
ଭାରତ ସୀମା ପାଖରେ ଚୀନ ନିଜ ସୈନ୍ୟ ବଳ ଏକତ୍ର କରିଲା ପରେ ଭାରତ ମଧ୍ୟ ନିଜ ସେନାର ଯବାନ ମାନଙ୍କୁ ସୀମାରେ ଏକତ୍ର କରୁଛି। ଏହି ଘଟଣା ନେଇ ବର୍ତମାନ ସ୍ଥିତି ବହୁତ ଗମ୍ଭୀର ଅଛି। ବର୍ଷ ବର୍ଷ ଧରି ଭାରତ ଆଉ ଚୀନ ସୀମାରେ ଆମନା ସାମନା ହେଉଛି। ଏହି ବିଷୟ ନେଇ ବର୍ତମାନ ସୋସିଆଲ ମିଡିଆରେ ଗୋଟିଏ ଭିଡିଓ ଭାଇରାଲ ହେଉଛି। ୩୦ ମେ ୨୦୨୦ ରେ ଜଣେ ଫେସବୁକ ୟୁଜର ବିଜେପି ଓଡ଼ିଶା ନାମକ ଫେସବୁକ ପେଜରେ ଗୋଟିଏ ଭିଡିଓ ପୋଷ୍ଟ କରି ଦାବି କରିଛନ୍ତି ଯେ ଚୀନ ସେନା ଭାରତ ସୀମା ଭିତରେ ପଶିବା ପାଇଁ ଚେଷ୍ଟା କରୁଥିବା ବେଳେ ଭାରତ ସେନା ତାଙ୍କୁ ଅଟକାଇବା ପାଇଁ ଚେଷ୍ଟା କରୁଛନ୍ତି।
ବିଗତ ଦିନରେ ଏହି ଖବର ପାକିସ୍ତାନର ଗୋଟିଏ ପତ୍ରିକାରେ ମଧ୍ୟ ଦେଖିବା କୁ ମିଳିଛି। ପାକିସ୍ତାନର ୯୨ ନ୍ୟୁଜ ପତ୍ରିକାରେ ଏହା କୁହା ଯାଇଅଛି ଯେ ମୋଦୀ ସରକାର ର ଆକ୍ରମଣାତ୍ମକ ଉଦ୍ଦେଶ୍ୟ ଦିନ କୁ ଦିନ ବଢି ଚାଲିଛି। ପାକିସତାନ ପରେ ବର୍ତମାନ ଚୀନ ସହିତ ମଧ୍ୟ ସୀମା ର ବିବାଦ ବଢେଇ ସାରିଲାଣି। କିଛି ଭରତ ସୈନ୍ୟ ଯବାନ ଚୀନ ସୀମା ଭିତରେ ପସି ୭ ଚିନୀ ଯବାନ କୁ ଆହତ କରିଛନ୍ତି। ଚୀନ ପ୍ରତିରକ୍ଷା ଭାବେ ଏହି ସ୍ଥିତି କୁ ସମ୍ଭାଳିଛି ଆଉ ଆକ୍ରମଣ କରି ନାହିଁ।
ଆମ ଅନୁସନ୍ଦ୍ଧଅନ:
ଆମ ଅନୁସନ୍ଧାନରେ ପ୍ରଥମେ ଆନେ ଏହି ଭିଡିଓ କୁ ଗୁଗୁଲ ଇନଭିଡ ଏକ୍ସଟେନସନ ଟୁଲ ସାହାଜ୍ଯତାରେ ବିଭିନ୍ନ ଫ୍ରେମରେ ବିଭାଜିତ କରିଲୁ। ଏହା ପରେ ଆମେ ପ୍ରତ୍ଯେକ ଫ୍ରେମର ଗୁଗୁଲ ରିଭର୍ସ ଇମେଜ ସର୍ଚ କରିଲୁ। ରିଭର୍ସ ଇମେଜ ସର୍ଚ କରିଲା ପରେ 26 ଜୁନ 2017 ମସିହାରେ ଟାଇମ୍ସ ଅଫ ଇଣ୍ଡିଆ ପତ୍ରିକାରେ ଏହି ଭିଡିଓ ପୋଷ୍ଟ କରି କୁହା ଯାଇଅଛି ଯେ ଚୀନ ସେନା LAC ରେଖା ଉଲଂଘନ କରି ଭାରତ ସୀମା ଭିତରେ ପସି ଆସିଛନ୍ତି। ଏହି ଘଟଣା ସିକିମ ରେ ଘଟିଛି। ଏହା ପରେ ଭାରତ ଏବଂ ଚୀନ ସେନା ମଧ୍ୟ ରେ ଧକା ମରା ମାରି ଚାଲିଲା। କିଛି ସୂତ୍ରଙ୍କ କହିବା ଅନୁସାରେ ଏହି ଘଟଣା ପରେ ଚୀନ ମାନସରୋବର ଯାତ୍ରା ପାଇଁ ଭାରତୀୟଙ୍କୁ ଅନୁମତି ଦେଉ ନାହିଁ। ଚୀନ ସୈନ୍ୟ ଆକରାତ୍ମକ ହେଉଛନ୍ତି ଆଉ ଦାବି କରୁଛନ୍ତି ଯେ ଭିଡିଓରେ ଦେଖା ଯାଉ ଥିବା ବଙ୍କର ଚୀନ ର ବୋଲି। ଚୀନ ସେନା ଚାହୁଁଛି ଯେ ଭାରତ ସେହି ବଙ୍କର ଖାଲି କରି ପଛ ଘୁନ୍ଚିଯାଉ ।
