ଟ୍ରୁଡୋଙ୍କ 2015ର ଏକ ଶିଖ ମଣ୍ଡଳୀ ଗ୍ରସ୍ତର ପୁରୁଣା ଫଟୋକୁ କୃଷି ଆନ୍ଦୋଳନ ସହ ଜୋଡ଼ି ଭାଇରାଲ କରାଯାଉଛି।

False Social

ସୋସିଆଲ ମିଡିଆରେ ଏକ ଫଟୋ ଭାଇରାଲ ହେଉଛି ଯେଉଁଥିରେ କାନାଡାର ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ ଶିଖଙ୍କ ଏକ ମଣ୍ଡଳୀ ସହିତ ବସିଥିବାର ଦେଖିବାକୁ ମିଳୁଛି।  ସୋସିଆଲ ମିଡିଆରେ ଦାବି କରାଯାଉଛି ଯେ, ସେ କୃଷକ ବିଲର ପ୍ରତିବାଦରେ କାନାଡ଼ାରେ ଭାରତୀୟ ବଂଶଧରମାନଙ୍କ ପ୍ରତିବାଦ ମଞ୍ଚରେ ସାମିଲ୍ ହୋଇଛନ୍ତି କାନାଡ଼ାର ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ। ଆମ ଅନୁସନ୍ଧାନରେ ଭାଇରାଲ ଫଟୋ ସହ କରାଯାଇଥିବା ଦାବି ମିଥ୍ୟା ପ୍ରମାଣିତ ହେଲା।  

8 ଡିସେମ୍ବରରେ  Pravat Panigrahi ନାମକ ଜଣେ ଫେସବୁକ ୟୁଜର ତାଙ୍କ ଆକାଉଣ୍ଟରେ ଭାଇରାଲ ଫଟୋ ସହ ଦାବି କରାଯାଇଛି। ପୋଷ୍ଟର ଶିର୍ଷକରେ ଲେଖାଯାଇଛି ଯେ, କୃଷି ବିଲର ପ୍ରତିବାଦରେ କାନାଡ଼ାରେ ଭାରତୀୟ ବଂଶଧରମାନଙ୍କ ପ୍ରତିବାଦ ମଞ୍ଚରେ ସାମିଲ୍ ହୋଇଛନ୍ତି କାନାଡ଼ାର ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ। ଆମ ଅନୁସନ୍ଧାନ ପୂର୍ବରୁ ପୋଷ୍ଟକୁ 94ଥର ସେୟାର କରାଯିବା ସହ ପୋଷ୍ଟକୁ 239 ଲାଇକ ଏବଂ 45 କମେଣ୍ଟ ମିଳିଛି। ତଳେ ପୋଷ୍ଟର ଲିଙ୍କ ଦେଖନ୍ତୁ। 

ଏଠାରେ ଲିଙ୍କ ଦେଖନ୍ତୁ- FacebookArchive

ତେବେ କ’ଣ କୃଷି ବିଲ୍ ପ୍ରତିବାଦରେ କାନାଡ଼ାରେ ଭାରତୀୟ ବଂଶଦର ପ୍ରତିବାଦ ମଞ୍ଚରେ କାନାଡ଼ା ପ୍ରଧାନମନ୍ତ୍ରୀ ଜଷ୍ଚିନ ଟ୍ରୁଡୋ ସାମିଲ ହୋଇଛନ୍ତି? ପୋଷ୍ଟର ସତ୍ୟତା ଜାଣିବା ପାଇଁ ଆମେ ଅନୁସନ୍ଧାନ କରିଲୁ। ଆମ ଅନୁସନ୍ଧାନ ପଢ଼ନ୍ତୁ।

