
କୋରୋନା ଭାଇରସ କଣ?
କୋରୋନା ଭାଇରସ ସାଧାରଣ ଭାଇରସଙ୍କର ଗୋଟେ ସମୁଦାଏ। କିଛି କୋରୋନା ଭାଇରସ କେବଳ ପଶୁ ପକ୍ଷୀଙ୍କୁ ପ୍ରଭାବ କରେ ଓ କିଛି ମଣିଷ ମାନଙ୍କୁ ମଧ୍ୟ କ୍ଷ୍ୟେତି ପହଞ୍ଚାଇ ଥାଏ। ପ୍ରାଏ ଲୋକ ନିଜ ଜୀବନ କାଳରେ କୋରୋନା ଭାଇରସ ଦ୍ଵାରା ସଂକ୍ରାମିତ ହୋଇଥାନ୍ତି। ସାଧାରଣତ ଏହି ଭାଇରସ ପାଇଁ ଥଣ୍ଡା ବା ଶ୍ଵାସ ନଳି ଇନ୍ଫେକ୍ଷଣ ହେଇଥାଏ। କିନ୍ତୁ ଏହି ଭାଇରସ ଯୋଗୁ ନିମୋନିଆ, ବ୍ରୋଙ୍କାଇଟିସ ଓ ଅନ୍ୟ ମାରାତ୍ମକ ରୋଗ ମଧ୍ୟ ହୋଇଥାଏ। ଏମ.ଇ.ଆର.ଏସ ଓ ଏସ.ଏ.ଆର.ଏସ ଦୁଇ ପ୍ରକାର ର କୋରୋନା ଭାଇରସ ର ଉଧାରଣ।
ବର୍ତମାନ ସମୟରେ ଏହି ଭାଇରସ ଚୀନରେ ବ୍ୟାପୁଛି। ଚୀନ ଏହି ଭାଇରସକୁ ନଷ୍ଟ କରିବାରେ ସଂଘର୍ଷ କରୁଛି। ବର୍ତମାନ ସୁଧା ଚୀନରେ ଏହି ଭାଇରସ ୮୦୦ ଲୋକଙ୍କ ଦେହ କୁ ପ୍ରଭାବ ପକାଇ ସାରିଛି ଓ ଏହା ଯୋଗୁ ୧୨ ଲୋକଙ୍କ ନିଧନ ମଧ୍ୟ ହୋଇ ସାରିଛି। ଏହି ଭାଇରସ ଚୀନର ୱୂହାନ ସହରର୍ରୁ ସଂକ୍ରାମିତ ହେବା ଆରମ୍ଭ ହେଇଛି। ଏହା ଦେଖି ଚୀନ ସରକାର ବର୍ତମାନ ସମୟ ପାଇଁ ୱୂହାନ ସହର ଯିବା ଆସିବା ପରିବାହନ ପୁରା ବନ୍ଦ କରି ଦେଇଛନ୍ତି। ଏହି ଭାଇରସର ନାମ ୨୦୧୯ ନୋଭେଲ କୋରୋନା ଭାଇରସ (2019-nCoV) ଅଟେ।
ଆଜି ୨୪ ଜାନୁଆରୀ ଭୋରରେ ପବ୍ଲିକ ଭଏସ ସାଇଟରେ ଏହି ଭାଇରସ ନେଇ ଖବର ପୋଷ୍ଟ କରା ଯାଇଅଛି। ଏହି ପୋଷ୍ଟରେ ଏହା ଦାବି କରା ଯାଇଅଛି ଯେ କେରଳର ଜଣେ ଭାରତୀୟ ମହିଳା ଏହି ଭାଇରସରେ ଆକ୍ରାନ୍ତ ହୋଇଛନ୍ତି। ଏହି ମହିଳା ସାଉଦି ଦେଶରେ ଆଭର ଅଲ ହାୟତ ନ୍ୟାସନାଳ ହସ୍ପିଟାଲରେ ନର୍ସର ଚାକିରି କରୁଥିଲେ। ତେବେ ସେ କୋରୋନା ଭାଇରସ ପୀଡ଼ିତ ଫିଲିପାଇନ୍ସର ଜଣେ ବ୍ୟକ୍ତିଙ୍କର ସେବା କରି ଭାଇରସ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି। ତାଙ୍କ ଘର କେରଳର ଏଟ୍ଟୁମାନୁର ରେ। ଭାରତର ଅନ୍ୟ ୨୦ ଜଣ ନର୍ସଙ୍କୁ ମଧ୍ୟ ଅନ୍ୟ ଏକ ହସ୍ପିଟାଲରେ ସ୍ଵତନ୍ତ୍ର