କ’ଣ ବିଜେପି ମୁଖପାତ୍ର ସଂବିତ ପାତ୍ର ଟୁଇଟ କରି କହିଛନ୍ତି ଯେ ନରେନ୍ଦ୍ର ମୋଦୀଙ୍କ ଜେଜେ ବାପା ଦେଶ ପାଇଁ ଅବିବାହିତ ରହି ଥିଲେ? ଜାଣନ୍ତୁ ସତ୍ୟ।

Photo Credit: Money Control 26 ଜୁନ ରେ ଜଣେ ଫେସବୁକ ୟୁଜର ନବୀନ ଓଡ଼ିଶା ନାମକ ଫେସବୁକ ପେଜରେ ଗୋଟିଏ ପୋଷ୍ଟ କରି ଦାବି କରିଛନ୍ତି ଯେ ସମ୍ବିତ ପାତ୍ର ନିଜ ଟୁଇଟର ହେଣ୍ଡେଲ ରେ ଟୁଇଟ କରି କହିଛନ୍ତି ଯେ ମୋଡିଜି ଏବଂ ତାଙ୍କ ଜେଜେ ବାପା ଦେଶ ପାଇଁ ଅବିବାହିତ ରହିଛନ୍ତି। ଏହା ପରେ ସେ ଥଟା କରି କହିଛନ୍ତି ଯେ ଯଦି ମୋଦୀଜିଙ୍କ ଜେଜେ ବିବାହ କରି ନାହାନ୍ତି ତାହାଲେ ନାତି […]

Continue Reading

କ’ଣ ଚୀନ ବିରୁଦ୍ଧରେ କୌଣସି କାର୍ଯ୍ୟାଅନୁଷ୍ଠାନ ନେଇ ଣ ଥିବା ରୁ ମହିଳା ମାନେ ମୋଦୀଜି ଙ୍କ ପୁତୁଳା କୁ ମାଡ଼ ମାରୁଛନ୍ତି? ଜାଣନ୍ତୁ ସତ୍ୟ।

୨୬ ଜୁନ ୨୦୨୦ ରେ ଜଣେ ଫେସବୁକ ୟୁଜର ନବୀନ ଓଡ଼ିଶା ନାମକ ଫେସବୁକ ପେଜରେ ଗୋଟିଏ ଭିଡିଓ ପୋସ୍ତ କରି ଦାବି କରିଛନ୍ତି ଯେ ଚୀନ ବିରୋଧରେ ଯେ ପଯ୍ୟନ୍ତ କିଛି ଦୃଢ଼ କାଯ୍ୟଅନୁଷ୍ଠାନ ଗ୍ରହଣ ନ କରିଛନ୍ତି ସେତେ ପଯ୍ୟନ୍ତ ଦେଶରେ ଏମିତି ଚାଲିବ।  Archive ଆମ ଅନୁସନ୍ଧାନ: ଆମ ଅନୁସନ୍ଧାନରେ ପ୍ରଥମେ ଆମେ ପ୍ରଥମେ ଏହି ଭିଡିଓ କୁ ଗୁଗୁଲ ଇନଭିଡ ଏକ୍ସଟେନସନ ଟୁଲ ସାହାଜ୍ଯତାରେ ବିଭିନ୍ନ ଫ୍ରେମରେ ବିଭାଜିତ କୃଲୁ। ଏହା […]

Continue Reading

କ’ଣ ଭୁଟାନ ନିଜ ଦେଶରୁ ଭାରତର ଆସାମ ରାଜ୍ୟ କୁ ଆସୁଥି ନଇ ପାଣି ଅଟକାଇ ଦେଇଛି? ଜାଣନ୍ତୁ ସତ୍ୟ।

ବର୍ତ୍ତମାନ ପଡ଼ୋଶୀ ଦେଶ ଗୁଡ଼ିକ ସହିତ ଭାରତର ସମ୍ପର୍କ ଠିକଠାକ ନାହିଁ । ଗୋଟିଏ ପକ୍ଷରେ ଚୀନ୍ ସହ ସୀମା ବିବାଦ ତ ଅନ୍ୟ ପକ୍ଷରେ ନେପାଳ ସହିତ ନକ୍ସା ବିବାଦ । ପୁଣି ଏବେ ଚୀନ୍ ଏବଂ ନେପାଳ ପରେ ପରେ ଭୁଟାନ ମଧ୍ୟ ଭାରତ ପାଇଁ ସମସ୍ୟା ସୃଷ୍ଟି କରିଛି । କିଛି ମିଡିଆ ରିପୋର୍ଟରେ ଏହି ଦାବି କରାଯାଇଛି ଯେ, ଭୁଟାନ ଏବେ ଆସାମରେ ଅସୁଥିବା ପାଣିକୁ ରୋକିଦେଇଛି, ଏଥିରେ ରାଜ୍ୟର ବକ୍ସା […]

Continue Reading

ଏହା 72 ଘଣ୍ଟା ମଧ୍ୟରେ ଗାଲଭାନ୍ ଉପତ୍ୟକାରେ ସେନା ଦ୍ୱାରା ନିର୍ମିତ ସେତୁର ଫଟୋ ନୁହେଁ। ଜାଣନ୍ତୁ ସତ୍ୟ।

ଗତ ସପ୍ତାହରେ ଗାଲଭାନ ଉପତ୍ୟକାରେ ଭାରତୀୟ ଏବଂ ଚୀନ୍  ସୈନ୍ୟ ମୁହାଁମୁହିଁ ହୋଇଥିଲେ। 20 ଜଣ ଭାରତୀୟ ସୈନିକ ନିହତ ହୋଇଥିବାବେଳେ ଚୀନ୍ ସୈନିକ ମଧ୍ୟ ନିହତ ହୋଇଥିଲେ। ଏଭଳି ପରିସ୍ଥିତିରେ ମଧ୍ୟ ଭାରତୀୟ ସେନା ହାର ନ ମାନି ଗାଲୱାନ ଉପତ୍ୟକାର ନଦୀ ଉପରେ 60 ମିଟର ଲମ୍ବର ସେତୁ କାମକୁ ମାତ୍ର 72 ଘଣ୍ଟା ମଧ୍ୟରେ ଶେଷ କରିଥିଲା। ତେବେ ସୋସିଆଲ ମିଡିଆରେ ଏହି ସୂଚନା ପୋଷ୍ଟ କରିବାବେଳେ ଅନେକ ଉପଭୋକ୍ତା ଗାଲୱାନ ନଦୀ […]

Continue Reading

କ’ଣ ତାଲାବନ୍ଦ ସମୟରେ ପେଟ୍ରୋଲ ଦର ବଢିବାରୁ ଲୋକେ କ୍ରୋଧିତ ହୋଇ ପେଟ୍ରୋଲ ପମ୍ପ ଭଙ୍ଗାରୁଜା କରୁଛନ୍ତି? କେଉଁ ସ୍ଥାନରେ ଘଟିତ ଏହି ଘଟଣା? ଜାଣନ୍ତୁ ସତ୍ୟ।

Photo Credit : OTv ଦେଶରେ କୋରୋନା ସମସ୍ୟା ମୁକାବିଲା କରିବା ସମୟରେ ଆହୁରି ଗୋଟିଏ ସମସ୍ୟା ସାମନା କୁ ଆସିଛି ଯେଉଁଟା ସାଧାରଣ ଲୋକଙ୍କ ଜୀବନ କୁ ପ୍ରଭାବ ପକାଉଚି। ଗତ କିଛି ଦିନ ହେବ ଦେଶରେ ପେଟ୍ରୋଲ ଦର ବଢି ଥିବା ରୁ ଲୋକଙ୍କ ମନରେ ହୀନତା ଓ କ୍ରୋଧ ଦେଖିବା କୁ ମିଳିଛି। ଏହି ସମୟରେ ସୋସିଆଲ ମିଡିଆ ରେ ଗୋଟିଏ ଭିଡିଓ ଭାଇରାଲ ହେଉଛି। ୨୫ ଜୁନ ୨୦୨୦ ରେ ଜଣେ […]

Continue Reading

ଶାହାରୁଖ ଖାନ ଟିପୁସୁଲତାନ ନାମକ କୌଣସି ଫିଲ୍ମରେ କାମ କରୁଛନ୍ତି କି?

ମୁସଲମାନ ଏବଂ ହିନ୍ଦୁ ଧର୍ମକୁ ନେଇ ଅନେକ ବିବାଦ ଲାଗି ରହିଛି। ବର୍ତ୍ତମାନରେ ନୁହେଁ ବରଂ ଇତିହାସରେ ମଧ୍ୟ ହିନ୍ଦୁ ଏବଂ ମୁସ୍ଲିମ ଧର୍ମର  ନେଇ ଯୁଦ୍ଧ ଏବଂ ବାଦ ବିବାଦ ଲାଗି ରହିଥିଲା। ଇତିବାସରେ ଟିପୁ ସୁଲତାନ ନାମ ଏହି ବାବାଦରେ ପ୍ରଥମେ ଉଠିଥାଏ। ଟିପୁ ସୁଲତାନ ଜଣେ ମୁସ୍ଲିମ ରାଜା ଥିଲେ। ତେବେ ଏଥି ମଧ୍ୟରେ ସାରୁଖାନ ଟିପୁ ସୁଲତାନର ଏକ ଫିଲ୍ମ କରିବା ନେଇ ଖବର ସାମ୍ନାକୁ ଆସୁଛି। ଯେଉଁଥିରେ ସାରୁଖ ଖାନ […]

Continue Reading

ଚୀନ୍ ବିରୋଧରେ ଭାରତକୁ ଅନ୍ୟ ଦେଶ ସମର୍ଥନ କରିବା ନେଇ ଭାଇରାଲ ହେଉଥିବା ପୋଷ୍ଟ ମିଥ୍ୟା ଅଟେ।

ଭାରତ ଚାଇନା ମଧ୍ୟରେ ହଇଥିବା ହିଂସକ ବିବାଦ ପରେ ଦେଶରେ ଚୀନକୁ ଏବଂ ଚୀନର ସମସ୍ତ ଜିନିସକୁ ବିରୋଧ କରିବାରେ ପ୍ରୟାସ ଚାଲିଛି। ଏଧି ମଧ୍ୟରେ କେଉଁ ଦେଶ ଭାରତ ସପକ୍ଷରେ ଅଛି ଏବଂ କେଉଁ ଦେଶ ଭାରତ ବିପକ୍ଷରେ ସେ ନେଇ ମଧ୍ୟ ସୋସିଆଲ ମିଡ଼ିଆରେ ଚର୍ଚ୍ଚା ଲାଗି ରହିଛି।  ମେ ମାସଠାରୁ ଭାରତ ଏବଂ ଚୀନ୍ ବର୍ଡରେ ବିବାଦ ଲାଗି ରହିଛି। ସେବେଠାରୁ ଏହା ଉପରେ ଚର୍ଚ୍ଚା ଲାଗି ରହିଛି। ଏଥି ମଧ୍ୟ ଏକ […]

