2015 ଭିଡିଓ ବର୍ତ୍ତମାନ ଫ୍ରାନ୍ସ ସଂସଦରେ କୁରାନ ବିଷୟରେ ଆଲୋଚନା କରୁଥିବା ମିଥ୍ୟା ଦାବିରେ ଭାଇରାଲ କରାଯାଇଛି।

False International

କୋରାନ ଧରିଥିବା ଜଣେ ବ୍ୟକ୍ତିର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି, ଯେଉଁଥିରେ ସେମାନେ କୁରାନକୁ “ସମସ୍ତ ମନ୍ଦତାର ମୂଳ” ବୋଲି କହୁଥିବାର ଶୁଣାଯାଇପାରିବ। ସୋସିଆଲ ମିଡିଆରେ ଏହି ଭିଡିଓ କୁ ନେଇ ଦାବି କରିଛନ୍ତି ଯେ, ଏହା ଫ୍ରାନ୍ସ ସଂସଦର ଉପସ୍ଥିତ ଜଣେ ସାଂସଦ କୋରାନ ଦେଖାଇ କହୁଛନ୍ତି ଯେ, କୋରାନ ହିଁ ସମସ୍ତ ସମସ୍ୟାର କାରକ ଅଟେ। ପ୍ୟାରିସ ରାସ୍ତାରେ ଜଣେ ଶିକ୍ଷକଙ୍କୁ ହତ୍ୟା କରାଯିବା ପରେ ଫ୍ରାନ୍ସରେ ବିକ୍ଷୋଭ ପ୍ରଦର୍ଶନ ଜାରି ରହିଛି।ଏହାକୁ ନେଇ ସୋସିଆଲ ମିଡିଆରେ ଭାଇରାଲ ହେଇଥିବା ଅନେକ ମିଥ୍ୟା ଖବରର ଅନୁସନ୍ଧାନ କରିଛୁ।

ଆମ ଅନୁସନ୍ଧାନରେ ଭାଇରାଲ ଖବର ମିଥ୍ୟା ପ୍ରମାଣିତ ହେଲା।  

କିଛି ସପ୍ତାହ ପୂର୍ବରୁ ଦୁଶ୍ମନ୍ତ କୁମାର ନାମକ ଜଣେ ଫେସବୁକ ୟୁଜର ତାଙ୍କ ଆକାଉଣ୍ଟରେ ଭାଇରାଲ ଭିଡିଓ ପୋଷ୍ଟ କରି ସମାନ ଦାବି କରିଛନ୍ତି। ଦାବିରେ ଲେଖିଛନ୍ତି ଯେ, ବେଲଜିୟମର ସାଂସଦ ଫିଲିପ ଡିଉଇଣ୍ଟର ଫ୍ରାନ୍ସରେ ଈସଲାମି ସନ୍ତ୍ରାସ ଦ୍ୱାରା ଆକ୍ରମଣ ଘଟଣା ପରେ କୋରାନ୍ କୁ ନିନ୍ଦା କଲେ ଏବଂ କହିଲେ କୋରାନ ହିଁ ଅନେକ ସମସ୍ତାର କାରକ ଅଟେ। 

ପୋଷ୍ଟର ଶିର୍ଷକରେ ଲେଖାଯାଇଛି ଯେ, ବେଲଜିୟମ ର ସାଂସଦ #ଫିଲିପ_ଡିଉଇଣ୍ଟର(#FilipDewinter) ଫ୍ରନ୍ସରେ #ଈସଲାମି_ସନ୍ତ୍ରାସ ଦ୍ବାରା ଆକ୍ରମଣ ଘଟଣା ପରେ #କୋରାନ କୁ ନିନ୍ଦା କଲେ ଏବଂ କହିଲେ:-#କୋରାନ ହିଁ ଅନେକ ସମସ୍ୟାର କାରକ, ସମସ୍ତ ପୈଶାଚିକତାର ମୁଳ ସୁତ୍ର, ହତ୍ୟା କରିବାକୁ ମାନସିକତା ପାଇଁ ଲାଇସେନ୍ସ.। ତାଙ୍କ ଦେଶର ୧/୩ #ମସଜ୍ଜିଦ ଗୁଡିକ #ସଲାଫିଷ୍ଟ(Salafist), ମତବାଦରେ ଉଦବୁଦ୍ଧ , ଏଗୁଡିକୁ ତୁରନ୍ତ ଵନ୍ଦ କରିବା ଆବଶ୍ୟକ। ଆମ ଅନୁସନ୍ଧାନ ପୂର୍ବରୁ ପୋଷ୍ଟକୁ ଅନେକଥର ସେୟାର କରାଯିବା ସହ ପୋଷ୍ଟକୁ ଅଧିରକ ଲୋକ ଦେଖିଛନ୍ତି। ତଳେ ପୋଷ୍ଟର ଲିଙ୍କ ଦେଖନ୍ତୁ। 

ଏଠାରେ ପୋଷ୍ଟର ଲିଙ୍କ ଦେଖନ୍ତୁ-Facebook ।  Archive

ଫ୍ରାନ୍ସରେ ଈସଲାମି ସନ୍ତ୍ରାସ ଦ୍ୱାରା ଆକ୍ରମଣ ଘଟଣା ପରେ ଜଣେ ସାଂସଦ ଫ୍ରାନ୍ସରେ କୋରୋନ୍ କୁ ନିନ୍ଦା କରିଛନ୍ତି କି। ପୋଷ୍ଟର ସତ୍ୟତା ଜାଣିବା ପାଇଁ ଆମେ ଅନୁସନ୍ଧାନ କରିଲୁ। ଆମ ଅନୁସନ୍ଧାନ ପଢ଼ନ୍ତୁ।

