
ସୋସିଆଲ ମିଡିଆରେ କୋରୋନା ମହାମାରି ପାଇଁ ହେଉଥିବା ଅବ୍ୟବସ୍ଥାକୁ ନେଇ ଅନେକ ଖବର ଭାଇରାଲ ହେବାରେ ଲାଗିଛି। ଏଥିମଧ୍ୟରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷ ବର୍ଦ୍ଧନଙ୍କ ନାମରେ ଏକ ଫଟୋ ସୋସିଆଲ ମିଡିଆରେ ସେୟାର କରାଯାଇଛି। ପୋଷ୍ଟରେ ଦାବି କରାଯାଇଛି ଯେ, ଦେଶରେ COVID-19 ଦ୍ୱିତୀୟ ତରଙ୍ଗ ଧାରଣ କରିଥିବା ସ୍ଥିତିକୁ ସୁଧାରିବା ବଦଳରେ ବିଜେପି ସମର୍ଥକ ହତ୍ୟା ମାମଲାକୁ ବିରୋଧ କରି ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷ ବର୍ଧନ ପ୍ରଦର୍ଶନ କରୁଛନ୍ତି। ପଶ୍ଚିମବଙ୍ଗରେ ପୋଲ-ପୋଷ୍ଟ ହିଂସାର ଏକାଧିକ ଘଟଣାର ଖବର ମଧ୍ୟରେ ଏହି ପୋଷ୍ଟ ସୋସିଆଲ ମିଡିଆରେ ସେୟାର କରାଯାଉଛି। ଆମ ଅନୁସନ୍ଧାନରେ ଭାଇରାଲ ଫଟୋରେ କରାଯାଇଥିବା ଦାବି ମିଥ୍ୟା ପ୍ରମାଣିତ ହେଲା।
7 ମେ ରେ Parwez Alam Khan ନାମକ ଜଣେ ଫେସବୁକ ୟୁଜର ତାଙ୍କ ଆକାଉଣ୍ଟରେ ଭାଇରାଲ ଫଟୋ ପୋଷ୍ଟ କରିଛନ୍ତି। ପୋଷ୍ଟରେ ଦାବି କରାଯାଇଛି ଯେ, ମଝିରେ ବସିଥିବା ଏ ଲୋକ ଜଣକ ଦେଶର ଶ୍ବାସ୍ଥ୍ୟ ମନ୍ତ୍ରୀ ଅଛି ,,,,ଏ ସମୟରେ ସ୍ବାସ୍ଥ୍ୟ ମନ୍ତ୍ରୀ ଙ୍କ ଅବଦାନ ଦେଶପାଇଁ ବହୁତ ଦରକାର ,,,,,, କିନ୍ତୁ ଏ ଲୋକ ଜଣକ 4..5 ଜଣ ମୃତ୍ୟୁ ପାଇଁ ଅନଶନ ରେ ବସିଛି।ଆପଣ ମାନେ ଜାଣୁ ଥିବେ ଯେ ପ୍ରତିଦିନ ଅକ୍ସିଜେନ୍ ଏବଂ ମେଡିସିନ ର ଅଭାବ ଯୋଗୁଁ 3000ରୁ 3500 ଜଣ ଲୋକେ ମରୁଛନ୍ତି । କିନ୍ତୁ ଦୁର୍ଭାଗ୍ୟ ଯେ ଦେଶର ସ୍ବାସ୍ଥ୍ୟ ମନ୍ତ୍ରୀ ଙ୍କୁ କୋରୋନା ମୃତ୍ୟୁ ପାଇଁ ଟିକିଏ ବି ଚିନ୍ତା ନାହିଁ । ତାଙ୍କୁ ଚିନ୍ତା ଅଛି ନିଜ ପାର୍ଟି ର 4.5 ଜଣଙ୍କ ଅନ୍ଧଭକ୍ତ ଙ୍କ ହତ୍ୟା ହେଇଗଲା । ଆମ ଅନୁସନ୍ଧାନ ପୂର୍ବରୁ ପୋଷ୍ଟକୁ 118ଥର ସେୟାର କରାଯିବା ସହ ପୋଷ୍ଟକୁ 114 ଲାଇକ ଏବଂ ଅନେକ କମେଣ୍ଟ ମିଳିଛି। ତଳେ ଲିଙ୍କ ଦେଖନ୍ତୁ।

