କ’ଣ ଏହି ଫୋଟୋ ଗୁଡିକ ନିକଟରେ ଛତ୍ତିସଗଡରେ ହେଇଥିବା ନକ୍ସଲ ଆକରଣର ଦୃଶ୍ୟ ଅଟେ? ଜାଣନ୍ତୁ ସତ୍ୟ। 

ନିକଟରେ ଛତ୍ତିସଗଡରେ ମାଓବାଦୀ ଆକ୍ରମଣର ଖବର ସାମନାକୁ ଆସୁଛି। ଛତ୍ତିସଗଡର ଦାନ୍ତେୱାଡା ଜିଲ୍ଲାରେ ଏକ ମିଶନ୍ ରୁ ଫେରୁଥିବା ବେଳେ ଏକ ମାଓବାଦୀ ଆକ୍ରମଣରେ ୧୦ ଟି ସୁରକ୍ଷା ବଳ ଯବାନ ଏବଂ ଜଣେ ସାଧାରଣ ନାଗରିକ ଡ୍ରାଇଭରଙ୍କର ମୃତ୍ୟୁ ହୋଇଛି।  ଏହା ନେଇ ବର୍ତ୍ତମାନ ସୋସିଆଲ ମିଡିଆରେ ଅନେକ ଫୋଟୋ ଭାଇରାଲ ହେବାରେ ଲାଗିଛି। ଏପରି ଗୋଟିଏ ପୋଷ୍ଟରେ ଦୁଇଟି ଫୋଟୋ ସେୟାର କରା ଯାଇଛି ଯେଉଁଥିରେ ପ୍ରଥମ ଫୋଟୋରେ ରାସ୍ତା ମାଝିରେ ଏକ ବିସ୍ଫୋରଣ […]

Continue Reading

ଗୋଟିଏ 3D ଏନିମେଶନ୍ ଭିଡିଓକୁ ସମୁଦ୍ର ତଳେ ଡୁବୁ ରହିଥିବା ଦ୍ଵାରିକାର ଦୁର୍ଲଭ ଦୃଶ୍ୟ ଦାବି ସହିତ ଭାଇରାଲ କରା ଯାଉଛି।

ସୋସିଆଲ ମିଡିଆରେ ଏକ ଭିଡିଓ ସେୟାର କରାଯାଉଛି ଯେଉଁଥିରେ ରାଧା-କୃଷ୍ଣ ମନ୍ଦିର ସମୁଦ୍ର ଭିତରେ ଦୃଶ୍ୟମାନ ହେଉଛି। ଦ୍ୱାରକା ସହର ସମୁଦ୍ର ତଳେ ଅଛି ବୋଲି ଏକ ଦାବି ସହିତ ଏହି ଭିଡିଓରେ ଦର୍ଶାଯାଇଛି ଏବଂ ଦାବି କରା ଯାଉଛି ଯେ ସମୁଦ୍ରରେ ବୁଡ଼ିଯିବା ପରେ ମଧ୍ୟ ଏହା ଦେଖିବାକୁ ମିଲିଛି। କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ଉପଯୁକ୍ତ ପ୍ରସଙ୍ଗ ବିନା ସେୟାର କରା ଯାଉଥିବା ପାଇଲା। ଗୋଟିଏ 3D ଏନିମେଶନ୍ ଭିଡିଓକୁ ସମୁଦ୍ର ତଳେ […]

Continue Reading

କ’ଣ ପ୍ରଧାନମନ୍ତ୍ରୀ ମୋଦୀ ମୁସ୍ଲିମ ସମୁଦାଯ ଲୋକଙ୍କ ସହିତ ଇଦ୍ ପାଳନ କରୁଛନ୍ତି? ଜାଣନ୍ତୁ ସତ୍ୟ।

