
ଦିଲ୍ଲୀରେ ଚାଲିଥିବା କୃଷକ ଆନ୍ଦୋଳନକୁ ବିରୋଧ ଏବଂ ସମର୍ଥନ କରିବା ପାଇଁ ସୋସିଆଲ ମିଡିଆରେ ଅନେକ ଫଟୋ ଏବଂ ଖବର ପୋଷ୍ଟ କରାଯାଉଛି। ଏଥିମଧ୍ୟରେ ଏକ ଫଟୋ ଭାଇରାଲ ହେଉଛି। ଯେଉଁଥିରେ କିଛି ଲୋକ ଏକ ବ୍ୟାନର ଧରିଥିବାର ଦେଖାଯାଉଛନ୍ତି। ପୋଷ୍ଟରେ କାଶ୍ମୀରରୁ ଧାରା 370 ଏବଂ 35A ପୁନଃ ସ୍ଥାପନ କରିବାକୁ ଦାବି କରାଯାଇଛି। ଭାଇରାଲ ଫଟୋ ସହା ଦାବି କରାଯାଉଛି ଯେ, ଦିଲ୍ଲୀରେ ଚାଲିଥିବା କୃଷକ ଆନ୍ଦୋଳନର ଏହା ଫଟୋ ଅଟେ। ଏବଂ କୃଷକମାନେ ଏବେ 370 ଏବଂ 35A ପୁନଃ ସ୍ଥାପନା ପାଇଁ ମଧ୍ୟ ଦାବି କଲେଣି। ଆମ ଅନୁସନ୍ଧାନରେ ଭାଇରାଲ ଫଟୋରେ କରାଯାଇଥିବା ଦାବି ମିଥ୍ୟା ପ୍ରମାଣିତ ହୋଇଛି। ଭାଇରାଲ୍ ଫଟୋ 2019 ର ଅଟେ। କୃଷକ ଆନ୍ଦୋଳନ ସହିତ ଏହାର କୌଣସି ସମ୍ପର୍କ ନାହିଁ।
30 ନଭେମ୍ବରରେ Tridip Kumar Nandi ନାମକ ଜଣେ ଫେସବୁକ ୟୁଜର ତାଙ୍କ ଆକାଉଣ୍ଟରେ ଭାଇରାଲ ଫଟୋ ପୋଷ୍ଟ କରିଛନ୍ତି। ପୋଷ୍ଟରେ ଦାବି କରାଯାଇଛି ଯେ, କୃଷକମାନେ ପୁଣି କଶ୍ମୀରରେ ଧାରା 370 ଏବଂ 35A ପୁନଃ ଲାଗୁକରିବା ପାଇଁ ମଧ୍ୟ ଦାବି କଲେଣି। ପୋଷ୍ଟର ଶିର୍ଷକରେ ଲେଖାଯାଇଛି ଯେ, ବୁଝିଲୁ ନାରଣ…କୃଷକ ମାନେ କାଳେ କାଶ୍ମୀରରେ ଧାରା-୩୭୦ ଓ ୩୫(କ) କୁ ପୁନଃଲାଗୁ କରେଇବା ପାଇଁ ଚାହୁଁଛନ୍ତି…!!ଆମ ଅନୁସନ୍ଧଆନ ପୂର୍ବରୁ ପୋଷ୍ଟକୁ 22ଥର ସେୟାର କରାଯିବା ସହ ପୋଷ୍ଟରେ 46 କମେଣ୍ଟ ଏବଂ 65 ଲାଇକ ମଧ୍ୟ ମିଳିଛି। ତଳେ ଲିଙ୍କ ଦେଖନ୍ତୁ।
ଏଠାରେ ଲିଙ୍କ ଦେଖନ୍ତୁ- Facebook । Archive
ତେବେ କଣ କୃଷକ ଆନ୍ଦୋଳନରେ କୃଷକମାନେ କଶ୍ମୀରରେ ଧାରା 370 ଏବଂ 35A ପୁନଃ ଲାଗୁକରିବା ପାଇଁ ଦାବି କରିଛନ୍ତି। କଣ ଭାଇରାଲ ଫଟୋର ବର୍ତ୍ତମାନ କୃଷକ ଆନ୍ଦୋଳନ ସହ କୌଣସି ସମ୍ପର୍ ଅଛି। ପୋଷ୍ଟର ସତ୍ୟତା ଜାଣିବା ପାଇଁ ଆମେ ଅନୁସନ୍ଧାନ କରିଲୁ। ଆମ ଅନୁସନ୍ଧାନ ପଢ଼ନ୍ତୁ।