Continue Reading

କ’ଣ ଏ.ବି.ପି. ନ୍ୟୁଜ ଏହା ପ୍ରସାରିତ କରିଛି ଯେ ରାହୁଲ ଗାନ୍ଧୀ କହିଛନ୍ତି ଯେ ତାଙ୍କ ପୂର୍ବଜ ମୁସଲମାନ ଥିଲେ ଓ ସେ ନିଜେ ମଧ୍ୟ ମୁସଲମାନ ଅଟନ୍ତି? ଜାଣନ୍ତୁ ସତ୍ୟ।

କଂଗ୍ରେସ ସଭାପତି ରାହୁଲ ଗାନ୍ଧୀ କୌଣସି ନା କୌଣସି କାରଣ ରୁ ସୋସିଆଲ ମିଡିଆରେ ଚର୍ଚା ରେ ରୁହି ଆସିଛନ୍ତି। କାଲୀ ୨୫ ଜୁନ ୨୦୨୦ ରେ ଫେସବୁକର ଓଡିଶା ୱୀଥ ବିଜେପି ନାମକ ପେଜରେ ଜଣେ ଫେସବୁକ ୟୁଜର ଏ.ବି.ପି. ନ୍ୟୁଜ ର ଗୋଟିଏ ସମ୍ବାଦ ପୋସ୍ତ କରିଛନ୍ତି ଯେଉଁ ତିରେ ଲେଖା ଯାଇ ଅଛି ଯେ ରାହୁଲ ଗାନ୍ଧୀ କହିଛନ୍ତି ଯେ ତାଙ୍କ ପୂର୍ବଜ ମୁସଲମାନ ଥିଲେ ଓ ସେ ନିଜେ ମଧ୍ୟ ଜଣେ […]

Continue Reading

କ’ଣ ରଥଯାତ୍ରାର ଏହି ଦୃଶ୍ୟ ନ୍ୟୁଜିଲାଣ୍ଡ କୋରୋନା ମୁକ୍ତ ହେବା ପର ଦୃଶ୍ୟ ଅଟେ? ଜାଣନ୍ତୁ ସତ୍ୟ।

ଓଡ଼ିଶା ବାସୀଙ୍କ ପର୍ବ ରଥ ଯାତ୍ରା ଅଟେ। ଏହି ପର୍ବ ବିଶ୍ଵରେ ଅନେକ ଦେଶରେ ପାଳନ କରା ଯାଏ। କିଛି ଦିନ ପୂର୍ବରୁ ଏହି ପର୍ବର ଦିନ ଥିଲା। ହେଲେ ରାଜ୍ୟରେ କୋରୋନା ବ୍ୟାପୀ ଥିବା ରୁ ରଥ ଯାତ୍ରା ପାଳନ କୁ ନେଇ ଅନେକ ବିବାଦ ଉଠିଥିଲା। ସୁପ୍ରିମ କୋର୍ଟ ମଧ୍ୟ ପ୍ରଥମେ ରଥ ଯାତା ପାଳନ କୁ ଅନୁମତି ଦେଇ ନ ଥିଲା। କିନ୍ତୁ ପଛେ ମାତ୍ର ୫୦୦ ଲୋକଙ୍କ ଉପସ୍ଥିତି ରେ ରଥ […]

Continue Reading

କ’ଣ ଭାଇରାଲ ଭିଡିଓରେ ଚୀନ୍ ଏବଂ ଭାରତ ବର୍ଡରରେ ସହିଦ ହୋଇଥିବା ଜବାନଙ୍କୁ ନିଆଯାଉଛି ?

ଚାଇନା ଏବଂ ଭାରତ ମଧ୍ୟରେ ହୋଇଥିବା ଯୁଦ୍ଧରେ ଭାରତର 20 ଜବାନ ସହିଦ ହୋଇଛନ୍ତି। ଏହାକୁ ନେଇ ସୋସିଆଲ ମିଡ଼ିଆରେ ଅନେକ ଭିଡ଼ିଓ ଏବଂ ଫୋଟୋ ଭାଇରାଲ ହେବାରେ ଲାଗିଛି। ସହିଦଙ୍କ ଶ୍ରଦ୍ଧାଞ୍ଜଳି ଭିଡ଼ିଓ ହେଉ କିମ୍ବା ତାଙ୍କ ଫୋଟୋକୁ ସୋସିଆଲ ମିଡ଼ିଆରେ ଦୁଃଖ ସହ ସେୟାର କରାଯାଉଛି। ଏଥି ମଧ୍ୟରେ Awareness odisha ନାମକ  ଜଣେ ଫେସବୁକ ୟୁଜର ତାଙ୍କ ଆକାଉଣ୍ଟରେ ଏକ ଭିଡ଼ିଓଔ ସେୟାର କରିଛନ୍ତି। ଏବଂ ଦାବି କରିଛନ୍ତି, ଚାଇନା ଏବଂ ଭାରତ […]

Continue Reading

ବର୍ଷେ ପୁରୁଣା ଫୋଟୋକୁ ଚାଇନା ବର୍ଡରେ ସହିଦ ଜବାନଙ୍କୁ ତାଙ୍କ ପୁଅ ଏବଂ ସ୍ତ୍ରୀ ଶ୍ରଦ୍ଧାଞ୍ଜଳି ଦେଉଥିବା ଦାବିରେ ଭାଇରାଲ କରାଯାଉଛି।

ଚୀନ ଭାରତ ବିବାଦକୁ ନେଇ ସହିଦ ହୋଇଥିବା ସବାନଙ୍କ ଶ୍ରଦ୍ଧାଞ୍ଜଳିର ଫଟୋ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି। 20 ଜବାନ ସହିଦଙ୍କ ଖବର ପରେ ଦେଶରେ ଚୀନ୍ ବିରୋଧ ପ୍ରଦର୍ଶନ ଚାଲିଛି। ଏଥି ମଧ୍ୟରେ  Asok Rout ନାମକ ଜଣେ ଫେସବୁକ ୟୁଜର 21 ଜୁନରେ ତାଙ୍କ ଆକାଉଣ୍ଟରେ ଜଣେ ସହିଦ ଜବାନଙ୍କ  ଫୋଟୋ ପୋଷ୍ଟ କରିଛନ୍ତି। ଫୋଟୋରେ ସହିଦ ଜବାନଙ୍କ ପାଖରେ ତାଙ୍କ ପୁଅ ଏବଂ ସ୍ତ୍ରୀ କାନ୍ଦୁଥିବାର ଦେଖା ଯାଉଛନ୍ତି। ପୋଷ୍ଟରେ ଦାବି କରାଯାଇଛି […]

Continue Reading

କ’ଣ ଫୋଟୋରେ ଥିବା କଙ୍କାଳ କାର୍ଗିଲ ଯୁଧ୍ୟ ଶହିଦ ଯବାନ ହେମ ସିଂହ ଯାଦବଙ୍କର? ଜାଣନ୍ତୁ ସତ୍ୟ।

୨୨ ଜୁନ ୨୦୨୦ ରେ ଓଡ଼ିଆ ନ୍ୟୁଜ ଫେସବୁକ ପେଜରେ ଗୋଟିଏ ପୋଷ୍ଟ ରେ ଏହା ଦାବି କରା ଯାଇଅଛି ଯେ ଫୋଟୋରେ ଥିବା କଙ୍କାଳ କୌଣସି ଫିଲିମ ସୁଟିଙ୍ଗର ଦୃଶ୍ୟ ନୁହେଁ। ଏହି କଙ୍କାଳ କାର୍ଗିଲ ଯୁଧ୍ୟରେ ଶହିଦ ହେଇ ଥିବା ଭାରତ ଜବାନ ହେମ ସିଂହ ଯାଦବଙ୍କ କଙ୍କାଳ ଅଟେ। ଏହି ପୋଷ୍ଟରେ ଏହା ମଧ୍ୟ ଦାବି କରା ଯାଇଅଛି ଯେ ସେ ସେଶ ପର୍ଯ୍ୟନ୍ତ ଶତ୍ରୁ ସହିତ ଲଢି ନିଜ ଜୀବନ ହରାଇଥିଲେ। […]

Continue Reading

କ’ଣ ୧୯୪୫ ରେ ଆମେରିକା ଜାପାନ ଉପରେ ପରମାଣୁ ବୋମା ପାକଇଲା ପରେ ଜାପାନ ଆମେରିକା ସହିତ ନିଜ ବ୍ୟବସାଏ ସମ୍ପର୍କ ଭାଙ୍ଗି ଦେଇଛି?

ଭାରତ ଏବଂ ଚୀନ ମଧ୍ୟରେ ଚାଲୁ ଥିବା ସୀମା ବିବାଦ ଏବେ ଯୁଧ୍ୟର ରୁପ ନେଇ ସାରିଛି। କିଛି ଦିନ ପୂର୍ବରୁ ଚୀନ ସହିତ ସୀମା ରେ ହେଇହିବା ଲଢେଇ ରେ ୨୦ ଭାରତ ଯବାନଙ୍କ ମୃତ୍ୟୁ ହେଇଥିବା ବେଳେ ସୁନିବା କୁ ମିଛି ଯେ ଭାରତ ଯବାନଙ୍କ ଆକ୍ରମଣରେ ୪୩ ଚୀନ ସୈନ୍ୟ ଯବାନ ନିଜ ପ୍ରାଣ ହରାଇଛନ୍ତି। ଚୀନର ଭାରତ ସୀମା ଉଲଂଘନ କରିଲା ପରେ ଦେଶର ଲୋକଙ୍କ ମନରେ କ୍ରୋଧ ଉତପନ ହେଇଛି। […]

Continue Reading

କ’ଣ ଗାନ୍ଧୀ ପରିବାର ଚୀନ୍ ଦୂତମାନଙ୍କୁ ଗୁପ୍ତରେ ଭେଟିଥିଲେ କି?