ବର୍ତ୍ତମାନ ସୋସିଆଲ ମିଡିଆରେ ପ୍ରଧାନମନ୍ତ୍ରୀ ମୋଦୀଙ୍କର ଗୋଟିଏ ଫୋଟୋ ଭାଇରାଲ ହେବାରେ ଲାଗିଛି। ଫୋଟୋରେ ଦେଖିବାକୁ ମିଳିଛି ଯେ ପ୍ରଧାନମନ୍ତ୍ରୀ ମୋଦୀ ଇସଲାମ ଧର୍ମ ଗୁରୁଙ୍କୁ ଆଲିଙ୍ଗନ କରିଛନ୍ତି। ସେହି ସମୟରେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ଏବଂ ମୁସ୍ଲିମ ସମୁଦାଯର ଅନେକ ଲୋକ ଉପସ୍ଥିତ ଅଛନ୍ତି। ଦାବି କରା ଯାଉଛି ଯେ ପ୍ରଧାନମନ୍ତ୍ରୀ ମୋଦୀ ମୁସ୍ଲିମ ସମୁଦାଯ ଲୋକଙ୍କ ମଧ୍ୟରେ ଯାଇ ଇଦ୍ ପାଳନ କରୁଛନ୍ତି।  କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା […]

Continue Reading

କ’ଣ ଗୋଟିଏ କୁକୁର ବିଜେପି ପତକା ସହିତ ବୁଲୁଥିବା ଦୃଶ୍ୟ ଝାରସୁଗୁଡାର ଅଟେ? ଜାଣନ୍ତୁ ସତ୍ୟ।

ଝାରସୁଗୁଡା ଉପନିର୍ବାଚନ ପାଖେଇ ଆସୁଥିବା ସମୟରେ ବିଜେଡ଼ି ଦୀପାଳି ଦାସଙ୍କୁ ପାର୍ଟି ଟିକେଟ୍ ଦେଇଛି। ଏହା ନେଇ ଦୀପାଳି ଦାସ ନୋମିନେସନ୍ ପତ୍ର ମଧ୍ୟ ଦାଖଲ କରିଛନ୍ତି। ଏହି ଅବସରରେ ବିଜେଡ଼ି ଝାରସୁଗୁଡାରେ ଏକ ଶୋଭାଯାତ୍ରା ମଧ୍ୟ ଆୟୋଜନ କରିଥିଲା।  ଏହାକୁ ତୁଳନା କରି ବର୍ତ୍ତମାନ ସୋସିଆଲ ମିଡିଆରେ ଗୋଟିଏ କୁକୁର ଶରୀରରେ ବିଜେପି ପତାକା ବନ୍ଧା ହେଇଥିବା ଦେଖିବାକୁ ମିଳିଛି। ବିଜେପି ଦଳର ପରିହାସ କରି ଦାବି କରା ଯାଉଛି ଯେ ରେଲି ପାଇଁ ଲୋକ […]

Continue Reading

କ’ଣ ରାମ ନବମୀରେ ପଥର ମରା ଘଟଣା ପରେ ଗୁଜରାତ ପୋଲିସ ଲୋକଙ୍କୁ ଗିରଫ କରୁଛି? ଜାଣନ୍ତୁ ସତ୍ୟ।

ରାମ ନବମୀ ଅବସରରେ ଦେଶର ଅନେକ ସ୍ଥାନରେ ହିଂସା ଦେଖିବାକୁ ମିଳିଥିଲା। ଦୋକାନ-ବଜାର ଭଙ୍ଗାରୁଜା କରିବା ସହ ଶୋଭାଯାତ୍ରା ଉପରେ ପଥର ଫିଙ୍ଗି ଆକ୍ରମଣ କରିଥିବା ଖବର ମଧ୍ୟ ସାମନାକୁ ଆସିଥିଲା। ପଶ୍ଚିମବଙ୍ଗ, ବିହାର ଏବଂ ଅନ୍ୟାନ୍ୟ ସ୍ଥାନରେ ହିଂସା ଜୋର ଧରିଥିଲା। ପୋଲିସ କହିବା ଅନୁଯାୟୀ ଏହି ହିଂସାକୁ ସୋସିଆଲ ମିଡିଆ ମାଧ୍ୟମରେ ଯୋଜନା କରା ଯାଇଥିଲା। ଏହି ପ୍ରସଙ୍ଗରେ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଭିଡିଓରେ ଦେଖିବାକୁ ମିଳିଛି ଯେ ପୋଲିସ […]

