
ଉତ୍ତରପ୍ରଦେଶର ହାଥ୍ରାସର ଜଣେ 19 ବର୍ଷ ଝିଅର ଗଣଦୁଷ୍କର୍ମ ପରେ ମୃତ୍ୟୁ ଘଟିଛି। ଏହାକୁ ନେଇ ସୋସିଆଲ ମିଡିଆରେ ଚର୍ଚ୍ଚା ଲାଗିରହିଥିବା ବେଳେ ସୋସିଆଲ ମିଡିଆରେ ଝିଅର ଫଟୋ ଭାଇରାଲ ହେବାରେ ଲେଗିଛି। ଏହି ପୀଡିତା ଝିଅର ଫଟୋ ଭାବରେ ଏକ ଫଟୋ ସେୟାର କରାଯାଉଛି। ସୋସିଆଲ ମିଡିଆରେ ଫଟୋକୁ ପୋଷ୍ଟ କରି ହାଥ୍ରାସ ମାମଲାରେ ପୀଡିତାଙ୍କୁ ନ୍ୟାୟ ଦାବି କରିଛନ୍ତି। ଏହା ସହ ଫଟୋରେ ଶ୍ରଦ୍ଧାଞ୍ଜଳି ମଧ୍ୟ ଦିଆଯାଉଛି।
ଆମ ଅନୁସନ୍ଧାନରେ ଭାଇରାଲ ହୋଇଥିବା ଫଟୋ ହାଥସର ପିଡିତାର ନୁହେଁ, ବୋଲି ପ୍ରମାଣିତ ହେଲା।
3 ଅକ୍ଟୋବରରେ Odia Reporter ନାମକ ଏକ ଫୋସବୁକ ପେଜରେ ହାଥରସ ଦୁଷ୍କର୍ମ ଘଟଣାର ଅପରାଧିମାନଙ୍କ ସହ ଝିଅର ଫଟୋ ଦିଆଯାଇ ନ୍ୟାୟର ଦାବି କରାଯାଇଛି। ପୋଷ୍ଟର ଶିର୍ଷକରେ ଲେଖାଯାଇଛି ଯେ, ଦୁଷ୍କର୍ମ, ଜିଭ କାଟିଦେଲେ, ଅଣ୍ଟା ହାଡ଼ ଭାଙ୍ଗିଦେଲେ, ଏହି ଚାରିଜଣ ଦୁଷ୍କର୍ମକାରୀଙ୍କୁ କେଉଁ ଦଣ୍ଡ ମିଳିବା ଉଚିତ। ଆମ ଅନୁସନ୍ଧାନ ପୂର୍ବରୁ ପୋଷ୍ଟକୁ 244ଥର ସେୟାର କରାଯାଇଛି। ଏହା ସହ ପୋଷ୍ଟକୁ 223 ଲାଇକ ଏବଂ 134 କମେଣ୍ଟ ମିଳିଛି। ତଳେ ପୋଷ୍ଟର ଲିଙ୍କ ଦେଖନ୍ତୁ।
ଏଠାରେ ଲିଙ୍କ ଦେଖନ୍ତୁ- Facebook । Archive
ସେହିପରି 29 ସେପ୍ଟେମ୍ବରରେ M.M Foundation ପେଜରେ ମଧ୍ୟ ଭାଇରାଲ ଫଟୋ ପୋଷ୍ଟ କରାଯାଇଛି। ପୋଷ୍ଟରେ ଦାବି କରାଯାଇଛି ଯେ, ଫଟୋରେଥିବା ଝିଅ ହାଥରସ ଗଣଦୁଷ୍କର୍ମର ପିଡ଼ିତା ଅଟେ। ଆମ ଅନୁସନ୍ଧାନ ପୂର୍ବରୁ ପୋଷ୍ଟକୁ ଅନେକଥର ଲାଇକ ଏବଂ ସେୟାର ମଧ୍ୟ କରାଯାଇଛି। ତଳେ ପୋଷ୍ଟର ଲିଙ୍କ ଦେଖନ୍ତୁ।
ଏଠାରେ ଲିଙ୍କ ଦେଖନ୍ତୁ- Facebook । Archive
ତେବେ ଭାଇରାଲ ଫଟୋରେଥିବା ଝିଅ କ’ଣ ହାଥରସ ଗଣଦୁଷ୍କର୍ମର ପିଡ଼ିତା ଅଟେ ? ପୋଷ୍ଟର ସତ୍ୟତା ଜାଣିବା ପାଇଁ ଆମେ ଅନୁସନ୍ଧାନ କରିଲୁ। ଆମ ଅନୁସନ୍ଧାନ ପଢ଼ନ୍ତୁ।
ଅନୁସନ୍ଧାନ-
