2016 ଗଣେଶ ପୂଜା ଫଟୋକୁ ‘ଲାଲବାଗଚା ରାଜା’ ଗଣେଶଙ୍କ 2021 ପ୍ରଥମ ଲୁକ ଦାବିରେ ଭାଇରାଲ ।

False Social

ସୋସିଆଲ ମିଡିଆରେ ଗଣେଶ ପୂଜାର ଏକ ଫଟୋ ଏବଂ ଭିଡିଓ ଭାଇରାଲ ହେବାରେ ଲାଗିଛି। ଫଟୋରେ ଦାବି କରାଯାଇଛି ଯେ, ସୋସିଆଲ ମିଡିଆରେ ଏକ ଫଟୋ ଏବଂ ଭିଡିଓ ବହୁଳ ଭାବରେ ସେୟାର କରାଯାଉଛି ଯେଉଁଥିରେ ମୁମ୍ବାଇର ‘ଲାଲବାଗଚା ରାଜା’ ଗଣେଶଙ୍କ 2021 ପ୍ରଥମ ଲୁକକୁ ବୋଲି ଦାବି କରାଯାଇ ଭାଇରାଲ କରାଯାଇଛି। ଅନୁସନ୍ଧାନରେ ଆମେ ଭାଇରାଲ ଫଟୋ 2016ର ବୋଲି ସ୍ପଷ୍ଟ ହେଲୁ। 

10 ସେପ୍ଟେମ୍ବରରେ Biswajit Pradhan ନାମକ ଜଣେ ଫେସବୁକ ୟୁଜର ଭାଇରାଲ ଫଟୋ ପୋଷ୍ଟ କରିଛନ୍ତି। ପୋଷ୍ଟରେ ଦାବି କରାଯାଇଛି ଯେ, ଅଭିନେତା ଅମିତାବ ବଚ୍ଚନ ମୁମ୍ବାଇର ‘ଲାଲବାଗଚା ରାଜା’ ଗଣେଶଙ୍କ 2021 ପ୍ରଥମ ଲୁକ ସେୟାର କରିଛନ୍ତି। ଆମ ଅନୁସନ୍ଧାନ ପୂର୍ବରୁ ପୋଷ୍ଟକୁ ଅନେକଥର ସେୟାର କରାଯିବା ସହ ଅନେକ ଲାଇକ ମଧ୍ୟ କରାଯାଇଛି। ତଳେ ଲିଙ୍କ ଦେଖନ୍ତୁ। 

ଏଠାରେ ଲିଙ୍କ ଦେଖନ୍ତୁ- Facebook । Archive

ତେବେ କଣ ଭାଇରାଲ ଫଟୋ ଅମିତାବ ବଚ୍ଚନ ମୁମ୍ବାଇର ‘ଲାଲବାଗଚା ରାଜା’ ଗଣେଶଙ୍କ 2021 ପ୍ରଥମ ଲୁକ ସେୟାର କରିଛନ୍ତି। ପୋଷ୍ଟର ସତ୍ୟତା ଜାଣିବା ପାଇଁ ଆମେ ଅନୁସନ୍ଧାନ କରିଲୁ। ଆମ ଅନୁସନ୍ଧାନ ପଢ଼ନ୍ତୁ।

ଅନୁସନ୍ଧାନ-

ଅନୁସନ୍ଧାନ ଆରମ୍ଭରେ ଆମେ ଭାଇରାଲ ଫଟୋକୁ ଗୁଗୁଲରେ ପକାଇ ରିଭର୍ସ ଇମେଜ କରିଲୁ। ସର୍ଚ୍ଚରେ ଆମକୁ ଏହାକୁ ନେଇ କିଛି ଲିଙ୍କ ମିଳିଲା। Siddhesh Bapte ୟୁଟ୍ୟୁବ ଚ୍ୟାନେଲରେ ଭାଇରାଲ ଫଟୋର ଭିଡିଓ ପାଇଲୁ। ଯାହାକି 2016ରେ ପୋଷ୍ଟ କରାଯାଇଥିବାର ଦେଖାଯାଉଛି। ଭିଡିଓର ଶିର୍ଷକରେ ଲେଖାଯାଇଛି-Lalbaugcha Raja First Look 2016( ଲାଲବାଗଚା ରାଜା ପ୍ରଥମ ଲୁକ୍ 2016)। ତଳେ ଲିଙ୍କ ଦେଖନ୍ତୁ। 


Lalbaugcha Raja ଅଫିସିଆଲ୍ ଚ୍ୟାନେଲରେ 7 ସେପ୍ଟେମ୍ବର 2016 ରେ ପୋଷ୍ଟ ହୋଇଥିବା ଗୋଟିଏ ଭିଡିଓ ପାଇଲୁ। ଅଭିନେତା ବଚ୍ଚନ ସନ୍ଧ୍ୟା ପ୍ରାର୍ଥନାରେ ସେଠାରେ ଉପସ୍ଥିତ ଥିଲେ। ଭାଇରାଲ ଫଟୋର ବର୍ତ୍ତମାନ ଗଣେଷ ପୂଜାର କୌଣସି ସମ୍ପର୍କ ନାହିଁ। ପୋଷ୍ଟର ଶିର୍ଷକରେ ଲେଖାଯାଇଛି ଯେ- (Lalbaugcha Raja Day 02 Evening Aarti Amitabh Bachchan 06 09 16)। ଅଧିକ ସୂଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ। 

ତେବେ ଭାଇରାଲ ଫଟୋ ଏବଂ ଆମକୁ ମିଳିଥିବା ଭିଡିଓକୁ ବିଶ୍ଳେଷଣ କରିଲୁ। ତଳେ ବିଶ୍ଲେଷଣ ଦେଖନ୍ତୁ। 

ଶେଷକଥା

ଅନୁସନ୍ଧାନରେ ସ୍ପଷ୍ଟ ହେଲା ଯେ, ଭାଇରାଲ ଫଟୋ ବର୍ତ୍ତମାନ ଗଣେଶ ପୂଜା 2021ର ନୁହେଁ ଭାଇରାଲ ଫଟୋ 2016ର ଅଟେ।

Avatar

Title:2016 ଗଣେଶ ପୂଜା ଫଟୋକୁ ‘ଲାଲବାଗଚା ରାଜା’ ଗଣେଶଙ୍କ 2021 ପ୍ରଥମ ଲୁକ ଦାବିରେ ଭାଇରାଲ ।

Fact Check By: Saritadevi Samal 

Result: False

Leave a Reply

Your email address will not be published. Required fields are marked *