Continue Reading

ଇନ୍ଦୋର ସହରରେ ରଙ୍ଗପଞ୍ଚମୀ ଉତ୍ସବ ପାଳନର ଭିଡିଓକୁ ହାଇଦ୍ରାବାଦରେ ହନୁମାନ ଜୟନ୍ତୀ ସମୟର ଭିଡିଓ ଦାବିରେ ଭାଇରାଲ ହେଉଛି।

ନିକଟରେ ହନୁମାନ ଜୟନ୍ତୀ ଅବସରରେ ଦେଶରେ ବିଭିନ୍ନ ସ୍ଥାନରେ ଲୋକେ ଉତ୍ସବ ପାଳନ କରିଥିଲେ। ଏହାର ଅନେକ ଭିଡିଓ ସୋସିଆଲ ମିଡିଆରେ ସେଯାର ମଧ୍ୟ ହୋଇଥିବା ମିଳିଛି।  ଏହି ସମୟରେ ଗୋଟିଏ ଭିଡିଓ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ରାସ୍ତାରେ ଲୋକଙ୍କ ଏକ ବିଶାଳ ଭିଡ ଉତ୍ସବ ପାଳନ କରୁଥିବା ଦେଖିବାକୁ ମିଲିଛନ୍ତି। ଭିଡିଓରେ ଏହା ମଧ୍ୟ ଦେଖିବାକୁ ମିଳିଛି ଯେ ଲୋକେ ରଙ୍ଗ ସହିତ ଉତ୍ସବ ପାଳନ କରୁଛନ୍ତି। ଦାବି କରା ଯାଉଛି ଯେ ଏହା […]

Continue Reading

କ’ଣ ଟାଟା କମ୍ପାନୀ ନୂତନ ସଂସଦ ଭବନ ସେଣ୍ଟ୍ରାଲ୍ ଭିଷ୍ଟାକୁ ମାଗଣାରେ ନିର୍ମାଣ କରିଛି? ଜାଣନ୍ତୁ ସତ୍ୟ।

ନିକଟରେ ପ୍ରଧାନମନ୍ତ୍ରୀ ମୋଦୀ ନୂତନ ସଂସଦ ଭବନ ସେଣ୍ଟ୍ରାଲ୍ ଭିଷ୍ଟାର ପରିଦର୍ଶନ କରିଥିଲେ। ପ୍ରଧାନମନ୍ତ୍ରୀ ଏକ ଘଣ୍ଟାରୁ ଅଧିକ ସମୟ ଧରି ଚାଲିଥିବା ବିଭିନ୍ନ କାର୍ଯ୍ୟର ଯାଞ୍ଚ କରିବା ଏବଂ ସଂସଦର ଉଭୟ ଗୃହରେ ନିର୍ମାଣ କରାଯାଉଥିବା ସୁବିଧା ଦେଖିଥିଲେ। ସେ ନିର୍ମାଣ ସ୍ଥଳରେ ଥିବା ଶ୍ରମିକମାନଙ୍କ ସହ ମଧ୍ୟ ଆଲୋଚନା କରିଥିଲେ। ସ୍ସିଆଲ ମିଡିଆରେ ବର୍ତ୍ତମାନ ଏକ ପୋଷ୍ଟ ଭାଇରାଲ ହେଉଛି ଯେଉଁଥିରେ ଦାବି କରା ଯାଇଛି ଯେ ସେଣ୍ଟ୍ରାଲ୍ ଭିଷ୍ଟାର କାର୍ଯ୍ୟ ୧୭ ମାସ […]

Continue Reading

କ’ଣ ଦୁବାଇରେ ଏକ କୁସ୍ତି ପ୍ରତିଯୋଗୀତାରେ ଜଣେ ଭାରତ ମହିଳା ପାକିସ୍ତାନର କୁସ୍ତି ଖେଳାଳିଙ୍କୁ ମାରି ପଛାଡିଛନ୍ତି? ଜାଣନ୍ତୁ ସତ୍ୟ

