
ନିର୍ବାଚନ ପାଖେଇ ଆସିଥିବାରୁ ବିଭିନ୍ନ ଦଳ ଅନେକ ସ୍ଥାନରେ ରେଲି କରୁଛନ୍ତି। ସୋସିଆଲ ମିଡିଆ ବ୍ୟବହାରକାରୀ ମାନେ ଏହାକୁ ଗୁଜବ ପ୍ରଚାର କରିଇବାର ସୁଯୋଗ ଭାବରେ ବ୍ୟବହାର କରି ଅନେକ ଦଳକୁ ନିଚା ଦେଖାଉଛନ୍ତି। ବର୍ତ୍ତମାନ ସୋସିଆଲ ମିଡିଆରେ ଏକ ଫୋଟୋ ଭାଇରାଲ ହେଉଛି ଯେଉଁଥିରେ ଜଣା ପଡୁଛି ଯେ ଏହା ଏକ ରେଲି ସମୟର ଫୋଟୋ ଅଟେ। ଫୋଟୋ ସହିତ ଦାବି କରା ଯାଇଛି ଯେ ଏହା ନିକଟରେ ଉତ୍ତରାଖଣ୍ଡରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ପାଇଁ ଆୟୋଜିତ ହେଇଥିବା ଭର୍ଚୁଆଲ ରେଲିର ଫୋଟୋ ଅଟେ।
ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା।
କ’ଣ ଦାବି ଏହି ପୋଷ୍ଟର?
୪ ଫେବ୍ରୁଆରିରେ ପାସା ଗାନ ନାମକ ଜଣେ ଫେସବୁକ ବ୍ୟବହାରକାରୀ ଏକ ଫୋଟୋ ପୋଷ୍ଟ କରି କହିଛନ୍ତି, “ଆମ ରାଜ୍ୟର ପ୍ରିୟା ଛାତ୍ର ଛାତ୍ରୀମାନେ ଆମ ଦେଶରେ ଅନଲାଇନ ପରୀକ୍ଷା କରିବା ଏତେ ସହଜ ନୁହେଁ। ଦୟାକରି ବୁଝିବାକୁ ଚେଷ୍ଟା କରନ୍ତୁ … ଖରାପ ପାଗ ପାଇଁ ଉତ୍ତରାଖଣ୍ଡ ରେ ପ୍ରଧାନମନ୍ତ୍ରୀ ମୋଦୀଙ୍କର ଭର୍ଚୁଆଲ ରେଲି ବାତିଲ ହେଲା।”

ଆମ ଅନୁସନ୍ଧାନ:
ଆମ ଅନୁସନ୍ଧାନରେ ପ୍ରଥମେ ଆମେ ଭାଇରାଲ ଫୋଟୋର ଗୁଗୁଲ ରିଭର୍ସ ଇମେଜ୍ ଅର୍ଚ୍ଚ କରିଲୁ। ସର୍ଚ୍ଚ କରିଲା ପରେ ଫଳାଫଳରେ ଆମକୁ ସମାନ ଫୋଟୋ ୧୩ ସେପ୍ଟେମ୍ବର ୨୦୧୫ ମସିହାରେ ଦି ଟ୍ରାଇବ୍ୟୁନ୍ ପତ୍ରିକାର ୱେବସାଇଟରେ ପ୍ରକାଶିତ ହେଇଥିବା ମିଳିଲା। ସୂଚନା ଅନୁଯାୟୀ ଏହି ଫୋଟୋ ଚଣ୍ଡିଗଡର ସେକ୍ଟର ୨୫ ଅଞ୍ଚଳର ଫୋଟୋ ଅଟେ। ସେହି ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ରେଲି ଆୟୋଜିତ କରା ଯାଇଥିଲା କିନ୍ତୁ ରେଲିରେ ଯଥେଷ୍ଟ ଲୋକେ ଉପସ୍ଥିତ ହେଇନଥିବାରୁ ବିଜେପିନେତାଙ୍କ ମଧ୍ୟରେ ଘଟଣାକୁ ନେଇ ଆଲୋଚନା ହେଇଥିଲା। ବିଜେପି ନେତାଙ୍କ ଅନୁଯାୟୋ ସେକ୍ଟର ୩୪ ରୁ ସେକ୍ଟର ୨୫ କୁ ରେଲି ସ୍ଥାନାନ୍ତରିତ କରା ଯାଇଥିବାରୁ ଅଳ୍ପସଂଖ୍ୟା ଲୋକେ ରେଲିରେ ଯୋଗଦାନ ଦେଇଥିଲେ।