ଅନୁସନ୍ଧାନ-

ଅନୁସନ୍ଧାନ ଆରମ୍ଭରେ ଆମେ ଭାଇରାଲ ଫଟୋ କୁ ଗୁଗୁଲରେ ପକାଇ ରିଭର୍ସ ଇମେଜ କରିଲୁ। ସର୍ଚ୍ଚରେ ଆମକୁ ଏହାକୁ ନେଇ କିଛି ଲିଙ୍କ ମିଳିଲା। NST ପେଜରେ ଭାଇରାଲ ଫଟୋ ପାଇଲୁ। ଯାହାକି 13 ନଭେମ୍ବର 2015ରେ ପୋଷ୍ଟ କରାଯାଇଛି। ଖବର ଅନୁସାରେ 2015 ରେ ଟ୍ରୁଡୋ ଗୁରୁଦ୍ୱାର ସାହେବ ଅଟ୍ଟୋ ଶିଖ୍ ସୋସାଇଟି ପରିଦର୍ଶନ କରିବା ପାଇଁ ଯାଇଥିବା  ସମୟରେ ଭାଇରାଲ ଫଟୋ କ୍ଲିକ୍ କରାଯାଇଥିଲା। ଅଧିକ ସୂଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ। ଏହାର ଅନ୍ୟ ଏକ ପୋଷ୍ଟ Reuters pictures ପେଜରେ ଦେଖନ୍ତୁ। 

ଏଠାରେ ଲିଙ୍କ ଦେଖନ୍ତୁ- NSTArchiveReuters pictures

ଏହା ପରେ ଆମକୁ ottawacitizen ପେଜରେ ଅନ୍ୟ ଏକ ଖବର ମିଳିଲା। ଯାହାକି 2015ରେ ପ୍ରକାଶିତ ହୋଇଥିଲା। ଖବର ଅନୁସାରେ 2015ରେ ଟ୍ରୁଟୋ ଓଟାୱା ଶିଖ୍ ମନ୍ଦିରରେ ଦିପାବଳି ମନାଇବା ପାଇଁ ଯାଇଥିଲେ। ସେହି ସମୟରେ ଭାଇରାଲ ଫଟୋ କ୍ଲିକ କରାଯାଇଥିଲା। ଭାଇରାଲ ଫଟୋ 11 ନଭେମ୍ବର 2015ର ଅଟେ। ଅର୍ଥାତ୍ ଭାଇରାଲ ଫଟୋର ବର୍ତ୍ତମାନ କୃଷି ଆନ୍ଦୋଳନ  ସହ କୌଣସି ସମ୍ପର୍କ ନାହିଁ। ଅଧିକ ସୂଚନା ପାଇଁ ତଳେ ତଳେ ଲିଙ୍କ ଦେଖନ୍ତୁ। Alamy ପେଜରେ ମଧ୍ୟ ଭାଇରାଲ ଫଟୋ ଦେଖନ୍ତୁ। ଯାହାକି ସ୍ପଷ୍ଟ କରୁଛି ଯେ, ଫଟୋ ବର୍ତ୍ତମାନର ନୁହେଁ। 

ଏଠାରେ ଲିଙ୍କ ଦେଖନ୍ତୁ- ottawacitizenArchiveAlamy

ଶେଷକଥା-

ଅନୁସନ୍ଧାନରୁ ସ୍ପଷ୍ଟ ହେଲା ଯେ, କାନାଡ଼ା ପ୍ରଧାନମନ୍ତ୍ରୀ ଜଷ୍ଚିନ ଟ୍ରୁଡୋ କୃଷି ବିଲ୍ କୁ ପ୍ରତିବାଦ କରୁଥିବା ଦାବିରେ ଭାଇରାଲ ହେଉଥିବା ଫଟୋ ମିଥ୍ୟା ଅଟେ। ଭାଇରାଲ ଫଟୋ 2015ର ଅଟେ। ଫଟୋର ବର୍ତ୍ତମାନ କୃଷି ଆନ୍ଦୋଳନ ସହ କୌଣସି ସମ୍ପର୍କ ନାହିଁ।

Avatar

Title:ଟ୍ରୁଡୋଙ୍କ 2015ର ଏକ ଶିଖ ମଣ୍ଡଳୀ ଗ୍ରସ୍ତର ପୁରୁଣା ଫଟୋକୁ କୃଷି ଆନ୍ଦୋଳନ ସହ ଜୋଡ଼ି ଭାଇରାଲ କରାଯାଉଛି।

Fact Check By: Saritadevi Samal 

Result: False

Leave a Reply

Your email address will not be published. Required fields are marked *