
ଆନ୍ଧ୍ରପ୍ରଦେଶରେ ପ୍ରବଳ ବର୍ଷା ହେବାର ଖବର ପ୍ରକାଶିତ ହେବା ମଧ୍ୟରେ ବିଭିନ୍ନ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ କିଛି ଗାଈ ପାଣିରେ ଭାସି ଯାଉଥିବା ଦେଖାଯାଉଛନ୍ତି। ସୋଶିଆଲ ମିଡିଆ ୟୁଜର୍ସ ଏହାକୁ ଆନ୍ଧ୍ରପ୍ରଦେଶର ବୋଲି କହି ଏହାକୁ ଭାଇରାଲ କରୁଛନ୍ତି। ଫ୍ୟାକ୍ଟ କ୍ରିସେଣ୍ଡୋ ପୋଷ୍ଟକୁ ବିସ୍ତୃତ ଭାବରେ ଯାଞ୍ଚ କରିବା ପରେ ଆମେ ଜାଣିବାକୁ ପାଇଲୁ ଯେ ଭାଇରାଲ୍ ଭିଡିଓର ଆନ୍ଧ୍ରପ୍ରଦେଶ ସହ କୌଣସି ସମ୍ପର୍କ ନାହିଁ। ଭାଇରାଲ ଭିଡିଓ ମେକ୍ସିକୋରୁ ଏହା ଏକ ପୁରୁଣା ଭିଡିଓ ଅଟେ।
20 ନଭେମ୍ବରରେ ETV Bharat Odisha ନାମକ ଏକ ନ୍ୟୁଜ ଚ୍ୟାନେଲରେ ଭାଇରାଲ ଭିଡିଓ ପ୍ରକାଶିତ କରାଯାଇଛି। ଖବରରେ ଲେଖାଯାଇଛି ଯେ, ପ୍ରବଳ ବର୍ଷା ଆନ୍ଧ୍ରପ୍ରଦେଶର ଉପକୂଳବର୍ତ୍ତୀ ଅଞ୍ଚଳରେ ବନ୍ୟା ପରିସ୍ଥିତି ସୃଷ୍ଟି କରିଛି।ପ୍ରବଳ ବର୍ଷା ହେତୁ ପ୍ରଖର ବେଗରେ ପାଣି ସୁଅ ଚାଲୁଚି…. । ଆମ ଅନୁସନ୍ଧାନ ପୂର୍ବରୁ ପୋଷ୍ଟକୁ ଅନେକଥର ସେୟାର କରାଯିବା ସହ ପୋଷ୍ଟକୁ ଅନେକ ଲାଇକ ଏବଂ କମେଣ୍ଟ ମଧ୍ୟ ମିଳିଛି। ତଳେ ଲିଙ୍କ ଦେଖନ୍ତୁ।
ତେବେ କଣ ଗାଈମାନେ ପାଣିରେ ଭାସିଯାଉଥିବାର ଭିଡିଓ ଆନ୍ଧ୍ରପ୍ରଦେଶର ଅଟେ। ପୋଷ୍ଟର ସତ୍ୟତା ଜାଣିବା ପାଇଁ ଆମେ ଅନୁସନ୍ଧାନ କରିଲୁ। ଆମ ଅନୁସନ୍ଧାନ ପଢ଼ନ୍ତୁ।
ଅନୁସନ୍ଧାନ-
ଅନୁସନ୍ଧାନ ଆରମ୍ଭରେ ଆମେ ଭାଇରାଲ ଭିଡିଓକୁ ଇନବିଡରେ ପକାଇ ଫଟୋରେ ଭାଘ୍ହିଲୁ। ପରେ ଆମକୁ ମିଳିଥିବା ଫଟୋକୁ ଗୁଗୁଲରେ ପକାଇ ରିଭର୍ସ ଇମେଜ କରିଲୁ। ସର୍ଚ୍ଚରେ ଆମକୁ ଏହାକୁ ନେଇ କିଛି ଲିଙ୍କ ମିଳିଲା। ଭାଇରାଲ ଭିଡିଓ ଆମକୁ Imagen Noticias ଚ୍ୟାନେଲରେ ମିଳିଲା। ଏହି ଚ୍ୟାନେଲ ମେକ୍ସିକୋର ଜାତୀୟ ପ୍ରସାରଣ ଟେଲିଭିଜନ୍ ନେଟୱାର୍କର ଇମେଗେନ ନୋଟିସିଆର ଭେରିଫାଏଡ୍ ୟୁଟ୍ୟୁବ୍ ଚ୍ୟାନେଲ ଅଟେ। ଭାଇରାଲ ଭିଡିଓ 28 ଜୁଲାଇ 2020 ରେ ଅପଲୋଡ୍ ହୋଇଛି। ବର୍ଣ୍ଣନାରେ ଲେଖାଥିଲା, “ନାୟାରିତର ଜାକୁଆଲପାନ ନଦୀ ଗୋରୁମାନଙ୍କ ଜୀବନ ଉପରେ ନିର୍ମିତ ହୋଇଥିଲା।” ଅଧିକ ସୂଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ।
ମିଳିଥିବା ସୂଚନାକୁ ଧ୍ୟାନରେ ରଖି ଆମେ ଅଲଗା ଅଲଗା ଶବ୍ଦ ବ୍ୟବହାର କରି ଗୁଗୁଲରେ ସର୍ଚ୍ଚ କରିଲୁ। unotv ପେଜରେ ପ୍ରକାଶିତ ହୋଇଥିବା ଖବର ଅନୁସାରେ ଭାଇରାଲ ଭିଡିଓ ମେକ୍ସିକୋର ଅଟେ। ଏହାକ ଏକ ଟ୍ୱିଟର ଆକାଉଣ୍ଟରେ ମଧ୍ୟ ଭିଡିଓ ମିଳିଲା। ଯାହାକି 2020ରେ ପୋଷ୍ଟ କରାଯାଇଛି। ଏଥିରୁ ସ୍ପଷ୍ଟ ହେଉଛି ଯେ, ଭାଇରାଲ ଭିଡିଓର ବର୍ତ୍ତମାନ ଆନ୍ଧ୍ରପ୍ରଦେଶ ପ୍ରବଳ ବର୍ଷା ସହ କୌଣସି ସମ୍ପର୍କ ନାହିଁ। ଅଧିକ ସୂଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ।
ଜୁଲାଇ 28, 2020 ର Joranda.com.mx ରେ ମଧ୍ୟ ସମାନ ଭିଡିଓ ପାଇଲୁ । ଯେଉଁଥିରେ ଭିଡିଓଟି ହାନ୍ନା ଅଟେ ଯେଉଁଥିରେ ବନ୍ୟା ପରେ ପ୍ରବଳ ବର୍ଷା ହେତୁ ହଜାର ହଜାର ଲୋକ ପ୍ରଭାବିତ ହୋଇଥିଲେ। ଅଧିକ ସୂଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ।

ଶେଷକଥା–
ଅନୁସନ୍ଧାନରୁ ସ୍ପଷ୍ଟ ହେଲୁ ଯେ, ଗାଈ ଭାସୁଥିବାର ଭାଇରାଲ ଭିଡିଓ ଆନ୍ଧ୍ରପ୍ରଦେଶର ନୁହେଁ ବରଂ ମେକ୍ସିକୋର ଅଟେ।
Title:2020 ମେକ୍ସିକୋ ଭିଡିଓକୁ ଆନ୍ଧ୍ରପ୍ରଦେଶ ବନ୍ୟାରେ ଗାଈ ଭାସିଜିବା ମିଥ୍ୟା ଦାବିରେ ଭାଇରାଲ ହେଉଛି।
Fact Check By: Saritadevi SamalResult: False