ଅନୁସନ୍ଧାନ ଆରମ୍ଭରେ ଆମେ ଭାଇରାଲ ଫଟଟେ ସମ୍ପର୍କରେ ଜାଣିବା ପାଇଁ ସୋସିଆଲ ମିଡିଆରେ ବିଭିନ୍ନ କୀ ଶବ୍ଦ ମାଧ୍ୟମରେ ସନ୍ଧାନ କରି କିଛି ପୋଷ୍ଟ ପାଇଲୁ। VIPIN TIWARI ନାମକ ଜଣେ ଫେସବୁକ ୟୁଜର କହିଛନ୍ତି ଯେ ଏହି ଝିଅ ହାଥ୍ରାସର ପିଡ଼ିତା ନୁହେଁ। ସେ ତାଙ୍କ ସାଙ୍ଗ ଅଜୟଙ୍କ ଭଉଣୀ।
ଏହି ସୂତ୍ର ଖୋଜିବା ପରେ, ଆମେ Ajay Jeetu Yadav ପ୍ରୋଫାଇଲ୍ ପାଇଲୁ। ସେପ୍ଟେମ୍ବର 29 ରେ ସେ ଏକ ପୋଷ୍ଟରେ ପ୍ରକାଶ କରିଛନ୍ତି ଯେ ସୋସିଆଲ ମିଡିଆରେ ହାଥରସ ବଳାତ୍କାରର ଶିକାର ହୋଇଥିବା ଘଟଣାରେ ଭୁଲ ଫଟୋ ଭାଇରାଲ କରାଯାଉଛି। ଫଟୋରେଥିବା ଝିଅ ମୋ ଭଉଣୀ। 2018 ରେ ମୋର ଭଉଣୀର ଦେହାନ୍ତ ହୋଇଛି। ଚଣ୍ଡିଗଡ଼ର ଏକ ଡାକ୍ତରଖାନାରେ ଡାକ୍ତରଙ୍କ ଅବହେଳା ହେତୁ ତାଙ୍କର ମୃତ୍ୟୁ ଘଟିଛି। ଡାକ୍ତରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରୁଥିବା ଫଟୋ ସହିତ ଏକ ଅଭିଯାନ ଆରମ୍ଭ କରାଯାଇଥିଲା। କିନ୍ତୁ, ବର୍ତ୍ତମାନ ସେହି ଫଟୋ ହାଥରସ ମାମଲାରେ ସେୟାର କରାଯାଉଛି। ସମସ୍ତଙ୍କୁ ମୋର ଅନୁରୋଧ ଏପରି ମିଥ୍ୟା ଖବର ପ୍ରଚୋର କରନ୍ତୁ ନାହିଁ। ଅଧିକ ସୂଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ।
ଏଠାରେ ଲିଙ୍କ ଦେଖନ୍ତୁ- Facebook । Archive
ଅଜୟ ଜିତୁ କୁମାରଙ୍କ ଆକାଉଣ୍ଟରୁ ଅନୁସନ୍ଧାନରୁ ସ୍ପଷ୍ଟ ହେଲା ଯେ, ତାଙ୍କ ଭଉଣୀ ଜୁଲାଇ 2018 ରେ ଚଣ୍ଡିଗଡ଼ର ଲ୍ୟାଣ୍ଡମାର୍କ ହସ୍ପିଟାଲରେ ଅସ୍ତ୍ରୋପଚାର କରିଥିଲେ। କିନ୍ତୁ ଅସ୍ତ୍ରୋପଚାରର ତିନି ଦିନ ପରେ ମୃତ୍ୟୁ ବରଣ କରିନଥିଲେ।24 ଜୁଲାଇ 2018ରେ Ajay Jeetu Yadavଙ୍କ ଆକାଉଣ୍ଟରେ ତାଙ୍କ ଭଉଣୀର ଅନ୍ୟକିଛି ଫଟୋ ମଧ୍ୟ ପାଇଲୁ। ଯାହାକି 2018ରୁ ସୋସିଆଲ ମିଡିଆରେ ଅଛି। ସେ ପୋଷ୍ଟରେ ଲେଖିଛନ୍ତି ଆଜି 3 ଦିନ ପରେ, ସେ ତାଙ୍କର ପ୍ରିୟ ଭଉଣୀଙ୍କୁ ଶେଷ ବିଦାୟ ଦେଲେ। ଅଧିକ ସୂଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ।
ଏଠାରେ ଲିଙ୍କ ଦେଖନ୍ତୁ- Facebook । Archive
