କ’ଣ ପୋଷ୍ଟ କରା ଯାଇଥିବା ଫୋଟୋ ବର୍ତମାନ ଚାଲୁଥିବା କୃଷକ ଆନ୍ଦୋଳନର ଫୋଟୋ ଅଟେ? ଜାଣନ୍ତୁ ସତ୍ୟ।

False Social

କୃଷି ଆଇନ ବିରୁଦ୍ଧରେ କୃଷକ ମାନେ ରାସ୍ତାକୁ ବାହାରି ଆନ୍ଦୋଳନ କରୁଛନ୍ତି। ଏହି ଅବସର ନେଇ କିଛି ସୋସିଆଲ ମିଡିଆ ୟୁଜର ଫୋଟୋ ଏବଂ ଭିଡିଓ ପୋଷ୍ଟ କରୁଛନ୍ତି ଯେଉଁଟାର ସତ୍ୟ ସହିତ କୌଣସି ସମ୍ବନ୍ଧ ନାହିଁ। ଫେକ୍ଟ କୃସେଣ୍ଡୋ ପୂର୍ବରୁ ମଧ୍ୟ ଏପରି ଅନେକ ପୋଷ୍ଟକୁ ମିଥ୍ୟା ବୋଲି ପ୍ରମାଣ କରିଛି। ଏପରି ଗୋଟିଏ ଫୋଟୋ ବର୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେଉଛି ଯେଉଥିରେ ମଞ୍ଚ ଉପରେ ଗୋଟିଏ କୁକୁଡ଼ା ବସିଛି ଆଉ ସେଠାରେ କୌଣସି ଲୋକ ନାହାନ୍ତି। ପୋଷ୍ଟ ଦାବି ଅନୁଯାୟୀ ଏହି ଫୋଟୋ ବର୍ତମାନ ଚାଲୁ ଥିବା କୃଷକ ଆନ୍ଦୋଳନର ଅଟେ। 

ଫେକ୍ଟ କୃସେଣ୍ଡୋ ଏହି ପୋଷ୍ଟରେ ଥିବା ଦାବିକୁ ମିଥ୍ୟା ବୋଲି ପାଇଲା। 

fb.jpg

Facebook | Archive

ଆମ ଅନୁସନ୍ଧାନ: 

ଆମ ଅନୁସନ୍ଧାନରେ ପ୍ରଥମେ ଆମେ ପୋଷ୍ଟ କରା ଯାଇଥିବା ଫୋଟୋର ଗୁଗୁଲ ରିଭର୍ସ ଇମେହ ସର୍ଚ କରିଲୁ। ସର୍ଚ କରିଲା ପରେ ଆମକୁ ୪ ନଭେମ୍ବର ୨୦୧୫ ମସିହାରେ ଏହି ଫୋଟୋ ଟୁଇଟରରେ ପୋଷ୍ଟ ହେଇଥିବା ମିଳିଲା। ଏହି ଫୋଟୋ ଭଲସେ ଦେଖିଲା ପରେ ଆମକୁ ସିପିଆଇ(ଏମ) ଦଳର ଏବଂ AIFAWH ର ପତାକା ମଞ୍ଚ ପାଖରେ ଦେଖିବାକୁ ମିଳିଲା। ଏହା ବାବଦ ମଙ୍କ୍ଗ ପାଖରେ ଗୋଟିଏ ବୋର୍ଡ ମଧ୍ୟ ଲାଗିଛି ଯେଉଁଥିରେ ମଳୟାଲାମରେ କିଛି ଲେଖା ହେଇଅଛି। 

