କ’ଣ ମହିଳାର ଏହି ଭାଇରାଲ ଫୋଟୋ ଶାହୀନ ବାଗର ଅଟେ? ଜାଣନ୍ତୁ ସତ।

False Social

ଦିଲ୍ଲୀ ଶାହୀନ ବାଗରେ CAA ବିରୋଧ ପ୍ରଦର୍ଶନକୁ ନେଇ ସୋସିଆଲ ମିଡିଆରୁ ଆରମ୍ଭ କରି ନ୍ୟୁଜ ଚ୍ୟାନେଲରେ ପର୍ଯ୍ୟନ୍ତ ଏହି ବିରୋଧ ପ୍ରଦର୍ଶନ ବିଷୟରେ ଚର୍ଚ୍ଛା ଚାଲିଛି। ଏଥି ମଧ୍ୟରେ ସୋସିଆଲ ମିଡିଆ ମୁଖ୍ୟତଃ ଫେସବୁକରେ ଶାହୀନ ବାଗ ବିରୋଧ ପ୍ରଦର୍ଶନର ଫୋଟୋ ଭାଇରାଲ ହେଉଛି। 29 ଜାନୁଆରିରେ Susil Satapathy ନାମକ ଜଣେ ଫେଜବୁକ ୟୁଜର ନିଜ ଆକାଣ୍ଟରେ ଏକ ଫୋଟୋ ପୋଷ୍ଟ କରିଛନ୍ତି। ଭାଇରାଲ ଫୋଟୋରେ ମୁସ୍ଲିମ ମହିଳା ଜଣକ ତାଙ୍କ ବୁର୍ଖା ଉଠାଇ ଦେଇଛନ୍ତି। ପୋଷ୍ଟରେ ଦାବି କରାଯାଇଛି ଯେ, ସରକାରକୁ ଏବେ ଏମାନଙ୍କ ସାମନାରେ ନଇଁବାକୁ ହେବ। ଶାହୀନ ବାଗରେ ଘୁଂଘଟ ଉଠଉଥିବା ମହିଳା। ଭାଇରାଲ ଫୋଟୋକୁ ଦିଲ୍ଲୀ ଶାହୀନ ବାଗ ବିରୋଧ ପ୍ରଦର୍ଶନ ସହ ଜୋଡ଼ା ଯାଉଛି। ଆମ ଅନୁସନ୍ଧାନ ପୂର୍ବରୁ ପୋଷ୍ଟକୁ 3 ଘଣ୍ଟା ମଧ୍ୟରେ 19 ଲାଇକ ଏବଂ କମେଣ୍ଟ ମିଳି ସାରିଥିଲା।  Susil Satapathy ନାମକ ୟୁଜର ଏହି ପୋଷ୍ଟକୁ BJP Odisha ପେଜରେ ମଧ୍ୟ ସେୟାର କରାଛନ୍ତି।

ଏଠାରେ ଲିଙ୍କ ଦେଖନ୍ତୁ-FacebookArchive

ତେବେ କ’ଣ ଭାଇରାଲ ଫୋଟୋ ଶାହୀନ ବାଗର ଅଟେ। ତାହା ଜାଣିବା ପାଇଁ ଆମେ ଅନୁସନ୍ଧାନ କରିଲୁ। ଆମ ଅନୁସନ୍ଧାନ ପଢ଼ନ୍ତୁ।

ଆମ ଅନୁସନ୍ଧାନ-

ଅନୁସନ୍ଧାନ ଆରମ୍ଭରେ ଆମେ ପ୍ରଥମେ ଭାଇରାଲ ଫୋଟୋକୁ ଗୁଗୁଲରେ ପକାଇ ରିଭର୍ସ ଇମେଜ କରିଲୁ। ରିଭର୍ସ ଇମେଜରେ ଆମକୁ ଏହି ଫୋଟୋର କିଛି ଲିଙ୍କ ମିଳିଲା। Metro ନାମକ ଏକ ପେଜରେ ଭାଇରାଲ ଫୋଟୋ ମିଳିଲା। ପେଜରେ ଏହି ଫୋଟୋ ସହିତ ଏକ ନ୍ୟୁଜ 7 ଅଗଷ୍ଟ 2019ରେ ପୋଷ୍ଟ କରାଯାଇଥିଲା। ଏଥିରୁ ସ୍ପଷ୍ଟ ହେଉଛି ଯେ, ଭାଇରାଲ ଫୋଟୋ ଅଗଷ୍ଟ 2019 ମସିହାର ଅଟେ। କିନ୍ତୁ ଶାହୀନ ବାଗରେ ବିରୋଧ ପ୍ରଦର୍ଶନ ଡିସେମ୍ବର 2019ରୁ ଆରମ୍ଭ ହୋଇଛି। ତଳେ ମିଳିଥିବା ପେଜର ଲିଙ୍କ ଦେଖନ୍ତୁ।

