ପୁରୁଣା ଫଟୋକୁ COVID-19 ର ଦ୍ୱିତୀୟ ତରଙ୍ଗ ସହ ଜୋଡ଼ି ମିଥ୍ୟା ଦାବିରେ ଭାଇରାଲ କରାଯାଉଛି।

False Social

ଦେଶରେ ବଢ଼ୁଥିବା COVID-19 ମାମଲା ମଧ୍ୟରେ ସୋସିଆଲ ମିଡିଆରେ ଏକ ଫଟୋ ସାମ୍ନାକୁ ଆସିଛ, ଯେଉଁଥିରେ ଜଣେ ଯୁବକ ବାଳକ ଡାକ୍ତରଖାନା ଭିତରେ ଷ୍ଟ୍ରେଚରକୁ ଠେଲି ନେଉଥିବାରେ ଦାଖାଯାଉଛି। ଫଟୋରେ ଦାବି କରାଯାଉଛି ଯେ, 2020ରେ ଦେଖା ଯାଇଥିବା ଫଟୋ ଠାରୁ  2021ର ଏହି ଫଟୋ ଆହୁରି ଦୁଃଖ ଦାୟକ।  

Keonjhar News ନାମକ ଜଣେ ଫେସବୁକ ୟୁଜର ତାଙ୍କ ଆକାଉଣ୍ଟରେ ପୋଷ୍ଟ କରିଛନ୍ତି । ପୋଷ୍ଟରେ ଲେଖାଯାଇଛି ଯେ, ଏହି ଦୃଶ୍ୟ ଦେଖିବାକୁ ଭାରତର କୈାଣସି ସାଧାରଣ ଲୋକ ଚାହେଁନି, ତେବେ ଏଥିପାଇଁ ଦାୟୀ କିଏ? ଭାଇରାଲ ଫଟୋ 2021ର ବୋଲି ଦାବି କରାଯାଇଛି। ଆମ ଅନୁସନ୍ଧାନ ପୂର୍ବରୁ ପୋଷ୍ଟକୁ ଅନେକଥର ସେୟାର କରାଯିବା ସହ ଅନେକ ଲାଇକ ଏବଂ କମେଣ୍ଟ ମିଳିଛି। ତଳେ ଲିଙ୍କ ଦେଖନ୍ତୁ। 

ଏଠାରେ ଲିଙ୍କ ଦେଖନ୍ତୁ-Facebook Archive

ତେବେ କଣ ଡାକ୍ତରଖାନା ଭିତରେ ଷ୍ଟ୍ରେଚରକୁ ଠେଲି ନେଉଥିବାରେ ପିଲାର ଫଟୋ 2021 କୋରୋନା ଦ୍ୱିତିୟ ଚରଣ ସମୟର ଅଟେ। ପୋଷ୍ଟର ସତ୍ୟତା ଜାଣିବା ପାଇଁ ଆମେ ଅନୁସନ୍ଧାନ କରିଲୁ। ଆମ ଅନୁସନ୍ଧାନ ପଢ଼ନ୍ତୁ।

ଅନୁସନ୍ଧାନ-

ଅନୁସନ୍ଧାନ ଆରମ୍ଭରେ ଆମେ ଭାଇରାଲ ଫଟୋକୁ ଗୁଗୁଲରେ ପକାଇ ରିଭର୍ସ ଇମେଜ କରିଲୁ। ସର୍ଚ୍ଚରେ ଆମକୁ Times of India ପେଜେରେ ଭାଇରାଲ ଫଟୋ ପାଇଲୁ। 20 ଜୁଲାଇ  2020ର ଭାଇରାଲ ଫଟୋ ସହ ଖବର ପ୍ରକାଶିତ କରାଯାଇଥିଲା।  ଆର୍ଟିକିଲରେ ଶୀର୍ଷକ ଥିଲା, ୟୁପିରେ 6 ବର୍ଷ ବୟସ୍କ ବାଳକ  ଦେଓରିଆ ଡାକ୍ତରଖାନାରେ ଜେଜେବାପାଙ୍କ ଷ୍ଟ୍ରେଚରକୁ ଠେଲି ହୋଇଥିବାର ଦେଖାଯାଇଥିଲା। ପରେ ସେହି  ୱାର୍ଡରେ କାର୍ଯ୍ୟରତଥିବା ବ୍ୟକ୍ତିକୁ ନିଲମ୍ବିତ କରାଯାଇଥିଲେ।”ଅଧିକ ସୂଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ। 

ଏଠାରେ ଲିଙ୍କ ଦେଖନ୍ତୁ-Times of India Archive

News18ରେ ପ୍ରକାଶିତ ହୋଇଥିବା ଖବର ଅନୁସାରେ ଦେଓରିଆ ଜିଲ୍ଲା ମାଜିଷ୍ଟ୍ରେଟ୍ ଅମିତ କିଶୋର ଡାକ୍ତରଖାନା ପରିଦର୍ଶନ କରି ଭାଇରାଲ୍ ଭିଡିଓରେ ରୋଗୀ ଛେଦି ଯାଦବଙ୍କ ପରିବାର ସଦସ୍ୟଙ୍କୁ ଭେଟିଛନ୍ତି। ସଦର ଏସଡିଏମ ଏବଂ ଡାକ୍ତରଖାନାର ସହକାରୀ ମୁଖ୍ୟ ଚିକିତ୍ସା ଅଧିକାରୀଙ୍କ ଅଧୀନରେ କରାଯାଇଥିବା ଅନୁସନ୍ଧାନରେ କାର୍ଯ୍ୟରତଥିବା ୱାର୍ଡ ବୋଏକୁ ‘ଦୋଷୀ’ ସାବ୍ୟସ୍ତ କରିଛନ୍ତି। ପରେ ୱାର୍ଡ ବୋଏକୁ ନିଲମ୍ବିତ କରାଯାଇଥିଲା। ଅଧିକ ସୂଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ। 

ଏଠାରେ ଲିଙ୍କ ଦେଖନ୍ତୁ-News18। Archive

ଶେଷକଥା

ଅନୁସନ୍ଧାନରୁ ସ୍ପଷ୍ଟ ହେଲୁ ଯେ, ଛୋଟ ପିଲାଟି ହସ୍ପିଟାଲରେ ଷ୍ଟ୍ରେଚରକୁ ଠେଲି ଠେଲି ନେଉଥିବା ଫଟୋ 2021ର ନୁହେଁ ବରଂ ଜୁଲାଇ 2020ର ଅଟେ।

Avatar

Title:ପୁରୁଣା ଫଟୋକୁ COVID-19 ର ଦ୍ୱିତୀୟ ତରଙ୍ଗ ସହ ଜୋଡ଼ି ମିଥ୍ୟା ଦାବିରେ ଭାଇରାଲ କରାଯାଉଛି।

Fact Check By: Saritadevi Samal 

Result: False

Leave a Reply

Your email address will not be published. Required fields are marked *