ଅଜୟ ଜିତୁ କୁମାରଙ୍କ ପରିବାର ଲ୍ୟାଣ୍ଡମାର୍କ ହସ୍ପିଟାଲ ବିରୋଧରେ ଅଭିଯୋଗ ଆଣିଛନ୍ତି ଯେ ଡାକ୍ତରଙ୍କ ଅବହେଳା ଯୋଗୁଁ ତାଙ୍କ ଭଉଣୀଙ୍କର ମୃତ୍ୟୁ ହୋଇଛି। ସେ 22 ଜୁଲାଇ 2018 ରେ ଡାକ୍ତରଖାନା ବିରୋଧରେ ଏକ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। dr. Vikram Yadav ପେଜରେ 2 ବର୍ଷ ତଳେ ବିକ୍ଷୋବ ପ୍ରଦର୍ଶନର ଭିଡିଓ ପୋଷ୍ଟ କରାଯାଇଛି। ଅଧିକ ସୂଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ।
ପରେ ଆମେ ଭାଇରାଲ ଫଟୋରେଥିବା ଝିଅର ଭାଇ Ajay Jeetu Yadavଙ୍କ ସହ ସମ୍ପର୍କ କରିଲୁ। ସେ ଆମକୁ କହିଲେ “ ଭାଇରାଲ ଫଟୋରେଥିବା ଝିଅ ମୋ ଭଉଣୀ ଅଟେ। ଏହି ଫଟୋ ଯାହାକୁ ଆପଣ ହାଥ୍ରାସ୍ ମାମଲା ସହ ଜଡିତ କରି ସେୟାର କରୁଛନ୍ତି, ଏହି ଫଟୋ ମୋର ଭଉଣୀଙ୍କର, ଯିଏ 2018 ରେ ଚଣ୍ଡିଗଡ଼ର ଡାକ୍ତରଖାନାରେ ମୃତ୍ୟୁ ବରଣ କରିଛନ୍ତି। ଡାକ୍ତରଙ୍କ ଅବହେଳା ହେତୁ ସେହି ସମୟରେ ପୋଲିସ୍ ଏଫ୍ଆଇଆର୍ ଲେଖୁ ନଥିଲା, ତା’ପରେ ଆମେ ଏହାର ବିରୋଧରେ ପ୍ରଦର୍ଶନ କରିଥିଲୁ। ମାମଲାର ଜାଞ୍ଚ ଚଣ୍ଡିଗଡ଼ରେ ଚାଲିଛି। ଫ୍ୟାକ୍ଟ କ୍ରିସେଣ୍ଡୋ ମଧ୍ୟମରେ ଲୋକଙ୍କୁ ଅନୁରୋଧ କରୁଛି ଯେ, ଦୟାକରି ମୋ ଭଉଣୀ ଫଟୋକୁ ହାଥରସ ଘଟଣା ସହିତ ସେୟାର କରନ୍ତୁ ନାହିଁ। “
ସେ ଆମକୁ ତାଙ୍କର ଏକ ଭିଡିଓ ମଧ୍ୟ ବନାଇ ସେୟାର କରିଛନ୍ତି। ଯେଉଁଥିରେ ସେ ନିଜେ ତାଙ୍କ ଭାଉଣୀଙ୍କ ସମ୍ପର୍କରେ କହିଛନ୍ତି। ତଳେ ଭିଡିଓ ଦେଖନ୍ତୁ। ଏଠାରେ Youtube ଲିଙ୍କ ଦେଖନ୍ତୁ।
ଶେଷକଥା–
ଆମ ଅନୁସନ୍ଧାନରୁ ପାଇଲୁ ଯେ, ଭାଇରାଲ ଫଟୋ ହାଥରସ ଗଣଦୁଷ୍କର୍ମ ପିଡ଼ିତାର ନୁହେଁ। ଫଟୋରେଥିବା ଝିଅ ଚଣ୍ଡିଗଡ଼ର ଅଟେ। ଝିଅର 2018 ରେ ମୃତ୍ୟୁବରଣ ହାଇସାରିଛି।

Title:ସୋସିଆଲ ମିଡିଆରେ ହାଥରସ ଦୁଷ୍କର୍ମ ପିଡ଼ିତାର ଭୁଲ ଫଟୋ ଭାଇରାଲ ହୋଇଛି ।
Fact Check By: Saritadevi SamalResult: False