ଉତ୍ତର ପ୍ରଦେଶରେ ଆମ୍ରୋହର ବିଜେପି ବିଧାୟକଙ୍କୁ ମହିଳାମାନେ ମାଡ଼ମାରିଥିବା ଖବର 2018 ମସିହାର ଅଟେ।

False Political

ସୋସିଆଲ ମିଡିଆରେ ଏକ ଫଟୋ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ଦାବି କରାଯାଇଛି ଯେ, ଉତ୍ତରପ୍ରଦେଶର ଆମ୍ରୋହାଠାରେ ମହିଳାମାନେ ଜଣେ ବିଜେପି ବିଧାୟକଙ୍କୁ ମାଡ଼ ମାରିଛନ୍ତି। ପୋଷ୍ଟରେ ଦୁଇଟି ଫଟୋ ଅଛି । ପ୍ରଥମ ଫଟୋରେ ଜଣେ ପୁରୁଷକୁ ରାସ୍ତାରେ ମହିଳା ଏବଂ ଜଣେ ପୋଲିସ କର୍ମଚାରୀ ଘେରି ରହିଥିବାର ଦେଖିବାକୁ ମିଳୁଛି। ଦ୍ୱିତୀୟ ଫଟୋରେ, ସମାନ ବ୍ୟକ୍ତି ଛିଣ୍ଡା କୁର୍ତ୍ତାରେ ଦେଖାଯାଉଛନ୍ତି। ଆମ ଅନୁସନ୍ଧାନରେ ଭାଇରାଲ ଫଟୋ ପୁରୁଣା ବୋଲି ସ୍ପଷ୍ଟ ହେଲା। 

7 ଜୁନରେ My Blood Congress ନାମକ ଜଣେ ଫେସବୁକ ୟୁଜର କାଙ୍କ ଆକାଉଣ୍ଟରେ ଭାଇରାଲ ଫଟୋ ପୋଷ୍ଟ କରିଛନ୍ତି। ପୋଷ୍ଟରେ ଲାଖାଯାଇଚି ଯେ, ଏଇତ ଆରମ୍ଭ-ଉତ୍ତରପ୍ରଦେଶ ଆମ୍ରୋହର ବିଜେପି ବିଧାୟକଙ୍କୁ ମହିଳା ମାନେ ଜୋତା, ଝାଡୁରେ ବାଡ଼େଇଲେ, ଆମେ ଏଇ ଘଟଣାକୁ କଡ଼ା ନିନ୍ଦା କରୁଛୁ। ଆମ ଅନୁସନ୍ଧାନ ପୂର୍ବରୁ ପୋଷ୍ଟକୁ 46ଥର ସେୟାର କରାଯିବା ସହ ପୋଷ୍ଟକୁ ଅନେକ ଲାଇକ ଏବଂ କମେଣ୍ଟ ମଧ୍ୟ ମିଳିଛି। ତଳେ ଲିଙ୍କ ଦେଖନ୍ତୁ। 

ଏଠାରେ ଲିଙ୍କ ଦେଖନ୍ତୁ- Facebook । Archive

ତେବେ କଣ ଭାଇରାଲ ଭିଡିଓରେ ବିଜେପି ବିଧାୟକୁ ବାଡ଼େଇଥିବା ଖବର ସତ ନା ନାହିଁ ତାହା ଜଣିବା ପାଇଁ ଆମେ ଅନୁସନ୍ଧାନ କରିଲୁ। ଆମ ଅନୁସନ୍ଧାନ ପଢ଼ନ୍ତୁ।