ତୀନ୍ ଭାରତ ମଧ୍ୟରେ ବିବାଦ ପରଠାରୁ ସୋସିଆଲ ମିଡ଼ିଆରେ ଅନେକ ଖବର ପ୍ରଚାର ହେଉଛି। ଏହା  ସହ କଂଗ୍ରେସ ଯେବେଠାରୁ ଭାରତ ଏବଂ ଚୀନ୍ ବିବାଦକୁ ନେଇ କେନ୍ଦ୍ର ସରକାର ବିରୋଧରେ ପ୍ରଶ୍ନବାଚ ସୃଷ୍ଟି କରିବା ପର ଠାରୁ ସୋସିଆଲ ମିଡ଼ିଆରେ ଗାନ୍ଧି ପରିବାରର ଫୋଟୋ ଚିନ୍ ଲୋକଙ୍କ ସହ ଭାଇରାଲ ହେଉଛି। ପୋଷ୍ଟରେ ଦାବି କରାଯାଇଛି ଯେ, ଦେଶ ଚୀନ ବିରୋଧି ହେବା ସମୟରେ ଗାନ୍ଧି ପରିବାର ଚିନ୍ ରାଷ୍ଟ୍ର ଦୂତ ସହ ଗୁପ୍ତ ବୈଠକ […]

Continue Reading

ଭାରତୀୟ ସେନାଙ୍କ ବିରୋଧରେ କୌଣସି ରାଜନୈତିକ ଦଳ ବିରୋଧ ପ୍ରଦର୍ଶନ କରିନାହାନ୍ତି।

ଲଦାଖରେ ଭାରତୀୟ ଏବଂ ଚୀନ୍  ସୈନ୍ୟଙ୍କ ମଧ୍ୟରେ ହୋଇଥିବା ହିଂସାକାଣ୍ଡ ପରେ ମାର୍କ୍ସବାଦୀ କମ୍ୟୁନିଷ୍ଟ ଦଳ ନେତାଙ୍କ ଫୋଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।  ଫୋଟୋରେ କିଛି ଲୋକ ଭାରତୀୟ ସୈନ୍ୟଙ୍କ ବିରୋଧରେ ପ୍ରଦର୍ଶନ କରୁଥିବାର ଦେଖା ଯାଉଛି।  ଫଟୋ ମାଧ୍ୟମରେ ଦାବି ହେଉଛି ଯେ, ଏହି ଦଳିୟ ନେନାମାନେ  ଭାରତୀୟ ସେନା ଚୀନ୍  ସୈନିକଙ୍କ ଉପରେ ଗୁଳି କରିଥିବାକୁ ନେଇ ବିରୋଧ ପ୍ରଦର୍ଶନ କରିଛନ୍ତି।  20 ଜୁନରେ Tridip Kumar Nandi ନାମକ ଜଣେ […]

Continue Reading

କ’ଣ ଏହି ଫୋଟୋ ଚୀନ ସହିତ ଯୁଧ୍ୟରେ ଆହତ ହେଇଥିବା ଜବାନ ସୁରେନ୍ଦ୍ର ସିଂହଙ୍କର? ଜାଣନ୍ତୁ ସତ୍ୟ।

୨୦ ଜୁନ ରେ ଜଣେ ଫକେବୂ ୟୁଜର ଅଭିଭକ୍ତା କୋରାପୁଟ ସମାଚାର ନାମକ ଫେସବୁକ ପେଜରେ ଗୋଟିଏ ଫୋଟୋ ପୋଷ୍ଟ କରି ଦାବି କରିଛନ୍ତି ଯେ ଏହି ଫୋଟୋ ଭାରତ ଯବାନ ସୁରେନ୍ଦ୍ର ସିଂହଙ୍କର। ଏହି ପୋଷ୍ଟରେ ଏହା ମଧ୍ୟ ଦାବି କରା ଯାଇଅଛି ଯେ ତାଙ୍କ ପତ୍ନୀ କହିଛନ୍ତି ଯେ “ଆମର ଥିଲେ ୩୦୦-୪୦୦ ସୈନିକ। ହଠାତ ଚାଇନାର ୨୦୦୦-୨୫୦୦ ସୈନିକ ହାତରେ ରଡ,ପଥର,ଲୁହା କଣ୍ଟାଯୁକ୍ତ ବାଡି ନେଈ ମାଡିଆସିଲେ। ତଥାପି ବି ଆମେ ଖାଲି […]

Continue Reading

କ’ଣ ମଣିଷ ପାଡ଼ରୁ କୋରୋନା ସଂକ୍ରମଣ ହେଇଥାଏ? କ’ଣ ମଳ ଏବଂ ମୁତ୍ରରୁ କୋରୋନା ବ୍ୟାପିବାର ସମ୍ଭାବନା ଅଛି? ଜାଣନ୍ତୁ ସତ୍ୟ।

୧୬ ଜୁନ ରେ ଝରକା ନାମକ ଫେସବୁକ ଏକାଉଣ୍ଟରେ ଗୋଟିଏ ଭିଡିଓ ପୋସ୍ତ କରା ଯାଇଅଛି। ଏହି ଭିଡିଓ ରେ କୁହା ଯାଇଅଛି ଯେ କୋରୋନା ରୋଗ ଜଣଙ୍କ ଥାରୋ ଆଉ ଜଣଙ୍କୁ ବ୍ୟାପୀ ଥାଏ। କାସ, ଛିଙ୍କ ଓ ଜର ଏହି ରୋଗର ଲକ୍ଷଣ। ଏହି ରୋଗର କୌଣସି ଅଉଷଡ୍ଗ ବା ଟୀକା ବାହାରି ନାହିଁ। ପ୍ରତିଦିନ ଏହି ବିଷୟ ନେଇ କିଛି ନ କିଛି ନୂଆ ତଥ୍ୟ ସାମନାକୁ ଆସୁଛି। ଇନ କୁ ଦିନ […]

Continue Reading

ଫୋଟୋରେଥିବା ଝିଅ ଗଲବାନ ଘାଟୀରେ ଚୀନ୍ ସହ ଲଢ଼ି ସହିଦ ହୋଇଥିବା ସନ୍ତୋଷ ବାବୁଙ୍କ ଝିଅ ନୁହେଁ ।

ଚାଇନା ଏବଂ ଭାରତ ବର୍ଡରରେ  ଚୀନ୍ ସେନା ସହିତ ବିବାଦରେ 20 ଜଣ ଭାରତୀୟ ସୈନିକଙ୍କ ସହିଦ ହୋଇଛନ୍ତି। ଏହାକୁ ନେଇ ଦେଶ ସାରା ଦୁଃଖର ଲହରି ଖେଳି ଯାଇଛି। ସହିଦମାନଙ୍କର ଫୋଟୋ ଏବଂ ତାଙ୍କ ପରିବାର ବର୍ଗର ଫୋଟୋ ସୋସିଆଲ ମିଡ଼ିଆରେ ଭାଇରାଲ ହେବାକୁ ଲାଗିଛି।   ଏହି ସମୟରେ ସୋସିଆଲ ମିଡିଆରେ ଏକ ଫୋଟୋ ସେୟାର କରାଯାଉଛି ଯେଉଁଥିରେ ଏକ ଛୋଟ ଝିଅ ଶହୀଦ ସନ୍ତୋଷ ବାବୁଙ୍କ ଫୋଟୋ ଆଗରେ ହାତ ଯୋଡି ଛିଡ଼ା […]

Continue Reading

କ’ଣ କୋରୋନା ରୋଗୀଙ୍କ ମୃତ ଶରୀର କୁ ଚୀନ ସମୁଦ୍ରରେ ଫୋପାଡ଼ି ଦୁନିୟା ରେ କୋରୋନା ସଙ୍କ୍ରାମାନ ବିସ୍ତାର କରିବା କୁ ଚାହୁଁଛି? ଜାଣନ୍ତୁ ସତ୍ୟ।

୧୬ ଜୁନ ୨୦୨୦ ରେ ଜଣେ ଫେସବୁକ ୟୁଜର ଓଡ଼ିଶା ୱୀଥ ବିଜେପି ନାମକ ଗୋଟିଏ ଫେସବୁକ ପେଜରେ ଗୋଟିଏ ଭିଡିଓ ପୋଷ୍ଟ କରି କହିଛନ୍ତି ଯେ ଚୀନ କୋରୋନା ସଂକ୍ରମଣ ରେ ମୃତ୍ୟୁ ହେଇଥିବା ମର ଶରୀର କୁ ସମୁଦ୍ର ଦ୍ଵାରା ବିଭିନ୍ନ ଦେଶ କୁ ପଠାଇଛି। କିଛି କୋରୋନା ସଂକ୍ରମିତ ଶରୀର ସମୁଦ୍ର ଦ୍ଵାରା ଭାସି ଭାସି ଭାରତ ରେ ମଧ୍ୟ ପହଞ୍ଚିଛି ବୋଲି ମଧ୍ୟ ଦାବି କରିଛନ୍ତି।  ଏହା ପରେ ଆମେ ଭିଡିଓ […]

Continue Reading

ରାହୁଲ ଗାନ୍ଧୀ ସୁଶାନ୍ତ ସିଂ ରାଜପୁତଙ୍କୁ ତାଙ୍କ ଟ୍ୱିଟରେ କ୍ରିକେଟର ବୋଲି କହିଛନ୍ତି କି?