ବର୍ତ୍ତମାନ ସୋସିଆଲ ମିଡିଆରେ ଦୁଇଟି ମହିଳା କୁସ୍ତି ଲଢୁଥିବାର ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଭିଡିଓ ଆରମ୍ଭରୁ ଆମେ ଦେଖି ପାରିବା ଯେ ଜଣେ ମହିଳା କୁସ୍ତି କୁସ୍ତି ଖେଳାଳି ମାଇକ୍ ରେ କିଛି କହୁଛନ୍ତି। ସେହି ସମୟରେ ଦର୍ଶକଙ୍କ ମଧ୍ୟରୁ ଜଣେ ମହିଳା ତାଙ୍କ ଚ୍ୟାଲେଞ୍ଜ୍ ସ୍ଵୀକାର କରି କୁସ୍ତି ରିଙ୍ଗରେ ପ୍ରବେଶ କରୁଛନ୍ତି। ତାଙ୍କ ମଧ୍ୟରେ କିଛି ଯୁକ୍ତି ହେବା ପରେ ଦର୍ଶକଙ୍କ ମଧ୍ୟରୁ ଆସିଥିବା ମହିଳା ରିଙ୍ଗରେ ଥିବା ମହିଳାଙ୍କୁ ମାଡ […]

Continue Reading

କ’ଣ ରାମ ନବମୀ ଉତ୍ସବ ସମୟରେ ଉତ୍ତରପ୍ରଦେଶ ପୋଲିସ ରାସ୍ତାରେ ନାଚୁଛନ୍ତି? ଜାଣନ୍ତୁ ସତ୍ୟ।

ବର୍ତ୍ତମାନ ସୋସିଆଲ ମିଡିଆରେ କିଛି ପୋଲିସ ଅଧିକାରୀ ମାନେ ରାସ୍ତାରେ ନାଚୁଥିବା ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ଦେଖିବାକୁ ମିଳିଛି ଯେ ଏକ ଶୋଭାଯାତ୍ରାରେ ଜୟ ଶ୍ରୀ ରାମ ଗୀତରେ କିଛି ପୋଲିସ ଅଧିକାରୀ ମାନେ ନାଚୁଛନ୍ତି।  ଦାବି କରା ଯାଉଛି ଯେ ଏହି ଭିଡିଓଟି ଉତ୍ତରପ୍ରଦେଶର ଅଟେ ଯେଉଁଥିରେ ଉତ୍ତରପ୍ରଦେଶ ପୋଲିସ ଜୟ ଶ୍ରୀ ରାମ ଗୀତରେ ନାଚୁଛନ୍ତି।  କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ଏହା ମହାରାଷ୍ଟ୍ରର […]

Continue Reading

କ’ଣ ଭାଇରାଲ ଭିଡିଓରେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋତ, ଅମୃତଫଳ ସିଂ ଏବଂ ଖାଲିସ୍ତାନର ସମର୍ଥନ କରୁଛନ୍ତି? ଜାଣନ୍ତୁ ସତ୍ୟ।

ଖାଲିସ୍ତାନୀ ସମର୍ଥକ ଅମୃତପାଲ ସିଂ ଏବେ ମଧ୍ୟ ପୋଲିସ ଗିରଫ କରିବାକୁ ଉଦ୍ଦୟମ କରୁଛି। କିନ୍ତୁ ତାଙ୍କ ନାମରେ ଦେଶରେ ରାଜନୀତି ଚାଲିଛି। ଏହି ସମୟରେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋତଙ୍କ ୧୦ ସେକେଣ୍ଡର ଏକ ଭିଡିଓ କ୍ଲିପ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହାକୁ ସେଯାର କରି ଦାବି କରାଯାଇଛି ଯେ ରାଜସ୍ଥାନର ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋତ ଅମୃତପାଲ ସିଂଙ୍କୁ ସମର୍ଥନ କରୁଛନ୍ତି। ଭାଇରାଲ ଭିଡିଓରେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋତ କହୁଛନ୍ତି ଯେ “ଅମୃତପାଲ […]