ନିରୀକ୍ଷଣ ବ୍ୟବସ୍ଥାରେ ରକ୍ଷା ଯାଇଅଛି ଓ ୧୦୦ ଭାରତୀୟ ନର୍ସ ମାନଙ୍କର ଶ୍ଵାସଥିୟ ପରୀକ୍ଷା କରା ଯାଇଅହି। ଇତି ମଧ୍ୟରେ କେରଳ ମୁଖ୍ୟମନ୍ତ୍ରୀ ପିନାରାୟୀ ବିଜୟନ ଏହି ମାମଲା ସହଯୋଗ କରିବା ପାଇଁ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିଛନ୍ତି। କେନ୍ଦ୍ର ବିଦେଶ ବ୍ୟାପାର ମନ୍ତରାଳୟକୁ ଚିଠି ଲେଖି ବିଜୟନ ସାଉଦି ଆରବ ସହ ତୁରନ୍ତ ଯୋଗାଯୋଗ କରି ବିହୀତ ପଦକ୍ଷେପ ନେବାକୁ ଅନୁରୋଧ କରିଛନ୍ତି।
ଏହାକୁ ଫେସବୁକରେ ମଧ୍ୟ ପୋଷ୍ଟ କରା ଯାଇଅଛି।
ଏହି ବିଷୟରେ ସତ୍ୟ ଜାଣିବା ପାଇଁ ଆମ ଅନୁସନ୍ଧାନ ପଢନ୍ତୁ।
ଆମ ଅନୁସନ୍ଧାନ:
ଏହି ବିଷୟରେ ସତ୍ୟ ଜାଣିବା ପାଇଁ ଆମେ ଅନୁସନ୍ଧାନ କରିଲୁ। ଆମ ଅନୁସନ୍ଧାନରେ ପ୍ରଥମେ ଆମେ ଟୁଇଟର ରେ ଯାଇ “କୋରୋନା ଭାଇରସ କେରେଳା ନର୍ସ” ଲେଖି ସର୍ଚ କରିଲୁ। ଏହା ସର୍ଚ କରିଲା ପରେ ଆମକୁ ପୋଷ୍ଟରେ କରା ଯାଇଥିବା ଦାବି ନେଇ କିଛି ତଥ୍ୟ ମିଳିଲା।
୨୩ ଜାନୁଆରୀରେ ଏନ.ଡି.ଟି.ଭି ନିଜ ଟୁଇଟର ହେଣ୍ଡେଲରେ ଏହା ଲେଖିଅଛି ଯେ ଭି. ମୁର୍ଳିଧରଣ (ମିନିଷ୍ଟର ଅଫ ସ୍ଟେଟ) ନିଜ ଟୁଇଟରରେ ଏହା ଟୁଇଟକରିଛନ୍ତି ଯେ ଜଣେ ଭାରତୀୟ ନର୍ସ ସାଉଦି ଆରବରେ କୋରୋନା ଭାଇରସ ନେଇ ଆକ୍ରାନ୍ତ ହେଇଛନ୍ତି।
ଏହା ପରେ ଆମେ ଭି. ମୁର୍ଲିଧାରଣଙ୍କ ଟୁଇଟର ଏକାଉଣ୍ଟ ଯାଇ ତାଙ୍କ ଟୁଇଟ ଖୋଜିଲୁ। ୨୩ ଜାନୁଆରୀରେ ଭି. ମୁର୍ଳିଧରଣ ନିଜ ଅଫିସିଆଲ ଟୁଇଟର ଏକାନୁତରେ ଏହା ଟୁଇଟ କରିଛନ୍ତି ଯେ ସାଉଦି ଆରବର ଅଲ-ହୟାତ ହସ୍ପିଟାଲରେ ଭାରତୀୟ ନର୍ସ ମାନଙ୍କୁ ନିରକ୍ଷଣ କରା ଯାଇଅଛି। ଏହି ବିଷୟନେଇ ସେ ସିଜିଆଇ ଜେଦ୍ଦାହ ସହିତ କଥା ହେଇଛନ୍ତି। ସେ ଏହା ମଧ୍ୟ କହିଛନ୍ତି ଯେ ସିଜିଆଇ ଜେଦ୍ଦହ ହସ୍ପିଟାଲ ଓ ସାଉଦି ବିଦେଶ ମନ୍ତରାଳୟ ସହିତ ସମ୍ପର୍କରେ ଅଛନ୍ତି ଓ ସମର୍ଥନ ପାଇଁ ଅନୁରୋଧ କରିଛନ୍ତି।