ରବିବାର (ଜୁନ୍ 14) ରେ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଦେହାନ୍ତ ହୋଇଛି। ସେ ମୁମ୍ବାଇସ୍ଥିତ ତାଙ୍କ ଘରେ ଆତ୍ମହତ୍ୟା କରିଥିବା ପୋଲିସ କହିଛି। ଏହା ପରେ ସୁଶାନ୍ତ ସିଂଙ୍କ ଅକାଳ ବିୟୋଗରେ  ନେତା ଏବଂ ଅଭିନେତା  ଅସନ୍ତୋଷ ବ୍ୟକ୍ତ କରିଥିଲେ। ରାହୁଲ ଗାନ୍ଧୀ ମଧ୍ୟ ଏକ ଟୁଇଟ୍ ଜରିଆରେ ସୁଶାନ୍ତଙ୍କ ମୃତ୍ୟୁରେ ଶୋକ ପ୍ରକାଶ କରିଥିଲେ।  ରାହୁଲ ଗାନ୍ଧୀଙ୍କ ଟ୍ୱିଟର ଏକ ସ୍କ୍ରିନସଟ ସୋସିଆଲ ମିଡିଆରେ ଭାଇରାଲ  ହୋଇଛି ଯେଉଁଥିରେ ସୁଶାନ୍ତ ସିଂଙ୍କୁ ରାହୁଲ ଗାନ୍ଧୀ […]

Continue Reading

କ’ଣ ଓଡ଼ିଶା ରେ ସପ୍ତାହରେ ୫ ଦିନ ତାଲାବନ୍ଦ ହେବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ଘୋଷଣା କରିଛନ୍ତି? ଜାଣନ୍ତୁ ସତ୍ୟ।

ଓଡ଼ିଶା ରେ ଶନିବାର ଏବଂ ରବିବାର ଦିନ ସଂମ୍ପର୍ଣ୍ଣ ଭାବେ ସର୍ଟଡାଉନ ଥିଲା ହେଲେ କଥା ଆସୁଛି ଏଠାରେ ହେଲେ ଏହି ଦିନ ରେ କିଛି ନୂଆ ନିୟମ ଆସିଛି ଏବେ ଦୁଇ ଦିନ ନୁହେଁ ବରଂ ଚାରି ରୁ ପାଞ୍ଚ ଦିନ ସର୍ଟଡାଉନ ର ଅବଧି ବଢା ଯିବ । ଓଡ଼ିଶା ର ବି ସ୍ଥିତି ଚିନ୍ତା ଜନକ ହେଲାଣୀ । କେବଳ ଏହିଥି ପାଇଁ ଜୁନ ମାସ ରେ ସମସ୍ତ ଶନିବାର ଏବଂ ରବିବାର […]

Continue Reading

କ’ଣ ଭାଇରାଲ ଫୋଟୋରେ ଚାଇନା ବର୍ଡରରେ ଶହୀଦ 3 ଭୀରତୀୟ ସେନାଙ୍କୁ ଶ୍ରଦ୍ଧାଞ୍ଜଳି ଦିଆ ଯାଉଛି?

ଚାଇନା ଏବଂ ଭାରତ ମଧ୍ୟରେ ଯୁଦ୍ଧ ଲାଗି ରହିଛି।  ଗୋଟେ ପଟେ କୋରୋନା ମାହାମାରି ଚିନ୍ତା ତ ଅନ୍ୟ ପଟେ ଭାରତ ଟାଇନା ଯୁଦ୍ଧ୍ରେ ଆମର କିଛି ବିର ଜବାନ ମୃତ୍ୟୁ ହୋଇଥିବାର ଖବର ସାମ୍ନାକୁ ଆସିଛି। ଭାରତ ଏବଂ ଚାଇନା ଯୁଦ୍ଧରେ ପ୍ରଥମେ ଭାରତର ତିନି ଯବାନ ମୃତ ହୋଇଥିବାର ଖବର ସାମ୍ନାକୁ ଆସିଥିଲା। ପରେ 20 ଜମାନ ମୃତ୍ୟୁ ହୋଇଥବାର ଖବର ଆସିଲା। ଏଥି ମଧ୍ୟରେ ପ୍ରଥମ ତିନି ଜବାନ କୁ ଶ୍ରଦ୍ଧାଞ୍ଜଳି ଦିଆ […]

Continue Reading

ଭୂତ ବ୍ୟାୟାମ କରୁଥିବା ଭିଡିଓର ରହସ୍ୟ କ’ଣ?

ସୋସିଆଲ ମିଡ଼ିଆରେ ଏକ ଭିଡ଼ିଆ ଭାଇରାଲ ହେଉଛି। ଯେଉଁଥିରେ ଏକ ଭୂତ ବ୍ୟାୟାମ କରୁଥିବା ଦାବିରେ ଭାଇରାଲ କରାଯାଉଛି। ଭିଡ଼ିଓରେ ବ୍ୟାୟାମ ଉପକରଣ ଜାଗାରେ କେହି ବସିଥିବା ପରି ମନେ ହେଉନାହିଁ। ତେଣୁ ଭୂତ ବ୍ୟାୟାମ କରୁଥିବା ଗୁଜବ ସୋସିଆଲ ମିଡିଆରେ ବ୍ୟାପିବାରେ ଲାଗିଛି। କିଛି ପୋଲିସ କର୍ମଚାରୀ ମୋବାଇଲରେ ଏହି ଉପକରଣର ସୁଟିଂ କରୁଛନ୍ତି।  ସୋସିଆଲ ମିଡ଼ିଆରେ ଲୋକମାନେ ଏକ ଭୂତ ବ୍ୟାୟାମ କରୁଛି ବୋଲି କହି ଭାଇରାଲ କରୁଛନ୍ତି। ଏହି ଭିଡ଼ିଓ Gouranga patra […]

Continue Reading

କ’ଣ ଏ.ଜେଡ.ଡି ୧୨୨୨ ପ୍ରମାଣିତ କୋରୋନା ପ୍ରତିଶୋଧକ ଟୀକା? ଜାଣନ୍ତୁ ସତ୍ୟ।

ଅକ୍ସଫୋର୍ଡ଼ ୟୁନିଭରସିଟି AZD1222 ନାମରେ କରୋନା ଭାଇରସର ପ୍ରତିଷେଧକ ଟୀକା ପ୍ରସ୍ତୁତ କରିଛନ୍ତି । ଯାହାର ପ୍ରୟୋଗ ସମୟରେ ଭଲ ଫଳ ପ୍ରକାଶ ପାଇଛି ଏବଂ ଏହି ଔଷଧର ଆଗାମୀ ପ୍ରୟୋଗ ମଧ୍ୟ ଖୁବଶୀଘ୍ର କରାଯିବ । ଏହାପରେ ଭାରତ ମଧ୍ୟ ଏହି ଔଷଧର ନିର୍ମାଣ ଆରମ୍ଭ କରି ଦେଇଛନ୍ତି । ଭାରତ ସହ ଏହି ଔଷଧର ନିର୍ମାଣର ବ୍ରିଟେନ, ସ୍ୱିଜରଲ୍ୟାଣ୍ଡ ଓ ନରୱେରେ ମଧ୍ୟ କରାଯାଉଛି। ଯାହାର ସୂଚନା ବ୍ରିଟେନର ଔଷଧ କମ୍ପାନୀ ଏଷ୍ଟ୍ରାଜେନେକା ଦେଇଛନ୍ତି। […]

Continue Reading

କ’ଣ ବିଳମ୍ବିତ ରାତି ସମୟରେ ପବ୍ ରେ ଚାଲୁଥିବା ପାର୍ଟି ରେ ପୋଲିସ ମାରିଥିବା ଛାପା ଘଟଣା ବର୍ତମାନ ସମୟର? କ’ଣ ପ୍ରକୃତର ଘଟଣା? ଜାଣନ୍ତୁ ସତ୍ୟ।

ଏବେ ପୋଲିସ ସବୁଆଡେ ନିଜ ର କଡା କଡୀ ଯାଞ୍ଚ ଆରମ୍ଭ କରିଦେଇଛି I ରାତି ରେ କୌଣସି ପାର୍ଟି ଆଦି ର ଆୟୋଜନ କରିବାକୁ ମଧ୍ୟ ବର୍ଜିତ କରାଯାଇଛି I ଏହି କ୍ରମ ରେ ପୋଲିସ ଇନ୍ଦୋର ରେ ଏକ ଅଂଚଳ ରେ ଛାନ ଭିନ ଚଳାଇଥିଲା I ଏବେ ପ୍ରତିବନ୍ଧକ ଲଗାଯାଇଛି କି ଅଧିକ ରାତି ପର୍ଯ୍ୟନ୍ତ କୌଣସି ପାର୍ଟି ଆଦି ର ଆୟୋଜନ କରାଯିବ ନାହିଁ I କିନ୍ତୁ ସେଠାରେ ଏକ ପର୍ବ […]

Continue Reading

କ’ଣ ନିତୀଶ କୁମାରଙ୍କ ଗାଡ଼ି ଉପରେ ପଥର ଫୋଫାଡ଼ୁ ଥିବା ଭିଡିଓ ବର୍ତମାନ ସମୟର? ପ୍ରକୃତର ଘଟନା କ’ଣ? ଜାଣନ୍ତୁ ସତ୍ୟ।

ଆଗାମୀ ଦିନରେ ବିହାର ନିର୍ବାଚନ ହେବା କୁ ଯାଉଥିବା ସମୟରେ ବିହାର ରାଜ୍ୟର କିଛି ଘଟଣା ସାମନାକୁ ଆସିଛି। ୧୦ ଜୁନ ୨୦୨୦ ରେ ଜଣେ ଫେସବୁକ ୟୁଜର ନବୀନ ଓଡ଼ିଶା ନାମକ ଫେସବୁକ ପେଜରେ ଗୋଟିଏ ଭିଡିଓ ପୋଷ୍ଟ କରି ଦାବି କରିଛନ୍ତି ଯେ ବିହାର ର ଗୋଟିଏ ଗାଁର ଲୋକ ମାନେ ମୁଖ୍ୟମନ୍ତ୍ରୀ ନିତୀଶ କୁମାରଙ୍କ ଗାଡ଼ି ଉପରକୁ ଇଟା ପଥର ମାଡ଼ କରୁଛନ୍ତି। Archive ଆମ ଅନୁସନ୍ଧାନ: ଆମ ଅନୁସନ୍ଧାନରେ ପ୍ରଥମେ ଆମେ […]

Continue Reading

ସାର୍ ଗଙ୍ଗା ରାମ ହସ୍ପିଟାଲର ଡା ରାଜ କମଲ ଅଗ୍ରୱାଲ ନାମରେ ଭାଇରାଲ୍ ହେଉଥିବା COVID19 ପ୍ରେସକ୍ରିପସନ୍ ନକଲି ଅଟେ ।