Continue Reading

କ’ଣ ପ୍ରଧାନମନ୍ତ୍ରୀଙ୍କ ଡିଗ୍ରୀ ସ୍ ହସ୍ତାକ୍ଷର କରିଥିବା କୁଳପତି କେ.ଏସ୍ ଶାସ୍ତ୍ରୀଙ୍କର ୧୯୮୧ ମସିହାରେ ଦେହାନ୍ତ ହୋଇଥିଲ? ଜାଣନ୍ତୁ ସତ୍ୟ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଶିକ୍ଷାଗତ ଯୋଗ୍ୟତାକୁ ନେଇ ବିବାଦ ଓ ବିତର୍କ ଚାଲିଛି। ନିକଟରେ ଗୁଜୁରାଟ ହାଇକୋର୍ଟ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଡିଗ୍ରୀ ହାସଲ କରିବା ପାଇଁ ସୂଚନା ଅଧିକାର (ଆରଟିଆଇ) ବ୍ୟବହାର କରିଥିବାରୁ ଦିଲ୍ଲୀ ସିଏମ୍ ଅରବିନ୍ଦ କେଜ୍ରିୱାଲଙ୍କୁ ୨୫,୦୦୦ ଜୋରିମାନା କରିଛନ୍ତି। ବର୍ତ୍ତମାନ ପ୍ରଧାନମନ୍ତ୍ରୀ ମୋଦୀ ଏବଂ ଗୁଜୁରାଟ ବିଶ୍ଵବିଦ୍ୟାଳୟ କୁଳପତି କେ ଏସ୍ ଶାସ୍ତ୍ରୀଙ୍କ ଫୋଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଦାବି କରା ଯାଉଛି ଯେ ପ୍ରଧାନମନ୍ତ୍ରୀ ମୋଦୀ ବିଶ୍ଵବିଦ୍ୟାଳୟରୁ ଉତ୍ତୀର୍ଣ୍ଣ ହେବା […]

Continue Reading

କ’ଣ RSS କାର୍ଯ୍ୟକର୍ତ୍ତା ଲୋକଙ୍କ ଗହଣା ଚୋରୀ କରିଥିବାରୁ ଚେନ୍ନାଇ ପୋଲିସ ତାଙ୍କୁ ଧରି ଥିଲେ? ଜାଣନ୍ତୁ ସତ୍ୟ।

କିଛି ଆରଏସଏସ କାର୍ଯ୍ୟକର୍ତ୍ତା ମାନଙ୍କୁ ପୋଲିସ ଧରିଥିବାର ଏକ ଫୋଟୋ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଫୋଟୋରେ ଦେଖିବାକୁ ମିଳିଛି ଯେ ପୋଲିସ ଆରଏସଏସ କାର୍ଯ୍ୟକର୍ତ୍ତା ମାନଙ୍କୁ ଧରିବା ସହିତ ତାଙ୍କ ଉପରେ ଲାଠିରେ ଆକ୍ରମଣ ମଧ୍ୟ କରୁଛନ୍ତି। ଏହି ଫୋଟୋ ଏବିପି ନ୍ୟୁଜ୍ ଦ୍ଵାରା ପ୍ରସାରିତ ହେଇବା ଜଣା ପଡୁଛି।  ଦାବି କରା ଯାଉଛି ଯେ ଚେନ୍ନାଇରେ ଲୋକଙ୍କୁ ସାହାଯ୍ୟ କରିବା ବାହାନାରେ ଆରଏସଏସ କାର୍ଯ୍ୟକର୍ତ୍ତା ମାନେ ତାଙ୍କ ଗହଣା ଲୁଟ କରୁଥିବା […]

Continue Reading

କ’ଣ ରାହୁଲ ଗାନ୍ଧୀ ୨୦୧୩ ରେ ଦୋଷୀ ସାଂସଦମାନଙ୍କୁ ସୁରକ୍ଷା ଦେବା ପାଇଁ ଏକ ଅଧ୍ୟାଦେଶକୁ ଚିରି ଦେଇଥିଲେ? ଜାଣନ୍ତୁ ସତ୍ୟ।