ଏଠାରେ ଲିଙ୍କ ଦେଖନ୍ତୁ- Facebook । Archive
ତେବେ କଣ ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷ ଭର୍ଦନ କୋରୋନା ମହାମିର ସମୟରେ ବିଜେପି ବିରୋଧରେ ପ୍ରଦର୍ଶନ କରୁଛନ୍ତି। ପୋଷ୍ଟର ସତ୍ୟତା ଜାଣିବା ପାଇଁ ଆମେ ଅନୁସନ୍ଧାନ କରିଲୁ। ଆମ ଅନୁସନ୍ଧାନ ପଢ଼ନ୍ତୁ।
ଅନୁସନ୍ଧାନ-
ଅନୁସନ୍ଧାନ ଆରମ୍ଭରେ ଆମେ ଭାଇରାଲ ଫଟୋକୁ ଗୁଗୁଲରେ ରିଭର୍ସ ଇମେଜ କରିଲୁ। ସର୍ଚ୍ଚରେ ଏହାକୁ ନେଇ ଅନେକ ଲିଙ୍କ ମିଳିଳା। ANI ପେଜରେ ଭାଇରାଲ ଫଟୋ ପାଇଲୁ। ଯାହାକି 15 ମେ 2019ରେ ପୋଷ୍ଟ କରାଯାଇଥିଲା। ପ୍ରକାଶିତ ଖବର ଅନୁସାରେ କୋଲକାତାର ଅମିତ ଶାହାଙ୍କ ରୋଡ୍ ସୋରେ ହୋଇଥିବା ହିଂସାକୁ ନେଇ କେନ୍ଦ୍ର ମନ୍ତ୍ରୀ ହର୍ଷ ଭରଦାନ, ନିର୍ମଳା ସୀତାରମଣ, ବିଜୟ ଗୋଏଲ ଏବଂ ଜିତେନ୍ଦ୍ର ସିଂଙ୍କ ସମେତ ବିଜେପିର ବରିଷ୍ଠ ନେତାମାନେ ଅଂଶଗ୍ରହଣ କରିଛନ୍ତି। ବ୍ଲାକ୍ ବ୍ୟାଣ୍ଡ ପିନ୍ଧି ଏବଂ ‘ସେଭ୍ ବେଙ୍ଗାଲ୍ ସେଭ୍ ଡେମୋକ୍ରାସି’ ପ୍ଲାକାର୍ଡ ଧରି ବିଜେପି ନେତାମାନେ 14 ମଇ 2019 ରେ ଅମିତ ଶାହାଙ୍କ କନଭେନ ଉପରେ ଟିଏମସି କର୍ମଚାରୀଙ୍କ ଆକ୍ରମଣକୁ ବିରୋଧ କରି ଏକ ନିରବ ବିରୋଧ ପ୍ରଦର୍ଶନ କରିଥିଲେ। ଅଧିକ ସୂଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ।

ଏଠାରେ ଲିଙ୍କ ଦେଖନ୍ତୁ- ANI । Archive
indianexpress ପେଜରେ ମଧ୍ୟ ଭାଇରାଲ ଫଟୋ ପୋଷ୍ଟ କରାଯାଇଛି। ଖବର ଅନୁସାରେ ବିଜେପି ର ନେତା ତଥା ସମର୍ଥକମାନେ କୋଲକାତାରେ ଦଳର ସଭାପତି ଅମିତ ଶାହାଙ୍କ ଦ୍ୱାରା ନିର୍ବାଚନ ପ୍ରଚାର ରାଲିରେ ହୋଇଥିବା ବିଶୃଙ୍ଖଳା ବିରୋଧରେ ଏକ ନିରବ ପ୍ରତିବାଦରେ ଯୋଗ ଦେଇଛନ୍ତି। ଅଧିକ ସୂଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ।

ଏଠାରେ ଲିଙ୍କ ଦେଖନ୍ତୁ- indianexpress । Archive
ETV Andhra Pradesh ୟୁଟ୍ୟୁବ ଚ୍ୟାନେଲରେ ପ୍ରକାଶିତ ହୋଇଥିବା ଖବର ଅନୁସାରେ 2019ରେ କୋଲକାତାର କଲେଜ ଛକ ଦେଇ ଅମିତ ଶାହାଙ୍କ ରଲି ଯାଉଥିବା ବେଳେ ବିଶୃଙ୍ଖଳା ସୃଷ୍ଟି ହୋଇଥିଲା। ଯାହାକୁ ବିଜେପିର ସମର୍ଥକ ବିରୋଧ ପ୍ରଦର୍ଶନ କରିଥିଲେ। ପୁରୁଣା ଫଟୋକୁ ବର୍ତ୍ତମାନ ମିଥ୍ୟା ଦାବିରେ ସେୟାର କରାଯାଇଛି। ଅଧିକ ସୂଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ।
ଶେଷକଥା-
ଅନୁସନ୍ଧାନରେ ଆମେ ସ୍ପଷ୍ଟ ହେଲୁ ଯେ, 2019 ଫଟୋକୁ ଦେଶରେ COVID-19 ଦ୍ୱିତୀୟ ତରଙ୍ଗ ଧାରଣ କରିଥିବା ସ୍ଥିତିକୁ ସୁଧାରିବା ବଦଳରେ ବିଜେପି ସମର୍ଥକ ହତ୍ୟା ମାମଲାକୁ ବିରୋଧ କରି ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷ ବର୍ଧନ ପ୍ରଦର୍ଶନ କରୁଥିବା ମିଥ୍ୟା ଦାବିରେ ଭାଇରାଲ କରାଯାଉଛି।

Title:କୋରୋନା ମାମଲା ଛାଡ଼ି ସ୍ୱାସ୍ଥ୍ୟମନ୍ତ୍ରୀ କୋଲକାତାରେ ବିଜେପି ସମର୍ଥକଙ୍କ ହତ୍ୟା ମାମଲାକୁ ନେଇ ବିରୋଧ ପ୍ରଦର୍ଶନ କରୁଛନ୍ତି ?
Fact Check By: Saritadevi SamalResult: False