ଏହା ପୋଷ୍ଟକରିବା ୨ ଘଣ୍ଟା ପରେ ଭି. ମୁର୍ଳିଧରଣ ଏହି ବିଷୟ ନେଇ ସିଜିୟାଏ ଠାରୁ ଅଧୁନତନ ନେଇ ଆଉ ଗୋଟିଏ ପୋଷ୍ଟ କରିଛନ୍ତି ଯେଉଁଠାରେ ଏହା ଲେଖା ଯାଇ ଅଛି ଯେ ୧୦୦ ନର୍ସ ଯେଉଁ ମାନଙ୍କ ମଧ୍ୟରୁ ବିଶେଷ କରି କେରଳର ନର୍ସ ଅଛନ୍ତି, ସେମାନଙ୍କର ଅଲ-ହୟାତ ହସ୍ପିଟାଲରେ ନିରକ୍ଷଣ କରା ଯାଇଅଛି ଓ କେବଳ ଜଣେ ନର୍ସ କୋରୋନା ଭାଇରସ ଦ୍ଵାରା ଆକ୍ରାନ୍ତ ହୋଇଛନ୍ତି। ଆକ୍ରାନ୍ତ ନର୍ସକ ଚିକିତ୍ସା ଅସିର ନ୍ୟାସନାଲ ହସ୍ପିଟାଲରେ ଚାଲୁଅଛି ଓ ସେ ସୁସ୍ତ ହେଉଛନ୍ତି। ଏହି ଟୁଇଟରୁ ଆମେ ଜାଣିବାକୁ ପାଇଲୁ ଯେ ଅନ୍ୟ ୨୦ ନର୍ସଙ୍କର ଆକ୍ରାନ୍ତ ହେବା କଥା ଭୁଲ ଅଟେ।
୧୨ ଘଣ୍ଟା ପୂର୍ବରୁ ସିଜିଆଇ ଜେଦ୍ଦାହ ତରଫରୁ ଭି. ମୁର୍ଳିଧରଣଙ୍କ ଟୁଇଟରେ ଏହା ଅଧୁନତନ ଦେଇଅଛି ଯେ ସାଇଣ୍ଟିଫିକ ଋଗିଅନାଲ ଇନ୍ଫେକ୍ଷନ କଣ୍ଟ୍ରୋଲ କମିଟି ଅଧ୍ୟକ୍ଷ ଡାଃ ତାରିକ ଅଲ ଅଜ୍ରାକି ଏହା ପୁଷ୍ଟି କରିଛନ୍ତି ଯେ ଅସିର ନ୍ୟାସନାଲ ହସ୍ପିଟାଲରେ ଯେଉଁ ଭାରତୀୟ ନର୍ସଙ୍କରଚିକିତ୍ସା ହେଉଅଛି ସେ ଏମ.ଇ.ଆର.ଏସ କୋରୋନା ଭାଇରସରୁ ଆକ୍ରାନ୍ତ ହୋଇଛନ୍ତି। ଏହି ଭାଇରସ ଚୀନ ଦେଶରେ ବ୍ୟାପୀ ଥିବା 2019-NCoV ଭାଇରସ ରୁ ଆକ୍ରାନ୍ତ ହେଇ ନାହାନ୍ତି। ସିଜିଆଇ ସମସ୍ତଙ୍କୁ ଏହା ମଧ୍ୟ ଅନୁରୋଦ୍ଧ କରିଛନ୍ତି ଯେ ଲୋକେ ଭୁଲ ଖବର ସେୟାର ନ୍କରନ୍ତୁ।
24 ଜାନୁଆରୀରେ ମାତୃଭୂମି ପତ୍ରିକାରେ ଛପି ଥିବା ଅନୁଛେଦରେ ଏହା ଲେଖା ଯାଇଅଛି ଯେ ସାଇଣ୍ଟିଫିକ ଋଗିଅନାଲ ଇନ୍ଫେକ୍ଷନ କଣ୍ଟ୍ରୋଲ କମିଟି ଅଧ୍ୟକ୍ଷ ଡାଃ ତାରିକ ଅଲ ଅଜ୍ରାକି ଏହା ପୁଷ୍ଟି କରିଛନ୍ତି ଯେ ଅସିର ନ୍ୟାସନାଲ ହସ୍ପିଟାଲରେ ଯେଉଁ ଭାରତୀୟ ନର୍ସଙ୍କରଚିକିତ୍ସା ହେଉଅଛି ସେ ଏମ.ଇ.ଆର.ଏସ କୋରୋନା ଭାଇରସରୁ ଆକ୍ରାନ୍ତ ହୋଇଛନ୍ତି। ଏହି ଭାଇରସ ଚୀନ ଦେଶରେ ବ୍ୟାପୀ ଥିବା 2019-NCoV ଭାଇରସ ରୁ ଆକ୍ରାନ୍ତ ହେଇ ନାହାନ୍ତି। ସିଜିଆଇ ସମସ୍ତଙ୍କୁ ଏହା ମଧ୍ୟ ଅନୁରୋଦ୍ଧ କରିଛନ୍ତି ଯେ ଲୋକେ ଭୁଲ ଖବର ସେୟାର ନ୍କରନ୍ତୁ।
ତେବେ MERS-CoV କଣ?