କୋରୋନା କୁ ନେଇ ଚିନ୍ତା ଦିନ କୁ ଦିନ ବଢ଼ିବାରେ ଲାଗିଛି। ଏଥି ମଧ୍ୟରେ ସୋସିଆଲ ମିଡ଼ିଆରେ ଏକ ଫୋଟୋ ଘୁରି ବୁଲୁଛି। ଦିଲ୍ଲୀର ସାର୍ ଗଙ୍ଗା ରାମ ଡାକ୍ତରଖାନା ସାମାଜିକ ଦୂରତା, ହାତ ଧୋଇବା ଏବଂ ମାସ୍କ ପିନ୍ଧିବା ବ୍ୟତୀତ କୋଭିଡ -19 ର ସୁରକ୍ଷା ପାଇଁ ଏକ ଔଷଧର ତାଲିକା ପ୍ରକାଶ କରିଛି ବୋଲି ଦାବି କରାଯାଇଛି।  ଏହି ପ୍ରେସକ୍ରିପସନ୍ ସାର୍ ଗଙ୍ଗା ରାମ ହସ୍ପିଟାଲର ଡ. ରାଜ କମଲ ଅଗ୍ରୱାଲଙ୍କ ଦ୍ୱାରା ଲେଖାଯାଇଛି। […]

Continue Reading

କ’ଣ ଭିଡିଓରେ ହେଉଥିବା ଘଟଣା ବର୍ତମାନ ସମୟରେ ଲାଦାଖରେ ଘଟିଛି? ଜାଣନ୍ତୁ ସତ୍ୟ।

ଭାରତ ଚୀନ ମଧ୍ୟରେ ସୀମା ବିବାଦ ଲାଗି ରହିଛି। ଏହି ବିଷୟ ନେଇ ବିଗତ କିଛି ଦିନରୁ ସୋସିଆଲ ମିଡିଆରେ ଅନେକ ପୋସ୍ତ ଏବଂ ଭିଡିଓ ଭାଇରାଲ ହେଉଛି। ଗତ କାଲୀ ୧୨ ଜୁନ ରେ ଜଣେ ଫେସବୁକ ୟୁଜର ନବୀନ ଓଡ଼ିଶା ନାମକ ଫେସବୁକ ପେଜରେ ଗୋଟିଏ ଭିଡିଓ ପୋସ୍ତ କରି କହିଛନ୍ତି ଯେ ଭାରତ ସେନା ଜବାନ କୁ ଚୀନ ସୈନ୍ୟ କୁ ପଛକୁ ହଟିବାକୁ କହୁଛନ୍ତି। ଦୁଇ ଦେଶ ସୈନ୍ୟ ମଧ୍ୟରେ ବାକ […]

Continue Reading

କ’ଣ ହସ୍ପିଟାଲ ଭିତରୁ ଖୁସି ହେଇ ବାହାରି ଆସୁଥିବା ସ୍ୱାସ୍ଥ୍ୟ କର୍ମଚାରୀ ମାନଙ୍କ ଭିଡିଓ ନ୍ୟୁଜିଲାଣ୍ଡ ଦେଶର ଅଟେ? ଜାଣନ୍ତୁ ସତ୍ୟ।

ଏହି ସମୟରେ ସାରା ବିଶ୍ଵ କୋରୋନା ପୀଡ଼ିତ ଥିବା ବେଳେ ,ବିଗତ କିଛି ଦିନ ପୂର୍ବରୁ ଗୋଟିଏ ଖବର ଶୁଣିବା କୁ ମିଳି ଥିଲା ଯେ ନ୍ୟୁଜିଲାଣ୍ଡ ବର୍ତମାନ କୋରୋନା ମୁକ୍ତ ଦେଶ ହେଇ ଯାଇଅଛି। ଗତ ୨୦ ଦିନ ରୁ ନ୍ୟୁଜିଲାଣ୍ଡ ରେ କେହି ନୂଆ ଆକ୍ରାନ୍ତ ଦେଖିବା କୁ ମିଳି ନାହିଁ। ଏହି ଖବର ନେଇ ସୋସିଆଲ ମିଡିଆରେ ଅନେକ ଗୁଜବ ସୃଷ୍ଟି ହେଇଛି। ଏହି ବିଷୟ ନେଇ ଆମ ସାମନା କୁ ଗୋଟିଏ […]

Continue Reading

ଏକ କଣ୍ଢେଇ ଫୋଟୋକୁ ମାଲେସିଆରେ ମଣିଷ ଚେହେରା ନେଇ ବିଲେଇ ଛୁଆ ଜନ୍ମ ହୋଇଥିବା ଦାବିରେ ଭାଇରାଲ କରାଯାଉଛି।

12 ମେ ରେ OdiaNews 24 ନାମକ ଏକ ନ୍ୟୁଜ ପେଜରେ ଏକ ଖବର ପ୍ରକାଶିତ କରାଯାଇଛି। ଯେଉଁଥିରେ ଦାବି କରାଯାଇଛି ଯେ, ମଣିଷ ଚେହେରା ନେଇ ଜନ୍ମ ହୋଇଛି ବିଲେଇ ଛୁଆ। ଆମ ଅନୁସନ୍ଧାନ ପୂର୍ବରୁ ପୋଷ୍ଟକୁ 43 ଥର ସେୟାର କରାଯାଇଚି। ଏହା ସହ 370 ଲାଇକ ମଧ୍ୟ ମିଳିଛ। ଖବରରେ ଲେଖା ଯାଇଛି ଯେ, ମଣିଷ ରୂପରେ ଦେଖା ଯାଉଥିବା ଏହି ବିଲେଇ ଛୁଆ ମାଲେସିୟାରେ ଜନ୍ମ ଗ୍ରହଣ କରିଛି । ତାକୁ […]

Continue Reading

2013 ମସିହାର ଫୋଟୋକୁ ଲକଡାଉନରେ ଖାଦ୍ୟ ଅଭାବରେ ମୃତ୍ୟୁ ହୋଇଥିବା ମାଁ ଠାରୁ ଶିଶୁ କ୍ଷୀର ପିଉଥିବା ଦାବିରେ ଭାଇରାଲ କରାଯାଉଛି।

ଲକଡାଉନ ସମୟରେ ଅନେକ ଫୋଟୋ ଏବଂ ଖବର ସୋସିଆଲ ମିଡ଼ିଆରେ ଭାଇରାଲ ହେଲା । ଯେଉଁଥିରେ କିଛି ସତ ଏବଂ କିଛି ମିଥ୍ୟା ମଧ୍ୟ ଥିଲା। ସୋସିଆଲ ମିଡ଼ିଆରେ ଭାଇରାଲ ହେଉଥିବା ପ୍ରବାଶି ଶ୍ରମିକଙ୍କ ଫୋଟୋକୁ ନେଇ ଅନେକ ଚର୍ଚ୍ଚା ମଧ୍ୟ କରାଯାଇଛି। ତେବେ ଅନ୍ୟ ଏକ ଫୋଟୋ ଆମକୁ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଥିବାର ଦେଖା ଯାଉଛି। ଯେଉଁଥିରେ ଦାବି କରାଯାଇଛି ଯେ, ଭାଇରାଲ ଫୋଟୋ ଲକଡାଉନ ସମୟରେ ଅଟେ। ଫୋଟୋରେ ଏକ ମୃତ ମାଁଠାରୁ […]

Continue Reading

କ’ଣ ରେମ୍ଡେସିଭିର ଟୀକା ସମ୍ପୂର୍ଣ ଭାବରେ କୋରୋନା ସୁସ୍ଥ କରି ପାରିବ? ଜାଣନ୍ତୁ ସତ୍ୟ।

Photo Credit : NIAID  କରୋନା ଭାଇରସ ଚିକିତ୍ସାରେ ବ୍ୟବହୃତ ହେଉଥିବା ଗିଲିଆଡ୍ ସାଇନ୍ସର ଆଣ୍ଟିଭାଇରାଲ୍ ଔଷଧ ରେମଡେସିଭର୍ ମାଙ୍କଡମାନଙ୍କ ଉପରେ ଭଲ ପ୍ରଭାବ ପକାଇଥିବାର ଦେଖାଯାଇଛି। ଏକ ନୂତନ ଅଧ୍ୟୟନ ଅନୁଯାୟୀ, ଏହି ଔଷଧ କରୋନା ଭାଇରସ ସଂକ୍ରମିତ ମାଙ୍କଡ଼ରେ ଫୁସଫୁସ ରୋଗକୁ ରୋକିଥାଏ। ଏହି ଅଧ୍ୟୟନ ମଙ୍ଗଳବାର ଦିନ ଜର୍ନଲ ନେଚରରେ ପ୍ରକାଶିତ ହୋଇଛି। ଆମେରିକାର ନ୍ୟାସନାଲ୍ ଇନଷ୍ଟିଚ୍ୟୁଟ୍ ଅଫ୍ ହେଲଥ୍ (NIH) ପ୍ରାମାଣିକ ପତ୍ରିକାରେ ପ୍ରକାଶ ପାଇବା ପୂର୍ବରୁ ଏପ୍ରିଲ୍ ମାସରେ ପ୍ରଥମ […]

Continue Reading

କ’ଣ ଉତ୍ତର ପ୍ରଦେଶ ପୋଲିସ ୟୁନିଫର୍ମ ପିନ୍ଧି ରାସ୍ତାରେ ବୁଲୁ ଥିବା ଏହି ମହିଳା ପୋଲିସଙ୍କ ଧାରା ପଡ଼ିବା ଘଟଣା ବର୍ତମାନ ସମୟର?

