଲକୁ ଅନୁବାଦ କଲାପରେ  ସେଥିରେ ଲେଖା ଅଛି “ଅଲ-ଅଜହର ବିଶ୍ୱବିଦ୍ୟାଳୟ ଭିତରେ ଥିବା ଶବଗୁଡ଼ିକର ଏକ ପ୍ରତିନିଧୀ ଶୋ”।  ଭିଡିଓର କ୍ୟାପସନରେ କୁହାଯାଇଛି ଯେ ଏହା ଏକ ପ୍ରତିବାଦର ଭିଡିଓ ଅଟେ। ଯେଉଁଠାରେ “ଅଲ-ଅଜହର ବିଶ୍ୱବିଦ୍ୟାଳୟର ଅନେକ ଛାତ୍ର କଲେଜ ପ୍ରଶାସନ ଭବନ ସମ୍ମୁଖରେ ଏକ ଜନସମାବେଶର ଆୟୋଜନ କରିଥିଲେ। ଛାତ୍ରମାନେ ସେନା ଏବଂ ପୋଲିସ ବିରୋଧରେ ସ୍ଲୋଗାନ ଦେଇଥିଲେ। ଅଧିକ ସୂଚନା ପାଇଁ ଲିଙ୍କ ଦେଖନ୍ତୁ। 

ବିଭିନ୍ନ କି ଶବ୍ଦ ମାଧ୍ୟମରେ ଭାଇରାଲ ଭିଡିଓର ପ୍ରକୃତ ଖବର ଜାଣିବା ପାଇଁ ଚେଷ୍ଟା କରିଲୁ। ସର୍ଚ୍ଚରେ ଆମକୁ english.ahram ପେଜର ଲିଙ୍କ ମିଳିଲା। ଯାହାକି 2013ରେ ପ୍ରକାଶିତ ହୋଇଥିଲା। ପ୍ରକାଶିତ  ରିପୋର୍ଟ ଅନୁସାରେ ଅଲ-ଅଜହର ବିଶ୍ୱବିଦ୍ୟାଳୟରେ ମୁସଲିମ ସମର୍ଥକ ବ୍ରଦର୍ଡର ଛାତ୍ରମାନଙ୍କ ଦ୍ୱାରା 2013ରେ ମିଲିଟାରି ବିରୋଧରେ ପ୍ରଦର୍ଶନକରିଥିଲେ।   ଇସଲାମବାଦୀ ରାଷ୍ଟ୍ରପତି ମହମ୍ମଦ ମୁର୍ସିଙ୍କୁ ସେଠାକାର ମିଲିଟାରି ଅର୍ଥାତ୍ ସୌନିକ ମାନେ ପଦରରୁ କାଢ଼ି ଦେଇଥିଲେ। ଯାହା ଫଳରେ ଛାତ୍ରମାନଙ୍କର ଏହି ବିରୋଧ ପ୍ରଦର୍ଶନ କରାଯାଇଥିଲା।  ସେମାନେ ଦେଶର ରାଷ୍ଟ୍ରପତି ମହମ୍ମଦ ମୁର୍ସିଙ୍କ ପୁନଃ ସ୍ଥାପନ ପାଇଁ ଦାବି କରିଥିଲେ।  ଏହା ସହ ସ୍ଲୋଗାନ ଦେଇଥିଲେ ଯେ, ଦେଶର ସୈନିକମାନେ ଆମକୁ ଶାସନ କରିବେ ନାହିଁ। ” ଏଥିରୁ ସ୍ପଷ୍ଟ ହେଉଛି ଯେ, ଭାଇରାଲ ଭିଡିଓର ବର୍ତ୍ତମାନ ଅସ୍ରାଇଲ ହିଂସା ସହ କୌଣସି ସମ୍ପର୍କ ନାହିଁ। ଅଧିକ ସୂଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ। 

ଏଠାରେ ଲିଙ୍କ ଦେଖନ୍ତୁ- english.ahram

wikipediaରେ ଦେଖନ୍ତୁ Al-Azhar University(ଅଲ-ଅଜହର ବିଶ୍ୱବିଦ୍ୟାଳୟ) ଇସ୍ରାଇଲରେ ନୁହେଁ ଇଜିପ୍ଟରେ ଅଟେ। ଏଥିରୁ ସ୍ପଷ୍ଟ ହେଉଛି ଭାଇରାଲ ଭିଡିଓର ଇସ୍ରାଇଲ ହିଂସା ସହ କୌଣସି ସମ୍ପର୍କ ନାହିଁ। 

ଶେଷକଥା-

ଅନୁସନ୍ଧାନରୁ ସ୍ପଷ୍ଟ ହେଲା ଯେ, ମିଥ୍ୟା ଶବ ରଖି ଶହ ଶହ ମୁସଲିମ ପ୍ରାଣ ହରାଇଥିବା ଦାବିରେ ଇସ୍ରାଇଲକୁ ବନ୍ଦନାମ କରିବା ଦାବିରେ ଭାଇରାଲ ଭିଡିଓ 2013 ମସିହାର ଅଟେ। ଅଲ-ଅଜହର ବିଶ୍ୱବିଦ୍ୟାଳୟର ପ୍ରଦର୍ଶନର ଅଟେ।

Avatar

Title:ଇଜିପ୍ଟର 2013 ବିରୋଧ ପ୍ରଦର୍ଶନ ଭିଡିଓକୁ “ମୁସ୍ଲିମାନେ ଶବ ନାଟକ କରି ଇସ୍ରାଇଲକୁ ବଦନାମ କରୁଥିବା” ଦାବିରେ ଭାଇରାଲ କରାଯାଉଛି।

Fact Check By: Saritadevi Samal 

Result: False

Leave a Reply

Your email address will not be published. Required fields are marked *