ଭାରତୀୟ ପତାକା ଜଳୁଥିବା ଫୋଟୋ ପାକିସ୍ତାନର ଅଟେ।

False Social

7 ଫେବୃଆରିରେ Ambikaprasad Samal  ନାମକ ଜଣେ ଫେସବୁକ ୟୁଜର ନିଜ ଆକାଉଣ୍ଟରେ ଦୁଇଟି ଫୋଟୋ ପୋଷ୍ଟ କରିଛନ୍ତି।  ପୋଷ୍ଟରେ ଥିବା ଦୁଇଟି ଫୋଟୋରେ ଭାରତର ଜାତିୟ ପତାକାକୁ ଜାଳୁଥିବାର ଦେଖା ଯାଉଛି। ପ୍ରଥମ ଫୋଟୋରେ ନରେନ୍ଦ୍ର ମୋଦି ଏବଂ ଭାରତର ଜାତିୟ ପାତାକା କୁ ଜାଳି ଦିଆ ଯାଉଛି। ଏହା ପରେ ଦ୍ୱିତିୟ ଫୋଟୋରେ କିଛି ଲୋକ ନରେନ୍ଦ୍ର ମୋଦିର ଏକ ବ୍ୟାନରରେ ଛକ ଚିହ୍ନ ଦିଆ ଯାଇଛି ଏବଂ ଆଜରେ ଦୁଇ ଜଣ ବ୍ୟକ୍ତି ଭାରତର ଜାତିୟ ପତାକାକୁ ଧରି ଜାଳୁଥିବାର ଦେଖା ଯାଉଛି। ଭାଇରାଲ ପୋଷ୍ଟର ଶିର୍ଷକରେ ଲେଖା ଯାଇଛି ଯେ, “ଜାତିୟ ପତାକାର ଅପମାନ କରିବା ଟୁକଡ଼େ ଟୁକଡ଼େ ଗ୍ୟାଙ୍ଗର ସ୍ୱପ୍ନ ଅଟେ। ଭାରତ ମାତାର ପୁଅମାନେ କୁହ ଏହି ଦେଶ ଦ୍ରୋହିମାନଙ୍କୁ ଜାଳିବାର ସମୟ ଆସିଗଲାନି ନା ନହିଁ”। ତଳେ ପୋଷ୍ଟର ଲିଙ୍କ ଦେଖନ୍ତୁ।

ଏଠାରେ ଲିଙ୍କ ଦେଖନ୍ତୁ-FacebookArchive

ତେବେ ଭାଇରାଲ ଫୋଟୋ କେଉଁଠିକାର ତାହା ଲେଖା ଯାଇନାହିଁ। ଆମେ ଭାଇରାଲ ପୋଷ୍ଟରେ ଥିବା ଦୁଇଟି ଫୋଟୋ କେଉଁଠିକାର ତାହା ଜାଣିବା ପାଇଁ ଅନୁସନ୍ଧାନ କରିଲୁ। ଆମ ଅନୁସନ୍ଧାନ ପୂର୍ବରୁ ପୋଷ୍ଟ 16ଥର ସେୟାର ହୋଇ ସାରିଛି ଏବଂ 61 କମେଣ୍ଟ ଏବଂ 117 ଲାଇକ ମିଳିଛି। କଣ ଭାରତର ଜାତିୟ ପତାକାକୁ ଜାଳିବା ଟୁକଡ଼େ ଟୁକଡ଼େ ଗ୍ୟାଙ୍ଗର କାମ ଅଟେ। ପୋଷ୍ଟର ସତ୍ୟତା ଜାଣିବା ପାଇଁ ଅନୁସନ୍ଧାନ ପଢ଼ନ୍ତୁ।