‘ସମସ୍ତ ଚୋରଙ୍କ ନାମ ମୋଦୀ କାହିଁକି’ ଏକ ଭାଷଣରେ କହିଥିବା କାରଣରୁ ରାହୁଲ ଗାନ୍ଧୀଙ୍କୁ ନିକଟରେ ୨ ବର୍ଷ ଜେଲ୍ ଦଣ୍ଡ ଏବଂ ସଂସାଦରେ ତାଙ୍କ ସଦସ୍ଯତାକୁ ଗୁଜରାଟ ନ୍ୟାୟଳୟ ବାତିଲ କରିଥିଲା। ଲୋକସଭା ସଚିବାଳୟ ଦ୍ଵାରା ଜାରି କରାଯାଇଥିବା ବିଜ୍ଞପ୍ତି ଅନୁଯାୟୀ ରାହୁଲ ଗାନ୍ଧୀଙ୍କ ସଦସ୍ୟତା ପ୍ରତିନିଧୀ ଅଧିନିୟମ (1951) ଏବଂ ସମ୍ବିଧାନର ଧାରା 102 (1) ଅନୁଯାୟୀ ବାତିଲ କରାଯାଇଛି। ଏହି ପ୍ରସଙ୍ଗରେ ବର୍ତ୍ତମାନ ରାହୁଲ ଗାନ୍ଧୀ କାଗଜ ଚିରୁଥିବା ଏକ ଫୋଟୋ ସୋସିଆଲ […]

Continue Reading

NPCI ଦ୍ୱାରା ଉପସ୍ଥାପିତ ହୋଇଥିବା ବିନିମୟ ଦେୟ କେବଳ PPI ବ୍ୟବସାୟ କାରବାର ପାଇଁ ଏବଂ ନିୟମିତ P2P କାରବାର ପାଇଁ ନୁହେଁ।

UPI ର ନୂତନ ନିୟମ ନେଇ ଲୋକଙ୍କ ମନରେ ଅନେକ ପ୍ରଶ୍ନ ଘୁରି ବୁଲୁଛି। ଅନେକ ସୋସିଆଲ ମିଡିଆ ବ୍ୟବହାରକାରୀ ଦାବି କରିଛନ୍ତି ଯେ ୧ ଏପ୍ରିଲ ୨୦୨୩ ରୁ ୨୦୦୦ ଟଙ୍କା ଉପରେ UPI କାରବାର ରେ ୧.୧% ଅଧିକ ଚାର୍ଜ ଦେବାକୁ ପଡିବ। କିନ୍ତୁ ଆମେ ଜାଣିବାକୁ ପାଇଲୁ ଯେ UPI କାରବାର ଉପରେ କୌଣସି ଅଧିକ ଚାର୍ଜ ଦେବାକୁ ପଡ଼ିବ ନାହିଁ। ୨୦୦୦ ରୁ ଅଧିକ ପିପିଇ ବଣିକ କାରବାରକୁ ଇଣ୍ଟରଚେଞ୍ଜ ଫି […]

Continue Reading

କ’ଣ ରାମ ନବମୀ ଅବସରରେ ବୁର୍ଜ ଖାଲିଫାରେ ପ୍ରଭୁ ରାମଙ୍କ ଚିତ୍ର ଲେଜର ବିମ୍ ରେ ନିର୍ମାଣ କରା ଯାଇଥିଲା? ଜାଣନ୍ତୁ ସତ୍ୟ।

ବିଗତ କିଛି ଦିନ ପୂର୍ବରୁ ରାମ ନବମୀ ଉତ୍ସବ ପାଳନ କରା ଯାଇଥିଲା। ବର୍ତ୍ତମାନ ସୋସିଆଲ ମିଡିଆରେ ଏକ ଫୋଟୋ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ପ୍ରଭୁ ଶ୍ରୀ ରାମଙ୍କ ଚିତ୍ର ଅଙ୍କନ ହେଇଥିବା ଦେଖିବାକୁ ମିଳିଛି।  ଦାବି କରା ଯାଉଛି ଯେ ଏହା ହେଉଛି ଦୁନିଆର ଉଚ୍ଚତମ ବିଲଡିଙ୍ଗ ବୁର୍ଜ ଖାଲିଫ ଯେଉଁଠାରେ ରାମ ନବମୀ ଅବସରରେ ପ୍ରଭୁ ରାମଙ୍କ ଚିତ୍ର ନିର୍ମାଣ କରା ଯାଇଥିଲା ଏବଂ ଏହା ସହିତ ଜୟ ଶ୍ରୀ ରାମ ମଧ୍ୟ […]

Continue Reading