ମହାରାଷ୍ଟ୍ରର କୃଷକ ପ୍ରଦର୍ଶନ ଫଟୋକୁ ଦିଲ୍ଲୀର କହି ଭାଇରଲା କରାଯାଉଛି।

False Social

 ଦିଲ୍ଲୀରେ କୃଷକ ବିରୋଧ ପ୍ରଦର୍ଶନ କୁ ନେଇ ସୋସିଆଲ ମିଡିଆରେ ଅନେକ ଫଟୋ ଏବଂ ଖବର ଭାଇରାଲ ହେବାରେ ଲାଗିଛି। ଏହି ପରି ଏକ ଫଟୋ ଭାଇରାଲ ହେଉଛି, ଯେଉଁଥିରେ ସଂଖ୍ୟାଧିକ ଲୋକ ବସିଥିବାର ଦେଖାଯାଉଛି। ଫଟୋସହ ଦାବି କରାଯାଉଛି ଯେ, ଦିଲ୍ଲୀରେ କୃଷକ ଆନ୍ଦୋଳନ ଦେଖନ୍ତୁ। ଆମ ଅନୁସନ୍ଧାନରେ ଭାଇରାଲ ଫଟୋ ସହ କରାଯାଇଥିବା ଦାବି ମିଥ୍ୟା ପ୍ରମାଣିତ ହେଲା।

 30 ନଭେମ୍ବରରେ Purna Chandra Biswal ନାମକ ଜଣେ ଫେସବୁକ ୟୁଜର ତାଙ୍କ ଆକାଉଣ୍ଟରେ ଭାଇରାଲ ଫଟୋ ପୋଷ୍ଟ କରାଯାଇଛି। ପୋଷ୍ଟରେ ଦାବି କରାଯାଇଛି ଯେ, ଦିଲ୍ଲୀରେ କୃଷକ ଆନ୍ଦୋଳନ , ସାବଧାନ କରକାର। ଆମ ଅନୁସନ୍ଧାନ ପୂର୍ବରୁ ପୋଷ୍ଟକୁ ଅନେକଥର ସେୟାର କରାଯାଇଛି। ଏହା ସହ ପୋଷ୍ଟକୁ ଲାଇକ ଏବଂ କମେଣ୍ଟ ମଧ୍ୟ ମିଳିଛି। ତଳେ ପୋଷ୍ଟର ଲିଙ୍କ ଦେଖନ୍ତୁ। 

ଏଠାରେ ଲିଙ୍କ ଦେଖନ୍ତୁ- FacebookArchive

ତେବେ ସଂଖ୍ୟାଧିକ ଲୋକ ବସି ପ୍ରଦର୍ଶନ କରୁଥିବା ଭାଇରାଲ ଫଟୋ ଦିଲ୍ଲୀ କୃଷକ ଆନ୍ଦୋଳର କି । ପୋଷ୍ଟର ସତ୍ୟତା ଜାଣିବା ପାଇଁ ଆମେ ଅନୁସନ୍ଧାନ କରିଲୁ। ଆମ ଅନୁସନ୍ଧାନ ପଢନ୍ତୁ।

ଅନୁସନ୍ଧାନ-

ଅନୁସନ୍ଧାନ ଆରମ୍ଭରେ ଆମେ ଭାଇରାଲ ଫଟୋକୁ ଗୁଗୁଲରେ ପକାଇ ରିଭର୍ସ ଇମେଜ କରିଲୁ। ସର୍ଚ୍ଚରେ ଆମକୁ countercurrent  ପେଜରେ ଭାଇରାଲ ଫଟୋ ମିଳିଲା। ଯାହାକି 11 ମାର୍ଚ୍ଚ 2018ରେ ପ୍ରକାଶିତ କରାଯାଇଥିଲା। ଖବର ଅନୁସାରେ 2018 ମହାରାଷ୍ଟ୍ରରେ ହୋଇଥିବା କୃଷକ ବିରୋଧ ପ୍ରଦର୍ଶନର ଅଟେ। ଭାଇରାଲ ଫଟୋ ବର୍ତ୍ତମାନ ଦିଲ୍ଲୀରେ ହୋଇଥିବା କୃଷକ ପ୍ରଦର୍ଶନର ଫଟୋ ନୁହେଁ। ଅଧିକ ସୂଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ।

ଏଠାରେ ଲିଙ୍କ ଦେଖନ୍ତୁ- countercurrent  । Archive

11 ମାର୍ଚ୍ଚ 2018 ରେ, ମୁଖ୍ୟମନ୍ତ୍ରୀ Pinarayi Vijayan ତାଙ୍କ ଅଫିସିଆଲ୍ ଟ୍ୱିଟର ଆକାଉଣ୍ଟରେ ଏହି ଚିତ୍ର ଟ୍ୱିଟ୍ କରିଛନ୍ତି। ନିମ୍ନରେ ଟ୍ୱିଟ୍ ଦେଖନ୍ତୁ। ମୁଖ୍ୟମନ୍ତ୍ରୀ ଟ୍ୱିଟ୍ କରି କହିଛନ୍ତି ଯେ ମହାରାଷ୍ଟ୍ରରେ ସିପିଏମ୍ ନେତୃତ୍ୱାଧୀନ କୃଷକ ପ୍ରଦର୍ଶନ ଭାରତର ଭବିଷ୍ୟତ ଦର୍ଶାଉଛି। ଏଥିରୁ ସ୍ପଷ୍ଟ ହେଉଛି ଯେ, ଭାଇରାଲ ଫଟୋ ବର୍ତ୍ତମାନର ନୁହେଁ ଏବଂ ଏହି ଫଟୋ ମହାରାଷ୍ଟ୍ରର ଅଟେ ଦିଲ୍ଲୀର ନୁହେଁ। ତଳେ ଲିଙ୍କ ଦେଖନ୍ତୁ। 

ଶେଷକଥା-

ଆମେ ଅନୁସନ୍ଧାନରୁ ସ୍ପଷ୍ଟ ହେଲୁ ଯେ, ସଂଖ୍ୟାଧିକ ଲୋକ ପ୍ରଦର୍ଶନକୁଥିବା ଫଟୋ ଦିଲ୍ଲୀ କୃଷକ ପ୍ରଦର୍ଶନର ନୁହେଁ ବରଂ 2018ରେ ମହାରାଷ୍ଟ୍ରରେ ହୋଇଥିବା କୃଷକ ପ୍ରଦର୍ଶନର ଅଟେ।

Avatar

Title:ମହାରାଷ୍ଟ୍ରର କୃଷକ ପ୍ରଦର୍ଶନ ଫଟୋକୁ ଦିଲ୍ଲୀର କହି ଭାଇରଲା କରାଯାଉଛି।

Fact Check By: Saritadevi Samal 

Result: False

Leave a Reply

Your email address will not be published. Required fields are marked *