
ଛତିଶଗଡର ବିଜପୁରରେ ସୁରକ୍ଷା ବାହିନୀ ଏବଂ ନକ୍ସଲମାନଙ୍କ ମଧ୍ୟରେ ହୋଇଥିବା ଏନକାଉଣ୍ଟରରେ 22 ସୈନିକ ସହିଦ ହୋଇଥିଲେ ଏବଂ 32 ଜଣ ଆହତ ହୋଇଥିଲେ। ଏହାକୁ ନେଇ ସୋସିଆଲ ମିଡିଆରେ ଜନସାଧାରଣ ମଧ୍ୟ ଶହୀଦ ସୈନିକମାନଙ୍କୁ ନିଜ ନିଜ ଉପାୟରେ ଶ୍ରଦ୍ଧାଞ୍ଜଳି ଦେଉଛନ୍ତି। ଏଥି ମଧ୍ୟରେ ସୋସିଆଲ ମିଡିଆରେ ଏକ ଫଟୋ କୋଲାଜ ମଧ୍ୟ ସେୟାର କରାଯାଉଛି, ଯେଉଁଥିରେ କିଛି ସୁରକ୍ଷା କର୍ମୀଙ୍କ ଫଟୋ ଅଛି ଏବଂ ସେମାନଙ୍କ ନାମ ଦିଆଯାଇଛି। ଏହି କୋଲାଜ ସହିତ ଦାବି ହେଉଛି ଯେ ଏହି 22 ଜଣ ଯବାନ 3 ଏପ୍ରିଲରେ ଛତିଶଗଡର ନକ୍ସଲ ଆକ୍ରମଣରେ ପ୍ରାଣ ହରାଇଥିଲେ। ଏହି କୋଲାଜ ମାଧ୍ୟମରେ ଲୋକମାନେ ବିଜାପୁରର ଶହୀଦମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛନ୍ତି। ଆମ ଅନୁସନ୍ଧାନରେ ଭାଇରାଲ ପୋଷ୍ଟରେ କରାଯାଇଥିବା ଦାବି ମିଥ୍ୟା ପ୍ରମାଣିତ ହେଲା।
7 ଏପ୍ରିଲରେ Dipesh Behera ନାମକ ଜଣେ ଫେସବୁକ ୟୁଜର ତାଙ୍କ ଆକାଉଣ୍ଟରେ ଭାଇରାଲ ଫଟୋ ପୋଷ୍ଟ କରିଛନ୍ତି। ପୋଷ୍ଟରେ ଦାବି କରାଯାଇଛି ଯେ, ଏହି 22 ଜଣ ଯବାନ 3 ଏପ୍ରିଲରେ ଛତିଶଗଡର ନକ୍ସଲ ଆକ୍ରମଣରେ ପ୍ରାଣ ହରାଇଥିଲେ। ପୋଷ୍ଟର ଶିର୍ଷକରେ ଲେଖାଯାଇଛି, ଛତିଶଗଡ଼ ନକ୍ସଲି ହିଂସାରେ ନିଜ ଜୀବନକୁ ଉତ୍ସର୍ଗ କରିଥିବା ଭାରତ ମାଆର CRPF ଜୱାନଙ୍କୁ କଟି କଟି ପ୍ରଣାମ #Chatishgad #CRPFunit #TerroristsAttack । ଆମ ଅନୁସନ୍ଧାନ ପୂର୍ବରୁ ପୋଷ୍ଟକୁ ଅନେକଥର ସେୟାର କରାଯିବା ସହ 26 କମେଣ୍ଟ ଏବଂ 124 ଲାଇକ ମିଳିଛି। ତଳେ ପୋଷ୍ଟର ଲିଙ୍କ ଦେଖନ୍ତୁ।

ଏଠାରେ ଲିଙ୍କ ଦେଖନ୍ତୁ- Facebook । Archive
ତେବେ କଣ ଭାଇରାଲ ପୋଷ୍ଟରେଥିବା 22 ଜଣ ଯବାନ 3 ଏପ୍ରିଲରେ ଛତିଶଗଡର ନକ୍ସଲ ଆକ୍ରମଣରେ ପ୍ରାଣ ହରାଇଛନ୍ତି। ପୋଷ୍ଟର ସତ୍ୟତା ଜାଣିବା ପାଇଁ ଆମେ ଅନୁସନ୍ଧାନ କରିଲୁ। ଆମ ଅନୁସନ୍ଧାନ ପଢ଼ନ୍ତୁ।
ଅନୁସନ୍ଧାନ-
