
ଅମ୍ପାନ୍ ବାତ୍ୟାରେ ଓଡ଼ିଶା ସହ ପଶ୍ଟିମବଙ୍ଗରେ ମଧ୍ୟ ଅଧିକ ମାତ୍ରାରେ କ୍ଷୟ କ୍ଷତି କରିଛି। ଏହି କ୍ଷୟ କ୍ଷତିର ଫୋଟୋ ଏବଂ ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି। 22 ମେ ରେ Bindas odia ନାମକ ଏକ ଫେସବୁକ ପେଜରେ ପଶ୍ଟିମବଙ୍ଗରେ ଅମ୍ପାନ କାରଣରୁ ବାଘମାନଙ୍କ ମୃତ୍ୟୁ ହୋଇଥବାର ଫୋଟୋ ପୋଷ୍ଟ କରାଯାଇଛି। ପୋଷ୍ଟରେ ଦାବି କରାଯାଇଛି ଯେ, ବାତ୍ୟା ଅମ୍ପାନ ରେ ପଶ୍ଟିମ ବଙ୍ଗ ଜଙ୍ଗଲରେ ଏଣେତେଣେ ବାଘ ମରି ପଡ଼ି ରହିଛନ୍ତି। ଆମ ଅନୁସନ୍ଦାନ ପୂର୍ବରୁ ପୋଷ୍ଟକୁ 191 ଥର ସେୟାର କରାଯାଇଛି। ଏହା ଛଡ଼ା ପୋଷ୍ଟକୁ 700ରୁ ଅଧିକଥର ଲାଇକ କରାଯାଇଛି। ପୋଷ୍ଟର ଶିର୍ଷକରେ ଲେଖା ଯାଇଛି ଯେ, ବାତ୍ୟା ଅମ୍ପାନ୍ ରେ ପଶ୍ଟିମବଙ୍ଗ ଜଙ୍ଗଲ ରେ ଏଣେତେଣେ ବାଘ ମରି ପଡ଼ିଥିବାର ଦୃଶ୍ୟ। ତଳେ ପୋଷ୍ଟର ଲିଙ୍କ ଦେଖନ୍ତୁ।
ଏଠାରେ ଲିଙ୍କ ଦେଖନ୍ତୁ- Facebook । Archive
ଅମ୍ପାନ୍ ବାତ୍ୟାରେ ପଶ୍ଟିମବଙ୍ଗରେ ଏହି ବାଘଗୁଡ଼ିକର ମୃତ୍ୟୁ ହୋଇଛି। ଭାଇରାଲ ଫୋଟୋ ଅମ୍ପାନ ବାତ୍ୟରେ ମୃତ୍ୟୁ ହୋଇଥିବା ବାଘଙ୍କ ଫୋଟୋ ଅଟେ। ପୋଷ୍ଟର ସତ୍ୟତା ଜାଣିବା ପାଇଂ ଆମେ ଅନୁସନ୍ଧାନ କରିଲୁ। ସତ୍ୟତା ଜାଣିବା ପାଇଁ ଆମ ଅନୁସନ୍ଧାନ ପଢ଼ନ୍ତୁ।
ଅନୁସନ୍ଧାନ-
ପ୍ରଥମ ଫୋଟୋ-1
ଅନୁସନ୍ଧାନ ଆରମ୍ଭରେ ଆମେ ପୋଷ୍ଟ କରାଯାଇଥିବା ପ୍ରଥମ ଫୋଟୋକୁ ଗୁଗୁଲରେ ପକାଇ ରିଭର୍ସ ଇମେଜ କରିଲୁ। ସର୍ଚରେ ଆମକୁ ପ୍ରଥମ ଫୋଟୋର ଅନେକ ଲିଙ୍କ ମିଳିଲା। ଭାଇରାଲ ଫୋଟୋ ଆମକୁ The hindu ପେଜରେ ମିଳିଲା। ପେଜରେ ଭାଇରାଲ ଫୋଟୋ 29 ମାର୍ଚ୍ଚ 2016 ରେ ପୋଷ୍ଟ କରାଯାଇଥିଲା। ଖବର ଅନୁସାରେ ଭାଇରାଲ ଫୋଟୋରେ ଥିବା ବାଘର ମୃତ୍ୟୁ କୌଣସି ବାତ୍ୟାରେ ହୋଇ ନାହିଁ। କର୍ଣ୍ଣାଟକର (Nagarahole National Park) ନାଗାରାହୋଲ ଜାତୀୟ ଉଦ୍ୟାନରେ ବାଘର ମୃତ୍ୟୁ ହୋଇଥିଲା। ଖବର ଅନୁସାରେ ଅନ୍ୟ ଏକ ଶିକାରକୁ ଗୋଡାଇବା ବେଳେ କୌଣସି ଉଚ୍ଚତାରୁ ଖସିଯିବା ଦ୍ୱାରା ବାଘଟିର ମୃତ୍ୟୁ ହୋଇଛି।