Archive

ଏହା ପରେ ଆମେ ବିଭିନ୍ନ ମୁଖ୍ୟଶବ୍ଦ ବ୍ୟବହାର କରି ଗୁଗୁଲରେ ଏହି ବିଷୟରେ ସର୍ଚ କରିଲୁ। ସର୍ଚ କରିଲା ପରେ ଆମକୁ ପିପୁଲ୍ ଡେମୋକ୍ରେତିକ୍ ୱେବସାଇଟରେ ଏହି ବିଷୟରେ ପ୍ରକାଶିତ ହେଇଥିବା ଗୋଟିଏ ଅନୁଛେଦ ମିଳିଲା। ୧୧ ଜୁଲାଇ ୨୦୧୫ ମସିହାରେ ପ୍ରକାଶିତ ହେଇଥିବା ଏହି ଅନୁଛେଦରେ କୁହା ଯାଇଅଛି ଯେ  ୧୯ ଟି ରାଜ୍ୟରୁ ୨ ଲକ୍ଷରୁ ଅଧିକ ଆଙ୍ଗନବାଡ଼ି କର୍ମୀ ଜୁଲାଇ ୧୦ ରେ ଡିମାଣ୍ଡ ଡେପାଳନ କରିଥିଲେ। କେରଲରେ ସମୁଦାଯ ୧୪ ଟି ମଧ୍ୟରୁ ୧୩ ଟି ଜିଲ୍ଲାରେ ରୋଡ଼ ବ୍ଲକ୍ ଏବଂ ରେଳ ଷ୍ଟେସନ୍ ମାର୍ଚର ଆୟୋଜନ କରା ଯାଇଥିଲା। ମୋଦୀସରକାରଙ୍କ ବିରୋଧରେ କ୍ରୋଧ ପ୍ରକାଶ କରିବା ସହିତ କଂଗ୍ରେସ ନେତୃତ୍ଵାଧୀନ ରାଜ୍ୟ ସରକାର ମଧ୍ୟ ପ୍ରାୟ ଚାଳିଶ ହଜାର କର୍ମଚାରୀ ଏହି ସଂଗ୍ରାମରେ ଭାଗ ନେଇଥିଲେ। ଆଇସିଡିଏସ ର ଚାଲିଥିବା ଘରୋଇକରଣ ବିରୁଦ୍ଧରେ ପ୍ରଥମେ ଆଇସିଡିଏସ ମିଶନ୍ ନାମରେ ବର୍ତମାନ ସରକାରୀ ବେସରକାରୀ ଭାଗୀଦାରୀ ତଥା ୨୦୧୫-୧୬ ପାଇଁ କେନ୍ଦ୍ରୀୟ ବଜେଟ୍ ରେ ହେଇଥିବା କଟକଣାକୁ ଦ୍ରୁଷ୍ଟିରେ ରଖୀ AIFAWH ଜୁଲାଇଏ ୧୦ ରେ ଡିମାଣ୍ଡ ଡେ ପାଳନ କରିବାର ଆହୱାନ ଦେଇଛି। 

PD.jpg

Peoples Democratic | Archive 

ଶେଷକଥା:

ଆମ ଅନୁସନ୍ଧାନରୁ ପ୍ରମାଣ ହେଲା ଯେ ପୋଷ୍ଟ କରା ଯାଇଥିବା ଫୋଟୋ AIFAWH ଦ୍ଵାରା ସରକାରର ଘରୋଇକାରଣ ପଦକ୍ଷେପ ବିରୁଦ୍ଧରେ ହେଇଥିବା ୨୦୧୫ ମସିହାରେ ଦେଇମଣ୍ଡ ଡେ ବିରୋଧର ଫୋଟୋ ଅଟେ। ଏହି ଫୋଟୋର ବର୍ତମାନ ଚାଲୁ ଥିବା କୃଷକ ଆନ୍ଦୋଳନ ସହିତ କୌଣସି ସମ୍ବନ୍ଧ ନାହିଁ। 

Avatar

Title:କ’ଣ ପୋଷ୍ଟ କରା ଯାଇଥିବା ଫୋଟୋ ବର୍ତମାନ ଚାଲୁଥିବା କୃଷକ ଆନ୍ଦୋଳନର ଫୋଟୋ ଅଟେ? ଜାଣନ୍ତୁ ସତ୍ୟ।

Fact Check By: Siddharth Sahu 

Result: False

Leave a Reply

Your email address will not be published. Required fields are marked *