ମାତୃଭୂମି ପତ୍ରିକାରେ ଏହା କୁହା ଯାଇଅଛି ଯେ “ମିଡିଲ ଇଷ୍ଟ ରେସ୍ପିରେଟୋରୀ ଶିନ୍ଡ୍ରମ (MERS-CoV) ଗୋଟିଏ ପ୍ରକାର କୋରୋନା ଭାଇର ଯେଉଁଟା ସାଉଦି ଆରବରେ ୨୦୧୨ ମସିହାରେ ପ୍ରଥମ ଥରପାଇଁ ଦେଖା ଯାଇଥିଲା। ଚୀନରେ ବ୍ୟାପୀ ଥିବା କୋରୋନା ଭାଇରସ 2019-NCoV ଗୋଟିଏ ନୂଆ ଭାଇରସ ଯେଉଁଟା ଆଗରୁ କେବେ ଦେଖା ଯାଇ ନାହିଁ ଓ ଏହି ଭାଇରସ MERS-CoV ଠାରୁ ଅଲଗା।
ଏହି ବିଷୟ ନେଇ ଏନ.ଡି.ଟି.ଭି ମଧ୍ୟ ନିଜ ୟୁଟ୍ୟୁବ ଛେନାଲରେ କହିଛି।
ଶେଷକଥା:
ଆମ ଅନୁସନ୍ଧାନରୁ ଆମେ ଏହା ଜାଣିବାକୁ ପାଇଲୁ ଯେ ସାଉଦି ରେ ଥିବା କେରଳ ନର୍ସ MERS-CoV କୋରୋନା ଭାଇରସ ଆକ୍ରାନ୍ତ ହେଇଛନ୍ତି ଯେଉଁଟା ଚୀନରେ ବ୍ୟାପୀ ଥିବା 2019-NCoV କୋରୋନା ଭାଇରସ ନୁହେଁ। ସିଜିଆଇ ଜେଦାହ ଏହି କଥାର ପୁଷ୍ଟି କରି ସମସ୍ତଙ୍କୁ ଭୁଲ ଖବର ସେୟାର ନକରିବାକୁ ଅନୁରୋଧ କରିଛନ୍ତି। ପୋଷ୍ଟରେ କରା ଯାଠିବା ଦାବି ଯେ ସାଉଦିରେ କାମ କରୁଥିବା ଜଣେ କେରଳର ନର୍ସ ଚୀନରେ ବ୍ୟାପୀ ଥିବା କୋରୋନା ଭାଇରସର ଶିକାର ହେଇଛନ୍ତି, ଗୋଟିଏ ଭୁଲ କଥା ଅଟେ।

Title:କ’ଣ ସାଉଦିରେ କାମ କରୁଥିବା ଜଣେ କେରଳର ନର୍ସ ଚୀନରେ ବ୍ୟାପୀ ଥିବା କୋରୋନା ଭାଇରସର ଶିକାର ହେଇଛନ୍ତି? କ’ଣ ଅନ୍ୟ ୨୦ ଭାରତୀୟ ନର୍ସଙ୍କର ମଧ୍ୟ ନିରକ୍ଷଣ ଚାଲୁଅଛି? ଜାଣନ୍ତୁ ସତ।
Fact Check By: Siddharth SahuResult: False