ୟୁପିର ଫଜାବାଦରେ ଏକ ସମ୍ବେଦନଶୀଳ ମାମଲା ସାମ୍ନାକୁ ଆସିଛି। ଏଠାରେ ଗାଡି ଯାଞ୍ଚ ବେଳେ ପୋଲିସ ଜଣେ ନକଲି ମହିଳା ପୁଲିସଙ୍କୁ ଗିରଫ କରିଛି। ଆଶ୍ଚର୍ଯ୍ୟଜନକ କଥା ହେଉଛି ଇନ୍ସପେକ୍ଟରଙ୍କ ୟୁନିଫର୍ମ ପିନ୍ଧିଥିବା ଏହି ଝିଅଟି ବିନା ହେଲମେଟରେ ରାସ୍ତାରେ ଯାଉଥିଲା। ଏହି ନକଲି ମହିଳା ଇନ୍ସପେକ୍ଟରଙ୍କ ଭେଦ ସେତେବଳେ ଖୋଲିଲା ଯେତେବେଳେ ସେ ଯାଞ୍ଚ ସମୟରେ ପୋଲିସର ପ୍ରଶ୍ନର ଉତ୍ତର ଦେଇପାରିନଥିଲେ| ଗାଡି ଯାଞ୍ଚ ସମୟରେ ପୋଲିସ ଜଣେ ନକଲି ମହିଳା ପୁଲିସକୁ ଧରିଛି। କୁହାଯାଉଛି […]

Continue Reading

3 ବର୍ଷ ପୁରୁଣା ଫୋଟୋକୁ କେରଳରେ ହତ୍ୟା ହୋଇଥିବା ଗର୍ଭବତୀ ହାତୀର ଅନ୍ତିମ ସଂସ୍କାର କରାଯାଉଥିବା ଦାବିର ଭାଇରାଲ କରାଯାଉଛି।

କେରଳରେ ଏକ ଗର୍ଭବତୀ ହାତୀକୁ ବୋମା ଖୁଆଇ ହତ୍ୟା ହୋଇଥିବା ଘଟଣାର ଖବର ସୋସିଆଲ ମିଡ଼ିଆରେ ଜୋରଦାର ଆଲୋଚନା କରାଯାଉଛି। ଏହାକୁ ନେଇ କିଛି ଲୋକ ଦୁଃଖ କରୁଥିବା ବେଳେ ଅନ୍ୟ କିଛି ଗର୍ଭବତୀ  ହାତୀ ସହ ହୋଇଥିବା ଘଟଣାର ଅପରାଧିକୁ ଦଣ୍ଡ ଦେବା ନେଇ ଦାବି କରୁଛନ୍ତି । ଏଥି ମଧ୍ୟରେ ଗର୍ଭବତୀ ହାତୀର ଅନ୍ତିମ ସଂସ୍କାର କରାଯାଉଥିବାର ଏକ ଫୋଟୋ ଭାଇରାଲ ହେଉଛି। ଯେଉଁଥିରେ ମାଟି ଖୋଳି ଏକ ହାତୀର ଅନ୍ତିମ ସଂସ୍କାର କରାଯାଉଥିବାର […]

Continue Reading

5 ବର୍ଷ ତଳର ପୁରୁଣା ଫୋଟୋକୁ ହିମାଚଳ ପ୍ରଦେଶରେ ଘଟିଥିବା ଘଟଣା ଦାବିରେ ଭାଇରାଲ କରାଯାଉଛି ।

କେରଳରେ ଏକ ଗର୍ବୀ ହାତୀର ନିର୍ଦ୍ଦୟ ହତ୍ୟା ପରେ ସୋସିଆଲ ମିଡିଆରେ ଏହି ଘଟଣାଟି ବହୁ ଚର୍ଚ୍ଚାର ବିଷୟ ବନିଯାଇଛି।  ଯାହା ପରେ ଦେଶର ବିଭିନ୍ନ ପ୍ରାନ୍ତରୁ ପଶୁମାନଙ୍କ ଉପରେ ଅତ୍ୟାଚାର ହେବାର ଖବର ସାମ୍ନାକୁ ଆସିବାରେ  ଲାଗିଛି।  ଏହି ସମୟରେ, ସୋସିଆଲ ମିଡିଆରେ ହିମାଚଳ ପ୍ରଦେଶର ଏକ ଘଟଣା ସାମ୍ନାକୁ ଆସିଛି।  ଯେଉଁଠାରେ ଏକ ଗାଈକୁ ଖାଦ୍ୟରେ ବିସ୍ଫୋରକ ଭର୍ତ୍ତିକରି ଖାଇବାକୁ ଦେବା ପରେ ଗାଈଟି ଗୁରୁତର ଆହତ ହୋଇଛି। ଏହାର ଏକ ଫୋଟୋ ଭାଇରାଲ […]

Continue Reading

ବିହାରର ଲବଗୁରୁ ମଟୁକନାଥ ଏବଂ ତାଙ୍କ ଶିଷ୍ୟ ଜୁଲିର ପ୍ରେମ ସମ୍ପର୍କ କୁ ବାପ ଝିଅ ସମ୍ପର୍କ କହି ଭାଇରାଲ କରାଯାଉଛି।

9 ଜୁନରେ ଏକ ଫୋଟୋ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି। ଯେଉଁଥିରେ ବୃଦ୍ଧ ବ୍ୟକ୍ତି ଏକ ଝିଅକୁ ରିକ୍ସାରେ ବସାଇ ନେଉଛନ୍ତି। Puja Puja ନାମକ ଜଣେ ଫେସବୁକ ୟୁଜର ଏହି ଭାଇରାଲ ଫୋଟୋ ପୋଷ୍ଟ କରିଛନ୍ତି। ଫୋଟୋରେ ଦାବି କରାଯାଇଛି ଯେ, ରିକ୍ସାବାଲା ଝିଅ ହେଲା କଲେକ୍ଟର । ରିକ୍ସା ଚଳେଇ ପାଠ ପଢ଼ାଇଲେ ଝିଅ କୁ , ଝିଅ ଆଜି କଲେକ୍ଟର ହେଲା , ଲୋକେ କହୁଥିଲେ ଆଶ୍ରମରେ ଛାଡ଼ି ଦେବାକୁ। ଫୋଟୋକୁ ଅଧିକରୁ […]

Continue Reading

ହରିୟାଣାରେ, ଅନ୍ତିମ ସଂସ୍କାର କରିବାକୁ ନିଆଯାଉଥିବା ଏହି ମୃତ ଶିଶୁ ପଲିଥିନ ଭିତରୁ ହସୁଥିଲା କି?

ସୋସିଆଲ ମିଡ଼ିଆରେ ଅନେକ ଆଶ୍ଟର୍ଯ୍ୟଜନକ ଘଟଣା ଭାଇରାଲ ହୋଇଥାଏ। ଯାହା କେତେ ଦୁର ସତ ତାହା ଜାଣିବା ପାଇଁ କେହି ଅନୁସନ୍ଧାନ କରନ୍ତି ନାହିଁ। ଏକ ଆଶ୍ଟର୍ଯ୍ୟଜନକ ଖବର ଆମ ସାମ୍ନାକୁ ଆସିଲା। 5 ଜୁନରେ Odia news 24 ପେଜରେ ଏପରି ଏକ ଖବର ଦେଖିବାକୁ ମିଳିଛି। ଯେଉଁଥିରେ ଦାବି କରାଯାଇଛି ଯେ, ହରିୟାଣାର ଯମୁନା ନଗରରେ ଏକ ମୃତ ଶିଶୁକୁ ପ୍ଲାଷ୍ଟିକ ବ୍ୟାଗରେ ଅନ୍ତିମ ସଂସ୍କାର କରିବା ପାଇଁ ନେଉଥିବା ସମୟରେ ଶିଶୁ ଜିବିତ […]

Continue Reading

ସୁବ୍ରୋତ ବାଗଚି କୋଭିଡ-19 ମୁଖପାତ୍ର ପଦରୁ ଇସ୍ତଫା ଦେବା ପାଇଁ କୌଣସି ଟ୍ୱିଟ୍ କରି ନହାନ୍ତି। ବଗଚିଙ୍କ 2019 ମସିହା ଟ୍ୱିଟକୁ ଏବେର କହି ଭାଇରାଲ କରାଯାଉଛି।

କୋରୋନା ଭାଇରାସ ରାଜ୍ୟରେ ବାପିବା ପରଠାରୁ ଓଡ଼ିଶା କୋରୋନା ଭାଇରସ ରୋଗର ମୁଖ ପାତ୍ର ଭାବେ ସୁବ୍ରତ ବାଗଜି ବେସ ଚର୍ଚ୍ଚିତ ହୋଇ ଯାଇଥିଲେ। ଦିନ ସରି ଆସୁଥିବା ମାତ୍ରେ ରାଜ୍ୟର ସମସ୍ତ ଟିଭି ଚ୍ୟାନେଲରେ ସୁବ୍ରତ ବାଗଚି ଲୋକଙ୍କୁ କୋରୋନା ସମ୍ବନ୍ଧିୟ ସୂଚନା ଏବଂ କିପରି ଏହି ମହାମାରି ଠାରୁ ରକ୍ଷା ମିଳିବ ସେ ନେଇ ଚର୍ଚ୍ଚା କରୁଥିବାର ଦେଖା ଯାଉଥିଲେ। କିନ୍ତୁ ଅଚାନକ କିଛି ଦିନ ହେଲା ସେ ସରକାର ତରଫରୁ କୋରୋନା ସମ୍ବନ୍ଧିୟ […]

Continue Reading

କ’ଣ ବିଶ୍ଵରେ ପ୍ରତ୍ଯେକ ୧୦୦ ବର୍ଷରେ ମାହାମାରୀ ହୁଏ? କେତେ ସତ୍ୟ ଏହି ଭିଡିଓ? ଆସନ୍ତୁ ଜାଣିବା।

ବିଶ୍ଵରେ କୋରୋନା ଭାଇରସ ବ୍ୟାପିବା ପରେ ଏହି ବିଷୟ ନେଇ ପ୍ରତ୍ଯେକ ଦିନ କିଛି ନା କିଛି ଖବର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏହା ମଧ୍ୟରୁ କିଛି ସତ୍ୟ ତ କିଛି ମିଥ୍ୟା ଖବର ଥାଏ। ଏହି ସମୟରେ ଯେତେ ବେଳେ ସାରା ବିଶ୍ଵ ଏହି ରୋଗଠାରୁ ଉଦ୍ଧାର ପାଇବା ଆସା ନେଇ ବସିଛି, ସେହି ସମୟରେ କିଛି  ଏପରି ପୋଷ୍ଟ ଏବଂ ଭିଡିଓ ସାମନାକୁ ଆସୁଛି ଯେଉଁଟା ଲୋକଙ୍କୁ ବିଭ୍ରାନ୍ତ କରୁଛି ଓ ମନ […]

Continue Reading

କ’ଣ ଆମ ଦେଶର ନାମ ଇଣ୍ଡିଆ ତୁ ବଦଳାଈ ଭାରତ କରିବା ପାଇଁ ସୁପ୍ରିମ କୋର୍ଟ ଅନୁମତି ଦେଇଛି? ଜାଣନ୍ତୁ ସତ୍ୟ।

