
ଦେଶର ଅଲଗା ଅଲଗା ଜାଗାରେ CAAର ବିରୋଧ ପ୍ରଦର୍ଶନ କରାଯାଉଛି। ଏହା ବିରୋଧ ପ୍ରଦର୍ଶନରେ ଦିଲ୍ଲିର ଶାହୀନ ବାଗ ଅଞ୍ଚଳରେ ଗତ 37 ଦିନ ହେଲା 24 ଘଣ୍ଟା ମୁସ୍ଲିମ ମହିଳାମାନେ CAAବିରୋଧ ପ୍ରଦର୍ଶନର କେନ୍ଦ୍ର ବିନ୍ଦୁ କରି ରଖିଛନ୍ତି। ଏଥି ସହିତ ଶହୀନ ବାଗକୁ ନେଇ ସୋସିଆଲ ମିଡିଆରେ ଅନେକ ଗୁଜବ ମଧ୍ୟ ଭାଇରାଲ ହେଉଛି। 22 ଜାନୁଆରି ରେ Anil behera anil ନାମକ ଜଣେ ଫେସବୁକ ୟୁଜର kailash gupta ନାମକ ଜଣେ ଫେସବୁକ ୟୁଜରର ଏକ ପୋଷ୍ଟ ସେୟାର କରିଛନ୍ତି। ସେୟାର ପୋଷ୍ଟରେ ଏକ ବୁର୍ଖାଧାରି ବହୁରୂପି ଲୋକର ଫୋଟୋ ପୋଷ୍ଟ କରାଯାଇଛି ଏବଂ ଦାବି କରଯାଇଛି ଯେ, ପୁରୁଷ ବୁର୍ଖା ପିନ୍ଦି ମହିଳା ବେଷରେ ଶହୀନ ବାଗରେ ଧାରଣା ପ୍ରଦର୍ଶନ କରି ଆସୁଛନ୍ତି। ପୋଷ୍ଟରେ ଲେଖା ଯାଇଛି ଯେ, #सुना हे सलमा के भेष में #सलीम भी आ रहि है, #शहीन बार में.

ଏଠାରେ ଲିଙ୍କ ଦେଖନ୍ତୁ-Facebook । Archive
ତେବେ ପୋଷ୍ଟର ସତ୍ୟତା ଜାଣିବା ପାଇଁ ଆମେ ଅନୁସନ୍ଧାନ କରିଲୁ। କଣ ସତରେ ପୁରୁଷ ବୁର୍ଖା ପିନ୍ଦି ମହିଳା ବେଷରେ ପ୍ରଦର୍ଶନ କରି ଆସୁଛନ୍ତି ଏବଂ ଏହି ଫୋଟୋ ସେହି ବୁର୍ଖା ପିନ୍ଦା ବହୁରୂପି ପୁରୁଷର ଅଟେ। ଆମ ଅନୁସନ୍ଧାନ ପଢ଼ନ୍ତୁ।
ଆମ ଅନୁସନ୍ଧାନ-
ଅନୁସନ୍ଧାନ ଆରମ୍ଭରେ ଆମେ ଭାଇରାଲ ଫୋଟୋକୁ ଗୁଗୁଲ ରିଭର୍ସ ଇମେଜ କରିଲୁ। ସର୍ଚରେ jkreport.com ଏକ ପେଜରେ ଭାଇରାଲ ଫୋଟୋ ପାଇଲୁ। ପେଜର ରିପୋର୍ଟ ଅନୁସାରେ ଜାମ୍ମୁ-କଶ୍ମିର ପୁଲୱାମା ରେ ଏକ ବୁର୍ଖା ବିନ୍ଧିଥିବା ବ୍ୟକ୍ତିକୁ ଗିରଫ କରାଗଲା ଯେକି ଆତଙ୍କବାଦି ଥିଲା। ଏହି ବୁର୍ଖା ପିନ୍ଧା ବହୁରୂପି ପୁରୁଷକୁ ଜମ୍ମୁ କଶ୍ମିର ପୁଲିସ ଗିରଫ କରିଥିଲା। କିନ୍ତୁ ପେଜରେ ତାରିଖ ଏବଂ ସମୟ ଦିଆ ଯାଇନାହିଁ।

ଏଠାରେ ଲିଙ୍କ ଦେଖନ୍ତୁ- jkreport.com । Archive
ଏହା ଛଡ଼ା ଆମକୁ 16 ଅକ୍ଟୁୋବର 2014 ରେ NDTV ନ୍ୟୁଜ ପେଜରେ ଏହି ଫୋଟୋର ଅନ୍ୟ ଏକ ଲିଙ୍କ ପାଇଲୁ। NDTV ନ୍ୟୁଜ ଅନୁଚ୍ଛେଦ ଅନୁସାରେ ପୁଲୱାମା ଜେଲରେ ବୁର୍ଖା ପିନ୍ଧା ବନ୍ଧୁକଧାରି ଗୁଳି ଚାଲାଇବାରୁ ଦୁଇ ଜଣ ଆଘାତ ହୋଇଛନ୍ତି। ପରେ ବୁର୍ଖା ପିନ୍ଧା ଆକ୍ରମଣକାରିଙ୍କୁ ପୋଲିସ ଗିରଫ କରିଛି। ଅଧିକ ସୂଚନା ପାଇଁ ତଳେ ଦିଆ ଯାଇଥିବା ଲିଙ୍କରେ ଦେଖନ୍ତୁ।

ଏଠାରେ ଲିଙ୍କ ଦେଖନ୍ତୁ-NDTV । Archive
ଶେଷକଥା-
ଆମ ଅନୁସନ୍ଧାନରୁ ପାଇଲୁ ଯେ, ଭାଇରାଲ ପୋଷ୍ଟ ଭୁଲ ଅଟେ। ଭାଇରାଲ ପୋଷ୍ଟର ଫୋଟୋରେ ଥିବା ବୁର୍ଖା ପିନ୍ଧା ଅପରାଧି ଦିଲ୍ଲି ଶାହୀନ ବାଗ ବିରୋଧ ପ୍ରଦର୍ଶନର ନାହିଁ। ଏହି ଫୋଟୋ 2014 ମସିହାରୁ ସୋସିଆଲ ମିଡିଆରେ ଅଛି ଏବଂ ଏହି ଅପରାଧି ଜାମ୍ମୁ-କାଶ୍ମିର ଅଟେ।

Title:2014ର ଜାମ୍ମୁ-କଶ୍ମିର ବହୁରୂପି ଅପରାଧିର ଫୋଟୋକୁ ଦିଲ୍ଲି ଶାହୀନ ବାଗ ଫୋଟୋ କହି ଭାଇରାଲ କରାଯାଉଛି।
Fact Check By: Saritadevi SamalResult: False