ଅନୁସନ୍ଧାନ-
ଅନୁସନ୍ଧାନ ଆମ୍ଭରେ ଆମେ ଭାଇରାଲ ଫଟୋ କୁ ଗୁଗୁଲରେ ପକାଇ ରିଭର୍ସ ଇମେଜ କରିଲୁ। ସର୍ଚ୍ଚରେ ଆମକୁ ଏହାକୁ ନେଇ କିଛି ଲିଙ୍କ ମିଳିଲା। Shoaib Akhtar ନାମକ ଜଣେ ବ୍ୟକ୍ତି ଟ୍ୱିଟରେ ଆମେ ଭାଇରାଲ ଫଟୋ ପାଇଲୁ। ଯେଉଁଥିରେ ଏକ ଫସବୁକର ପୋଷ୍ଟଥିଲା। ପୋଷ୍ଟ ଅନୁସାରେ ଭାଇରାଲ ଫଟୋ 2019ର ଅଟେ। ବର୍ତ୍ତମାନର ନୁହେଁ। ଏଥିରୁ ସ୍ପଷ୍ଟ ହେଉଛି ଯେ, ଭାଇରାଲ ଫଟୋ ପୁରୁଣା ଅଟେ। ଅଧିକ ସୂଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ।
ଏହା ପରେ ପୋଷ୍ଟ କରାଯାଇଥିବା ଫେସବୁକ ପେଜରେ ସର୍ଚ୍ଚ କରିଲୁ। Shiromani Akali Dal ନାମକ ଫେସବୁକ ପେଜକେ ଭାଇରାଲ ଫଟୋ ପାଇଲୁ। ଯାହାକି 8 ଅଗଷ୍ଟ 2019ରେ ପୋଷ୍ଟ କରାଯାଇଥିଲା। ଏଥିରେ ଆମେ ଦେଖିଲୁ କିଛି ଲୋକ ପୋଷ୍ଟର ଧରିଛନ୍ତି। ପୋଷ୍ଟରରେ ଲେଖାଯାଇଛି ଧାରା 370, 35A ପୁନରୁଦ୍ଧାର କରନ୍ତୁ। ଆମେ କାଶ୍ମୀର ଏବଂ କାଶ୍ମୀର ସହିତ ଛିଡା ହୋଇଛୁ। ତେବେ ଫଟୋ ପୁରୁଣା ହେଇଥିବା ବେଳେ ଦିଲ୍ଲୀରେ କୃଷକ ଆନ୍ଦୋଳନ ବର୍ତ୍ତମାନ ଚାଲିଛି। ତଳେ ପୋଷ୍ଟର ଲିଙ୍କ ଦେଖନ୍ତୁ।
ଏଠାରେ ଲିଙ୍କ ଦେଖନ୍ତୁ- Facebook। Archive
ଶେଷକଥା-
ଅନୁସନ୍ଧାନରୁ ଆମେ ସ୍ପଷ୍ଟ ହେଲୁ ଯେ, କାଶ୍ମିରରେ ଧାରା 370 ଏବଂ 35A ପୁନଃ ଲାଗୁ ପାଇଁ କରାଯାଇଥିବା ଦାବି ଫଟୋର ବର୍ତ୍ତମାନ କୃଷକ ଆନ୍ଦୋଳନ ସହ କୌଣସି ସମ୍ପର୍କ ନାହିଁ।

Title:କାଶ୍ମୀରରୁ ଧାରା 370 ଏବଂ 35A ପୁନଃ ସ୍ଥାପନ ଦାବିରେ ଭାଇରାଲ ଫଟୋର ବର୍ତ୍ତମାନ କୃଷକ ଆନ୍ଦୋଳନ ସହ କୌଣସି ସମ୍ପର୍କ ନାହିଁ।
Fact Check By: Saritadevi SamalResult: False