ଆମ ଅନୁସନ୍ଧାନ-

ଫୋଟୋ-1

ଅନୁସନ୍ଧାନ ଆରମ୍ଭରେ ଆମେ ପ୍ରଥମ ଫୋଟୋକୁ ଗୁଗୁଲରେ ପକାଇ ରିଭର୍ସ ଇମେଜ କରିଲୁ।ରିଭର୍ସ ଇମେଜରେ ଆମକୁ ଫୋଟୋକୁ ନେଇ କିଛି ଲିଙ୍କ ମିଳିଲା। HAMODIA ନାମକ ନ୍ୟୁଜ ପେଜରେ ଭାଇରାଲ ପୋଷ୍ଟର ପ୍ରଥମ ଫୋଟୋ ପାଇଲୁ। ଯେଉଁଥିରେ ଲେଖା ଯାଇଛି ଯେ, ଭାଇରାଲ ଫୋଟୋ 5 ଅଗଷ୍ଟ 2019ର ଅଟେ। ଯେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କଶ୍ମିରରୁ 370 ହଟାଇଲା ପରେ ପାକିସ୍ତାନରେ ନାଗରିକମାନେ ଭାରତର ପତାକାକୁ ଜାଳିଥିଲେ। ଏହି ସହିତ ଭାରତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଫୋଟୋକୁ ଜାଳିଥିଲେ। ଅଧିକ ସୂଚନା ପାଇଁ ତଳେ ଦିଆ ଯାଇଥିବା ଲିଙ୍କରେ କ୍ଲିକ କରନ୍ତୁ। 

ଏଠାରେ ଲିଙ୍କ ଦେଖନ୍ତୁ-HAMODIAArchive

ଫୋଟୋ -2

ଆମେ ଦ୍ୱିତିୟ  ଫୋଟୋକୁ ମଧ୍ୟ ଗୁଗୁଲରେ ପକାଇ ରିଭର୍ସ ଇମେଜ କରିଲୁ।ରିଭର୍ସ ଇମେଜରେ ଆମକୁ ଫୋଟୋକୁ ନେଇ କିଛି ଲିଙ୍କ ମିଳିଲା। Bloggers speak ପେଜରେ ଭାଇରାଲ ଦ୍ୱିତିୟ ଫୋଟୋ ପାଇଲୁ। ଫୋଟୋ 11 ଜୁନ 2015ର ଅଟେ। ଯେତେବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜ ଟିପଣିରେ କହିଥିଲେ ଯେ, ବାଙ୍ଗଲାଦେଶକୁ ସ୍ୱତନ୍ତ୍ର କରିଥିବା ଯୁଦ୍ଧରେ  ଭାରତୀୟ ସେନା ମଧ୍ୟ ସାମିଲ ହୋଇଥିଲେ। ବାଙ୍ଗଳାଦେଶ 1917 ଯାଏଁ ପାକିସ୍ତାନର ଏକ ଅଂଶ ଥିଲା। ଏହି ଟିପ୍ପଣିକୁ ନେଇ ପାକିସ୍ତାନ ନାଗରିକ ରାଗରେ ପ୍ରଦର୍ଶନ କରିଥିଲେ। 

ଏଠାରେ  ଲିଙ୍କ ଦେଖନ୍ତୁ-Bloggers speak  Archive

ଏହା ଛଡ଼ା ଏହି ଫୋଟୋକୁ ଆମେ AP image ନ୍ୟୁଜରେ ମଧ୍ୟ ଦେଖିଲୁ। ପୋଷ୍ଟରେ ମଧ୍ୟ ଉପରୋକ୍ତ ସୂଚନା ଦିଆ ଯାଇଛି। ପୋଷ୍ଟର Archive ଦେଖନ୍ତୁ।

ଶେଷକଥା-

ଆମ ଅନୁସନ୍ଧାନରୁ ପାଇଲୁ ଯେ, ଭାରତ ପତାକାକୁ ଭାରତର ଟୁକଡ଼େ ଟୁକଡ଼େ ଗ୍ୟାଙ୍ଗର  ଦଳାଉଥିବା ଦାବି ଭାଇରାଲ କରାଯାଉଥିବା ଦୁଇଟି ଫୋଟୋ ଭାରତର ନୁହେଁ। ଭାଇରାଲ ହୋଉଥିବା ଦୁଇଟି ଫୋଟୋ ପାକିସ୍ତାନର ଅଟେ। 

Avatar

Title:ଭାରତୀୟ ପତାକା ଜଳୁଥିବା ଫୋଟୋ ପାକିସ୍ତାନର ଅଟେ।

Fact Check By: Saritadevi Samal 

Result: False