ଦେଶରେ ବିଭିନ୍ନ ପ୍ରକାର ଚର୍ଚା ଚାଲୁଅଛି। ଗତ କିଛି ମାସ ହେବ ମେକ୍ ଇନ ଇଣ୍ଡିଆ, ମେଡ୍ ଇନ ଇଣ୍ଡିଆ ଇତିୟାଦୀ ଶୁଣିବାକୁ ମିଳିଛି। କୋରୋନା ଦେଶରେ ନିଜ କାୟା ବିସ୍ତାର କରିଲା ପରେ ଲୋକେ ସ୍ଵଦେଶୀ ସାମଗ୍ରୀ ଅପନାଇବା ପାଇଁ ଚାହୁଁଛନ୍ତି। ଏହି ମଧ୍ୟରେ କିଛି ଦିନ ପୂର୍ବରୁ ଗୋଟିଏ ଖବର ସୋସିଆଲ ମିଡିଆରେ ଖୁବ ଭାଇରାଲ ହେଇଛି। ଜଣେ ବ୍ୟକ୍ତି ସୁପ୍ରିମ କୋର୍ଟରେ ଦେଶର ନାମ ଇଣ୍ଡିଆ ରୁ ଭାରତ କରିବା ପାଇଁ ନିବେଦନ […]

Continue Reading

ପଙ୍ଗପାଳପରି ଘୁରିବୁଲୁଥିବା ଅସଂଖ୍ୟ କାଉଙ୍କ ଏହି ଦୃଶ୍ୟ ସାଉଦି ଆରବର ନୁହେଁ ବରଂ US ଟେକ୍ସାସ୍ ଅଞ୍ଚଳ ଅଟେ।

ଦେଶରେ ପଙ୍ଗପାଳ ଆତଙ୍କକୁ ଦେଖି ଚିନ୍ତାର ବିଷୟ ବନୁଥିବା ବେଳେ ଏବେ ଅନ୍ୟ ଏକ ଭିଡ଼ିଓ ସାମ୍ନାକୁ ଆସିଛି। ସୋସିଆଲ ମିଡ଼ିଆରେ ପଙ୍ଗପାଳ ଯେପରି ଅସଂଖ୍ୟ ସଂଖ୍ୟାରେ ଘୁରି ବୁଲୁଛନ୍ତି, ସେହିପରି ଅସଂଖ୍ୟ ସଂଖ୍ୟାରେ କାଉ ସାଉଦିଆରବରେ ଘୁରି ବୁଲିଥିବାର ଦେଖା ଯାଉଛି। 30 ମେ ରେ  Samir samanta ray ନାମକ ଜଣେ ଫେସବୁକ ୟୁଜର ତାଙ୍କ ଆକାଉଣ୍ଟରେ ଏହି ଭିଡ଼ିଓ ପୋଷ୍ଟ କରିଛନ୍ତି। ପୋଷ୍ଟ କରାଯାଇଥିବା ଭିଡ଼ିଓରେ ଅସଂଖ୍ୟ ସଂଖ୍ୟାର କାଉ ଘୁରିବୁଲୁଥିବାର ଦେଖା […]

Continue Reading

ଅଯୋଧ୍ୟା ପୋଲିସ ମକ୍ ଡ୍ରିଲ ଭିଡ଼ିଓକୁ ସତ୍ୟ ଘଟଣା କହି ଭାଇରାଲ କରାଯାଉଛି।

ଅଯୋଧ୍ୟାରେ ରାମ ମନ୍ଦିର ବନିବା ଆରମ୍ଭ ଠାରୁ କିଛି ନା କିଛି ଘଟଣା ସାମ୍ନାକୁ ଆସିବାରେ ଲାଗିଛି। ସୋସିଆଲ ମିଡ଼ିଆରେ ରାମ ମନ୍ଦିରର ସମସ୍ତ ସୂଚନା ଏବଂ ଖବର ହୁ ହୁ ହୋଇ ଭାଇରାଲ ହେଉଛି। ତେବେ ଏଥି ମଧ୍ୟରେ କିଛି ବିବାଦିଅ ଏବଂ  ମିଥ୍ୟା ଖବର ମଧ୍ୟ ପ୍ରଚାର ହେଉଛି। ତେବେ 2 ଜୁନରେ DS Beta Anil ନାମକ ଜଣେ ଫସବୁକ ୟୁଜର ତାଙ୍କ ଆକାଉଣ୍ଟରେ ଏକ ଭିଡ଼ିଓ ପୋଷ୍ଟ କରିଛନ୍ତି । ଯେଉଁଥିରେ […]

Continue Reading

କ’ଣ କୋରୋନା ମୃତ ଲୋକଙ୍କ ମଧ୍ୟରେ କୋରୋନା ରୋଗୀଙ୍କ ଚିକିତ୍ସା ହେଉଥିବା ଦୃଶ୍ୟ ଦିଲ୍ଲୀ ସରକାରୀ ହସ୍ପିଟାଲ ଅଟେ?

ପ୍ରତ୍ଯେକ ଦିନ କୋରୋନା ସଂଖ୍ୟା ବୃଦ୍ଧି ପାଉଛି। ଭାରତରେ ମଧ୍ୟ କୋରୋନା ସଂଖ୍ୟା ୨ ଲକ୍ଷ ଟପି ସାରିଲାଣି। ଗତ ୩ ଦିନ ମଧ୍ୟରେ ୮୦୦୦ ରୁ ଅଧିକ ଲୋକଙ୍କ ଆକ୍ରାନ୍ତ ହେଇ ଥିବା ଶୁଣିବାକୁ ମିଳିଛି। ଭାରତରେ କୋରୋନା ଆକ୍ରାନ୍ତ କେସ ସବୁ ଠାରୁ ବେସୀ ମାହାରାଷ୍ଟ୍ର ରେ ଦେଖିବା କୁ ମିଳିଛି। ଖବର ଅନୁଯାୟୋ ମାହାରାଷ୍ଟ୍ରରେ ୭୦୦୦୦ ଠାରୁ ଅଧିକ କେସ ଅଛି। ଲୋକେ ଚିକିତ୍ସା ପାଇଁ କଲ ବଳ ହେଲା ବେଳକୁ ପ୍ରଶାସନ […]

Continue Reading

କ‘ଣ ଏହି ବ୍ୟକ୍ତି କେରଳରେ ମୃତ୍ୟୁ ହୋଇଥିବା ଗର୍ଭବତି ହାତୀକୁ ପଣସରେ ବାଣ ପୁରାଇ ଖାଇବାକୁ ଦେଇଥିଲା?

କେରଳରେ ଏକ ଗର୍ଭବତୀ ହାତୀକୁ ଲୋକମାନେ ସପୁରିରେ ବାମ୍ ରଖି  ଖାଇବାକୁ ଦେଇଥିଲେ। ଯେଉଁଥିରେ ଗର୍ଭବତୀ ହାତୀକୁ ଯନ୍ତ୍ରଣା ହୋଇଥିଲା। ଲୋକମାନଙ୍କର ଏପରି ନିଷ୍ଠୁରତା କାମ ପାଇଁ ଗର୍ଭବତି ହାତୀ ପେଟରେ ଥିବା ଛୁଆର ମଧ୍ୟ ମୃତ୍ୟୁ ହେବା ସହ ହାତୀର ମଧ୍ୟ ମୃତ୍ୟୁ ହୋଇଛି। ଏଥିପାଇଁ କେରଳ ପୋଲିସ ଏହି ମାମଲାରେ କିଛି ଲୋକଙ୍କ ନାମରେ ମାମଲା ରଜୁ କରିଛି। ତେବେ ସୋସିଆଲ ମିଡ଼ିଆରେ ଏକ ଫୋଟୋ ଭାଇରାଲ ହେଉଛି। ଯେଉଁଥିରେ ଦାବି କରାଯାଇଛି ଯେ, […]

Continue Reading

କ’ଣ ଭିଡିଓରେ ମୋଦୀ ସରକାର ର ଆଲୋଚନା କରୁ ଥିବା ମହିଳା ଅଟଳ ବିହାରୀ ବାଜପାୟୀଙ୍କ ଭାଣଜୀ? ଜାଣନ୍ତୁ ସତ୍ୟ।

ଗତ କିଛି ମାସ ହେଲା ଗୋଟିଏ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି ଭିଡିଓରେ ଆମକୁ ଦେଖିବା କୁ ମିଳିଛି ଯେ ଜଣେ ମହିଳା ବିଜେପି ସରକାର ଉପରେ ନିଜ ନିରାଶା ବ୍ୟକ୍ତ କରୁଛନ୍ତି। ୧ ଜୁନ ରେ ନବୀନ ଓଡ଼ିଶା ନାମକ ଫେସବୁକ ପେଜରେ ଏହି ଭିଡିଓ ଭାଇରାଲ କରି ଦାବି କରିଛନ୍ତି ଯେ ବିଜେପି ସରକାର ଆଲୋଚନା କରୁଥିବା ମହିଳା ଅଟଳ ବିହାରୀ ବାଜପାୟୀଙ୍କ ଭାଣଜୀ ଅଟନ୍ତି। ଏହି ପୋଷ୍ଟକୁ ୪୪୯ ଲାଇକ୍ସ […]

Continue Reading

କ’ଣ ଚୀନ ସେନା ଠାରୁ ଭାରତୀୟ ସେନା ଦେଶକୁ ରକ୍ଷା କରୁଥିବା ଭିଡିଓ ଲଦାଖର? ଜାଣନ୍ତୁ ସତ୍ୟ।

ଭାରତ ଏବଂ ଚୀନ ମଧ୍ୟରେ ସୀମା ବିବାଦ ଗମ୍ଭୀର ସ୍ଥିତି ଆଡ଼କୁ ପ୍ରଗତି କରୁଛି। ଦୁଇ ଦେଶ ପରସ୍ପର ସହିତ କଥା ଲାଗି ଏହି ସମସ୍ଯାର ସମାଧାନ ବାହାର କରିବାରେ ଲାଗିଛନ୍ତି। କିନ୍ତୁ ଗୋଟେ ଆଡ଼େ ଚୀନ ଭାରତ ସୀମାରେ ନିଜ ସୈନ୍ୟ ବଳ ଧୀରେ ଧୀରେ ବଢାଉଛି। ଏହି ଖବର ବର୍ତମାନ ମିଡିଆ ଏବଂ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି ସମୟରେ କିଛି ପୁରୁଣା ଭିଡିଓ ମଧ୍ୟ ଭାଇରାଲ ହେଉଥିବା ଦେଖିବା କୁ ମିଳିଛି। […]

Continue Reading

କ’ଣ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ ନିଖୋଜ ଅଛନ୍ତି ?