ଏହା ଦ୍ଵାରା ସ୍ପଷ୍ଟ ହେଲା ଯେ ଭାଇରାଲ ଫୋଟୋର ସମ୍ପ୍ରତି ସମୟରେ ମୋଦୀଙ୍କ ରେଲିର ଫୋଟୋ ନୁହେଁ ଏବଂ ଏହା ମଧ୍ୟ ଜାଣିବାକୁ ମିଳିଲା ଯେ ଏହି ଫୋଟୋ ଚଣ୍ଡିଗଡର ଅଟେ, ଉତ୍ତରାଖଣ୍ଡର ନୁହେଁ।
କ’ଣ ପ୍ରକୃତରେ ଉତ୍ତରାଖଣ୍ଡରେ ମୋଦୀଙ୍କ ରେଲି ବାତିଲ କରା ଯାଇଛି?
ଗୁଗୁଲରେ ବିଭିନ୍ନ ମୁଖ୍ୟଶବ୍ଦ ବ୍ୟବହାର କରି ସର୍ଚ୍ଚ କରିଲା ପରେ ଆମେ ୪ ଫେବ୍ରୁଆରିରେ ଡେକାନ୍ କ୍ରୋନିକାଲ୍ସ ୱେବସାଇଟରେ କୁହା ଯାଇ ଅଛି ଯେ ଉତ୍ତରାଖଣ୍ଡରେ ଖରାପ ପାଗ ହେତୁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଭର୍ଚୁଆଲ ରେଲିକୁ ବାତିଲ କରା ଯାଇଛି। ଆଲମୋରା ସଂସଦୀୟ ନିର୍ବାଚନ ମଣ୍ଡଳୀର ୧୪ ଟି ବିଧାନସଭା ବିଭାଗ ପାଇଁ ମୋଦୀ ଏକ ଭର୍ଚୁଆଲ ରାଲିକୁ ସମ୍ବୋଧିତ କରିବା ଆୟୋଜନ କରା ଯାଇଥିଲା। ରାଲି ବାତିଲ ହୋଇଛି କିନ୍ତୁ ଏହା ପୁନସ୍ଥିର କରା ଜୀବ।

ଶେଷକଥା:
ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲା ଯେ ଯଦିଓ ପ୍ରକୃତରେ ମୋଦୀଙ୍କ ଉତ୍ତରାଖଣ୍ଡର ରାଲି ବାତିଲ କରା ଯାଇଛି କିନ୍ତୁ ଭାଇରାଲ ଫୋଟୋ ୨୦୧୫ ମସିହାର ଚଣ୍ଡିଗଡର ଫୋଟୋ ଅଟେ। ପୁରୁଣା ଫୋଟୋକୁ ସମ୍ପ୍ରତି ସମୟରେ ଘଟିଥିବା ଘଟଣା ସହିତ ଯୋଡି ଗୁଜବ ସୃଷ୍ଟି କରା ଯାଉଛି।

Title:କ’ଣ ଭାଇରାଲ ଫୋଟୋ ପ୍ରଧାନମନ୍ତ୍ରୀଙ୍କର ସମ୍ପ୍ରତି ସମୟରେ ଉତ୍ତରାଖଣ୍ଡରେ ହେଇଥିବା ଭର୍ଚୁଆଲ ରାଲିକୁ ଦର୍ଶାଉଛି? ଜାଣନ୍ତୁ ସତ୍ୟ।
Fact Check By: Siddharth SahuResult: Partly False