ଅନୁସନ୍ଧାନ-

ଅନୁସନ୍ଧାନ ଆରମ୍ଭରେ ଆମେ ଭାଇରାଲ ଫଟୋକୁ ଗୁଗୁଲରେ ପକାଇ ରିଭର୍ସ ଇମେଜ କରିଲୁ। ସର୍ଚ୍ଚରେ ଆମକୁ ଏହାକୁ ନେଇ କିଛି ଲିଙ୍କ ମିଳିଲା। voice hindi ପେଜରେ ଭାଇରାଲ ଫଟୋର ଖବର ମିଳିଲା। ଯାହାକି 2018ରେ ପୋଷ୍ଟ କରାଯାଇଥିଲା। ଭାଇରାଲ ଫଟୋର ବର୍ତ୍ତମାନ ସହ କୌଣସି ସମ୍ପର୍କ ନାହିଁ। ଖବର ଅନୁସାରେ ଯୋଗୀ କ୍ୟାବିନେଟର ଦୁଇଜଣ ମନ୍ତ୍ରୀଙ୍କ ଉପସ୍ଥିତିରେ ଆମ୍ରୋହାରେ ମହିଳାମାନେ ସ୍ଥାନୀୟ ବିଜେପି ନେତା ମଦନ ଭର୍ମାଙ୍କୁ ଚପଲ ଏବଂ ଜୋତା ସାହାଯ୍ୟରେ ପିଟିଥିଲେ। ଖବର ଅନୁଯାୟୀ, ମହିଳାମାନେ ଏକ ବୈଠକରେ ପହଞ୍ଚି ରାସନ ଡିଲରଙ୍କ ଅଭିଯୋଗ ଉପରେ ଅଭିଯୋଗ କରିଥିଲେ। କିନ୍ତୁ ମଦନ ଭର୍ମା ରାସନ ଡିଲରମାନଙ୍କ ପ୍ରଶଂସା କରିବା ଆରମ୍ଭ କଲେ। ଏହା ପରେ ମହିଳାମାନେ ରାଗିଗଲେ ଏବଂ ସେମାନେ ମଦନ ଭର୍ମାଙ୍କୁ ପିଟିଲେ ଯେଉଁଥିରେ ତାଙ୍କ ପୋଷାକ ଚିରି ଯାଇଥିଲା। ଅଧିକ ସୂଚନା ପାଇଁ ତଳେ ଲିଙ୍କ ଜେଖନ୍ତୁ। 

ଏଠାରେ ଲିଙ୍କ ଦେଖନ୍ତୁ- voice hindi । Archive

ଏହା ପରେ ଭାଇରାଲ ଫଟୋର ଖବରର ଭିଡିଓ ପାଇଁ ଗୁଗୁଲ ସର୍ଚ୍ଚ କରିଲୁ। ସର୍ଚ୍ଚନେ ଆମକୁ News 18 ଟ୍ୱିଟର ଆକାଉଣ୍ଟରେ ଭାଇରାଲ ଫଟୋର ଖବର ପାଇଲୁ। ଯାହାକି 2018ରେ ପୋଷ୍ଟ କରାଯାଇଥିଲା। ଖବର ଅନୁସାରେ ମହିଳାମାନେ କହିଛନ୍ତି ଯେ ସେମାନେ ଖାଦ୍ୟ ଏବଂ କିରୋସିନ ତେଲ ପାଆନ୍ତି ନାହିଁ କାରଣ ରେସନ ଡିଲରମାନେ ଏହାକୁ ମାର୍କେଟିଂ କରୁଛନ୍ତି। ଏ ସମ୍ପର୍କରେ ମହିଳାମାନେ ମଦନ ଭର୍ମାଙ୍କୁ ଦଲାଲ ବୋଲି ମଧ୍ୟ ଅଭିଯୋଗ କରିଥିଲେ। ଅଧିକ ସୂଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ। 

https://twitter.com/News18India/status/1003946059821867009

ଭାଇରାଲ ଫଟୋରେଥିବା ନେତାଙ୍କ facebook ଆକାଉଣ୍ଟରୁ ସ୍ପଷ୍ଟ ହେଉଛି ଯେ, ସେ ଜଣେ ବିଜେପି ବିଧାୟକ ନୁହଁ ବରଂ ଜଣେ ସ୍ଥାନୀୟ ବିଜେପି ନେତା ଅଟନ୍ତି।   

ଶେଷକଥା- 

ଅନୁସନ୍ଧାନରୁ ସ୍ପଷ୍ଟ ହେଲା ଯେ, ଉତ୍ତରପ୍ରଦେଶ ଆମ୍ରୋହର ବିଜେପି ବିଧାୟକଙ୍କୁ ମହିଳା ମାନେ ମାଡ଼ ମାରିଥିବା ଖବର ସତ କିନ୍ତୁ ଏହା 2018ର ଖବର ଅଟେ। ଭାଇରାଲ ଫଟୋ ଏବଂ ଖବରର ବର୍ତ୍ତମାନ  ସହ କୌଣସି ସମ୍ପର୍କ ନାହିଁ।

Avatar

Title:ଉତ୍ତର ପ୍ରଦେଶରେ ଆମ୍ରୋହର ବିଜେପି ବିଧାୟକଙ୍କୁ ମହିଳାମାନେ ମାଡ଼ମାରିଥିବା ଖବର 2018 ମସିହାର ଅଟେ।

Fact Check By: Saritadevi Samal 

Result: False

Leave a Reply

Your email address will not be published. Required fields are marked *