ଏଥିରୁ ସ୍ପଷ୍ଟ ହେଉଛି ଯେ, ବାଘଟିର ମୃତ୍ୟୁ ପଶଅଟିମବଙ୍ଗରେ ହୋଇଥିବା ଅମ୍ପାନ୍ ବାତ୍ୟାରେ ହୋଇ ନାହିଁ। ଭାଇରାଲ ଫୋଟୋର ଅମ୍ପାନ୍ ବାତ୍ୟା କିମ୍ବା ପଶ୍ଚିମବଙ୍ଗ ସହ କୋଣସି ସମ୍ପର୍କ ନାହିଁ। ଅଧିକ ସୂଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ।
ଏଠାରେ ଲିଙ୍କ ଦେଖନ୍ତୁ- The hindu । Archive
ଦ୍ୱିତିୟ ଫୋଟୋ-2
ଏହା ପରେ ଆମେ ଦ୍ୱିତିୟ ଫୋଟୋର ସତ୍ୟତା ଜାଣିବା ପାଇଁ ଫୋଟୋଗୁ ଗୁଗଲରେ ପକାଇ ରିଭର୍ସ ଇମେଜ କରିଲୁ। ସର୍ଚରେ ଆମକୁ ପଶ୍ଚିମବଙ୍ଗର Hindustan times ପେଜରେ ମିଳିଲା। ଯାହାକି ପଶ୍ଚିମବଙ୍ଗରେ ହୋଇଥିବା ଅମ୍ପାନ୍ ବାତ୍ୟାର ଫୋଟ ଅଟେ। କିନ୍ତୁ ଖବର ଅନୁସାରେ ଫୋଟୋରେ ଥିବା ଜିବ ବାଘ ନୁହେଁ ବରଂ କୁକୁର ଅଟେ। ଖବରରେ ଅନୁସାରେ ବାତ୍ୟାର ପ୍ରଭାବ ଏତେ ମାତ୍ରାରେ ଥିଲା ଯେ, ରାସ୍ତାର ବୁଲା କୁକୁରମାନେ ମଧ୍ୟ ତାଙ୍କ ନିଜକୁ ସୁରକ୍ଷିତ କରିପାରିଲେ ନାହିଁ। ଅଧିକ ସୂଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ।
ଏଠାରେ ଲିଙ୍କ ଦେଖନ୍ତୁ-Hindustan times । Archive
ଶେଷକଥା-
ଆମ ଅନୁସନ୍ଧାନରୁ ପାଇଲୁ ଯେ, ଭାଇରାଲ ହେଉଥିବା ଦୁଇଟି ଫୋଟୋରେ ପ୍ରଥମ ଫୋଟୋ 2016ରେ କର୍ଣ୍ଣାଟକର ନାଗାରାହୋଲ ଜାତୀୟ ଉଦ୍ୟାନରେ ମୃତ୍ୟୁ ହୋଇଥିବା ବାଘର ଫୋଟୋ ଅଟେ। ଫଟୋର ପଶ୍ଚିମବଙ୍ଗରେ ହୋଇଥିବା ଅମ୍ପାନ୍ ବାତ୍ୟା ସହ କୌଣସି ସମ୍ପର୍କ ନାହିଁ। ଦ୍ୱିଚିୟ ଫୋଟୋରେ ପଶ୍ଚିବମଙ୍ଗରେ ହୋଇଥିବା ଅମ୍ପାନ୍ ବାତ୍ୟାର ଫୋଟୋ ଅଟେ। କିନ୍ତୁ ଫୋଟୋରେ ବାଘ ନୁହେଁ କୁକୁରର ମୃତ୍ୟୁ ହୋଇଛି।

Title:2016ର ପୁରୁଣା ଫୋଟୋକୁ ପଶ୍ଚିମବଙ୍ଗ ଅମ୍ପାନ୍ ବାତ୍ୟାରେ ବାଘର ମୃତ୍ୟୁ ହେବା ଦାବିରେ ଭାଇରାଲ କରାଯାଉଛି।
Fact Check By: Saritadevi SamalResult: False