ଏହା ପରେ ଆମେ ୟୁଟ୍ୟୁବ ଯାଇ ଏହି ବିଷୟରେ ସର୍ଚ କରିଲୁ। ସର୍ଚ କରିଲା ପରେ ଆମକୁ ୨୭ ଜୁନ ୨୦୧୭ ମସିହାରେ ପୋଷ୍ଟ କରା ଯାଇ ଥିବା ଭିଡିଓ ୟୁଟ୍ୟୁବରେ ମିଳିଲା। ଏହି ଭିଡିଓ ରେ ଲେଖା ଯାଇଅଛି ଯେ ଚୀନ ସେନା ଭାରତର ସୀମା ଉଲଂଘନ କରି ଭାରତର ବଙ୍କର ଧ୍ଵଂସ କରି ଦେଲେ।
୩୧ ମେ ରେ ଇକୋନୋମିକ ଟାଇମ୍ସ ପତ୍ରିକାରେ ପ୍ରକାଶିତ ହେଇଥିବା ଗୋଟିଏ ଅନୁଛେଦରେ ଏହା କୁହା ଯାଇଅଛି ଯେ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଗୋଟିଏ ଭିଡିଓ ଦେଖିଲା ପରେ ଭାରତୀୟ ସେନା କହିଛନ୍ତି ଯେ ବର୍ତମାନ ଭାରତ ଏବଂ ଚୀନ ମଧ୍ୟରେ କୌଣସି ହିଂସା ହେଊ ନାହିଁ। ଦୁଇ ଦେଶର ସେନା ଅଧିକାରୀ ପରସ୍ପର ସହିତ କଥା ହେଇ ପଦକ୍ଷେପ ନେବେ। ଗତ ୩ ସପ୍ତାହ ଧରି ଭାରତ ଏବଂ ଚୀନର ସେନା ପୂର୍ବ ଲାଦାଖର ପାଙ୍ଗାଙ୍ଗ ସୋ, ଗଲ୍ୱାନ ଭେଲି, ଡେମଚୋକ ଓ ଦୌଲତ ବେଗ ଆଞ୍ଚଲରେ ଏକତ୍ର ହେଉଛନ୍ତି। ୨୦୧୭ ମସିହାରେ ଦୋକ୍ଲାମ ଘଟଣା ପରେ ଏହା ଗୋଟିଏ ବଡ ଘଟଣା ଅଟେ।
ଶେଷକଥା:
ଆମ ଅନୁସନ୍ଧାନରୁ ଆମେ ଜାଣିବାକୁ ପାଇଲୁ ଯେ ପୋଷ୍ଟ କରା ଯାଇଥିବା ଭିଡିଓ ୨୦୧୭ ମସିହାର ଅଟେ। ବର୍ତମାନ ଭାରତ ଏବଂ ଚୀନ ମଧ୍ୟରେ ଚାଲୁ ଥିବା ବିବାଦ ସହିତ ଏହାର କୌଣସି ସମ୍ବନ୍ଧ ନାହିଁ। ୨୦୧୭ ମସିହାର ପୁରୁଣା ଭିଡିଓ କୁ ବର୍ତମାନ ସମୟର ଭିଡିଓ କହି ଗୁଜବ ସୃଷ୍ଟି କରା ଯାଇଅଛି। ଭାରତୀୟ ସେନା କହିବା ଅନୁଯାୟୀ ବର୍ତମାନ ସୀମାରେ ଏପରି କୌଣସି ଘଟଣା ହେଇ ନାହିଁ।

Title:କ’ଣ କିଛି ଦିନ ପୂର୍ବରୁ ଚୀନ ଆର୍ମୀ ଭାରତ ସୀମାରେ ପସୁଥିବା ବେଳେ ଭାରତ ସୈନ୍ୟ ତାଙ୍କୁ ଅଟକାଉଛନ୍ତି? ଜାଣନ୍ତୁ ସତ୍ୟ।
Fact Check By: Siddharth SahuResult: False