ଏଠାରେ ଲିଙ୍କ ଦେଖନ୍ତୁ-Metro ।  Archive

ଏହା ପରେ ଆମକୁ  Global Take ନାମକ ଏକ ନ୍ୟୁଜ ପେଜରେ ମଧ୍ୟ ଏହି ଫୋଟୋ ମିଳିଲା। ପେଜର ଅନୁଚ୍ଛେଦରେ ଲେଖା ଯାଇଛି ଯେ, 7 ଅଗଷ୍ଟ 2019ରେ ପୂର୍ବ ଲଂଣ୍ଡନର ସୁପରମାର୍କେଟରେ ଏକ ଦୋକାନରୁ ଦୁଇ ମହିଳା ବୁର୍ଖା ପିନ୍ଧି ଜିନିସ ଚୋରି କରୁଥିବାର ଧରା ପଡ଼ିଥିଲେ। ଦୁଇ ବୁର୍ଖା ପିନ୍ଧା ମହିଳା ମଧ୍ୟରୁ ଜଣଙ୍କୁ ଜାଞ୍ଚ କରିବାରୁ ମହିଳାର ବୁର୍ଖାରୁ ଜିନିସ ବାହାରିଲା। ଏହା ପରେ ଘଟଣା ସ୍ଥଳରେ ଅନ୍ୟ କର୍ମଚାରି ଏବଂ ସୁରକ୍ଷ୍ୟା କର୍ମଚାରିଙ୍କର ଭିଡ଼ ଜମିଗଲା। ଦ୍ୱିତିୟ ବୁର୍ଖା ପିନ୍ଧା ମହିଳାର ଜାଞ୍ଚ କରିବା ପାଇଁ ଜିବାବେଳେ ମହିଳା  ଜଣକ ରାଗି ଗଲେ ଏବଂ ତାଙ୍କ ପାଖରେ କିଛି ଜିନିସ ନଥିବାର ଦାବି କରିଲେ। ସୁରକ୍ଷ୍ୟା କର୍ମଚାରିମାନେ ଜବଦସ୍ତ କରିବାରୁ ମହିଳା ଜଣକ ରାଗିଯାଇ ଲୋକଙ୍କ ଭିଡ଼ ମଝିରେ ତାଙ୍କ ବୁର୍ଖା ଉଠାଇ ଦେଇଥିଲେ। ମହିଳାର ଅନ୍ତରଙ୍ଗ ବସ୍ତ୍ର ଦେଖା ଗଲା। ଏହା ପରେ ଘଟଣା ସ୍ଥଳରେ ଉପସ୍ଥିତଥିବା ଲୋକ ମହିଳାର ଏପରି ରୂପ ଦେଖି ଆଚମ୍ବିତ ହୋଇଯାଇଥିଲେ। ଘଟଣାର କିଛି ଘଣ୍ଟା ମଧ୍ୟରେ ମହିଳାର ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଯାଇଥିଲା। ଏଥିରୁ ସ୍ପଷ୍ଟ ହେଉଛି ଯେ, ଭାଇରାଲ ଭିଡିଓ ପୂର୍ବ ଲଂଣ୍ଡନର ସୁପରମାର୍କେଟର ଅଟେ।

ଏଠାରେ ଲିଙ୍କ ଦେଖନ୍ତୁ- Global Take ।  Archive

ଶେଷକଥା-

ଆମ ଅନୁସନ୍ଧାନରୁ ପାଇଲୁ ଯେ, ଭାଇରାଲ ପୋଷ୍ଟରେ ଥିବା ମହିଳାର ଫୋଟୋ ଦିଲ୍ଲୀ ଶାହୀନ ବାଗର ନୁହେଁ। ଭାଇରାଲ ଫୋଟୋ ପୂର୍ବ ଲଂଣ୍ଡନର ସୁପରମାର୍କେଟର ଅଟେ। ଏହି ଫୋଟୋ ଅଗଷ୍ଟ 2019ରୁ ସୋସିଆଲ ମିଡିଆରେ ଅଛି।

Avatar

Title:କ’ଣ ମହିଳାର ଏହି ଭାଇରାଲ ଫୋଟୋ ଶାହୀନ ବାଗର ଅଟେ? ଜାଣନ୍ତୁ ସତ।

Fact Check By: Saritadevi Samal 

Result: False

Leave a Reply

Your email address will not be published. Required fields are marked *