ରାଜ୍ୟରେ କୋରୋନା ସଂକ୍ରମଣକୁ ରୋକିବା ପାଇଁ ସରକାର ସହ ପୋଲିସ କର୍ମି ଏବଂ  ଡାକ୍ତର ଅନେକ ପ୍ରୟାସ କରୁଛନ୍ତି। କୋରୋନା ଲକଡାଉନର ଚତୁର୍ଥ ପର୍ଯାୟ ସମାପ୍ତ ହେଲା ପରେ ରାଜ୍ୟରେ ସମସ୍ତ ଦୋକାନ ବଜାର ଖୋଲୁଥିବା ବେଳେ ଅନ୍ୟପଟେ କୋରୋନାକୁ ଚିନ୍ତା ଏଭଂ ରୋଗୀ ବଢ଼ିବାରେ ଲାଗିଛନ୍ତି। ଏବି ବିପଦ ସମୟରେ ଜନ ସାଧାରଣ ତାଙ୍କ ନେତା ଏବଂ ସରକାରଙ୍କ ସହାୟତା ଲୋଡୁଛନ୍ତି। 1 ଜୁନରେ  Jay Congress ନାମକ ଜଣେ ଫେସବୁକ ୟୁଜର ତାଙ୍କ ଆକାଉଣ୍ଟରେ […]

Continue Reading

କ’ଣ କିଛି ଦିନ ପୂର୍ବରୁ ଚୀନ ଆର୍ମୀ ଭାରତ ସୀମାରେ ପସୁଥିବା ବେଳେ ଭାରତ ସୈନ୍ୟ ତାଙ୍କୁ ଅଟକାଉଛନ୍ତି? ଜାଣନ୍ତୁ ସତ୍ୟ।

ଭାରତ ସୀମା ପାଖରେ ଚୀନ ନିଜ ସୈନ୍ୟ ବଳ ଏକତ୍ର କରିଲା ପରେ ଭାରତ ମଧ୍ୟ ନିଜ ସେନାର ଯବାନ ମାନଙ୍କୁ ସୀମାରେ ଏକତ୍ର କରୁଛି। ଏହି ଘଟଣା ନେଇ ବର୍ତମାନ ସ୍ଥିତି ବହୁତ ଗମ୍ଭୀର ଅଛି। ବର୍ଷ ବର୍ଷ ଧରି ଭାରତ ଆଉ ଚୀନ ସୀମାରେ ଆମନା ସାମନା ହେଉଛି। ଏହି ବିଷୟ ନେଇ ବର୍ତମାନ ସୋସିଆଲ ମିଡିଆରେ ଗୋଟିଏ ଭିଡିଓ ଭାଇରାଲ ହେଉଛି। ୩୦ ମେ ୨୦୨୦ ରେ ଜଣେ ଫେସବୁକ ୟୁଜର ବିଜେପି […]

Continue Reading

ଅକ୍ଷୟ କୁମାର ତାଙ୍କ ଭଉଣୀ ପାଇଁ ପୁରା ବିମାନ ବୁକ୍ କରିଥିଲେ କି?

ଲକଡାଉନରେ ଯେତେବେଳେ ସୁପରଷ୍ଟାର ସୋନୁ ସୁଦ ପ୍ରବାଶି ଶ୍ରମିକ ମାନଙ୍କୁ ତାଙ୍କୁ ଘରକୁ ପଠାଇବା ପାଇଁ ଗାଡ଼ି ବ୍ୟବସ୍ଥା କରି ସମସ୍ତଙ୍କ ଠାରୁ ପ୍ରସଂସା ପାଉଛନ୍ତି। ଅନ୍ୟ ପଟେ ଅକ୍ଷୟ କୁମାରଙ୍କ ନାଁରେ ତାଙ୍କ ଭଉଣି ପାଇଁ ଏକ ସ୍ୱତନ୍ତ୍ର ବିମାନ ବ୍ୟବସ୍ଥା କରି ଚର୍ଚ୍ଚାରେ ବନି ରହିଛନ୍ତି। 31 ସେ ରେ News7 ଏକ ଖବର ପ୍ରକାଶଇତ କରିଛି। ଯେଉଁଥିରେ ଦାବି କରାଯାଇଛି ଯେ, ଲକଡାଉନର ଚତୁର୍ଥ ପର୍ଯ୍ୟାୟରେ ବିମାନ ସେବା ଆରମ୍ଭ ହେଲା ପରେ […]

Continue Reading

କ’ଣ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ଗଣମାଧ୍ୟମରେ ମିଛ କହିଛନ୍ତି କି ଓଡ଼ିଶାରେ କୋରୋନା ମୃତ୍ୟୁହାର ଦୁନିଆ ରେ ସବୁ ଠାରୁ କମ? ଜାଣନ୍ତୁ ସତ୍ୟ।

୨୮ ମେ ୨୦୨୦ ରେ ଜଣେ ଟୁଇଟର ୟୁଜର ନିଜ ତ୍ଵିଟୀର ହେଣ୍ଡେଲ ରେ ଟୁଇଟ କରି କହିଛନ୍ତି ଯେ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ଗଣମାଧ୍ୟମ ଆଗରେ ମିଛ କହିଛନ୍ତି ଯେ ଓଡ଼ିଶା ରେ କୋରୋନା ମୃତହାର ପୁରା ବିଶ୍ଵରେ ସବୁଠାରୁ କମ। କୋରୋନା ଆକ୍ରାନ୍ତ, ମୃତ ଏବଂ ଆରୋଗ୍ୟ ଚାର୍ଟ ପୋଷ୍ଟ କରି ଏହା ଦାବି କରିଛନ୍ତି ଯେ ତଥ୍ୟ ଅନୁସାରେ ଭାରତରେ ହି ଓଡିଶାଠାରୁ ଭଲ ସ୍ଥିତିରେ ଅନେକ ରାଜ୍ୟ ଅଛନ୍ତି।  Archive […]

Continue Reading

ଗୁଜୁରାଟ ଯାଇଥିବା ଏହି ଓଡ଼ିଆ ଛୁଆଙ୍କ ବାପା କ’ଣ ଲକଡାଉନରେ ହଜି ଯାଇଛନ୍ତି ?

ଲକଡାଉନରେ ଇନେକ ପ୍ରବାଶି ଓଡ଼ିଆ ଗୁଜୁରାଟରେ ଫସି ରହିଥିବାର ଖବର ସାମ୍ନାକୁ ଆସାଛି। ସରକାର କିଛି ପ୍ରବାଶି ଓଡ଼ିଆଙ୍କୁ ରାଜ୍ୟକୁ ଆଣିଥିବା ବେଳେ କିଛି ଏବେ ମଧ୍ୟ ବାହାର ରାଜ୍ୟରେ ଫସି ରହିଛିନ୍ତି। ତେବେ ସୋସିଆଲ ମିଡ଼ିଆରେ ଏକ ଫୋଟୋ ଭାଇରାଲ ହେଉଛି। ଯେଉଁଥିରେ ତିନୋଟି ଛୁଆ ଏବଂ ମାଁ ତାଙ୍କ ବାପା ଗୁଜୁରାଟରେ ଲକଡାଉନ ସମୟରେ ହଜି ଯାଇଥିବାର ଦାବି କରୁଛନ୍ତି। ତାଙ୍କର ଅହି ଫୋଟୋ ଆମ ଓଡ଼ିଆ ନାମକ ପେଜରେ ସେୟାର କରାଯାଇଛି। ପୋଷ୍ଟରେ […]

Continue Reading

କ’ ଣ ରାହୁଲ ଗାନ୍ଧୀ ଶ୍ରମିକଙ୍କୁ ଭଡ଼ାରେ ଆଣି ରାସ୍ତାରେ ବସାଇ ଦୁଃଖ ବୁଝିବାର ନାଟକ କରୁଥିଲେ ?

କୋରୋନା ପାଇଁ ଦେଶ ଲକଡାଉନ ସ୍ଥିତରୁ ଗତି କରିଛି। ଲକଡାଉନ ସମୟରେ ଅନେକ ପ୍ରବାଶି ଶ୍ରମିକ ନିଜ ନିଜ ଘରକୁ ଫେରୁଥିବାର ଅନେକ ଫୋଟୋ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଛି। ଏହା ସହତ ରାହୁଲ ଗାନ୍ଧୀ ପ୍ରବାଶି ଶ୍ରମିକଙ୍କ ଦୁଃଖ ବୁଝିବା ପାଇଁ ତାଙ୍କ ପାଖରେ ବସି କଥା ହେଉଥିବା ଫୋଟୋ ମଧ୍ୟ ଭାଇରାଲ ହୋଇଥିଲା। ଏବେ ସେହି ଫୋଟୋ ସହ ଜଡ଼ିତ ଏକ ଦାବି ଭାଇରାଲ ହେଉଛି। 26 ମେ ରେ  Mamta Behera ନାମକ […]

Continue Reading

କ’ଣ ସୁସ୍ଥ ହେଲା ପରେ ମଧ୍ୟ ସେକ୍ସ ଦ୍ଵାରା ବ୍ୟାପୀ ପାରି ଥାଏ କୋରୋନା ଭୂତାଣୁ? ଜାଣନ୍ତୁ ସତ୍ୟ।

୧୭ ମେ ୨୦୨୦ ରେ ଓଡ଼ିଆ ସ୍କ୍ରାପ ସାଇଟରେ ଏହା ଦାବି କର ଯାଇଅଛି ଯେ କରୋନା ସଂକ୍ରମିତ ପୁରୁଷଙ୍କ ଶୁକ୍ରାଣୁରେ ଏହି ଭାଇରସ ପାଇବା ପରେ ଲୋକଙ୍କୁ ସେକ୍ସ ସମ୍ବନ୍ଧରେ ସଜାଗ ରହିବାକୁ କୁହାଯାଉଛି। ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ କହିଛନ୍ତି ଯେ ଯଦି କାହା ଠାରେ କରୋନାର ଲକ୍ଷଣ ଦେଖା ଦିଏ, ତେବେ ତାକୁ ସେକ୍ସ ସମ୍ପର୍କରୁ ଦୂରେଇ ରହିବା ଉଚିତ୍। ଏଥି ସହିତ, ଜଣେ ବିଶେଷଜ୍ଞ କହିଛନ୍ତି ଯେ କରୋନାରୁ ସୁସ୍ଥ ହେବା ପରେ ମଧ୍ୟ […]

Continue Reading