2015 ମସିହା ଫୋଟୋକୁ ଦିଲ୍ଲୀ ଶାହୀନ ବାଗର କହି ଭାଇରାଲ କରାଯାଉଛି।

False Social

ଶାହୀନ ବାଗରେ CAA ବିରୋଧ ପ୍ରଦର୍ଶନ ଏବେ ପର୍ଯ୍ୟନ୍ତ ଥମି ନାହିଁ।  ତେବେ ଏହାକୁ ନେଇ ଦେଶ ସାରା ଚର୍ଚ୍ଚା ଚାଲିଛି। ଶାହୀନ ବାଗ ନାଁ ଆସିଲେ ଲୋକଙ୍କ ମନରେ  CAA  ବିରୋଧ ପ୍ରଦର୍ଶନ ଘଟଣା ସାମ୍ନାକୁ ଆସି ଜାଏ।  ସେହିପରି 4 ଫେବୃଆରିରେ Tapan Praida ନାମକ ଜଣେ ଫେସବୁକ ୟୁଜର ନିଜ ଆକାଉଣ୍ଟରେ ଏକ ଯୁବକ ବୁର୍ଖା ପିନ୍ଧିଥିବାର ଦୁଇଟି  ଫୋଟୋ ପୋଷ୍ଟ କରିଛନ୍ତି। ଏହା ସହିତ ଦାବି କରିଛନ୍ତି ଯେ, ଶାହୀନ ବାଗ ବୁର୍ଖା ଭିତରେ ଅବ୍ଦୁଲ। ଅର୍ଥାତ୍ ଶାହୀନ ବାଗରେ ଏର ଯୁବକ ବୁର୍ଖା ପିନ୍ଧି ମହିଳାଙ୍କ ସହ ମିଶି ପ୍ରଦର୍ଶନ କରୁଥିଲା। ଆମ ଅନୁସନ୍ଧାନ ପୂର୍ବରୁ ପୋଷ୍ଟକୁ 211 ଥର ସେୟାର କରାଯାଇଛି ଏବଂ 80 ଲାଇକ ମିଳିଛି। 

ଏଠାରେ ଲିଙ୍କ ଦେଖନ୍ତୁ-Facebook  । Archive

ତେବେ କଣ ଭାଇରାଲ ପୋଷ୍ଟ ଶାହୀନ ବାଗର ଅଟେ। କଣ ଭାଇରାଲ ଫୋଟୋରେଥିବା ଯୁବକ ଶାହୀନ ବାଗରେ ବୁର୍ଖା ପିନ୍ଧି ମହିଳାଙ୍କ ମଝିରେ ବିରୋଧ ପ୍ରଦର୍ଶନ କରୁଥିଲା। ପୋଷ୍ଟର ସତ୍ୟତା ଜାଣିବା ପାଇଁ ଆମେ ଅନୁସନ୍ଧାନ କରିଲୁ। ଆମ ଅନୁସନ୍ଧାନ ପଢ଼ନ୍ତୁ। 

ଆମ ଅନୁସନ୍ଧାନ-

ଅନୁସନ୍ଧାନ ଆରମ୍ଭରେ ଆମେ ପ୍ରଥମେ ଭାଇରାଲ ଫୋଟୋକୁ ଗୁଗୁଲରେ ପକାଇ ରିଭର୍ସ ଇମେଜ କରିଲୁ। ରିଭର୍ସ ଇମେଜରେ ଆମକୁ ଏହି ଫୋଟୋର କିଛି ଲିଙ୍କ ମିଳିଲା। ତଳେ ଗୁଗୁଲ ପେଜରେ ଦେଖନ୍ତୁ ଏହି ଫୋଟୋ 2015 ମସିହାର ବୋଲି ଦେଖା ଯାଉଛି। ଲେଖା ଯାଇଛି ଯେ, Burkha-clad RSS activist Caught Throwing beef at temple….। ତଳେ ଲିଙ୍କ ଦେଖନ୍ତୁ।

ଏଠାରେ ଲିଙ୍କ ଦେକନ୍ତୁ- GOOGLE

ପୋଷ୍ଟ ବିଷୟରେ ଅଧିକ ଜାଣିବା ପାଇଁ  ଗୁଗୁଲରେ ସର୍ଚ୍ଚ କରିଲୁ। ସର୍ଚ୍ଚରେ India.com  ଏବଂ SW ରେ ଏହି ଫୋଟୋ ପାଇଲୁ। ଏହି ନ୍ୟୁଜ 4 ଅକ୍ଟୁୋବର 2015ରେ ପାରକାଶିତ କରାଯାଇଛି। ଦୁଇଟି ଯାକ ପେଜରେ ପ୍ରଶ୍ନ ଶହ ଲେଖା ଯାଇଛି ଯେ, କଣ ଏହି ବୁର୍ଖା ପିନ୍ଧା ଯୁବକ RSSର ଅଟେ ଏବଂ ଏହି ଯୁବକ ଉତ୍ତର ପ୍ରଦେଶର ଆଜମ ଗଡ଼ ରେ ଏକ ମନ୍ଧିର ଉପରେ ପଥର ପକାଉଥିବାର ବେଳେ ଧରା ପଢ଼ିଥିଲା। ଭାଇରାଲ ଫୋଟୋ କେଉଁଠିକାର ତାହା ଜାଣିବା ପାଇଁ 2015 ମସିହାରେ ଅନୁସନ୍ଧାନ କରାଯାଇଥିଲା । କିନ୍ତୁ ତାହା ସ୍ପଷ୍ଟ ହୋଇ ନାହିଁ।

ଏଠାରେ ଲିଙ୍କ ଦେଖନ୍ତୁ-India.com ।  Archive

ଏହା ପରେ ଆମକୁ India Today ର ଫ୍ୟାକ୍ଟଚେକ ପେଜ ମିଳିଲା ଯେଉଁଥିରେ 11 ଏପ୍ରିଲ 2019ରେ ମଧ୍ୟ ଅନୁସନ୍ଧାନ କରାଯାଇଥିଲା। ଅନୁଚ୍ଛେଦ ଅନୁସାରେ ଭାଇରାଲ ଫୋଟୋର ଯୁବକ ବୁର୍ଖାରେ ମହିଳା ହୋଇ ମୁଜଫରନଗରରେ ମତଦାନ କରୁଥିବାର ଧରା ପଡ଼ିଥିବା ଦାବିରେ ମଧ୍ୟ ଭାଇରାଲ ହୋଇଥିଲା ଏଥିରୁ ସ୍ପଷ୍ଟ ହେଉଛି ଯେ ଭାଇରାଲ ଫୋଟୋ 2015 ମସିହାର ଅଟେ। ଏହାର ଶାହୀନ ବାଗ ସହ କୌଣସି ସମ୍ପର୍କ ନାହିଁ। 

ଏଠାରେ ଲିଙ୍କ ଦେଖନ୍ତୁ-India Today

ଶେଷକଥା-

ଆମେ ଅନୁସନ୍ଧାନରୁ ପାଇଲୁ ଯେ, ଭାଇରାଲ ଫୋଟ ଶାହୀନ ବାଗର ନୁହଁ। ଭାଇରାଲ ଫୋଟୋ 2015 ଅର୍ଥାତ 5 ବର୍ଷ ପୁରୁଣା ଅଟେ। 

Avatar

Title:2015 ମସିହା ଫୋଟୋକୁ ଦିଲ୍ଲୀ ଶାହୀନ ବାଗର କହି ଭାଇରାଲ କରାଯାଉଛି।

Fact Check By: Saritadevi Samal 

Result: False

Leave a Reply

Your email address will not be published. Required fields are marked *