ଅନୁସନ୍ଧାନ-

ଅନୁସନ୍ଧାନ ଆରମ୍ଭରେ ଆମେ ଭାଇରାଲ ଭିଡିଓ କୁ ଇନବିଡରେ ପକାଇ ଫଟୋରେ ଭାଙ୍ଗିଲୁ। ପରେ ମିଳିଥିବା ଫଟୋକୁ ଗୁଗୁଲରେ ପକାଇ ରିଭର୍ସ ଇମେଜ କରିଲୁ। ସର୍ଚ୍ଚରେ ଆମକୁ ଏହାକୁ ନେଇ କିଛି ଲିଙ୍କ ମିଳିଲା। Zoomin.Tv Nederland ପେଜରେ ଆମକୁ ଭାଇରାଲ ଭିଡିଓ ମିଳିଲା। ଯେଉଁଥିରେ ଲେଖାଯାଇଛି ଯେ, ଡିୱିଣ୍ଟର୍ ଭାନ୍ ଭ୍ଲାମସ୍ ବେଲାଙ୍ଗଙ୍କ ଅନୁଯାୟୀ କୋରାନ୍ ସମସ୍ତ ମନ୍ଦତାର ଉତ୍ସ ଅଟେ (Koran is the source of all evil according to Dewinter van Vlaams Belang)। ଭାଇରାଲ ଭିଡିଓ 22 ଜାନୁଆରି 2015ରେ ପୋଷ୍ଟ କରାଯାଇଛି। ଏଥିରୁ ଆମେ ସ୍ପଷ୍ଟ ହେଲୁ ଯେ, ଭାଇରାଲ ଭିଡିଓ ବର୍ତ୍ତମାନର ନୁହେଁ। ଅଧିକ ସୂଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ। 

https://www.youtube.com/watch?v=N_QooTMK-s0&feature=emb_title

turkiye haber ajansi ପେଜରେ ଆମକୁ ଭାଇରାଲ ହେଉଥିବା ଭିଡିଓର ଖବର ମିଳିଲା। ଯାହାକି 23 ଜାନୁଆରି 2015ରେ ପ୍ରକାଶିତ କରାଯାଇଥିଲା। ଖବର ଅନୁସାରେ 2015ରେ  ବେଲଜିୟମ ସଂସଦରେ ମୁସଲମାନମାନଙ୍କ ବେଲଜିୟମକୁ ସ୍ଥାନାନ୍ତରଣକୁ ବିରୋଧ କରି ଫିଲିପ ଡିୱିଣ୍ଟର ଏହି ବିବୃତ୍ତି ଦେଇଥିଲେ। Middle East Eye ପେଜରେ ମଧ୍ୟ ଭାଇରାଲ ଭିଡିଓର ଖବର ମିଳିଲା। ଖବର ଅନୁସାରେ 22 ଜାନୁଆରୀ 2015 ’ରେ ବେଲଜିୟମର ରାଜନେତା ଫିଲିପ ଡିୱିଣ୍ଟର୍ ବ୍ରୁସେଲ୍ସରେ ଫେଡେରାଲ୍ ସଂସଦରେ ଭାଷଣ ଦେବାବେଳେ କୋରାନକୁ ସମସ୍ତ ମନ୍ଦତାର ଉତ୍ସ ବୋଲି କହିଥିଲେ। ଏହି ଆର୍ଟିକିଲରେ ଫିଲିପ ଡିୱିଣ୍ଟରଙ୍କୁ ବେଲଜିୟମ ବାମପନ୍ଥୀ ରାଜନେତା ଭାବରେ ଉଲ୍ଲେଖ କରାଯାଇଛି । ଯିଏ ଇମିଗ୍ରେସନ ବିରୋଧୀ ବାର୍ତ୍ତାକୁ ସମର୍ଥନ କରନ୍ତି ଯାହା ପ୍ରାୟତଃ ମୁସଲମାନ ପ୍ରବାସୀମାନଙ୍କୁ ଟାର୍ଗେଟ କରିଥାଏ। ଅଧିକ ସୂଚନା ପାଇଁ ଲିଙ୍କରେ କ୍ଲିକ କରନ୍ତୁ। 

ଏଠାରେ ଲିଙ୍କ ଦେଖନ୍ତୁ- turkiye haber ajansiArchive

ଶେଷକଥା

ଆମ ଅନୁସନ୍ଧାନରୁ ସ୍ପଷ୍ଟ ହେଲୁ ଯେ, ବେଲଜିୟମ ରାଜନେତାଙ୍କର କୋରାନକୁ ଅପମାନିତ କରୁଥିବା 2015 ଭିଡିଓ ବର୍ତ୍ତମାନ ଫ୍ରାନ୍ସ ସଂସଦରେ କୁରାନ ବିଷୟରେ ଆଲୋଚନା କରୁଥିବା ମିଥ୍ୟା ଦାବିରେ ଭାଇରାଲ କରାଯାଇଛି।

Avatar

Title:2015 ଭିଡିଓ ବର୍ତ୍ତମାନ ଫ୍ରାନ୍ସ ସଂସଦରେ କୁରାନ ବିଷୟରେ ଆଲୋଚନା କରୁଥିବା ମିଥ୍ୟା ଦାବିରେ ଭାଇରାଲ କରାଯାଇଛି।

Fact Check By: Saritadevi Samal 

Result: False

Leave a Reply

Your email address will not be published. Required fields are marked *