
ବର୍ତ୍ତମାନ ସୋସିଆଲ ମିଡିଆରେ ଏକ ଫୋଟୋ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ଜଣେ ସୈନିକ ନିଜ ଆଘାତ ସାଥିର ସାହାଯ୍ୟତା କରୁଛି। ଦାବି ଅନୁଯାୟୀ ଏହି ଫୋଟୋ ଭାରତ ସୈନିକଙ୍କର ଅଟେ।
କିନ୍ତୁ ଅନୁସନ୍ଧାନପରେ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ଏହି ଫୋଟୋ ଭାରତ ସୈନିକଙ୍କର ନୁହେଁ ବରଂ ଏହା ଆମେରିକାର ଅଟେ।
କ’ଣ ଦାବି କରା ଯାଇଛି ଏହି ପୋଷ୍ଟରେ?
ଫୋଟୋ ସେୟାର କରି ସୋସିଆଲ ମିଡିଆ ବ୍ୟବହାରକାରୀ ମାନେ ଦାବି କରିଛନ୍ତି ଯେ ଏହା ଭାରତ ସୈନିକଙ୍କ ଫୋଟୋ ଅଟେ। ଏହା ସହିତ ଲେଖା ଯାଇଛି ଯେ ଆମ ଭାରତ ଭାଇଚାରା ସବୁଠାରୁ ମହାନ।

ଆମ ଅନୁସନ୍ଧାନ:
ଭାଇରାଲ ଫୋଟୋକୁ ଗଭୀରତା ସହିତ ଦେଖିଲା ପରେ ଆମେ ଜାଣିବାକୁ ପାଇଲୁ ଯେ ଫୋଟୋରେ ଥିବା ସୈନିକ ମାନଙ୍କ ୟୁନିଫର୍ମ ଏବଂ ହେଲମେଟ୍ ରେ ଆମେରିକା ପତକାର ଚିହ୍ନ ଅଛି। ଏହା ଦ୍ଵାରା ସ୍ପଷ୍ଟ ହେଉଛି ଯେ ଏହି ଫୋଟୋ ଭାରତର ନୁହେଁ।

ଭାଇରାଲ ଫୋଟୋର ଗୁଗୁଲ ରିଭର୍ସ ଇମେଜ୍ ସର୍ଚ୍ଚ କରିଲା ପରେ ଆମକୁ ସମାନ ଫୋଟୋ ୨୨ ଅକ୍ଟୋବର ୨୦୧୪ ମସିହାରେ ଫେସବୁକରେ ଆମେରିକାର 3rd ଇନ୍ଫାଣ୍ଟ୍ରି ଡିଭିଜନ୍ ପେଜରେ ସମାନ ଫୋଟୋ ଅପ୍ଲୋଡ ହେଇଥିବା ମିଳିଲା। ଫୋଟୋ ସହିତ ଉଲ୍ଲେଖ କରା ଯାଇଛି ଯେ ସିଏସଏମ ଗାଲାଘର ନେତୃତ୍ଵ କରୁଥିବା ସମୟରେ ସିପିଟି ହର୍ନବକଲ ତାଙ୍କ ଆଘାତ ହୋଇଥିବା ଗୋଡରେ ଚିକିତ୍ସା କରୁଛନ୍ତି। ଏହି ଫୋଟୋ ଆମେରିକାର ଅପରେସନ୍ ଇରାକୀ ଫ୍ରିଡମ୍ ସମୟର ଅଟେ।
ଶେଷକଥା:
ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲା ଯେ ଭାଇରାଲ ଫୋଟୋ ଭାରତ ସୈନିକଙ୍କ ନୁହେଁ। ଏହା ଆମେରିକାର ଅପରେସନ୍ ଇରାକୀ ଫ୍ରିଡମ୍ ସମୟର ଫୋଟୋ ଅଟେ। ଏହି ଫୋଟୋ ୨୦୧୪ ମସିହାରୁ ଇଣ୍ଟର୍ନେଟ୍ ରେ ଉପଲବ୍ଧ ଅଛି। ଭାଇରାଲ ଫୋଟୋର ଭାରତ କିମ୍ବା ଭାରତ ସୈନିକଙ୍କ ସହିତ କୌଣସି ସମ୍ବନ୍ଧ ନାହିଁ।

Title:କ’ଣ ଜଣେ ସୈନ୍ୟ ଯବାନ ଆଉ ଜଣେ ଆଘାତ ଯବାନଙ୍କ ସେବା କରୁଥିବା ଫୋଟୋ ଭାରତର ଅଟେ? ଜାଣନ୍ତୁ ସତ୍ୟ।
Fact Check By: Siddharth SahuResult: False