ଅନୁସନ୍ଧାନ ଆରମ୍ଭରେ ଆମେ ଭାଇରାଲ ଫଟୋକୁ ଗୁଗୁଲରେ ପକାଇ ରିଭର୍ସ ଇମେଜ କରିଲୁ। ସର୍ଚ୍ଚରେ ଆମକୁ ଏହାକୁ ନେଇ କିଛି ଲିଙ୍କ ମିଳିଲା। CRPF ଟ୍ୱିଟର ଆକାଉଣ୍ଟରେ ଭାଇରାଲ ଫଟୋରେଥିବା ଜବାନଙ୍କ ଫଟୋ ମିଳିଲା। ଯାହାକି 2017ରେ ପୋଷ୍ଟ କରାଯାଇଥିଲା। ଖବର ଅନୁସାରେ 24 ଏପ୍ରିଲ 2017 ରେ ଛତିଶଗଡର ସୁକମାରେ ନକ୍ସଲ ଆକ୍ରମଣରେ ମୃତ୍ୟୁବରଣ କରିଥିବା 25 CRPF ଯବାନଙ୍କ ଫଟୋ ଅଟେ। ଯାହାର ବର୍ତ୍ତମାନ ଛତିଶଗଡର ନକ୍ସଲ ଆକ୍ରମଣରେ ସହ କୌଣସି ସମ୍ପର୍କ ନାହିଁ। ଅଧିକ ସୂଚନା ପାଇଁ ଲିଙ୍କ ଦେଖନ୍ତୁ।
ଏହା ପରେ ଆମକୁ ANIର ଏକ ଟୁଇଟ୍ ମିଳିଥିଲା ଯେଉଁଥିରେ ଏହି ଫଟୋ କୋଲାଜ ପୋଷ୍ଟ କରାଯାଇଥିଲା। ଖବର ଅନୁଯାୟୀ, 24 ଏପ୍ରିଲ 2017 ରେ ଛତିଶଗଡର ସୁକମାରେ ନକ୍ସଲ ଆକ୍ରମଣରେ ମୃତ୍ୟୁବରଣ କରିଥିବା 25 CRPF ଯବାନଙ୍କ ଫଟୋ ଅଟେ। ଫଟୋରେଥିବା ଜବାନଙ୍କ 2017 ନକ୍ସଲ ଆକ୍ରମଣରେ ମୃତ୍ୟୁ ହୋଇଥିଲା। ଅଧିକ ସୂଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ।
4 ଏପ୍ରଲି 2021ରେ navbharattimes.ରେ ପ୍ରକାଶିତ ହୋଇଥିବା ଖବରରେ ପ୍ରାଣ ହରାଇଥିବା CRPF ଯବାନଙ୍କ ବିଷୟରେ ସୂଚନା ଦିଆଯାଇଛି। ଯାହାକି ଭାଇରାଲ ପୋଷ୍ଟରେଥିବା ଜବାନଙ୍କ ପରିଚୟଠାରୁ ଅଲଗା। ଅଧିକ ସୂଚନା ପାଇଁ ଲିଙ୍କ ଦେଖନ୍ତୁ। MS Bhatia IPS ଟ୍ୱିଟ କରି ସହିଦ ଯାବାନଙ୍କ ସମ୍ପର୍କରେ ସୂଚନା ଦେଇଛନ୍ତି। ତଳେ ଲିଙ୍କ ଦେଖନ୍ତୁ।
ଶେଷକଥା-
ଅନୁସନ୍ଧାରୁ ସ୍ପଷ୍ଟ ହେଲୁ ଯେ, 2017 ନକ୍ସଲ ଆକ୍ରମଣରେ ପ୍ରାଣ ହରାଇଥିବା ଯବାନଙ୍କ ଫଟୋକୁ ବର୍ତ୍ତମାନ 22 ଜଣ ଯବାନ 3 ଏପ୍ରିଲରେ ଛତିଶଗଡର ବିଜେପୁର ନକ୍ସଲ ଆକ୍ରମଣରେ ପ୍ରାଣ ହରାଇଥିବା ଦାବିରେ ଭାଇରାଲ କରାଯାଉଛି।

Title:3 ଏପ୍ରିଲରେ ଛତିଶଗଡର ବିଜେପୁର ନକ୍ସଲ ଆକ୍ରମଣରେ ଏହି 22 ଜଣ ଯବାନ ପ୍ରାଣ ହରାଇଛନ୍ତି?
Fact Check By: Saritadevi SamalResult: False
